ପାରାଦୀପ: ସ୍ଥାନୀୟ ବଡପଡିଆ ଗଲ୍ଫ ପଡିଆରେ ବୁଧବାର ଜିଲ୍ଲା ମେକାନିକ୍ ମହାସଂଘ ପକ୍ଷରୁ ସମ୍ମିଳନୀ ଓ କର୍ମକର୍ତ୍ତା ଚୟନ କରାଯାଇଛି।ଏଥିରେ ଜିଲ୍ଲାର ୨୦୦ ରୁ ଅଧିକ ମେକାନିକ୍ ଯୋଗ ଦେଇଥିଲେ।ଏଥିରେ ମେକାନିକ୍ ମାନଙ୍କର ସୁରକ୍ଷା ନିରାପତ୍ତା, ଓ ପରିବାର କଲ୍ୟାଣ ଉପରେ ଆଲୋଚନା କରାଯାଇଥିଲା।ସଂଘ କର୍ମକର୍ତ୍ତା ହେଲେ ସଭାପତି ସୁରେନ୍ଦ୍ର ମହନ୍ତ, ଉପସଭାପତି ଅକ୍ଷୟ କୁମାର ସାହୁ, ଗିରୀଧାରି ସାହୁ, ଓ ପ୍ରତାପ ବେହେରା।ସମ୍ପାଦକ ଭୂପତ ସଏ,ସହ ସମ୍ପାଦକ ଜ୍ଞାନରଞ୍ଜନ ଓଝା, କୋଷାଧ୍ୟକ୍ଷ ରବିନାରାୟଣ ଜେନା ଓ ୧୫ ଜଣିଆ କାର୍ଯ୍ୟକାରୀ କମିଟି।ଏହି ଜିଲ୍ଲା ସଂଘ ପରେ ରାଜ୍ୟ ସଂଘ ଆସନ୍ତା ମାସରେ ହେବ।ଏଥିରେ ମେକାନିକ୍ ଓ ସେମାନଙ୍କ ପରିବାର ପାଇଁ ଅନେକ ଖସଡ଼ା କରାଯାଇଛି।କାରଣ କାମ ସମୟରେ ଅନେକ ମେକାନିକ୍ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି।ସେମାନଙ୍କ ପରିବାର ଲୋକଙ୍କ ପାଇଁ ସହାୟତା କଲ୍ୟାଣ ପାଣ୍ଠି ଠାରୁ ଆରମ୍ଭ କରି ପିଲାଙ୍କ ପାଠପଢା ଖର୍ଚ୍ଚ ପର୍ଯ୍ୟନ୍ତ କରାଯିବ ବୋଲି ସଭାପତି ମହନ୍ତ କହିଥିଲେ।