• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଜାତୀୟ

‘ତାଙ୍କୁ ମୋ ପାଖକୁ ଆଣ’… ସିନ୍ଦେଙ୍କ ଶିବସେନାରେ ସାମିଲ ହୋଇଗଲେ ଆଦିତ୍ୟ ଠାକରେଙ୍କ ‘ରାଇଟ୍‌ ହ୍ୟାଣ୍ଡ’

FNN WEB by FNN WEB
June 30, 2026
in ଜାତୀୟ
0
‘ତାଙ୍କୁ ମୋ ପାଖକୁ ଆଣ’… ସିନ୍ଦେଙ୍କ ଶିବସେନାରେ ସାମିଲ ହୋଇଗଲେ ଆଦିତ୍ୟ ଠାକରେଙ୍କ ‘ରାଇଟ୍‌ ହ୍ୟାଣ୍ଡ’
0
SHARES
0
VIEWS

ମୁମ୍ବାଇ: ଶିବସେନା (UBT)ର ବରିଷ୍ଠ ନେତା ତଥା ବିଧାନ ପରିଷଦ ସଦସ୍ୟ ସଚିନ ଅହିର ଆନୁଷ୍ଠାନିକ ଭାବରେ ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ୱାଧୀନ ଶିବସେନାରେ ଯୋଗ ଦେଇଛନ୍ତି। ଦଳ ପରିବର୍ତ୍ତନର ମାତ୍ର କିଛି ସମୟ ମଧ୍ୟରେ ସେ ମହାରାଷ୍ଟ୍ର ବିଧାନ ପରିଷଦର ଉପାଧ୍ୟକ୍ଷ ପଦ ପାଇଁ ନିଜର ନାମାଙ୍କନ ପତ୍ର ମଧ୍ୟ ଦାଖଲ କରିଛନ୍ତି। ମହାରାଷ୍ଟ୍ର ରାଜନୀତିରେ ଏହି ପଦକ୍ଷେପକୁ ‘ଅପରେସନ୍ ଟାଇଗର-୩’ ବୋଲି କୁହାଯାଉଛି। ସିନ୍ଦେ ଗୋଷ୍ଠୀର ଦାବି ଅନୁଯାୟୀ, ଉଦ୍ଧବ ଠାକରେଙ୍କ ଶିବିରର ଆହୁରି ଅନେକ ବିଧାୟକ ଆଗାମୀ ଦିନରେ ଦଳ ଛାଡ଼ି ପାରନ୍ତି।

ସଚିନ ଅହିର କେବଳ ଶିବସେନା (UBT)ର ଜଣେ ବରିଷ୍ଠ ନେତା ନଥିଲେ, ବରଂ ମୁମ୍ବାଇର ବିଶେଷ କରି ‘ୱର୍ଲି’ ନିର୍ବାଚନ ମଣ୍ଡଳୀରେ ଆଦିତ୍ୟ ଠାକରେଙ୍କ ସବୁଠାରୁ ଭରସାଯୋଗ୍ୟ ଏବଂ ଦକ୍ଷ ସହଯୋଗୀ ଥିଲେ। ୨୦୧୯ ମସିହାରେ ଯେତେବେଳେ ଆଦିତ୍ୟ ଠାକରେ ନିଜର ପ୍ରଥମ ନିର୍ବାଚନ ଲଢ଼ିଥିଲେ, ସେତେବେଳେ ସଚିନ ଅହିରଙ୍କୁ ଶିବସେନାକୁ ଅଣାଯାଇଥିଲା ଏବଂ ୱର୍ଲିର ସମ୍ପୂର୍ଣ୍ଣ ଦାୟିତ୍ୱ ଦିଆଯାଇଥିଲା।

ଆଦିତ୍ୟଙ୍କର ସବୁଠାରୁ ନିକଟତର ବ୍ୟକ୍ତି ଏବେ ସିନ୍ଦେଙ୍କ ଗୋଷ୍ଠୀରେ ସାମିଲ ହୋଇଛନ୍ତି । ଏହି ଘଟଣା ଆଦିତ୍ୟ ଠାକରେଙ୍କ ରାଜନୈତିକ ପରିପକ୍ୱତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିବା ସହ ସଂଗଠନ ମଜଭୁତ ହେଉଥିବା ନେଇ ଉଦ୍ଧବ ଠାକରେଙ୍କ ଦାବିକୁ ମଧ୍ୟ ଝଟକା ଦେଇଛି। ନିଜର ଏହି ଅତ୍ୟନ୍ତ ନିକଟତର ନେତା ଦଳ ଛାଡ଼ିବା ପରେ ଆଦିତ୍ୟ ଠାକରେ ଗଭୀର ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ଦଳ ଅହିରଙ୍କୁ ସବୁ କିଛି ଦେଇଥିଲା, ତଥାପି ସେ ଦଳ ଛାଡ଼ିବା ତାଙ୍କର ଆଦର୍ଶହୀନତାକୁ ଦର୍ଶାଉଛି। ଜୀବନରେ କିଛି ନୀତି ଓ ଆଦର୍ଶ ରହିବା ଉଚିତ। ଯଦି ଦଳ ଆପଣଙ୍କୁ ସବୁ କିଛି ଦେଇଛି, ତେବେ କଠିନ ସମୟରେ ଆପଣଙ୍କୁ ମଧ୍ୟ ଦଳ ସହ ଠିଆ ହେବାକୁ ପଡ଼ିବ। ତାଙ୍କୁ ମୋ ପାଖକୁ ଆଣନ୍ତୁ, ମୁଁ ତାଙ୍କୁ ପଚାରିବି ଯେ, ଏମିତି କଣ ଥିଲା ଯାହା ଦଳ ତାଙ୍କୁ ଦେଇ ନଥିଲା।

ଅନ୍ୟପଟେ, ସଚିନ ଅହିରଙ୍କୁ ନିଜ ଦଳକୁ ସ୍ୱାଗତ କରି ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ତାଙ୍କୁ ରାଜନୀତିର “ତେନ୍ଦୁଲକର” ବୋଲି ଆଖ୍ୟା ଦେଇଛନ୍ତି । ସେ କହିଛନ୍ତି ଅହିର ଆସୁ ଆସୁ ଛକା ମାରିଛନ୍ତି। ସିନ୍ଦେ କହିଛନ୍ତି, ‘ସେ ହେଉଛନ୍ତି ଜଣେ ତୃଣମୂଳ ସ୍ତରର କର୍ମୀ ଏବଂ ଲୋକମାନେ ତାଙ୍କ ରାଜନୀତି କରିବାର ଶୈଳୀକୁ ଭଲ ପାଆନ୍ତି। ସେ ଆମର ଏମିତି ଜଣେ ଖେଳାଳି ଯିଏ ବ୍ୟାଟିଂ, ବୋଲିଂ ଏବଂ ଫିଲ୍ଡିଂ ସବୁ କିଛି କରିପାରିବେ।

Previous Post

ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ପାଇଁ ଜରୁରୀ ସୂଚନା ; CBSEର ନୂତନ ୩-ଭାଷା ନୀତି

Next Post

ସେନା ମଙ୍ଗ ଧରିଲେ ଜେନେରାଲ୍ ଧୀରଜ ସେଠ୍, ଜାଣନ୍ତୁ କିଏ ଏହି ଦକ୍ଷ ସାମରିକ ଅଫିସର

FNN WEB

FNN WEB

Next Post
ସେନା ମଙ୍ଗ ଧରିଲେ ଜେନେରାଲ୍ ଧୀରଜ ସେଠ୍, ଜାଣନ୍ତୁ କିଏ ଏହି ଦକ୍ଷ ସାମରିକ ଅଫିସର

ସେନା ମଙ୍ଗ ଧରିଲେ ଜେନେରାଲ୍ ଧୀରଜ ସେଠ୍, ଜାଣନ୍ତୁ କିଏ ଏହି ଦକ୍ଷ ସାମରିକ ଅଫିସର

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ରିଫାଇନେରିରେ ଅଗ୍ନିକାଣ୍ଡ, ୨୦ରୁ ଅଧିକ ଶ୍ରମିକ ଆହତ

ରିଫାଇନେରିରେ ଅଗ୍ନିକାଣ୍ଡ, ୨୦ରୁ ଅଧିକ ଶ୍ରମିକ ଆହତ

June 30, 2026
ରାମ ମନ୍ଦିର ଦାନ ଅର୍ଥ ବିବାଦ ତାତି , ପୂର୍ବତନ ମହାସଚିବ ଚମ୍ପତ ରାୟଙ୍କୁ ଏସଆଇଟିର ଜେରା

ରାମ ମନ୍ଦିର ଦାନ ଅର୍ଥ ବିବାଦ ତାତି , ପୂର୍ବତନ ମହାସଚିବ ଚମ୍ପତ ରାୟଙ୍କୁ ଏସଆଇଟିର ଜେରା

June 30, 2026
ସେନା ମଙ୍ଗ ଧରିଲେ ଜେନେରାଲ୍ ଧୀରଜ ସେଠ୍, ଜାଣନ୍ତୁ କିଏ ଏହି ଦକ୍ଷ ସାମରିକ ଅଫିସର

ସେନା ମଙ୍ଗ ଧରିଲେ ଜେନେରାଲ୍ ଧୀରଜ ସେଠ୍, ଜାଣନ୍ତୁ କିଏ ଏହି ଦକ୍ଷ ସାମରିକ ଅଫିସର

June 30, 2026
‘ତାଙ୍କୁ ମୋ ପାଖକୁ ଆଣ’… ସିନ୍ଦେଙ୍କ ଶିବସେନାରେ ସାମିଲ ହୋଇଗଲେ ଆଦିତ୍ୟ ଠାକରେଙ୍କ ‘ରାଇଟ୍‌ ହ୍ୟାଣ୍ଡ’

‘ତାଙ୍କୁ ମୋ ପାଖକୁ ଆଣ’… ସିନ୍ଦେଙ୍କ ଶିବସେନାରେ ସାମିଲ ହୋଇଗଲେ ଆଦିତ୍ୟ ଠାକରେଙ୍କ ‘ରାଇଟ୍‌ ହ୍ୟାଣ୍ଡ’

June 30, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ପାଣିପାଗ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ରିଫାଇନେରିରେ ଅଗ୍ନିକାଣ୍ଡ, ୨୦ରୁ ଅଧିକ ଶ୍ରମିକ ଆହତ

ରିଫାଇନେରିରେ ଅଗ୍ନିକାଣ୍ଡ, ୨୦ରୁ ଅଧିକ ଶ୍ରମିକ ଆହତ

June 30, 2026
ରାମ ମନ୍ଦିର ଦାନ ଅର୍ଥ ବିବାଦ ତାତି , ପୂର୍ବତନ ମହାସଚିବ ଚମ୍ପତ ରାୟଙ୍କୁ ଏସଆଇଟିର ଜେରା

ରାମ ମନ୍ଦିର ଦାନ ଅର୍ଥ ବିବାଦ ତାତି , ପୂର୍ବତନ ମହାସଚିବ ଚମ୍ପତ ରାୟଙ୍କୁ ଏସଆଇଟିର ଜେରା

June 30, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.