• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ପାରାଦୀପ ବନ୍ଦର ୬୪ତମ ପ୍ରତିଷ୍ଠା ଦିବସ ଅବସରରେ ମାରାଥନ ପ୍ରତିଯୋଗିତା

FNN WEB by FNN WEB
January 3, 2025
in ଓଡ଼ିଶା
0
ପାରାଦୀପ ବନ୍ଦର ୬୪ତମ ପ୍ରତିଷ୍ଠା ଦିବସ ଅବସରରେ ମାରାଥନ ପ୍ରତିଯୋଗିତା
0
SHARES
0
VIEWS

ପୁରୁଷ ବର୍ଗରେ ଅଶୋକ ଦଣ୍ଡସେନା ଓ ମହିଳା ବର୍ଗରେ ସୁସ୍ମିତା ଟିଗା ପ୍ରଥମ

ପାରାଦୀପ: ପ୍ରତି ବର୍ଷ ପରି ପାରାଦୀପ ବନ୍ଦର ଏ ବର୍ଷ ୩ ଜାନୁଆରୀ ଦିନ ତାର ୬୪ତମ ପ୍ରତିଷ୍ଠା ଦିବସ ଅବସରରେ ୨୦ତମ ପାରାଦୀପ ବନ୍ଦର ମାରାଥନ ପ୍ରତିଯୋଗିତା ୨୦୨୫ ଆୟୋଜନ କରିଥିଲା । ୩ ତାରିଖ ସକାଳେ ବନ୍ଦର ଅଧ୍ୟକ୍ଷ ପି ଏଲ ହରନାଧ ହନୁମାନ ମନ୍ଦିର ଠାରେ ପତାକା ଦେଖାଇ ମାରାଥନ ପ୍ରତିଯୋଗିତାର ଶୁଭାରମ୍ଭ କରିଥିଲେ । ପ୍ରତିଯୋଗୀ ମାନେ ବନ୍ଦର ସହରର ବିଭିନ୍ନ ଅଞ୍ଚଳ ବୁଲି ୧୪ କିଲୋମିଟର ରାସ୍ତା ଅତିକ୍ରମ କରି ଗୋପବନ୍ଧୁ ଷ୍ଟାଡିୟମ୍ ଠାରେ ପହଞ୍ଚିଥିଲେ । ପ୍ରତିଯୋଗୀ ମାନେ ରାସ୍ତାରେ ଦୌଡୁ ଥିବା ବେଳେ ବିଭିନ୍ନ ସ୍କୁଲ, ସଂଗଠନର କର୍ମକର୍ତ୍ତା ତଥା ବନ୍ଦରର ଅନ୍ତେବାସୀ ମାନେ ରାସ୍ତା କଡ଼ରେ ଠିଆ ହୋଇ ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିଥିଲେ । ଏ ବର୍ଷ ମାରାଥନରେ ୩୮୮ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ ଯେଉଁଥିରେ ୩୨୫ ଜଣ ପୁରୁଷ ଓ ୬୩ ଜଣ ମହିଳା ଥିଲେ । ପୁରୁଷ ବର୍ଗରେ ଓଡ଼ିଶା ପୋଲିସର ଅଶୋକ ଦଣ୍ଡସେନା ପ୍ରଥମ, ଝାଡ଼ଖଣ୍ଡର ଅର୍ଜୁନ ଟୁଡୁ ଦ୍ଵିତୀୟ ଓ ସୋନପୁରର ଦୟାନିଧି ମୁଣ୍ଡା ତୃତୀୟ ହୋଇଥିବା ବେଳେ ମହିଳା ବର୍ଗରେ ଓଡ଼ିଶା ପୋଲିସର ସୁସ୍ମିତା ଟିଗା ପ୍ରଥମ, ମୟୂରଭଞ୍ଜର ସନ୍ଧ୍ୟା ମୁର୍ମୁ ଦ୍ଵୀତିୟ ଓ କେନ୍ଦ୍ରାପଡ଼ାର ଦୀପ୍ତି ରାଣୀ ସାହୁ ତୃତୀୟ ସ୍ଥାନ ଅଧିକାର କରିଥିଲେ । ଏହି ଅବସରରେ ଗୋପବନ୍ଧୁ ଷ୍ଟାଡିୟମ୍ ଠାରେ ଆୟୋଜିତ ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ବନ୍ଦର ଅଧ୍ୟକ୍ଷ ପି ଏଲ ହରନାଧ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ମାରଥନରେ ଭାଗ ନେଇଥିବା ସମସ୍ତ ପ୍ରତିଯୋଗୀ ମାନଙ୍କୁ ଶୁଭେଚ୍ଛା ଜଣାଇବା ସଙ୍ଗେ ସଙ୍ଗେ ପାରାଦୀପ ବନ୍ଦର ପଣ୍ୟ କାରବାରରେ ଆଗକୁ ବଢିବା ସଙ୍ଗେ ସଙ୍ଗେ ସବୁ କ୍ଷେତ୍ରରେ ସଫଳତା ହାସଲ କରିବ ବୋଲି ଆଶା କରିଥିଲେ । ସେ ଉଭୟ ପୁରୁଷ ଓ ମହିଳା ବର୍ଗରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ ଯଥାକ୍ରମେ ୨୧୦୦୦, ୧୫୦୦୦ ଓ ୧୦୫୦୦ ଟଙ୍କା ପୁରସ୍କାର ରାଶି ପ୍ରଦାନ କରିଥିଲେ । ସେହିପରି ଉଭୟ ପୁରୁଷ ଓ ମହିଳା ବର୍ଗରେ ଚତୁର୍ଥ ସ୍ଥାନ ପାଇଁ ୫୦୦୦ ଟଙ୍କା ଲେଖାଏଁ ୩ ଜଣଙ୍କୁ, ପଞ୍ଚମ ସ୍ଥାନ ପାଇଁ ୩୦୦୦ ଟଙ୍କା ଲେଖାଏଁ ୬ ଜଣଙ୍କୁ ଓ ଷଷ୍ଠ ସ୍ଥାନ ପାଇଁ ୨୦୦୦ ଟଙ୍କା ଲେଖାଏଁ ୯ ଜଣଙ୍କୁ ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା । ଏହି ଅବସରରେ ଓଡ଼ିଶାର ଆନ୍ତର୍ଜାତିକ ଧାବିକା ଶ୍ରାବଣୀ ନନ୍ଦଙ୍କୁ କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବନ୍ଦର ଅଧ୍ୟକ୍ଷ ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ଜାଗୃତିର ୫ ଜଣ ଭିନ୍ନ କ୍ଷମ ଛାତ୍ର ଛାତ୍ରୀଙ୍କୁ ଭିନ୍ନ କ୍ଷମ ଦିବସରେ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବାରେ ସଫଳତା ପାଇଁ ବନ୍ଦର ଅଧ୍ୟକ୍ଷ ପ୍ରତ୍ୟେକ ୨୦୦୦ ଟଙ୍କା ପୁରସ୍କାର ରାଶି ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ପରେ ପରେ ଅଧ୍ୟକ୍ଷ କ୍ରୀଡ଼ା ଉପରେ ପର୍ଯ୍ୟବେସିତ ସ୍ମରଣିକା ବଢ଼ତେ କଦମର ତୃତୀୟ ସଂସ୍କରଣକୁ ଉନ୍ମୋଚନ କରିଥିଲେ । ଗୋପବନ୍ଧୁ କ୍ରୀଡ଼ା ସଂସଦର ସଭାପତି ଡି ଏନ୍ ସୋନ୍ଧିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ବନ୍ଦର ଉପାଧ୍ୟକ୍ଷ ନିଲାଭ୍ର ଦାସଗୁପ୍ତା, କୋଷ୍ଟଗାର୍ଡ କମାଣ୍ଡର ସଞ୍ଜୟ ନେଗି, ବନ୍ଦର ଟ୍ରାଫିକ ପରାମର୍ଶଦାତା ଆଶିଷ ବୋଷ ମଞ୍ଚରେ ଉପସ୍ଥିତ ଥିଲେ । କାର୍ଯ୍ୟକାରୀ ସଭାପତି ଡକ୍ଟର ଦୁର୍ଗା ପ୍ରସାଦ ସେଠୀ ସ୍ଵାଗତ ଘୁ ଭାଷଣ ଦେଇଥିବା ବେଳେ ସମ୍ପାଦକ ରଞ୍ଜନ ରଶ୍ମୀ ବେଉରା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଶେଷରେ ଫୁଟବଲ କୋଚ ରବି ଦାସ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Previous Post

ଜଗତସିଂହପୁର ଜିଲ୍ଲା ଟ୍ରକ ମାଲିକସଂଘର ବୈଠକ

Next Post

ଲକ୍ ହୋଇଥିବା ଘରବାରି ଜମି ବିକ୍ରି ଅଭିଯୋଗ

FNN WEB

FNN WEB

Next Post
ଲକ୍ ହୋଇଥିବା ଘରବାରି ଜମି ବିକ୍ରି ଅଭିଯୋଗ

ଲକ୍ ହୋଇଥିବା ଘରବାରି ଜମି ବିକ୍ରି ଅଭିଯୋଗ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

June 17, 2026
ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

June 17, 2026
ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

June 17, 2026
ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

June 17, 2026

Recent News

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

June 17, 2026
ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

June 17, 2026
ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

June 17, 2026
ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

June 17, 2026
Fast News Network

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

June 17, 2026
ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

June 17, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.