• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

କେନ୍ଦ୍ର ବଜେଟ ଫୋକସରେ ଚାଷୀ, ଗରିବ, ଯୁବଗୋଷ୍ଠୀ ଓ ମହିଳା

FNN WEB by FNN WEB
February 1, 2025
in ଓଡ଼ିଶା, ମୁଖ୍ୟ ଖବର
0
କେନ୍ଦ୍ର ବଜେଟ ଫୋକସରେ ଚାଷୀ, ଗରିବ, ଯୁବଗୋଷ୍ଠୀ ଓ ମହିଳା
0
SHARES
4
VIEWS

ନୂଆଦିଲ୍ଲୀ : କେନ୍ଦ୍ର ବଜେଟରେ ଫୋକସରେ ଚାଷୀ, ଗରିବ, ଯୁବଗୋଷ୍ଠୀ ଓ ମହିଳା। ଦେଶର ଆର୍ଥିକ ବିକାଶ ଲାଗି କୃଷି, MSME, ପୁଞ୍ଜିନିବେଶ ଓ ରପ୍ତାନି ଭଳି ୪ଟି ଦିଗକୁ ଗ୍ରୋଥ୍ ଇଞ୍ଜିନ୍ ବା ଅଭିବୃଦ୍ଧିର ଇଞ୍ଜିନ୍ ଭାବେ ବିବେଚନା କରିଛନ୍ତି ସରକାର। ଚାଷୀଙ୍କ ପାଇଁ ପ୍ରଧାନମନ୍ତ୍ରୀ ଧନଧାନ୍ୟ କୃଷି ଯୋଜନା ଘୋଷଣା ହୋଇଥିବା ବେଳେ ଯୁବକଙ୍କୁ MSME ଦ୍ବାରା ଅଧିକ ନିଯୁକ୍ତି ଦେବା ନେଇ ହୋଇଛି ବ୍ୟବସ୍ଥା। ସେହିପରି ଭାରତ ଖେଳନା ଶିଳ୍ପର ଗ୍ଲୋବାଲ୍ ହବ୍ ହେବ ବୋଲି ବଜେଟ ଭାଷଣରେ କହିଛନ୍ତି ଅର୍ଥମନ୍ତ୍ର।

ବଜେଟରେ ଚାଷୀଙ୍କ ଲାଗି ଖୋଲିଲା ଯୋଜନାର ଭଣ୍ଡାର। ରାଜ୍ୟ ସରକାରଙ୍କ ସହଭାଗୀତାରେ ଆରମ୍ଭ ହେବ ପ୍ରଧାନମନ୍ତ୍ରୀ ଧନଧାନ୍ୟ କୃଷି ଯୋଜନା। କୃଷି କ୍ଷେତ୍ରରେ ଦୁର୍ବଳ ଥିବା ଦେଶର ଶହେ ଜିଲ୍ଲାର ୧ କୋଟି ୭୦ ଲକ୍ଷ ଚାଷୀ ଏହି ଯୋଜନା ଦ୍ବାରା ଉପକୃତ ହେବେ। ସେହିପରି ଜଳବାୟୁ ପରିବର୍ତ୍ତନ ସହନଶୀଳ ତଥା ଉଚ୍ଚ ଅମଳ ଦେଉଥିବା ବିହନ ପାଇଁ ନ୍ୟାସନାଲ ମିଶନ ଅନ୍ ହାଇୟଲଡିଂ ସିଡ୍ସ ଆରମ୍ଭ ହେବ। ବୟନ ଶିଳ୍ପକୁ ବଳ ଦେବାକୁ ୫ ବର୍ଷିୟା ମିଶନ ଫର କଟନ ପ୍ରଡକ୍ଟିଭିଟି ବା କପା ଉତ୍ପାଦକତା ମିଶନ୍। ଡାଲିରେ ଆତ୍ମନିର୍ଭରତା ପାଇଁ ୬ ବର୍ଷିୟା ମିଶନ ହେବ। ରାଜ୍ୟ ସରକାରଙ୍କ ସହଯୋଗରେ ପରିବା ଓ ଫଳ ଉତ୍ପାଦନ ବୃଦ୍ଧି ସହ ଚାଷୀଙ୍କ ଆୟ ବୃଦ୍ଧି ନେଇ ହେବ ସ୍ବତନ୍ତ୍ର ମିଶନ। କିଷାନ କ୍ରେଡିଟ୍ କାର୍ଡ ସ୍କିମ୍ ଅଧିନରେ ଏଣିକି ଚାଷୀଙ୍କୁ ୩ ଲକ୍ଷ ବଦଳରେ ୫ ଲକ୍ଷ ଟଙ୍କାର ଋଣ ସୁବିଧା ମିଳିବ। ବଜେଟରେ ଯୁବବର୍ଗଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ଉପରେ ଗୁରୁତ୍ବ ଦେଇଛନ୍ତି ସରକାର।

MSME ଉପରେ ଦିଆଯାଇଛି ସ୍ବତନ୍ତ୍ର ଫୋକସ୍। ବିନା ବନ୍ଧକରେ ଋଣ ସୀମାକୁ ୫ କୋଟିରୁ ୧୦ କୋଟିକୁ ବୃଦ୍ଧି। କରାଯାଇଛି। ଆଗାମୀ ୫ ବର୍ଷ ମଧ୍ୟରେ MSME କ୍ଷେତ୍ରକୁ ଅତିରିକ୍ତ ଦେଢ ଲକ୍ଷ କୋଟିର ଋଣ ଯୋଗାଇ ଦିଆଯିବ। ସେହିପରି ଷ୍ଟାର୍ଟ ଅପ୍ ପାଇଁ ୨୭ଟି କ୍ଷେତ୍ରରେ ୧ ପ୍ରତିଶତ ହାରରେ ଋଣ ସୀମାକୁ ୧୦ କୋଟିରୁ ୨୦ କୋଟିକୁ ବୃଦ୍ଧି କରାଯାଇଛି। ଉଦ୍ୟମ ପୋର୍ଟାଲରେ ପଞ୍ଜୀକୃତ ଅଣୁ ଉଦ୍ୟୋଗୀଙ୍କ ପାଇଁ ପ୍ରଚଳନ ହେବ କଷ୍ଟମାଇଜଡ କ୍ରେଡିଟ୍ କାର୍ଡ। ଯେଉଁଥିରେ ଖର୍ଚ୍ଚ ସୀମା ୫ ଲକ୍ଷ ରହିବ। ଚଳିତବର୍ଷ ଏଭଳି ୧୦ ଲକ୍ଷ କାର୍ଡ ଦିଆଯିବ। ପ୍ରଥମଥର ଉଦ୍ୟୋଗୀ ହେଉଥିବା ମହିଳା, ଏସସି-ଏସଟିଙ୍କ ପାଇଁ ଆରମ୍ଭ ହେବ ନୂଆ ସ୍କିମ୍। ୫ ବର୍ଷରେ ଯୋଗାଇ ଦିଆଯିବ ୨ କୋଟି ଲେଖାଏଁ ଋଣ। ଅଧିକ ନିଯୁକ୍ତି ସୃଷ୍ଟିକାରୀ ଚପଲ ଓ ଚମଡା କ୍ଷେତ୍ର ପାଇଁ ଆରମ୍ଭ ହେବ ଫୋକସ ପ୍ରଡକ୍ଟ ସ୍କିମ୍। ଏହା ଜରିଆରେ ୨୨ଲକ୍ଷଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।

ଭାରତକୁ ବିଶ୍ବର ଟଏ ହବ୍ କରିବାକୁ ମେଡ୍ ଇନ୍ ଇଣ୍ଡିଆ ବ୍ରାଣ୍ଡରେ ଖେଳନା ତିଆରି ପାଇଁ ଆରମ୍ଭ ହେବ ନ୍ୟାସନାଲ୍ ଆକ୍ସନ ପ୍ଲାନ୍। ବଜେଟରେ ଇନଭେଷ୍ଟମେଣ୍ଟ ଅର୍ଥାତ୍ ପୁଞ୍ଜିନିବେଶକୁ ତୃତୀୟ ଗ୍ରୋଥ୍ ଇଞ୍ଜିନ୍ କହିଛନ୍ତି ସରକାର। ୮ କୋଟି ଶିଶୁ, ୧ କୋଟି ଗର୍ଭବତୀ ଓ ମାଆଙ୍କ ପାଇଁ ଆରମ୍ଭ ହେବ ସକ୍ଷମ ଅଙ୍ଗନବାଡି ଓ ପୋଷଣ ୨.୦। ଗ୍ରାମାଂଚଳରେ ଥିବା ସବୁ ସରକାରୀ ମାଧ୍ୟମିକ ବିଦ୍ୟାଳୟ ଓ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ମିଳିବ ବ୍ରଡବ୍ୟାଣ୍ଡ। ସ୍କୁଲ ଓ ଉଚ୍ଚଶିକ୍ଷା ପାଇଁ ଡିଜିଟାଲ୍ ମାଧ୍ୟମରେ ଆଂଚଳିକ ଭାଷା ପୁସ୍ତକ ଉପଲବ୍ଧ ପାଇଁ କାର୍ଯ୍ୟକାରୀ ହେବ ଭାରତୀୟ। ଆଗାମୀ ୩ ବର୍ଷ ଭିତରେ ଦେଶର ପ୍ରତି ଜିଲ୍ଲା ହସପିଟାଲରେ ଖୋଲିବ ଡେ କେୟାର କ୍ୟାନସର ସେଣ୍ଟର। ୨୦୨୫-୨୬ରେ ସ୍ଥାପନ ହେବ ୨ଶହ କ୍ୟାନସର ସେଣ୍ଟର। ମେଡିକାଲ କଲେଜ ଓ ହସପିଟାଲରେ ଆସନ୍ତାବର୍ଷ ବଢିବ ୧୦ ହଜାର ସିଟ୍। ଶିକ୍ଷା କ୍ଷେତ୍ରରେ AIର ବ୍ୟବହାର ପାଇଁ ୫ଶହ କୋଟି ବ୍ୟୟବରାଦରେ ସ୍ଥାପନ ହେବ ସେଣ୍ଟର ଅଫ୍ ଏକ୍ସିଲେନ୍ସ । ଆଗାମୀ ୫ ବର୍ଷରେ ସରକାରୀ ସ୍କୁଲରେ ସ୍ଥାପନ ହେବ ଅଟଳ ଟିଙ୍କରିଂ ଲ୍ୟାବ୍। ରାଜ୍ୟଗୁଡିକୁ ବିନା ସୁଧରେ ୫୦ ବର୍ଷ ପାଇଁ ଯୋଗାଇ ଦିଆଯିବ ଦେଢ ଲକ୍ଷ କୋଟିର ଋଣ। ସହର ବିକାଶ ଲାଗି ସ୍ଥାପନ ହେବ ୧ ଲକ୍ଷ କୋଟିର ଅର୍ବାନ ଚ୍ୟାଲେଞ୍ଜ ଫଣ୍ଡ। ସାମୁଦ୍ରିକ ଶିଳ୍ପକୁ ଆର୍ଥିକ ସହାୟତା ଯୋଗାଇବାକୁ ଗଠନ ହେବ ୨୫ ହଜାର କୋଟିର କର୍ପସ ଫଣ୍ଡ। ଉଡାନ ସ୍କିମରେ ଆଗାମୀ ୧୦ ବର୍ଷରେ ଯୋଡି ହେବ ୧୨୦ ନୂଆ ଡେଷ୍ଟିନେସନ୍। ୫୦ଟି ପର୍ଯ୍ୟଟନସ୍ଥଳୀକୁ ରାଜ୍ୟ ସହଭାଗୀତାରେ ଚ୍ୟାଲେଞ୍ଜ ମୋଡରେ ବିକାଶ କରାଯିବ, ଆରମ୍ଭ ହେବ ଇ-ଭିସା। ହୋମ୍-ଷ୍ଟେ ପାଇଁ ଯୋଗାଇ ଦିଆଯିବ ମୁଦ୍ରା ଲୋନ୍। ସୃଜନଶୀଳତା କ୍ଷେତ୍ରରେ ଗବେଷଣା ଓ ବିକାଶ ଲାଗି ୨୦ ହଜାର କୋଟିର ବ୍ୟୟବରାଦ କରାଯାଇଛି।

Previous Post

ରେଳ ମନ୍ତ୍ରାଳୟ ପାଇଁ ୨.୫୫ ଲକ୍ଷ କୋଟିର ବ୍ୟୟବରାଦ

Next Post

ମଧ୍ୟବିତ୍ତଙ୍କ ଅଣ୍ଟି ଭରିଦେଲେ ଅର୍ଥମନ୍ତ୍ରୀ: ୧୨ ଲକ୍ଷ ଯାଏ ଟିକସ ଛାଡ

FNN WEB

FNN WEB

Next Post
ମଧ୍ୟବିତ୍ତଙ୍କ ଅଣ୍ଟି ଭରିଦେଲେ ଅର୍ଥମନ୍ତ୍ରୀ: ୧୨ ଲକ୍ଷ ଯାଏ ଟିକସ ଛାଡ

ମଧ୍ୟବିତ୍ତଙ୍କ ଅଣ୍ଟି ଭରିଦେଲେ ଅର୍ଥମନ୍ତ୍ରୀ: ୧୨ ଲକ୍ଷ ଯାଏ ଟିକସ ଛାଡ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
FIH ପ୍ରୋ ଲିଗ୍: ପାକିସ୍ତାନକୁ ଧୂଳି ଚଟାଇଲା ଭାରତ, ୭-୧ ଗୋଲ୍‌ରେ ରଚିଲା ଐତିହାସିକ ବିଜୟ

FIH ପ୍ରୋ ଲିଗ୍: ପାକିସ୍ତାନକୁ ଧୂଳି ଚଟାଇଲା ଭାରତ, ୭-୧ ଗୋଲ୍‌ରେ ରଚିଲା ଐତିହାସିକ ବିଜୟ

June 27, 2026
ଦିନକ ପରେ ମହାପ୍ରଭୁଙ୍କ ସ୍ନାନଯାତ୍ରା; ପୁରୀ ଅଭିମୁଖେ ଶ୍ରଦ୍ଧାଳୁ

ଦିନକ ପରେ ମହାପ୍ରଭୁଙ୍କ ସ୍ନାନଯାତ୍ରା; ପୁରୀ ଅଭିମୁଖେ ଶ୍ରଦ୍ଧାଳୁ

June 27, 2026
ସେସେଲସ୍ ରେ ବିଶ୍ୱର ସବୁଠୁ ବୟଷ୍କ କଇଁଛକୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦି, ଜାଣନ୍ତୁ ‘ଜୋନାଥନ’ର ପୁରା କାହାଣୀ

ସେସେଲସ୍ ରେ ବିଶ୍ୱର ସବୁଠୁ ବୟଷ୍କ କଇଁଛକୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦି, ଜାଣନ୍ତୁ ‘ଜୋନାଥନ’ର ପୁରା କାହାଣୀ

June 27, 2026
୬ ବର୍ଷ ପରେ ଭାରତ ଗସ୍ତରେ ଆସିବେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ

୬ ବର୍ଷ ପରେ ଭାରତ ଗସ୍ତରେ ଆସିବେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ

June 27, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ପାଣିପାଗ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

FIH ପ୍ରୋ ଲିଗ୍: ପାକିସ୍ତାନକୁ ଧୂଳି ଚଟାଇଲା ଭାରତ, ୭-୧ ଗୋଲ୍‌ରେ ରଚିଲା ଐତିହାସିକ ବିଜୟ

FIH ପ୍ରୋ ଲିଗ୍: ପାକିସ୍ତାନକୁ ଧୂଳି ଚଟାଇଲା ଭାରତ, ୭-୧ ଗୋଲ୍‌ରେ ରଚିଲା ଐତିହାସିକ ବିଜୟ

June 27, 2026
ଦିନକ ପରେ ମହାପ୍ରଭୁଙ୍କ ସ୍ନାନଯାତ୍ରା; ପୁରୀ ଅଭିମୁଖେ ଶ୍ରଦ୍ଧାଳୁ

ଦିନକ ପରେ ମହାପ୍ରଭୁଙ୍କ ସ୍ନାନଯାତ୍ରା; ପୁରୀ ଅଭିମୁଖେ ଶ୍ରଦ୍ଧାଳୁ

June 27, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.