• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ଆମ ପାଇଁ ମହିଳା ସଶକ୍ତିକରଣ ଏକ ସ୍ଲୋଗାନ ନୁହେଁ ଏହା ଏକ ପ୍ରତିବଦ୍ଧତା: ମୁଖ୍ୟମନ୍ତ୍ରୀ

FNN WEB by FNN WEB
January 29, 2025
in ଓଡ଼ିଶା, ମୁଖ୍ୟ ଖବର
0
ଆମ ପାଇଁ ମହିଳା ସଶକ୍ତିକରଣ ଏକ ସ୍ଲୋଗାନ ନୁହେଁ ଏହା ଏକ ପ୍ରତିବଦ୍ଧତା: ମୁଖ୍ୟମନ୍ତ୍ରୀ
0
SHARES
3
VIEWS

ଉତ୍କର୍ଷ ଓଡ଼ିଶା-ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌ ୨୦୨୫ରେ ସୁଭଦ୍ରାରୁ ମୁଦ୍ରା

ଭୁବନେଶ୍ୱର: ଆମ ପାଇଁ ମହିଳା ସଶକ୍ତିକରଣ ଏକ ସ୍ଲୋଗାନ ନୁହେଁ ଏହା ଏକ ପ୍ରତିବଦ୍ଧତା । ରାଜ୍ୟର ମହିଳାଙ୍କ ଆଶା, ଆକାଂକ୍ଷା ପୂରଣ କରିବା ପାଇଁ ନୂତନ ସରକାର ଦାୟିତ୍ବ ନେବାର ଏକ ଘଣ୍ଟା ମଧ୍ୟରେ ସୁଭଦ୍ରା ଯୋଜନା ପ୍ରଣୟନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ପ୍ରତିଶ୍ରୁତି ଦିଆଯାଇଥିଲା ତାହା ପୂରଣ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଉତ୍କର୍ଷ ଓଡ଼ିଶା- ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ରେ ଆୟୋଜିତ ମହିଳାଙ୍କୁ ନେଇ ସ୍ବତନ୍ତ୍ର ଅଧିବେଶନ ‘ସୁଭଦ୍ରାରୁ ମୁଦ୍ରା’ ଅବସରରେ କହିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବର୍ତ୍ତମାନସୁଦ୍ଧା ଏହି ସୁଭଦ୍ରା ଯୋଜନାରେ 1 କୋଟି 7 ଲକ୍ଷ ଯୋଗ୍ୟ ହିତାଧିକାରୀ ପଞ୍ଜୀକରଣ କରିଛନ୍ତି । ଅଦ୍ୟାବଧି 80 ଲକ୍ଷରୁ ଉର୍ଦ୍ଧ୍ବ ମହିଳାଙ୍କୁ ପ୍ରଥମ ପର୍ଯ୍ୟାୟ କିସ୍ତି ପ୍ରଦାନ କରାଯାଇଛି । ଓଡ଼ିଶା ହେଉଛି ସୁଯୋଗର ଭୂମି । ଆଜି ଆମେ ଓଡ଼ିଶାକୁ ଆମର ମା ମାନଙ୍କ ପାଇଁ ଏକ ସୁଯୋଗର ଭୂମି କରିବା ପାଇଁ ଏହି ଯୁଗାନ୍ତକାରୀ ଉଦ୍ୟମ ଆରମ୍ଭ କରିଛୁ । ସୁଭଦ୍ରା ଯୋଜନାରେ ଦିଆଯାଉଥିବା ସହାୟତାକୁ ବିନିଯୋଗ କରି ମା ମାନେ ଛୋଟ ଛୋଟ ବ୍ୟବସାୟ କରୁଛନ୍ତି । ସଫଳ ଉଦ୍ୟୋଗୀ ହେବା ପାଇଁ ଦୃଢ ଇଚ୍ଛାଶକ୍ତି ଓ କଠିନ ପରିଶ୍ରମ କରିବା ପାଇଁ ସେ ମା ମାନଙ୍କୁ ଆହ୍ବାନ ଦେଇଥିଲେ । ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ ଆଜିର ବ୍ୟବସାୟିକ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଆମେ ମା ମାନଙ୍କ ଦକ୍ଷତା ବିକାଶ ସହିତ ସେମାନଙ୍କୁ ଆଧୁନିକ ପ୍ରଣାଳୀରେ ବ୍ୟବସାୟ କରିବାର କୌଶଳ ଶିଖାଇବା ପାଇଁ ଉଦ୍ୟମ ଆରମ୍ଭ କରିଛୁ । ଏଥିପାଇଁ ବିଶ୍ବ ଦକ୍ଷତା କେନ୍ଦ୍ର ଏବଂ ଆଇଆଇଏମ୍, ସମ୍ବଲପୁର ସହଯୋଗର ହାତ ବଢାଇଛନ୍ତି । ଆଗାମୀ ଦିନରେ ଆହୁରି ଅନେକ ସଂସ୍ଥା ଏହି ଉଦ୍ୟମରେ ଯୋଡିହେବେ । ଆମ ଓଡ଼ିଶାର ମା ମାନେ ଦକ୍ଷ ହେବେ, ବ୍ୟବସାୟ କରିବେ ଓ ମାର୍କେଟିଂ କରିବାର କୌଶଳ ମଧ୍ୟ ଶିଖିବେ ।

ଏହି ଆଲୋଚନା ଚକ୍ରରେ ଯୋଗଦେଇ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା କହିଲେ ଯେ ‘ସୁଭଦ୍ରା’ ଯୋଜନା ରାଜ୍ୟର ଏକ କୋଟିରୁ ଊର୍ଦ୍ଧ୍ବ ନାରୀଙ୍କ ଜୀବନକୁ ପ୍ରଭାବିତ କରି ଲିଙ୍ଗଭିତ୍ତିକ ସମାନତା ଓ ସଶକ୍ତ ଓଡ଼ିଶା ନିର୍ମାଣରେ ସହାୟକ ହୋଇଛି । ଏହି ଯୋଜନା ଅଧୀନରେ ମହିଳାମାନଙ୍କ ଡିଜିଟାଲ୍‌ ଓ ଆର୍ଥିକ ସାକ୍ଷରତା, ଉଦ୍ୟମିତାରେ ଉନ୍ନତି ଓ ନେତୃତ୍ୱ ନେବାର ଦକ୍ଷତା ଉପରେ ଗୁରୁତ୍ୱ ଦିଆଯାଇଛି ବୋଲି ଶ୍ରୀମତୀ ପରିଡ଼ା କହିଥିଲେ । ସେହିପରି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ଆଲୋଚନାରେ ଅଂଶଗ୍ରହଣ କରି କହିଲେ ଯେ ରାଜ୍ୟର ବୃହତ ମହିଳାକେନ୍ଦ୍ରିତ ଯୋଜନା ହେଉଛି ସୁଭଦ୍ରା । ଅବହେଳିତ ତଥା ଜନଜାତି ମହିଳାମାନଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବା ନିମନ୍ତେ ସୁଭଦ୍ରା ବହୁମାତ୍ରାରେ ସଫଳ ହୋଇପାରିଛି । ସୁଭଦ୍ରା ଏବଂ ଉତ୍କର୍ଷ ଓଡ଼ିଶାର ସମ୍ମିଶ୍ରଣ ମହିଳା ସଶକ୍ତିକରଣ ଏବଂ ସୁଯୋଗକୁ ଏକାଠି କରିପାରିଛି ବୋଲି ମତବ୍ୟକ୍ତ କରିଥିଲେ ।

ଅନ୍ୟପକ୍ଷେ ଉନ୍ନୟନ କମିଶନର ତଥା ଅତିରିକ୍ତ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଆଲୋଚନାରେ ଭାଗ ନେଇ ସମସ୍ତ ମହିଳାମାନଙ୍କୁ ସମସ୍ତ ଉନ୍ନୟନମୂଳକ କାର୍ଯ୍ୟକ୍ରମରେ ସାମିଲ କରାଯିବ ବୋଲି ମତବ୍ୟକ୍ତ କରିଥିଲେ ଏବଂ ସୁଭଦ୍ରାକୁ ମହିଳା ସଶକ୍ତିକରଣର ପ୍ରତୀକ ବୋଲି ମଧ୍ୟ ଉଲ୍ଲେଖ କରିଥିଲେ । ଆଲୋଚନାରେ ଅନ୍ୟତମ ବିଶିଷ୍ଟ ଅତିଥି ଭାବେ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ଶାସନ ସଚିବ ଶ୍ରୀଯୁକ୍ତ ନିକୁଞ୍ଜ ଧଳ, ମହିଳା ଓ ଶିଶୁ ବିକାଶ ବିଭାଗ ନିର୍ଦ୍ଦେଶକ ଶ୍ରୀମତୀ ମନିଷା ବାନାର୍ଜୀ, ମିଶନ ଶକ୍ତି ବିଭାଗ ନିର୍ଦ୍ଦେଶକ ଶ୍ରୀମତୀ ମୋନିକା ପ୍ରିୟଦର୍ଶିନୀ ପ୍ରମୁଖ ଉପସ୍ଥିତ ଥିଲେ ।

ଏହି ଅଧିବେଶନରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଦୁଇଟି ଚୁକ୍ତିନାମା ସ୍ବାକ୍ଷର କରାଯାଇଥିଲା । ମହିଳାଙ୍କୁ ବିଭିନ୍ନ କ୍ଷେତ୍ର ନିମନ୍ତେ ତାଲିମ୍ ପ୍ରଦାନ କରିବା ନିମନ୍ତେ ଆଇଆଇଏମ୍, ସମ୍ବଲପୁର ଏବଂ ବିଶ୍ବ ଦକ୍ଷତା କେନ୍ଦ୍ର ସହ ଦୁଇଟି ବୁଝାମଣା ପତ୍ର ବିଭାଗ ସହ ବିନିମୟ କରାଯାଇଥିଲା । ଏହି ଅବସରରେ ‘ମହିଳା ଉଦ୍ୟୋଗୀଙ୍କ ପାଇଁ ଋଣ ସୁବିଧା’ ଏବଂ ‘ମହିଳା ଉଦ୍ୟୋଗୀଙ୍କ ପାଇଁ ବଜାର ସଂଯୋଗ ସୃଷ୍ଟି’ ଶୀର୍ଷକ ଦୁଇଟି ଆଲୋଚନା ଚକ୍ର ଆୟୋଜିତ ହୋଇଥିଲା । ମହିଳା ଓ ଶିଶୁ ବିକାଶ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା ଉଭୟ ଆଲୋଚନା ଚକ୍ରକୁ ପରିଚାଳନା କରିଥିଲେ । ଏଥିରେ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କର ଡେପୁଟି ମ୍ୟାନେଜିଂ ଡାଇରେକ୍ଟର ଶ୍ରୀ ସୁରେନ୍ଦ୍ର ରଣା, ଭିସାର ବରିଷ୍ଠ ନିର୍ଦ୍ଦେଶକ କବିତା ମୁରଲି, ଅଭନ୍ତି ଫାଇନାନ୍ସର ସହପ୍ରତିଷ୍ଠାତା ସୁନୀଲ କୁମାର ତଡେପାଲି, ଜୀବଦା ଭେଞ୍ଚର ପ୍ରା. ଲିଃର ପ୍ରତିଷ୍ଠାତା ଧରିତ୍ରୀ ପଟ୍ଟନାୟକ, ଲେବର ନେଟ୍‌ର ଅଧ୍ୟକ୍ଷ ଗାୟତ୍ରୀ ବାସୁଦେବନ୍‌, ଉଦୈତି ଫାଉଣ୍ଡେସନ୍‌ର ପ୍ରତିନିଧି କନିକା ସାଙ୍ଗଲ ପ୍ରମୁଖ ଅଂଶଗ୍ରହଣ କରି ଔଦ୍ୟୋଗିକ ବିକାଶ ଯାତ୍ରାରେ ନାରୀମାନଙ୍କ ଭୂମିକା ଓ ସଫଳତା ନେଇ ଆଲୋଚନା କରିଥିଲେ । ମହିଳା ଉଦ୍ୟୋଗୀମାନଙ୍କ ସମର୍ଥନ ପାଇଁ ଓଡ଼ିଶାର ଅନୁକୂଳ ପରିମଣ୍ଡଳ, ବାଣିଜ୍ୟ କ୍ଷେତ୍ରରେ ମହିଳାମାନଙ୍କ ଭାଗୀଦାରି, ନେତୃତ୍ୱ ଓ ନବସୃଜନ ବୃଦ୍ଧି ପାଇଁ କ୍ଷେତ୍ର ପ୍ରସ୍ତୁତି, ଓଡ଼ିଶାକୁ ମହିଳା ଉଦ୍ୟୋଗୀଙ୍କ ଗନ୍ତବ୍ୟସ୍ଥଳ ରୂପେ ପରିଣତ କରିବା, ମହିଳା ଉଦ୍ୟୋଗୀ ଏବଂ ବୃହତ ଶିଳ୍ପ ମଧ୍ୟରେ ସମନ୍ୱୟ ଆଦି ବିଷୟ ଉପରେ ବିଶଦ ଆଲୋଚନା ହୋଇଥିଲା । ସମର୍ଥନ ଓ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ ମାଧ୍ୟମରେ ମହିଳା ଉଦ୍ୟୋଗୀମାନଙ୍କୁ ସଶକ୍ତ କରିବା ଉପରେ ଅତିଥିମାନେ ମତ ଦେଇଥିଲେ । ଏଥିସହ ତୃଣମୂଳସ୍ତର ବାଣିଜ୍ୟିକ କାରବାରକୁ ବୃଦ୍ଧି କରି ଏକ ପ୍ରତିଯୋଗିତାମୂଳକ ଔଦ୍ୟୋଗିକ ବିକାଶରେ ଲିଙ୍ଗଗତ ଭେଦଭାବହୀନ ସମନ୍ୱିତ ଶିଳ୍ପ ବିକାଶ ଉପରେ ଆଲୋଚନାରେ ଗୁରୁତ୍ୱ ଦିଆଯାଇଥିଲା ।

Previous Post

ଓଡ଼ିଆ ଚଳଚ୍ଚିତ୍ର ଜଗତର ଇତିହାସ କାଳଜୟୀ : ସମ୍ପଦ ଚନ୍ଦ୍ର ସ୍ୱାଇଁ

Next Post

ମୋଦି ଗ୍ୟାରେଣ୍ଟି ପରେ ଉତ୍କର୍ଷ ଓଡ଼ିଶା ସମ୍ମିଳନୀରୁ ପୁଞ୍ଜି ବର୍ଷା

FNN WEB

FNN WEB

Next Post
ମୋଦି ଗ୍ୟାରେଣ୍ଟି ପରେ ଉତ୍କର୍ଷ ଓଡ଼ିଶା ସମ୍ମିଳନୀରୁ ପୁଞ୍ଜି ବର୍ଷା

ମୋଦି ଗ୍ୟାରେଣ୍ଟି ପରେ ଉତ୍କର୍ଷ ଓଡ଼ିଶା ସମ୍ମିଳନୀରୁ ପୁଞ୍ଜି ବର୍ଷା

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
FIH ପ୍ରୋ ଲିଗ୍: ପାକିସ୍ତାନକୁ ଧୂଳି ଚଟାଇଲା ଭାରତ, ୭-୧ ଗୋଲ୍‌ରେ ରଚିଲା ଐତିହାସିକ ବିଜୟ

FIH ପ୍ରୋ ଲିଗ୍: ପାକିସ୍ତାନକୁ ଧୂଳି ଚଟାଇଲା ଭାରତ, ୭-୧ ଗୋଲ୍‌ରେ ରଚିଲା ଐତିହାସିକ ବିଜୟ

June 27, 2026
ଦିନକ ପରେ ମହାପ୍ରଭୁଙ୍କ ସ୍ନାନଯାତ୍ରା; ପୁରୀ ଅଭିମୁଖେ ଶ୍ରଦ୍ଧାଳୁ

ଦିନକ ପରେ ମହାପ୍ରଭୁଙ୍କ ସ୍ନାନଯାତ୍ରା; ପୁରୀ ଅଭିମୁଖେ ଶ୍ରଦ୍ଧାଳୁ

June 27, 2026
ସେସେଲସ୍ ରେ ବିଶ୍ୱର ସବୁଠୁ ବୟଷ୍କ କଇଁଛକୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦି, ଜାଣନ୍ତୁ ‘ଜୋନାଥନ’ର ପୁରା କାହାଣୀ

ସେସେଲସ୍ ରେ ବିଶ୍ୱର ସବୁଠୁ ବୟଷ୍କ କଇଁଛକୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦି, ଜାଣନ୍ତୁ ‘ଜୋନାଥନ’ର ପୁରା କାହାଣୀ

June 27, 2026
୬ ବର୍ଷ ପରେ ଭାରତ ଗସ୍ତରେ ଆସିବେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ

୬ ବର୍ଷ ପରେ ଭାରତ ଗସ୍ତରେ ଆସିବେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ

June 27, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ପାଣିପାଗ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

FIH ପ୍ରୋ ଲିଗ୍: ପାକିସ୍ତାନକୁ ଧୂଳି ଚଟାଇଲା ଭାରତ, ୭-୧ ଗୋଲ୍‌ରେ ରଚିଲା ଐତିହାସିକ ବିଜୟ

FIH ପ୍ରୋ ଲିଗ୍: ପାକିସ୍ତାନକୁ ଧୂଳି ଚଟାଇଲା ଭାରତ, ୭-୧ ଗୋଲ୍‌ରେ ରଚିଲା ଐତିହାସିକ ବିଜୟ

June 27, 2026
ଦିନକ ପରେ ମହାପ୍ରଭୁଙ୍କ ସ୍ନାନଯାତ୍ରା; ପୁରୀ ଅଭିମୁଖେ ଶ୍ରଦ୍ଧାଳୁ

ଦିନକ ପରେ ମହାପ୍ରଭୁଙ୍କ ସ୍ନାନଯାତ୍ରା; ପୁରୀ ଅଭିମୁଖେ ଶ୍ରଦ୍ଧାଳୁ

June 27, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.