ପାରାଦୀପ: ପାରାଦୀପ ବଡପଡିଆ ଜୟଦେବ ଭବନରେ ଚାଲିଥିବା ଦୁଇଦିନିଆ ଜାତୀୟ ଯୁବ ଦିବସ କାର୍ଯ୍ୟକ୍ରମ ରବିବାର ରାତିରେ ଉଦଯାପିତ ହୋଇଛି।ସ୍ବାମୀ ବିବେକାନନ୍ଦ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ଶନିବାର ସକାଳେ ଉଦଘାଟନ ହୋଇଥିଲା।ଏହାକୁ ବନ୍ଦର ମୁଖ୍ୟ ଯନ୍ତ୍ରୀ ଶୁଶିଲ ଚନ୍ଦ୍ର ନାହାକ ଉଦଘାଟନ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ଯୋଗଗୁରୁ ତାପସରଞ୍ଜନ ପତି, ମନୋଜ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।ଦିନତମାମ ସ୍କୁଲ ଛାତ୍ରୀଛାତ୍ରଙ୍କୁ ନେଇ ବକ୍ତୃତା, ପ୍ରବନ୍ଧ, ଚିତ୍ରାଙ୍କନ, ଯୋଗ, ନୃତ୍ୟ, ସଙ୍ଗୀତ, ଫ୍ୟାନ୍ସି ପୋଷାକ ପ୍ରତିଯୋଗିତା ଆଦି କରାଯାଇଥିଲା।ଉଦଯାପନୀ ସଭାରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ତଥା ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ବାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।ଅନ୍ୟମାନଙ୍କ ମଧ୍ୟରେ ଏମପି ବିଭୁପ୍ରସାଦ ତରାଇ, ପୂର୍ବତନ ଟ୍ରଷ୍ଟି ପ୍ରତାପ ମିଶ୍ର, ଭୂବନମୋହନ ଜେନା, କାଉନସିଲର ପ୍ରତାପ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।ସ୍ବାମୀ ବିବେକାନନ୍ଦ ଭାରତର ସାଂସ୍କୃତିକ ପରିଚୟକୁ ବିଶ୍ବ ଦରବାରରେ ପ୍ରତିଷ୍ଠିତ କରିଥିଲେ।ତାଙ୍କର ଜୀବନାଦର୍ଶ ସମସ୍ତ ମାନବ ସମାଜ ପାଇଁ ଆଜି ପ୍ରେରଣା ଦେଇଆସୁଛି।ତାଙ୍କ ବାର୍ତ୍ତା ବିଶ୍ବବନ୍ଦିତ ବୋଲି ବୋଲି ମନ୍ତ୍ରୀ ସମ୍ପଦ କହିଥିଲେ।ଶେଷରେ କୃତି ପ୍ରତିଯୋଗୀଙ୍କୁ ମୁଖ୍ୟ ଅତିଥି ଜରିଆରେ ପୁରସ୍କୃତ କରାଯାଇଥିଲା।














