• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ଓଡ଼ିଶା ବିକାଶର ସ୍ଥିତି ଓ ଦିଗ ବଦଳିଯିବ: ମୁଖ୍ୟମନ୍ତ୍ରୀ

FNN WEB by FNN WEB
January 28, 2025
in ଓଡ଼ିଶା, ମୁଖ୍ୟ ଖବର
0
ଓଡ଼ିଶା ବିକାଶର ସ୍ଥିତି ଓ ଦିଗ ବଦଳିଯିବ: ମୁଖ୍ୟମନ୍ତ୍ରୀ
0
SHARES
9
VIEWS

ଭୁବନେଶ୍ୱର : ଭୁବନେଶ୍ୱର ଜନତା ମୈଦାନରେ ଆରମ୍ଭ ହୋଇଛି ଦୁଇ ଦିନିଆ ଶିଳ୍ପ ମହାକୁମ୍ଭ- ଉତ୍କର୍ଷ ଓଡିଶା କନକ୍ଲେଭ୍। ଦେଶ ବିଦେଶର ହଜାର ହଜାର ଶିଳ୍ପପତିଙ୍କ ଉପସ୍ଥିତିରେ ଦୁଇ ଦିନିଆ ଶିଳ୍ପ ମହାକୁମ୍ଭକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଜନତା ମୈଦାନରେ ଆୟୋଜିତ ବିଶାଳ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ପ୍ରଧାନମନ୍ତ୍ରୀ “ଉତ୍କର୍ଷ ଓଡିଶା-ମେକ୍ ଇନ୍ ଓଡ଼ିଶା” ରେ ଯୋଗଦାନ କରି ଶୁଭାରମ୍ଭ କରିବା ଆମ ପାଇଁ ଗର୍ବ ଓ ଗୌରର୍ବର ବିଷୟ । ଗତ ୭ ମାସ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କର ଏହା ପଞ୍ଚମ ଗସ୍ତ । ଏହି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଯୋଗଦାନ କରି ଓଡ଼ିଶାରେ ନିବେଶ ସୁଯୋଗ ସୃଷ୍ଟି କରିବା ଆମ ପାଇଁ ବଡ଼ ଉପହାର ହୋଇଛି, ଯଦ୍ୱାରା କିଛି ମାସ ପରେ ରାଜ୍ୟର ବିକାଶର ସ୍ଥିତି ଓ ଦିଗ ବଦଳିଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ୭ ମାସ ତଳେ ପ୍ରଧାନମନ୍ତ୍ରୀ ‘ପୂର୍ବୋଦୟ’ର ବିକାଶ ପ୍ରତିଷ୍ଠା ସ୍ୱରୂପ ଯେଉଁ ମୂଳଦୂଆ (ଭିତ୍ତିପ୍ରସ୍ତର) ସ୍ଥାପନ କରିଥିଲେ , ସେହି ଭିତ୍ତିପ୍ରସ୍ତର ଉପରେ ଏକ ମଜଭୁତ ଢାଞ୍ଚା ନିର୍ମାଣ ହେଉଥିବା ସେ ପ୍ରକାଶ କରିଥିଲେ । ଏଥିପାଇଁ ଓଡ଼ିଶାବାସୀ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରୁଛନ୍ତି ବୋଲି ସେ କହିଥିଲେ । ପ୍ରଧାନମନ୍ତ୍ରୀଙ୍କ ଏହି ସମ୍ମିଳନୀରେ ଯୋଗଦାନ, ଉପସ୍ଥିତ ନିବେଶକ ଏବଂ ବ୍ୟବସାୟୀ ସମୁଦାୟ ମଧ୍ୟରେ ରାଜ୍ୟରେ ନିବେଶ ପାଇଁ ତଥା ଦୀର୍ଘକାଳୀନ ନିବେଶରେ ରହିବାପାଇଁ ଆତ୍ମବିଶ୍ୱାସ ସୃଷ୍ଟି କରିବ ବୋଲି ସେ କହିଥିଲେ ।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ, ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ‘ପୂର୍ବୋଦୟ’ ପରିକଳ୍ପନାର ଅଂଶ ସ୍ୱରପ, ପୂର୍ବ ଭାରତରେ ଓଡ଼ିଶା, କେବଳ ସୁଯୋଗର ଭୂମି ନୁହେଁ ବରଂ ଦେଶର ଡ୍ରାଇଭିଂ ଇଞ୍ଜିନ୍ ହେବାକୁ ଯାଉଛି । ସମୃଦ୍ଧ ଓ ବ୍ୟାପକ ପ୍ରାକୃତିକ ସମ୍ପଦ, ଉନ୍ନତ ସଡ଼କ, ରେଳ ଓ ବନ୍ଦର ଭିତ୍ତିଭୂମି ସହିତ ଦୁବାଇ, ସିଙ୍ଗାପୁର ଭଳି ଗୁରୁତ୍ୱପୂର୍ଣ୍ଣ ବାଣିଜ୍ୟିକ ଗନ୍ତବ୍ୟସ୍ଥଳକୁ ସିଧାସଳଖ ବିମାନ ଚଳାଚଳ ବ୍ୟବସ୍ଥା ସମେତ ଦକ୍ଷ ଶ୍ରମ ଶକ୍ତି, ଶାନ୍ତିପୂର୍ଣ୍ଣ ସାମାଜିକ ଢାଞ୍ଚା, ଏକ ସ୍ଥିର ଏବଂ ପ୍ରଗତିଶୀଳ ଦୃଷ୍ଚିଭଙ୍ଗୀ ରଖୁଥିବା ସରକାର ଏବଂ ସର୍ବୋପରି ଶିଳ୍ପ ଅନୁକୂଳ ନୀତି ଯୋଗୁଁ ପୁଞ୍ଜି ନିବେଶ କ୍ଷେତ୍ରରେ ରାଜ୍ୟର ବିପୁଳ ସମ୍ଭାବନା ରହିଥିବା ସେ ପ୍ରକାଶ କରିଥିଲେ ।

ଏହି କାର୍ଯ୍ୟକ୍ରମ ପୂର୍ବରୁ ମୁଖ୍ୟମନ୍ତ୍ରୀ ରାଜ୍ୟରେ ପୁଞ୍ଜି ନିବେଶ ସୁଯୋଗ ଅନୁସନ୍ଧାନ କରିବା ପାଇଁ ପ୍ରମୁଖ ବ୍ୟବସାୟିକ କେନ୍ଦ୍ର ଦିଲ୍ଲୀ, ମୁମ୍ବାଇ ଏବଂ ସିଙ୍ଗାପୁର ପରିଦର୍ଶନ କରିଥିବା ଓ ଆଲୋଚନା ସମୟରେ ଓଡ଼ିଶାରେ ନିବେଶ କରିବାକୁ ଯେଉଁ ଆତ୍ମବିଶ୍ୱାସ ପ୍ରକାଶ କରିଥିଲେ, ଆଜିର ସମ୍ମିଳନୀରେ ବହୁ ସଂଖ୍ୟାରେ ଯୋଗଦାନ, ଏବେ ତାହାର ଫଳାଫଳକୁ ଦର୍ଶାଉଛି ବୋଲି ସେ କହିଥିଲେ । ମାତ୍ର ଗୋଟିଏ ସପ୍ତାହ ପୂର୍ବରୁ, ଆମେ ସିଙ୍ଗାପୁରର ମାନ୍ୟବର ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବାର ସୌଭାଗ୍ୟ ପାଇଲୁ ଏବଂ ସିଙ୍ଗାପୁରର ପ୍ରମୁଖ ସଂସ୍ଥାଗୁଡ଼ିକ ସହିତ ଆଠଟି ପରିବର୍ତ୍ତନକାରୀ ବୁଝାମଣାପତ୍ର ସ୍ୱାକ୍ଷର କଲୁ ବୋଲି ସେ କହିଥିଲେ । ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ ଓ ମାର୍ଗଦର୍ଶନରେ ଓଡ଼ିଶା ଏହାର ଲକ୍ଷ୍ୟ ହାସଲ କରିବାରେ ସମର୍ଥ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଦେଶର ଦୁଇ ଡଜନରୁ ଅଧିକ ରାଜ୍ୟ ନିଜ ନିଜ ରାଜ୍ୟକୁ ପୁଞ୍ଜିନିବେଶ ଆକୃଷ୍ଟ କରିବାକୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି, ଯାହା ଭାରତୀୟ ଅର୍ଥନୀତି ପାଇଁ ଉତ୍ତମ । ଆମର ସିଙ୍ଗଲ-ୱିଣ୍ଡୋ କ୍ଲିୟରାନ୍ସ, ଅନାବଶ୍ୟକ ଏବଂ ଏଡ଼ାଇ ଦିଆଯାଇପାରୁଥିବା ଦସ୍ତାବିଜକୁ ଦୂର କରିବା ଭଳି ନିଷ୍ପତ୍ତି ଦ୍ୱାରା ଆମେ ନିବେଶକମାନଙ୍କ କାର୍ଯ୍ୟ ସହଜ କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛୁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ରାଜ୍ୟରେ ବିଶ୍ୱସ୍ତରୀୟ ଶିଳ୍ପ ଭିତ୍ତିଭୂମିର ବିକାଶ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଉଛି । ଆମେ ସମସ୍ତ ୩୦ଟି ଜିଲ୍ଲାରେ ବୈଷୟିକ ବୟନଶିଳ୍ପ, ଖାଦ୍ୟ ପ୍ରକ୍ରିୟାକରଣ, ଆଲୁମିନିୟମ ଏବଂ ଏମଏସଏମଇ ପାର୍କ ପାଇଁ କ୍ଷେତ୍ରୀୟ ପାର୍କ ସହିତ ରାଜ୍ୟରେ ନୂତନ ଏଫଡିଆଇ ପାର୍କ ସମେତ ସୁବିଧାରେ ଶିଳ୍ପ ପାର୍କ ସ୍ଥାପନ ପାଇଁ ପ୍ଲଗ୍ ଆଣ୍ଡ ପ୍ଲେ ବ୍ୟବସ୍ଥା କରୁଛୁ । ଆମ ସରକାର ଭୌଗୋଳିକ ଏବଂ କ୍ଷେତ୍ରୀୟ ବିବିଧତା ଉପରେ ରଣନୈତିକ ଧ୍ୟାନ ଦେଇ ଶିଳ୍ପାୟନର ଲାଭ ଯେପରି ଆଭ୍ୟନ୍ତରୀଣ ଅଞ୍ଚଳରେ ପହଞ୍ଚିବ, ତାହାକୁ ସୁନିଶ୍ଚିତ କରୁଛନ୍ତି । ମାଲକାନଗିରି, ରାୟଗଡ଼ା ଓ କେନ୍ଦୁଝର ଭଳି ଅଞ୍ଚଳ ଐତିହାସିକ ଦୃଷ୍ଟିରୁ ଅନଗ୍ରସର ଥିବା ବେଳେ ଏବେ ଖାଦ୍ୟ ପ୍ରକ୍ରିୟାକରଣ, ବୟନଶିଳ୍ପ ଓ ଅକ୍ଷୟ ଶକ୍ତି କ୍ଷେତ୍ରରେ କେନ୍ଦ୍ରବିନ୍ଦୁ ପାଲଟିଛି । ରାଜ୍ୟର ପ୍ରତ୍ୟେକ ସ୍ଥାନରେ କିଛି ନା କିଛି ସୁଯୋଗ ରହିଛି । ଏହି ଅସୀମିତ ସୁଯୋଗର ଫାଇଦା ଉଠାଇବାକୁ ସେ ସମସ୍ତଙ୍କୁ ଅନୁରୋଧ କରିଥିଲେ ।

ସମ୍ମିଳନୀରେ ଯୋଗ ଦେଇଥିବା ନିବେଶକମାନଙ୍କୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆମର ନିବେଶ କ୍ଷେତ୍ରରେ ବିଭିନ୍ନ ସୁଯୋଗ ରହିଛି । ଖଣି ଏବଂ ଧାତୁବିଜ୍ଞାନ କ୍ଷେତ୍ର ସହିତ ଆମେ ରସାୟନିକ ଏବଂ ପେଟ୍ରୋକେମିକାଲ୍ସ, ସବୁଜ ହାଇଡ୍ରୋଜେନ, ଆଇଟି ସେବା, ବୟନଶିଳ୍ପ, ଔଷଧ ଏବଂ ଧାତୁ ଡାଉନଷ୍ଟ୍ରିମ୍ ଶିଳ୍ପ କ୍ଷେତ୍ରରେ ନିବେଶକମାନଙ୍କ ନିକଟରେ ଉପସ୍ଥାପନ କରି ସେମାନଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି ସହ ପୁଞ୍ଜିନିବେଶ କରିବାକୁ ସେ ଉତ୍ସାହିତ କରିଥିଲେ । ଏ ସମସ୍ତ ବିଶ୍ୱର ଅଭିବୃଦ୍ଧି ଧାରା ସହିତ ସଂଯୁକ୍ତ ବୋଲି ସେ କହିଥିଲେ । ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, କୁଶଳୀ ଶ୍ରମଶକ୍ତିର ନିରନ୍ତର ଆବଶ୍ୟକତାକୁ ପୂରଣ କରିବା ପାଇଁ ଆମ ସରକାର “ସ୍କିଲ୍ଡ ଇନ୍ ଓଡ଼ିଶା” କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରିଛନ୍ତି । ସେମିକଣ୍ଡକ୍ଟର, ଉନ୍ନତ ଉତ୍ପାଦନ ଏବଂ ଆଇଟି/ଆଇଟିଇଏସ୍ଏମ୍ ଭଳି ଉଦୀୟମାନ ଉଦ୍ୟୋଗ ଗୁଡ଼ିକ ପାଇଁ ଆମେ ଆମର ଯୁବକମାନଙ୍କୁ ଆଧୁନିକ ଯୁଗର ଆବଶ୍ୟକତା ଅନୁସାରେ ଦକ୍ଷତା ପ୍ରଦାନ କରୁଛୁ, ଯାହା ଦ୍ୱାରା ଶିଳ୍ପଜଗତ ପାଇଁ ପ୍ରସ୍ତୁତ ପ୍ରଶିକ୍ଷିତ ମାନବସମ୍ବଳ ଶ୍ରମ ବଜାରରେ ପ୍ରବେଶ କରିପାରିବେ ।

୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶାରେ ପରିଣତ କରିବାକୁ ହେବ ଏବଂ ଦେଶକୁ ତୃତୀୟ ବୃହତ୍ତମ ଅର୍ଥନୀତି ବ୍ୟବସ୍ଥାରେ ପରିଣତ କରିବାକୁ ପ୍ରଧାନମନ୍ତ୍ରୀଙ୍କର ଯେଉଁ ଦୂରଦୃଷ୍ଟି ଓ ସଂକଳ୍ପ ରହିଛି, ଏହି ଯଜ୍ଞରେ ଓଡ଼ିଶାର ବିଶେଷ ଯୋଗଦାନ ରହିବ । ଓଡ଼ିଶାର ଶିଳ୍ପ ବିକାଶ କେବଳ ଓଡ଼ିଶା ପାଇଁ ନୁହେଁ, ସମଗ୍ର ଭାରତ ପାଇଁ ପ୍ରଗତିର ଏକ ମଡେଲ ଭାବେ କାର୍ଯ୍ୟ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍ ଓଡ଼ିଶାକୁ ସମସ୍ତଙ୍କୁ ସ୍ୱାଗତ କରି ଓଡ଼ିଶାରେ ନିବେଶ ପାଇଁ ଏହି ସମୟ ପ୍ରକୃତ ସମୟ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ମୁଖ୍ୟମନ୍ତ୍ରୀ ସମସ୍ତ ନିବେଶକମାନଙ୍କୁ ଓଡ଼ିଶାର ଅଭିବୃଦ୍ଧିରେ ସହଭାଗୀ ହେବା ସହ ବିକାଶର ସଫଳ କାହାଣୀର ଏକ ଅଂଶ ହେବାକୁ ଖୋଲା ହୃଦୟରେ ସାଦର ନିମନ୍ତ୍ରଣ ଜଣାଇଥିଲେ । କାର୍ଯ୍ୟକ୍ରମରେ ଦେଶର ପ୍ରମୁଖ ଶିଳ୍ପ ସଂଗଠନ ଯଥା ଆଦାନୀ ଗ୍ରୁପ୍‌ର ଅଧ୍ୟକ୍ଷ ଶ୍ରୀ ଗୌତମ ଆଦାନୀ, ଆଦିତ୍ୟ ବିର୍ଲା ଗ୍ରୁପ୍‌ର ଅଧ୍ୟକ୍ଷ ଶ୍ରୀ କୁମାର ମଙ୍ଗଳମ୍‌ ବିର୍ଲା, ବେଦାନ୍ତ ରିସୋର୍ସେସ୍‌ର ଅଧ୍ୟକ୍ଷ ଶ୍ରୀ ଅନୀଲ ଅଗ୍ରୱାଲ, ଜେଏସ୍‌ଡବ୍ଲୁ୍ୟ ଗ୍ରୁପ୍‌ର ଅଧ୍ୟକ୍ଷ ଶ୍ରୀ ସଜ୍ଜନ ଜିନ୍ଦଲ, ଜେଏସ୍‌ପିଏଲ୍‌ର ଅଧ୍ୟକ୍ଷ ଶ୍ରୀ ନବୀନ ଜିନ୍ଦଲ୍‌ଙ୍କ ସମେତ ବି. ଡ଼ି. ଗୋୟେଙ୍କା, ହିତେଶ ଦୋଷି, କରନ୍‌ ଆଦାନୀ, ଟି. ଭି. ନରେନ୍ଦ୍ରନ୍‌ ପ୍ରମୁଖ ସେମାନଙ୍କର ଭିଡ଼ିଓ ବାର୍ତ୍ତାରେ ଉତ୍କର୍ଷ ଓଡ଼ିଶା-ମେକ୍‌ ଇନ୍‌ ଓଡ଼ିଶା ଆୟୋଜନ ନିମନ୍ତେ ରାଜ୍ୟ ସରକାରଙ୍କୁ ଶୁଭେଚ୍ଛା ଜଣାଇବା ସହିତ ଓଡ଼ିଶାରେ ଶିଳ୍ପ ବିକାଶ ଯାତ୍ରାର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ ।

Previous Post

କିଟ୍ ଓ କିସ୍‌ରେ ୭୬ତମ ସାଧାରଣତନ୍ତ୍ର ଦିବସ ପାଳିତ

Next Post

ଉତ୍କର୍ଷ ଓଡ଼ିଶା କନକ୍ଲେଭ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

FNN WEB

FNN WEB

Next Post
ଉତ୍କର୍ଷ ଓଡ଼ିଶା କନକ୍ଲେଭ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଉତ୍କର୍ଷ ଓଡ଼ିଶା କନକ୍ଲେଭ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ରିଫାଇନେରିରେ ଅଗ୍ନିକାଣ୍ଡ, ୨୦ରୁ ଅଧିକ ଶ୍ରମିକ ଆହତ

ରିଫାଇନେରିରେ ଅଗ୍ନିକାଣ୍ଡ, ୨୦ରୁ ଅଧିକ ଶ୍ରମିକ ଆହତ

June 30, 2026
ରାମ ମନ୍ଦିର ଦାନ ଅର୍ଥ ବିବାଦ ତାତି , ପୂର୍ବତନ ମହାସଚିବ ଚମ୍ପତ ରାୟଙ୍କୁ ଏସଆଇଟିର ଜେରା

ରାମ ମନ୍ଦିର ଦାନ ଅର୍ଥ ବିବାଦ ତାତି , ପୂର୍ବତନ ମହାସଚିବ ଚମ୍ପତ ରାୟଙ୍କୁ ଏସଆଇଟିର ଜେରା

June 30, 2026
ସେନା ମଙ୍ଗ ଧରିଲେ ଜେନେରାଲ୍ ଧୀରଜ ସେଠ୍, ଜାଣନ୍ତୁ କିଏ ଏହି ଦକ୍ଷ ସାମରିକ ଅଫିସର

ସେନା ମଙ୍ଗ ଧରିଲେ ଜେନେରାଲ୍ ଧୀରଜ ସେଠ୍, ଜାଣନ୍ତୁ କିଏ ଏହି ଦକ୍ଷ ସାମରିକ ଅଫିସର

June 30, 2026
‘ତାଙ୍କୁ ମୋ ପାଖକୁ ଆଣ’… ସିନ୍ଦେଙ୍କ ଶିବସେନାରେ ସାମିଲ ହୋଇଗଲେ ଆଦିତ୍ୟ ଠାକରେଙ୍କ ‘ରାଇଟ୍‌ ହ୍ୟାଣ୍ଡ’

‘ତାଙ୍କୁ ମୋ ପାଖକୁ ଆଣ’… ସିନ୍ଦେଙ୍କ ଶିବସେନାରେ ସାମିଲ ହୋଇଗଲେ ଆଦିତ୍ୟ ଠାକରେଙ୍କ ‘ରାଇଟ୍‌ ହ୍ୟାଣ୍ଡ’

June 30, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ପାଣିପାଗ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ରିଫାଇନେରିରେ ଅଗ୍ନିକାଣ୍ଡ, ୨୦ରୁ ଅଧିକ ଶ୍ରମିକ ଆହତ

ରିଫାଇନେରିରେ ଅଗ୍ନିକାଣ୍ଡ, ୨୦ରୁ ଅଧିକ ଶ୍ରମିକ ଆହତ

June 30, 2026
ରାମ ମନ୍ଦିର ଦାନ ଅର୍ଥ ବିବାଦ ତାତି , ପୂର୍ବତନ ମହାସଚିବ ଚମ୍ପତ ରାୟଙ୍କୁ ଏସଆଇଟିର ଜେରା

ରାମ ମନ୍ଦିର ଦାନ ଅର୍ଥ ବିବାଦ ତାତି , ପୂର୍ବତନ ମହାସଚିବ ଚମ୍ପତ ରାୟଙ୍କୁ ଏସଆଇଟିର ଜେରା

June 30, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.