• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

‘କାଦମ୍ବିନୀ ସାହିତ୍ୟ ମହୋତ୍ସବ’ ଓ ‘କାଦମ୍ବିନୀ ପତ୍ରିକାହାଟ’ ଅନୁଷ୍ଠିତ

FNN WEB by FNN WEB
January 5, 2025
in ଓଡ଼ିଶା, ମୁଖ୍ୟ ଖବର
0
‘କାଦମ୍ବିନୀ ସାହିତ୍ୟ ମହୋତ୍ସବ’ ଓ ‘କାଦମ୍ବିନୀ ପତ୍ରିକାହାଟ’ ଅନୁଷ୍ଠିତ
0
SHARES
2
VIEWS

ଜ୍ଞାନେଶ୍ୱର ମୁଳେଙ୍କୁ ‘ନୀଳିମାରାଣୀ ସାହିତ୍ୟ ସମ୍ମାନ-୨୦୨୫’ ପ୍ରଦାନ

ଭୁବନେଶ୍ୱର: ମାସିକ ପାରିବାରିକ ପତ୍ରିକା ‘କାଦମ୍ବିନୀ’ର ପକ୍ଷରୁ ‘କାଦମ୍ବିନୀ ସାହିତ୍ୟ ମହୋତ୍ସବ’ ଓ ‘କାଦମ୍ବିନୀ ପତ୍ରିକାହାଟ’ ରବିବାର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଶିଷ୍ଟ ମରାଠୀ ସାହିତ୍ୟିକ ଡ. ଜ୍ଞାନେଶ୍ୱର ମୁଳେଙ୍କୁ ଚଳିତବର୍ଷର ସମ୍ମାନଜନକ ‘ନୀଳିମାରାଣୀ ସାହିତ୍ୟ ସମ୍ମାନ-୨୦୨୫’ ପ୍ରଦାନ କରାଯାଇଥିଲା । ପୁରସ୍କାର ସ୍ୱରୂପ ତାଙ୍କୁ ୧୦ଲକ୍ଷ ଟଙ୍କାର ନଗଦ ଅର୍ଥରାଶି, ରୌପ୍ୟ ଫଳକ, ମାନପତ୍ର ଓ ଉପଢ଼ୌକନ ପ୍ରଦାନ କରାଯାଇଥିଲା । ସମ୍ମାନ ଗ୍ରହଣ କରି ଡ. ମୁଳେ କହିଲେ, ସାହିତ୍ୟର ମୂଲ୍ୟ ହେଉଛି ସ୍ୱତନ୍ତ୍ରତା, ସମତା ଓ ନ୍ୟାୟ । ଗୋଟିଏ ଭାଷା ସହ ଅନ୍ୟ ଭାଷାକୁ ଯୋଡ଼ିବା, ଗୋଟିଏ ସଂସ୍କୃତିକୁ ଅନ୍ୟ ସଂସ୍କୃତି ସହ ଯୋଡ଼ିବା, ଗୋଟିଏ ଅଞ୍ଚଳ ସହ ଅନ୍ୟ ଏକ ଅଞ୍ଚଳକୁ ଯୋଡ଼ିବା ଏବଂ ମୋଟାମୋଟି ଉପରେ ମାନବକୁ ପରସ୍ପର ସହ ଯୋଡ଼ିବା ହେଉଛି ସାହିତ୍ୟ । କାଦମ୍ବିନୀ ଦୀର୍ଘ ୨୫ବର୍ଷ ଧରି ଏହି କାର୍ଯ୍ୟ କରିଆସୁଥିବାରୁ ଡ. ମୁଳେ କାଦମ୍ବିନୀକୁ ଧନ୍ୟବାଦ ଦେଇଥିଲେ । ଓଡ଼ିଶା ସହ ତାଙ୍କର ଦୀର୍ଘ ଦିନର ସମ୍ପର୍କ ରହିଆସିଥିବା ସେ କହିଥିଲେ । କାଦମ୍ବିନୀ ପୁରସ୍କାର ରାଶିକୁ ନେଇ ସେ ଅନୁଦାନ ହିସାବରେ ଜମା କରି ଏହାକୁ ଭଲ ସମାଜସେବା କରୁଥିବା ବ୍ୟକ୍ତି, ଉତ୍କୃଷ୍ଟ ସାହିତ୍ୟ ସୃଷ୍ଟି କରୁଥିବା ବ୍ୟକ୍ତି, ପ୍ରଶାସନ କ୍ଷେତ୍ରରେ ଭଲ କାମ କରୁଥିବା ବ୍ୟକ୍ତି ଓ ଉଲ୍ଲେଖନୀୟ କାର୍ଯ୍ୟ କରୁଥିବା ନାରୀଙ୍କୁ ପ୍ରତିବର୍ଷ ୨୫ ହଜାର ଲେଖାଏଁ ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ ।

ମୁଖ୍ୟ ଅତିଥି ଭାବେ ଇନ୍ଦିରା ଗାନ୍ଧୀ ଜାତୀୟ କଳାକେନ୍ଦ୍ରର ସଦସ୍ୟ ସଚିବ ଡ. ସଚ୍ଚିଦାନନ୍ଦ ଯୋଶୀ ‘କିଟ୍‍ ଓ କିସ୍‍ ପରିଦର୍ଶନ କରି ଏହାର ପ୍ରଶଂସା କରିଥିଲେ । ସେ କହିଲେ, ଭବିଷ୍ୟତରେ ଯଦି କେହି ଭାରତର ବିଶ୍ୱବିଦ୍ୟାଳୟ ବିଷୟରେ ଇତିହାସ ଲେଖେ, ସେଥି ମଧ୍ୟରୁ ପ୍ରଥମ ୫ଟି ବିଶ୍ୱବିଦ୍ୟାଳୟ ମଧ୍ୟରେ କିଟ୍‍ ଆସିବ ।’ ଏଥିପାଇଁ ସେ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ସେ କହିଲେ, ଦେଶର ଅନ୍ୟ ଭାଷାର ପତ୍ରପତ୍ରିକା ଏବଂ ଓଡ଼ିଆ ଭାଷାଠାରୁ ଅଧିକ ପ୍ରଚଳିତ ଭାଷାର ପତ୍ରପତ୍ରିକାଗୁଡ଼ିକର ପ୍ରକାଶନ ବନ୍ଦ ହୋଇଯାଉଥିବା ବେଳେ କାଦମ୍ବିନୀ ପ୍ରୟାସରେ ୫ଶହରୁ ଊର୍ଦ୍ଧ୍ୱ ପତ୍ରିକା ପ୍ରଦର୍ଶନୀ କରି ଏଠାରେ ଏକ ନୂଆ ଇତିହାସ ରଚନା କରିଛି । ଏହା ଆମକୁ ପତ୍ରିକା ପ୍ରକାଶନ ପାଇଁ ପ୍ରେରଣା ଯୋଗାଇଛି । ଭାରତରେ ଏତେ ସାହିତ୍ୟ ସର୍ଜନା ରହିଛି ଯେ, ବିଶ୍ୱରେ କୌଣସି ସ୍ଥାନରେ ଏତେ ସଂଖ୍ୟକ ସର୍ଜନା ଦେଖିବାକୁ ମିଳି ନଥାଏ । ବର୍ତ୍ତମାନ ସମୟରେ ସୂଚନା ପ୍ରଯୁକ୍ତି ବିଦ୍ୟାର ଗୁରୁତ୍ୱ ବଢ଼ିଛି । ‘ଏଆଇ’ ବ୍ୟବହାର ଦ୍ୱାରା ସର୍ଜନା ଧୀରେଧୀରେ କମିଯିବାର ସମ୍ଭାବନା ରହିଛି । ୫୦ବର୍ଷ ପରେ ମୌଳିକ ସାହିତ୍ୟ ଦେଖିବାକୁ ମିଳିବ ନାହିଁ କିମ୍ବା ସାହିତ୍ୟିକ, କବି ସୃଷ୍ଟି ହୋଇପାରିବେ ନାହିଁ । ଏଥିପ୍ରତି ଏବେଠାରୁ ଆମକୁ ସଜାଗ ହେବାକୁ ପଡ଼ିବ ବୋଲି ସେ କହିଥିଲେ ।

ମୁଖ୍ୟବକ୍ତା ଲେଖକ ଚନ୍ଦ୍ରପ୍ରକାଶ ଦ୍ୱିବେଦୀ କହିଲେ, ଯେଉଁଠି ଦୁଃଖ ଅଛି, ଯେଉଁଠି ପୀଡ଼ା ଅଛି ସେଠାରେ ସାହିତ୍ୟ ଅଛି । ଏହି ଦୁଃଖ ଓ ପୀଡ଼ା ସହ ଶବ୍ଦ ଯୋଡ଼ୁଥିବା ବ୍ୟକ୍ତି ଲେଖକ ହୋଇଯାଏ । କେତେକ ଲେଖକ ବ୍ୟକ୍ତିଗତ ପୀଡ଼ାର ପରିପ୍ରକାଶ କରନ୍ତି ମାତ୍ର ଯେଉଁମାନେ ସମଗ୍ର ବିଶ୍ୱର ପୀଡ଼ାର ପରିପ୍ରକାଶ କରନ୍ତି ସେମାନେ ମହାକବି ହୋଇଯାଆନ୍ତି । ଲେଖକ, ଅଭିନେତା ଓ ମଞ୍ଚ କଳାକାର ଅଖିଳେନ୍ଦ୍ର ମିଶ୍ର କହିଲେ, ସାହିତ୍ୟ ହେଉଛି ଋଗବେଦର ଅଂଶ । ବ୍ରହ୍ମାଣ୍ଡର ଉତ୍ପତି ହେଉଛି ସାହିତ୍ୟ । ପୁସ୍ତକ ପଠନ ଉପରେ ଗୁରୁତ୍ୱ ଦେଇ ଶ୍ରୀ ମିଶ୍ର କହିଲେ, ବହିକୁ ସ୍ପର୍ଶ କଲେ ଏକ ସ୍ୱତନ୍ତ୍ର ଅନୁଭବ ମିଳିଥାଏ । ସାହିତ୍ୟ ହେଉଛି ଜୀବନ । ସାହିତ୍ୟକୁ ପଢ଼ିବା ଦ୍ୱାରା ବିଭିନ୍ନ ବିଚାର ପ୍ରାପ୍ତ ହୋଇଥାଏ । କବିତା ପାଠ ଦ୍ୱାରା ଜୀବନର ଲୟ ପ୍ରାପ୍ତ ହୋଇଥାଏ । ଯେଉଁ ବ୍ୟକ୍ତି ସାହିତ୍ୟକୁ ଯେତେ ସମ୍ମାନ ଦିଏ ସେ ସେତେ ସମୃଦ୍ଧ ବୋଲି ଜଣାପଡ଼ିଥାଏ ବୋଲି ସେ କହିଥିଲେ । ଅନ୍ୟତମ ଅତିଥି ବିଶିଷ୍ଟ ଲେଖିକା, ସମ୍ପାଦିକା ଓ ବ୍ଲଗର୍‍ ନୀନା ବର୍ମା କହିଲେ, ସାହିତ୍ୟ ହିଁ ମନୁଷ୍ୟକୁ ସଭ୍ୟ କରିଥାଏ । ପ୍ରତ୍ୟେକ ମଣିଷ ତାଙ୍କ ଜୀବନରେ ସାହିତ୍ୟକ ଏକ ସ୍ୱତନ୍ତ୍ର ସ୍ଥାନ ଦେବା ଆବଶ୍ୟକ । ଡିଜିଟାଲ୍‍ ଏନ୍‍ଗେଜମେଣ୍ଟ ଛାପା ଗଣମାଧ୍ୟମର ବିକଳ୍ପ ହୋଇପାରିବ ନାହିଁ ବୋଲି ସେ କହିଥିଲେ । ବିଶିଷ୍ଟ ସାହିତ୍ୟିକା ବନଜ ଦେବୀ କହିଲେ, କାଦମ୍ବିନୀ ହେଉଛି ପତ୍ରିକା ଇତିହାସର ଏକ ଅନନ୍ୟ ଉଦାହରଣ । ଆତ୍ମୀୟତା ହେଉଛି ସବୁଠାରୁ ବଡ଼କଥା । କାଦମ୍ବିନୀରେ ଭରି ରହିଛି ଆତ୍ମୀୟତା । ପତ୍ରିକା ସାହିତ୍ୟକୁ ଚଳଚଞ୍ଚଳ ଓ ଗତିଶୀଳ କରିଥାଏ । ପତ୍ରିକା ଲେଖକ ତିଆରି କରେ ଓ ଲେଖକୁ ପରିଚୟ ପ୍ରଦାନ କରିଥାଏ ।

ଏହି ଅବସରରେ କାଦମ୍ବିନୀ ଓ କୁନିକଥାର ଜାନୁଆରୀ ସଂଖ୍ୟା ଉନ୍ମୋଚନ ହୋଇଥିଲା । ଚଳିତବର୍ଷ ‘ପରାଗ’ର ସମ୍ପାଦକ ବନମାଳୀ ସେନାପତି ଏବଂ ‘କାବ୍ୟଲୋକ’ର ସମ୍ପାଦକ ଭିକାରୀ ଧଳଙ୍କୁ ‘କାଦମ୍ବିନୀ ସମ୍ପାଦକ ସମ୍ମାନ-୨୦୨୫’ ଓ ବରିଷ୍ଠ ସାହିତ୍ୟିକ ରମେଶ ପ୍ରସାଦ ପାଣିଗ୍ରାହୀ, ଜୟକୃଷ୍ଣ ସାମଲ, ଶୈଳଜା କୁମାରୀ ଅପରାଜିତା ମହାନ୍ତି ଓ ପ୍ରଭାକର ଶତପଥୀଙ୍କୁ ‘କାଦମ୍ବିନୀ ସାହିତ୍ୟ ସମ୍ବର୍ଦ୍ଧନା-୨୦୨୫’ରେ ସମ୍ବର୍ଦ୍ଧିତ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ କିଟ୍‍, କିସ୍‍ ଓ କାଦମ୍ବିନୀ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ବିଶିଷ୍ଟ ସାହିତ୍ୟିକ କଇଳାଶ ପଟ୍ଟନାୟକ ସଭାପତିତ୍ୱ କରିଥିଲେ ଏବଂ କାଦମ୍ବିନୀ ସମ୍ପାଦିକା ଡ. ଇତିରାଣୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ‘ସେମାନେ ଓ ସେମାନଙ୍କ କବିତା’ ଶୀର୍ଷକରେ କବିତା ପାଠୋତ୍ସବ ଅନୁଷ୍ଠିତ ହେବା ସହ ଶିଶୁ କବିତା ପାଠୋତ୍ସବ ‘ଚୁଲବୁଲୀ, ଚୁଲ୍‍ବୁଲ୍‍ମାନଙ୍କ ସରସ ପଦ୍ୟ’ ଓ ‘ନୃତ୍ୟ, ଅଭିନୟର ଯୁଗଳବନ୍ଦୀ ଓ କୁନାକୁନିମାନେ’ ଅନୁଷ୍ଠିତ ହୋଇଥିଲା ।

Previous Post

କୃଷି ଓଡ଼ିଶା-୨୦୨୫ ଉଦ୍‌ଯାପିତ:ଦୀର୍ଘସ୍ଥାୟୀ କୃଷି ପ୍ରଣାଳୀର ପ୍ରୋତ୍ସାହନ ପାଇଁ ଅଙ୍ଗୀକାରବଦ୍ଧ: ଉପମୁଖ୍ୟମନ୍ତ୍ରୀ

Next Post

ଆଦିବାସୀ ମେଳା ଉଦଘାଟିତ: ଶହୀଦ ମାଧୋ ସିଂହ ହାତଖର୍ଚ୍ଚ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

FNN WEB

FNN WEB

Next Post
ଆଦିବାସୀ ମେଳା ଉଦଘାଟିତ: ଶହୀଦ ମାଧୋ ସିଂହ ହାତଖର୍ଚ୍ଚ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଆଦିବାସୀ ମେଳା ଉଦଘାଟିତ: ଶହୀଦ ମାଧୋ ସିଂହ ହାତଖର୍ଚ୍ଚ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
୧୪ରେ ଭାରତ ପ୍ରତିଭା ସମ୍ମାନ ଓ ଭାରତ ମସଲା ପ୍ରତିଷ୍ଠା ଦିବସ

୧୪ରେ ଭାରତ ପ୍ରତିଭା ସମ୍ମାନ ଓ ଭାରତ ମସଲା ପ୍ରତିଷ୍ଠା ଦିବସ

September 11, 2026
ଇଂରାଜୀ ଦୈନିକ ‘ନ୍ୟାସନାଲ ବିକନ୍’ ଲୋକାର୍ପିତ

ଇଂରାଜୀ ଦୈନିକ ‘ନ୍ୟାସନାଲ ବିକନ୍’ ଲୋକାର୍ପିତ

September 4, 2026
ନେପାଳରେ ମୃତ୍ୟୁର ମହାତାଣ୍ଡବ, ୫ଶହ ଟପିଲା ମୃତ୍ୟୁସଂଖ୍ୟା

ନେପାଳରେ ମୃତ୍ୟୁର ମହାତାଣ୍ଡବ, ୫ଶହ ଟପିଲା ମୃତ୍ୟୁସଂଖ୍ୟା

August 28, 2026
ଆମେରିକା ଠାରୁ ଜାଭେଲିନ୍ ଆଣ୍ଟି-ଟ୍ୟାଙ୍କ ମିସାଇଲ୍ କିଣିବ ଭାରତ: ୟୁଏସ କହିଲା ଭାରତୀୟ ସେନାକୁ ଆମେ ସମର୍ଥନ କରୁ

ଆମେରିକା ଠାରୁ ଜାଭେଲିନ୍ ଆଣ୍ଟି-ଟ୍ୟାଙ୍କ ମିସାଇଲ୍ କିଣିବ ଭାରତ: ୟୁଏସ କହିଲା ଭାରତୀୟ ସେନାକୁ ଆମେ ସମର୍ଥନ କରୁ

August 28, 2026

Recent News

୧୪ରେ ଭାରତ ପ୍ରତିଭା ସମ୍ମାନ ଓ ଭାରତ ମସଲା ପ୍ରତିଷ୍ଠା ଦିବସ

୧୪ରେ ଭାରତ ପ୍ରତିଭା ସମ୍ମାନ ଓ ଭାରତ ମସଲା ପ୍ରତିଷ୍ଠା ଦିବସ

September 11, 2026
ଇଂରାଜୀ ଦୈନିକ ‘ନ୍ୟାସନାଲ ବିକନ୍’ ଲୋକାର୍ପିତ

ଇଂରାଜୀ ଦୈନିକ ‘ନ୍ୟାସନାଲ ବିକନ୍’ ଲୋକାର୍ପିତ

September 4, 2026
ନେପାଳରେ ମୃତ୍ୟୁର ମହାତାଣ୍ଡବ, ୫ଶହ ଟପିଲା ମୃତ୍ୟୁସଂଖ୍ୟା

ନେପାଳରେ ମୃତ୍ୟୁର ମହାତାଣ୍ଡବ, ୫ଶହ ଟପିଲା ମୃତ୍ୟୁସଂଖ୍ୟା

August 28, 2026
ଆମେରିକା ଠାରୁ ଜାଭେଲିନ୍ ଆଣ୍ଟି-ଟ୍ୟାଙ୍କ ମିସାଇଲ୍ କିଣିବ ଭାରତ: ୟୁଏସ କହିଲା ଭାରତୀୟ ସେନାକୁ ଆମେ ସମର୍ଥନ କରୁ

ଆମେରିକା ଠାରୁ ଜାଭେଲିନ୍ ଆଣ୍ଟି-ଟ୍ୟାଙ୍କ ମିସାଇଲ୍ କିଣିବ ଭାରତ: ୟୁଏସ କହିଲା ଭାରତୀୟ ସେନାକୁ ଆମେ ସମର୍ଥନ କରୁ

August 28, 2026
Fast News Network

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ପାଣିପାଗ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

୧୪ରେ ଭାରତ ପ୍ରତିଭା ସମ୍ମାନ ଓ ଭାରତ ମସଲା ପ୍ରତିଷ୍ଠା ଦିବସ

୧୪ରେ ଭାରତ ପ୍ରତିଭା ସମ୍ମାନ ଓ ଭାରତ ମସଲା ପ୍ରତିଷ୍ଠା ଦିବସ

September 11, 2026
ଇଂରାଜୀ ଦୈନିକ ‘ନ୍ୟାସନାଲ ବିକନ୍’ ଲୋକାର୍ପିତ

ଇଂରାଜୀ ଦୈନିକ ‘ନ୍ୟାସନାଲ ବିକନ୍’ ଲୋକାର୍ପିତ

September 4, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.