• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ଆଦିବାସୀ ମେଳା ଉଦଘାଟିତ: ଶହୀଦ ମାଧୋ ସିଂହ ହାତଖର୍ଚ୍ଚ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

FNN WEB by FNN WEB
January 5, 2025
in ଓଡ଼ିଶା, ମୁଖ୍ୟ ଖବର
0
ଆଦିବାସୀ ମେଳା ଉଦଘାଟିତ: ଶହୀଦ ମାଧୋ ସିଂହ ହାତଖର୍ଚ୍ଚ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
0
SHARES
1
VIEWS

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ସ୍ଥାନୀୟ ପ୍ରଦର୍ଶନୀ ପଡିଆରେ ବହୁ ପ୍ରସିଦ୍ଧ ବାର୍ଷିକ ଆଦିବାସୀ ମେଳାର ଉଦଘାଟନ କରିଛନ୍ତି । ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମ ଉପଲକ୍ଷେ ଏହି ମେଳାକୁ ଚଳିତ ବର୍ଷ ଆଗୁଆ କରାଯାଇ ଜାନୁଆରୀ 5 ରୁ ଜାନୁଆରୀ 15 ପର୍ଯ୍ୟନ୍ତ ଆୟୋଜନ କରାଯାଉଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଭୁବନେଶ୍ୱରକୁ ଆସୁଥିବା ତଥା ଭୁବନେଶ୍ୱର ବାସୀଙ୍କ ପାଇଁ ଏହି ମେଳା ଏକ ଅବିଛେଦ୍ୟ ଅଙ୍ଗ ହୋଇଯାଇଛି । ଏ ବର୍ଷ ପ୍ରବାସୀ ଭାରତୀୟ ମାନେ ଭୁବନେଶ୍ୱର ଆସିବେ ଏବଂ ଆଦିବାସୀ ସଂସ୍କୃତିର ସୁନ୍ଦରତା ଦେଖିବେ, ଜାଣିବେ ଓ ଅନୁଭବ କରିବେ । ଓଡିଶାର ସବୁ ଆଦିବାସୀ ମାନଙ୍କର ଏହି ମହାପର୍ବ ଏଥର ନିଶ୍ଚିତ ଭାବରେ ବିଶ୍ୱ ମଞ୍ଚରେ ପ୍ରସିଦ୍ଧି ଅର୍ଜନ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶହୀଦ ମାଧୋ ସିଂହ ହାତଖର୍ଚ୍ଚ ଯୋଜନାର ଶୁଭାରମ୍ଭ କରି କହିଛନ୍ତି ଯେ, ଏହା ଦ୍ୱାରା ଆଦିବାସୀ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଶିକ୍ଷା ପ୍ରତି ଆଗ୍ରହ ବଢିବା ସହିତ ଡ୍ରପ ଆଉଟ୍ ହାର ମଧ୍ୟ କମିବାରେ ଏହା ସହାୟକ ହେବ । ଯେଉଁ ଜନଜାତି ବର୍ଗର ଛାତ୍ରଛାତ୍ରୀ ମାନେ ଅଷ୍ଟମ ଶ୍ରେଣୀରୁ ଉତ୍ତୀର୍ଣ୍ଣ ହୋଇ ନବମ, ଏବଂ ଦଶମ ଶ୍ରେଣୀରୁ ଉତ୍ତୀର୍ଣ୍ଣ ହୋଇ ଏକାଦଶ ଶ୍ରେଣୀରେ ନାମ ଲେଖାଇବେ, ସେମାନଙ୍କ ପାଇଁ ଏକ ପ୍ରୋତ୍ସାହନ ରାଶି ଭାବରେ ଏକାକାଳୀନ ବାର୍ଷିକ ୫୦୦୦ ଟଙ୍କା ପ୍ରଦାନ କରାଯିବ ।

ସମ୍ପୃକ୍ତ ଶ୍ରେଣୀରେ ନାମ ପଞ୍ଜୀକରଣ ହେବା ପରେ ନିୟମିତ କକ୍ଷରେ ଶିକ୍ଷା ଗ୍ରହଣ କରୁଥିବା ଛାତ୍ରଛାତ୍ରୀମାନେ ଏହି ଯୋଜନା ଦ୍ୱାରା ଉପକୃତ ହେବେ । ଆଜି 1.6 ଲକ୍ଷ ଛାତ୍ରଛାତ୍ରୀ ଏହି ପ୍ରୋତ୍ସାହନ ରାଶି ପାଇଲେ, ସମୁଦାୟ 2 ଲକ୍ଷରୁ ଅଧିକ ଜନଜାତି ଛାତ୍ରଛାତ୍ରୀ ଏଥିରେ ଉପକୃତ ହେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସ୍ୱାଧୀନତା ସଂଗ୍ରାମରେ ଆଦିବାସୀ ମାନଙ୍କ ତ୍ୟାଗ ଓ ବଳିଦାନ ଅତୁଳନୀୟ । ଭଗବାନ ବିର୍ସା ମୁଣ୍ଡା ଓ ଶହୀଦ ମଧୋ ସିଂହଙ୍କ ସଂଘର୍ଷ ଉପରେ ମୁଖ୍ୟମନ୍ତ୍ରୀ ଆଲୋକପାତ କରିଥିଲେ । ଶହୀଦ ମାଧୋ ସିଂହଙ୍କ ସଂଘର୍ଷର କାହାଣୀ ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ କହିଲେ ଯେ, ଶହୀଦ ମାଧୋ ସିଂହ ଥିଲେ ବରଗଡ ଜିଲ୍ଲା ଘେଂସ ଅଞ୍ଚଳର ଜନଜାତି ବର୍ଗର ଜମିଦାର । ସେ ଥିଲେ ବୀର ସୁରେନ୍ଦ୍ର ସାଏଙ୍କ ଘନିଷ୍ଠ ସହଯୋଗୀ । ବ୍ରିଟିଶ ସରକାରଙ୍କ ଅତ୍ୟାଚାରକୁ ବିରୋଧ କରି ସେ ବିଦ୍ରୋହ ଘୋଷଣା କରିଥିଲେ । ୧୮୫୭ ମସିହାରେ ସେ ସମ୍ବଲପୁର ନିକଟସ୍ଥ ସଂଗଡା ଘାଟିରେ ଅନେକ ବ୍ରିଟିଶ ସୈନ୍ୟକୁ ହତ୍ୟା କରିଥିଲେ। ମାଧୋ ସିଂହ ବ୍ରିଟିଶ କ୍ୟାପ୍ଟେନ ସେକ୍‌ସ୍ପିଅରଙ୍କୁ ମଧ୍ୟ ହତ୍ୟା କରିଥିଲେ ଏବଂ କ୍ୟାପ୍ଟେନ ଉଡ୍‌ବ୍ରିଜ୍ ମଧ୍ୟ ସେହି ଯୁଦ୍ଧରେ ପ୍ରାଣତ୍ୟାଗ କରିଥିଲେ । ତେବେ ବହୁ ଦିନ ଯୁଦ୍ଧ କରିବା ପରେ ସେ ଶେଷରେ ବ୍ରିଟିଶ ସୈନ୍ୟଙ୍କ ଦ୍ୱାରା ଧରା ପଡିଥିଲେ । ୧୮୫୮ ଡିସେମ୍ବର ୩୧ରେ ତାଙ୍କୁ ଫାସୀ ଦିଆଯାଇଥିଲେ । ଏହା ପରେ ମଧ୍ୟ ତାଙ୍କର ଚାରି ପୁଅ- ହଟେ ସିଂହ, କୁଞ୍ଜଲ୍ ସିଂହ, ବୈରୀ ସିଂହ ଓ ଐରୀ ସିଂହ ଇଂରେଜ ମାନଙ୍କ ସହ ସଂଗ୍ରାମ କରି ଶହୀଦ ହୋଇ ସ୍ୱାଧୀନତା ଆନ୍ଦୋଳନରେ ଓଡିଶାକୁ ଧନ୍ୟ କରିଯାଇଛନ୍ତି।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡିଶାର ପ୍ରାୟ ଏକ ଚତୁର୍ଥାଂଶ ଜନସଂଖ୍ୟା ହେଉଛନ୍ତି ଜନଜାତି । ଏତେ ସଂଖ୍ୟକ ଲୋକଙ୍କର ବିକାଶ ନ ହେଲେ, ରାଜ୍ୟର ଉନ୍ନତି ଅସମ୍ଭବ ବୋଲି ପ୍ରକାଶ କରି ସେ କହିଥିଲେ ଯେ, କ୍ଷୋଭର ବିଷୟ ହେଉଛି, ସ୍ଵାଧୀନତାର ୭୫ ବର୍ଷ ବିତିଗଲେ ସୁଦ୍ଧା ଆଜି ପ୍ରତିଟି ସାମାଜିକ ତଥା ଅର୍ଥନୈତିକ ସୂଚକାଙ୍କରେ ଜନଜାତି ଅନେକ ପଛରେ ପଡିଛନ୍ତି । ଶିକ୍ଷା, ସ୍ୱାସ୍ଥ୍ୟ, ଆୟ, ଜୀବନ ଜୀବିକା ଇତ୍ୟାଦି କ୍ଷେତ୍ରରେ ଓଡିଶାର ଆଦିବାସୀମାନେ ବହୁତ ପଛୁଆ ବୋଲି ମୁଖ୍ୟମନ୍ତ୍ରୀ ମତ ଦେଇଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ନିଜ ଅନୁଭବରୁ ମୁଁ ଆଦିବାସୀ ମାନଙ୍କ ଦାରିଦ୍ର୍ୟ ବିଷୟରେ ଜାଣିଛି । ଏଥିପାଇଁ ‘ଗରିବ ପର୍ଯ୍ୟଟନ’ର ଆବଶ୍ୟକତା ନାହିଁ । ଏଥିପାଇଁ ମୁଁ ପ୍ରଥମ ଦିନରୁ ହିଁ କାର୍ଯ୍ୟ ଖସଡା ପ୍ରସ୍ତୁତ କରିଛି । ମାଧୋ ସିଂହ ହାତଖର୍ଚ୍ଚ ଯୋଜନା ଏହାର ପ୍ରଥମ ପ୍ରତିଫଳନ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଆଦିବାସୀ ମାନଙ୍କ ସ୍ୱାର୍ଥକୁ ସରକାର କେବେ ଜଳାଞ୍ଜଳି ଦେବେ ନାହିଁ ବୋଲି ଘୋଷଣା କରି ମୁଖ୍ୟମନ୍ତ୍ରୀ କହିଥିଲେ, ଏହାର ପ୍ରମାଣ ହେଉଛି, ଯେପରି ଚଞ୍ଚକତା କରି ଆଦିବାସୀଙ୍କ ଜମିକୁ ଅଣଆଦିବାସୀଙ୍କୁ ଟେକିଦେବା ପାଇଁ କୁତ୍ସିତ ଯୋଜନା ଗତ ସରକାର କରିଥିଲେ, ତାକୁ ମୁଁ ନାକଚ କରିଦେଇଛି। ଆପଣ ବସବାସ କରୁଥିବା ଜମି, ଜଙ୍ଗଲ ଏବଂ ଜଳକୁ ସୁରକ୍ଷା ଦେବା ଦାୟିତ୍ଵ ମୋହନ ସରକାରର। ଆପଣମାନେ, ଏଥିପ୍ରତି ନିଶ୍ଚିତ ହୁଅନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ନିର୍ଭର ପ୍ରତିଶ୍ରୁତି ଦେଇଥିଲେ ।

ସେ କହିଥିଲେ ଯେ, ରାଜ୍ୟରେ ଜନଜାତି ମାନେ ବିଶେଷତଃ ଦକ୍ଷିଣ ଏବଂ ଉତ୍ତର ଓଡିଶାରେ ପ୍ରାୟ ବସବାସ କରନ୍ତି। ତେଣୁ ଆଞ୍ଚଳିକ ବୈଷମ୍ୟବାଦକୁ ଦୂର କରି ଏକ ସନ୍ତୁଳିତ ବିକାଶ ପାଇଁ ଦକ୍ଷିଣ ଓଡିଶା ବିକାଶ ପରିଷଦ ଏବଂ ଉତ୍ତର ଓଡିଶା ବିକାଶ ପରିଷଦ ଗଠନ କରିବାକୁ ସରକାର ନିର୍ଦ୍ଦେଶ ଦେଇ ସାରିଛନ୍ତି । ଏହା ଅତିଶୀଘ୍ର କାର୍ଯ୍ୟକାରୀ ହେବାକୁ ଯାଉଛି। ଆଗାମୀ ଦିନରେ ନିଜ ନିଜ ଅଞ୍ଚଳର ବିକାଶ ପାଇଁ ଆପଣମାନେ ନିଜ ନିଜ ସ୍ତରରେ ନିର୍ଣ୍ଣୟ ନେଇ ପାରିବେ। ଶିକ୍ଷା ଓ ସଂସ୍କୃତି ହେଉଛି ଗୋଟିଏ ଜାତିର ମୂଳଦୁଆ ବୋଲି ମତ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ, ଶିକ୍ଷା ଆମକୁ ପ୍ରଗତି ଆଡକୁ ଟାଣିନିଏ ଏବଂ ସଂସ୍କୃତି ଆମକୁ ଆମ ପରମ୍ପରା ସହ ଯୋଡି ରଖେ । ଏହି ଉଭୟର ସମ୍ମିଶ୍ରଣରେ ଦେଶର ସ୍ଵର୍ଣ୍ଣିମ ଇତିହାସ ଲେଖାଯାଏ । ଆଜି ଏହି ରାଜ୍ୟସ୍ତରୀୟ ଆଦିବାସୀ ମେଳାରେ ସେହି ସଂସ୍କୃତି ଓ ଶିକ୍ଷାର ଏକ ଅପୂର୍ବ ମିଳନ ହେଉଛି କହିଲେ ଅତ୍ୟୁକ୍ତି ହେବ ନାହିଁ ବୋଲି ସେ କହିଥିଲେ ।

ଆଦିବାସୀ କଳା ଓ ସଂସ୍କୃତିର ପ୍ରଶଂସାକରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆଜିର ଆଧୁନିକତା ମଧ୍ୟରେ ଆପଣମାନେ ଏହି ସଂସ୍କୃତି ଓ ପରମ୍ପରାକୁ ବଞ୍ଚେଇ ରଖି ବିଶ୍ଵ ଦରବାରରେ ଏହାକୁ ଆଦୃତ କରାଇଛନ୍ତି। ଏଥିପାଇଁ ଆଦିବାସୀ ମାନେ ଧନ୍ୟବାଦର ପାତ୍ର ବୋଲି ସେ କହିଥିଲେ । ଆଦିବାସୀ ମାନଙ୍କ ଐତିହାସିକ ବୀର, ବୀରାଙ୍ଗନା ମାନଙ୍କୁ ପ୍ରଧାନମନ୍ତ୍ରୀ ଇତିହାସର ହଜିଲା ପୃଷ୍ଠାରୁ ଆଣି ସେମାନଙ୍କ ଉଜ୍ଜ୍ୱଳ ଛବିକୁ ପୁଣି ଲୋକଙ୍କ ସାମ୍ନାକୁ ଆଣିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀକୁ ଜନଜାତୀୟ ଗୌରବ ଦିବସ ରୂପେ ପାଳନ କରିବା ଏହାର ଏକ ପ୍ରକୃଷ୍ଟ ଉଦାହରଣ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ସୂଚନାଯୋଗ୍ୟ ଚଳିତ ବର୍ଷ ଏହି ମେଳାରେ ୨୦ ଗୋଟି ଆଦିବାସୀ କୁଡ଼ିଆ, ବିକ୍ରିବଟା ପାଇଁ ୧୪୭ ଟି ଷ୍ଟଲ୍, ୧୫ଟି ଲାଇଭ୍ ଡେମନଷ୍ଟ୍ରେସନ୍ ପାଇଁ ସ୍ଥାନ ଥିବା ବେଳେ ଫୁଡ୍ କୋର୍ଟ, କଳା ଓ ହସ୍ତଶିଳ୍ପ ଷ୍ଟଲ୍, ଭଗବାନ ବିର୍ସା ମୁଣ୍ଡା ପାଭିଲିୟନ୍ କୁ ସ୍ଥାନ ଦିଆଯାଇଛି । ଏଥିସହିତ ଭଗବାନ ବିର୍ସା ମୁଣ୍ଡା ପାଭିଲିୟନ୍ ର ୫ଟି ଗ୍ୟାଲେରୀରେ ବିର୍ସାମୁଣ୍ଡାଙ୍କ ଜୀବନୀ, ରାଜ୍ୟ ତଥା ଦେଶର ସ୍ୱାଧୀନତା ସଂଗ୍ରାମୀଙ୍କ ଅବଦାନ ସମ୍ପର୍କିତ ଗ୍ୟାଲେରୀ, ଚିତ୍ରାଙ୍କନ ପ୍ରଦର୍ଶନୀ, ମିନି ଥିଏଟର୍ ଓ ଫଟୋଚିତ୍ର ପ୍ରଦର୍ଶନୀର ଆୟୋଜନ କରାଯାଉଛି । ଭଗବାନ ବିର୍ସା ମୁଣ୍ଡାଙ୍କ ଜୀବନୀ ଆଧାରିତ ଲେଜର୍ ଶୋ, ଓଡ଼ିଶାର ଜନଜାତି ସମ୍ପ୍ରଦାୟଭିତ୍ତିକ ଡ୍ରୋନ୍ ଶୋ, ଓଡ଼ିଶାର ଜନଜାତି ସ୍ୱାଧୀନତା ସଂଗ୍ରାମୀଙ୍କ ଉପରେ ପର୍ଯ୍ୟବେଶିତ ଲାଇଟ୍ ଆଣ୍ଡ ସାଉଣ୍ଡ ଶୋ, ଫ୍ୟାସନ୍ ଶୋ ଏବଂ ‘ଫାୟର୍ ୱାର୍କ ଶୋ’ ର ମଧ୍ୟ ଆୟୋଜନ କରାଯାଉଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶହୀଦ ମାଧୋ ସିଂହଙ୍କ ଅଣନାତି ଶ୍ରୀ ଲୋକଶ୍ୱର ସିଂହ ବରିହାଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।

ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ, ବିଦ୍ୟାଳୟ ଓ ଗଣଶିକ୍ଷା ଏବଂ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତି କରଣ ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଲେ ଯେ, ଚଳିତ ବର୍ଷର ଆଦିବାସୀ ମେଳା ନିଆରା । ଏହି ମେଳାରେ ଓଡିଶାର କୋଣ ଅନୁକୋଣରୁ ଜନଜାତି ସମୁଦାୟ ନିଜ ନିଜ ସାମଗ୍ରିର ବିକ୍ରି ପାଇଁ ସୁଯୋଗ ପାଇଛନ୍ତି । ଜନଜାତି ସମ୍ପ୍ରଦାୟଙ୍କୁ ଉପଯୁକ୍ତ ମଞ୍ଚ ପ୍ରଦାନ କରିଛି ଏହି ଆଦିବାସୀ ମେଳା । ଏହି ମେଳାର ଆୟୋଜନ ଜନଜାତି ସାମଗ୍ରିକୁ ଅନ୍ତର୍ଜାତିୟ ବଜାର ପ୍ରଦାନ କରିବ । ଆଦିବାସୀ ସମ୍ପ୍ରଦାୟଙ୍କ ମଧ୍ୟରେ ଶିକ୍ଷାର ବିକାଶ ଘଟିଲେ ସେମାନଙ୍କର ଉନ୍ନତି ହେବ । ଆଦିବାସୀ ଛାତ୍ରଛାତ୍ରୀଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ଶହୀଦ ମାଧୋ ସିଂହ ହାତ ଖର୍ଚ୍ଚ ଯୋଜନା ଆରମ୍ଭ କରାଯାଇଛି । ଏହି ଯୋଜନା ରାଜ୍ୟରେ ଜନଜାତି ସମ୍ପ୍ରଦାୟଙ୍କ ମଧ୍ୟରେ ଡ୍ରପ ଆଉଟ୍ ହାରକୁ କମାଇବ ଏବଂ ସେମାନଙ୍କୁ ଉଚ୍ଚଶିକ୍ଷା ପାଇଁ ପ୍ରୋତ୍ସାହିତ କରିବାରେ ସହାୟକ ହେବ । ଭୁବନେଶ୍ୱର ସାଂସଦ ଶ୍ରୀମତୀ ଅପରାଜିତା ଷଡଙ୍ଗୀ, ଏକାମ୍ର-ଭୁବନେଶ୍ୱର ବିଧାୟକ ଶ୍ରୀ ବାବୁ ସିଂହ ପ୍ରମୁଖ ନିଜର ଅଭିଭାଷଣ ରଖିଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ 9 ଜଣଙ୍କୁ ଆଦିବାସୀ ପ୍ରତିଭା ସମ୍ମାନ ଓ 10 ଜଣ ଜନଜାତି କୃଷକଙ୍କୁ ସମ୍ମାନିତ କରିଥିଲେ । ଆଦିବାସୀ ଭାଷା ଓ ସଂସ୍କୃତି ଏକାଡେମୀ ଦ୍ୱାରା ପ୍ରକାଶିତ ଜର୍ଣ୍ଣାଲ୍ ‘ବନଜା-2025’ ର ସଂସ୍କରଣ ଉନ୍ମୋଚନ କରିଥିଲେ । ମେଳା ମଧ୍ୟରେ ବିଭିନ୍ନ ଜନଜାତି ସମ୍ପ୍ରଦାୟଙ୍କ ରିତିନୀତି ଓ ଚଳଣି ସମ୍ପର୍କିତ ପ୍ରଦର୍ଶନୀରେ ନିର୍ମିତ କୁଡିଆ ମୁଖ୍ୟମନ୍ତ୍ରୀ ବୁଲି ଦେଖିବା ସହ ମେଳା ପରିସରରେ ଭଗବାନ ବିର୍ସା ମୁଣ୍ଡା ପାଭିଲିୟନ ଓ ଫୁଡକୋର୍ଟ ଉଦଘାଟନ କରିଥିଲେ। ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀଯୁକ୍ତ ସଞ୍ଜୀବ କୁମାର ମିଶ୍ର ସ୍ୱାଗତ ଭାଷଣ ଦେଇଥିଲେ ଏବଂ ନିର୍ଦ୍ଦେଶକ
ଡକ୍ଟର ପୋମା ଟୁଡୁ ଧନ୍ୟବାଦ ଅର୍ପଣ କରିଥିଲେ ।

Previous Post

‘କାଦମ୍ବିନୀ ସାହିତ୍ୟ ମହୋତ୍ସବ’ ଓ ‘କାଦମ୍ବିନୀ ପତ୍ରିକାହାଟ’ ଅନୁଷ୍ଠିତ

Next Post

ଖୋର୍ଦ୍ଧା ଅହମଦୀୟା ମୁସଲିମ ମହିଳାମାନଙ୍କର ଅସହାୟଙ୍କୁ ସାହାଯ୍ୟ

FNN WEB

FNN WEB

Next Post
ଖୋର୍ଦ୍ଧା ଅହମଦୀୟା ମୁସଲିମ ମହିଳାମାନଙ୍କର ଅସହାୟଙ୍କୁ ସାହାଯ୍ୟ

ଖୋର୍ଦ୍ଧା ଅହମଦୀୟା ମୁସଲିମ ମହିଳାମାନଙ୍କର ଅସହାୟଙ୍କୁ ସାହାଯ୍ୟ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

June 17, 2026
ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

June 17, 2026
ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

June 17, 2026
ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

June 17, 2026

Recent News

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

June 17, 2026
ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

June 17, 2026
ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

June 17, 2026
ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

June 17, 2026
Fast News Network

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

June 17, 2026
ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

June 17, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.