ପାରାଦୀପ: ଓଡିଶା କୋଷ୍ଟଗାର୍ଡ ମୁଖ୍ୟାଳୟ ୭ ପାରାଦୀପ ଠାରେ ଚାଲିଥିବା ଦୁଇ ଦିନିଆ ନିଶା ଓ ମାଦକ ଦ୍ରବ୍ୟ କାରବାର ନିୟନ୍ତ୍ରଣ ଶିବିର ବୁଧବାର ଅପରାହ୍ନରେ ଶେଷ ହୋଇଛି।ଏଥିରେ ଏନସିବି (ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ)ଡିଏଲଇଏ(ଡ୍ରଗ୍ସ ଲ ଏନଫୋର୍ସମେଣ୍ଟ ଏଜେନ୍ସି)ର ଶୁର୍ଷସ୍ତରୀୟ ଅଧିକାରୀ କର୍ମଚାରୀ ମାନେ ସାମିଲ ହୋଇଥିଲେ।ଭାରତ ସମୁଦ୍ର ସୀମା ମଧ୍ୟରେ ନିଶା ଓ ମାଦକ ଦ୍ରବ୍ୟ ଚୋରା ଚାଲାଣ ସମୟରେ ଏହି ମିଳିତ ଟିମ୍ କିପରି ନିୟନ୍ତ୍ରଣ କରିବେ ସେ ସମ୍ପର୍କିତ କୌଶଳ, ସୁରକ୍ଷା ଜ୍ଞାନ, ଆଇନ ଅନୁସାରେ ଅଭ୍ୟାସ, ତଲାସୀ, ଜବତ କୌଶଳ, ସମ୍ମିଳନ ଓ ସମନ୍ୱୟ ଉପରେ ପ୍ରଶିକ୍ଷଣ ଦିଆଯାଇଥିଲା।ପ୍ରଶିକ୍ଷଣ ଶେଷରେ କୋଷ୍ଟଗାର୍ଡ ଡିଆଇଜି ସଞ୍ଜୟ ନେଗୀ ଯୋଗ ଦେଇ ଏହି ଶିବିରକୁ ଧନ୍ୟବାଦ ଜଣାଇଥିଲେ।ସୁରକ୍ଷା ଅଧିକାରୀ ଅପରେସନ ସମୟରେ ସମନ୍ୱୟ ରଖିବା ପାଇଁ ସେ ପରାମର୍ଶ ଦେଇଥିଲେ।