ମିଥ୍ୟା ଅପପ୍ରଚାର ଠାରୁ ଦୂରେଇ ରହିବା ପାଇଁ ଆହ୍ବାନ
ପାରାଦୀପ: ସ୍ଥାନୀୟ ପାରାଦୀପ ଦୋଛକି ଠାରେ ଥିବା ଜଗତସିଂହପୁର ଜିଲ୍ଲା ଟ୍ରକ ମାଲିକସଂଘ ପରିସରରେ ଶୁକ୍ରବାର ସନ୍ଧ୍ୟାରେ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଥିଲା।ଏଥିରେ ସଂଘର ସାଧାରଣ ସମ୍ପାଦକ ରଞ୍ଜିତ କୁମାର ବେହେରା ଓ ୧୭ ଜଣ ଏକଜୁଟବଡି ସଦସ୍ୟ ସୂଚନା ଦେଇଥିଲେ ଯେ, କେତେକ ହାତଗଣତି ସଭ୍ୟ ଅନ୍ୟର ପ୍ରରୋଚନାରେ ମିଥ୍ୟା ଅଭିଯୋଗ ଆଣିଛନ୍ତି।ସଂଘ ସଭାପତି ସନ୍ତୋଷ କୁମାର ପଟ୍ଟନାୟକଙ୍କ ବିରୋଧରେ ମନଗଢା ବିବୃତି ଦେଇଛନ୍ତି।ସେମାନଙ୍କ ବିରୋଧରେ ଆଇନଗତ ଭାବେ ନୋଟିସ ଜାରୀ କରାଯିବ।ସଂଘର ଆଭ୍ୟନ୍ତରୀଣ ସମ୍ପର୍କରେ କୁହନ୍ତି, ପାରାଦୀପରେ ୩ ଟି ଟ୍ରକ ମାଲିକସଂଘ ଅଛି। ଏହି ୩ ସଂଘକୁ ନେଇ ଜେସିସି (ଜଏଣ୍ଟ କୋଅର୍ଡିନେସନ କମିଟି)ହୋଇଛି।ଏଥିରେ ସଂଘର ସଦସ୍ୟତା ଆଧାରରେ ପରିବହନ ପାଇଁ ସ୍ଥିରୀକୃତ ହୋଇଛି।ଯଥା ୧୦୦ ଟି ଗାଡି ଆବଶ୍ୟକ ହେଲେ ପାରାଦୀପ ଟ୍ରକ ମାଲିକସଂଘର ୫୨ ପ୍ରତିଶତ, ଜଗନ୍ନାଥ ଟ୍ରକ ମାଲିକସଂଘର ୩୩ ପ୍ରତିଶତ ଓ ଜିଲ୍ଲା ସଂଘର ମାତ୍ର ୧୫ ପ୍ରତିଶତ ଲୋର୍ଡିଂ ପାଇବେ।ଏହି ନିୟମ ଆଧାରରେ ଦୀର୍ଘବର୍ଷ ହେଲା ଚାଲିଛି।ଆମ ଜିଲ୍ଲା ସଂଘର ସଭାପତି ଚୟନ ସଦସ୍ୟ ମାନଙ୍କ ଦ୍ବାରା ହୋଇଥାଏ।ଏଥିରେ କେତେକ ବାହାର ଲୋକ ହସ୍ତକ୍ଷେପ କରି ସଭାପତି ଓ ସଂଘକୁ ବଦନାମ କରିବା ପାଇଁ ଅପଚେଷ୍ଟା କରୁଛନ୍ତି।ଏପରି ଉଦ୍ୟମକୁ ନିନ୍ଦା କରାଯାଇଛି।