ଭୁବନେଶ୍ୱର : ନାଲକୋର ସମସ୍ତ ଉତ୍ପାଦନ ୟୁନିଟ୍ ଏବଂ କର୍ପୋରେଟ୍ କାର୍ଯ୍ୟାଳୟ ରେ ୭୬ତମ ଗଣତନ୍ତ୍ର ଦିବସ ଦେଶଭକ୍ତି ଏବଂ ଉତ୍ସାହର ସହିତ ପାଳିତ ହୋଇଯାଇଛି। ଓଡ଼ିଶାର ଭୁବନେଶ୍ୱର ସ୍ଥିତ କର୍ପୋରେଟ୍ କାର୍ଯ୍ୟାଳୟରେ ସିଏମଡି ଶ୍ରୀ ବ୍ରିଜେନ୍ଦ୍ର ପ୍ରତାପ ସିଂହ, ପତାକା ଉତୋଳନ କରିଥିଲେ। ନିଜ ଅଭିଭାଷଣରେ, ଶ୍ରୀ ସିଂହ ଭାରତୀୟ ସମ୍ବିଧାନର ମୂଲ୍ୟବୋଧକୁ ବଜାୟ ରଖିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିବା ସହ ଦେଶର ନାଗରିକ ଭାବେ ରାଷ୍ଟ୍ର ନିର୍ମାଣରେ ସକ୍ରିୟ ଭାବରେ ଯୋଗଦାନ ଦେବାକୁ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ। ସେ ରାଷ୍ଟ୍ରର ଉଜ୍ଜ୍ୱଳ ଭବିଷ୍ୟତ ଗଠନରେ ଏକତା, ପ୍ରଗତି ଏବଂ ସାମୂହିକ ଦାୟିତ୍ୱର ଆବଶ୍ୟକତାକୁ ମଧ୍ୟ ଗୁରୁତ୍ୱାରୋପ କରିଥିଲେ। ଏହି ସମାରୋହ ଦେଶପ୍ରେମର ଭାବନା, କର୍ମଚାରୀ ଶସକ୍ତିକରଣ ଏବଂ ଜାତୀୟ ପ୍ରଗତି ପ୍ରତି ନାଲକୋ ସମୁଦାୟର ପ୍ରତିବଦ୍ଧତା ପ୍ରତିଫଳିତ ହୋଇଥିଲା ।














