• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ମଧ୍ୟବିତ୍ତଙ୍କ ଅଣ୍ଟି ଭରିଦେଲେ ଅର୍ଥମନ୍ତ୍ରୀ: ୧୨ ଲକ୍ଷ ଯାଏ ଟିକସ ଛାଡ

FNN WEB by FNN WEB
February 1, 2025
in ଓଡ଼ିଶା, ମୁଖ୍ୟ ଖବର
0
ମଧ୍ୟବିତ୍ତଙ୍କ ଅଣ୍ଟି ଭରିଦେଲେ ଅର୍ଥମନ୍ତ୍ରୀ: ୧୨ ଲକ୍ଷ ଯାଏ ଟିକସ ଛାଡ
0
SHARES
2
VIEWS

ନୂଆଦିଲ୍ଲୀ : ମୋଦି ୩.୦ର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟରେ ମଧ୍ୟବିତ୍ତଙ୍କ ଅଣ୍ଟି ଭରିଦେଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ବାର୍ଷିକ ୧୨ଲକ୍ଷ ଟଙ୍କା ଯାଏଁ ଆୟ କରୁଥିବା ବ୍ୟକ୍ତିଙ୍କୁ ଆଉ ଦେବାକୁ ପଡ଼ିବନି ଇନକମ୍ ଟ୍ୟାକ୍ସ। ନ୍ୟୁ ଟ୍ୟାକ୍ସ ରେଜିମରେ ଟ୍ୟାକ୍ସ ସ୍ଲାବରେ ବଡ଼ ପରିବର୍ତ୍ତନ ଆଣି ବ୍ୟକ୍ତିଗତ ଆୟକରଦାତାଙ୍କୁ ଆଶାଠୁ ଅଧିକ ଖୁସି କରିବାର ଉଦ୍ୟମ କରିଛନ୍ତି। ତେବେ ଓଲ୍ଡ ଟ୍ୟାକ୍ସ ରେଜିମରେ ଆୟକର ସ୍ଲାବ ଅପରିବର୍ତ୍ତିତ ରହିଛି। କେବଳ ସେତିକି ନୁହେଁ, ବଜେଟରେ ବରିଷ୍ଠ ନାଗରିକଙ୍କ ଲାଗି ଥିବା ଟ୍ୟାକ୍ସ ଡିଡକ୍ସନକୁ ବି ଡବଲ୍ କରିଦିଆଯାଇଛି।

ବ୍ୟକ୍ତିଗତ ଆୟକର ବ୍ୟବସ୍ଥାରେ ବଡ଼ ସଂସ୍କାର। ମଧ୍ୟବିତ୍ତଙ୍କୁ ଜବରଦସ୍ତ ରିହାତି। ଏଣିକି ବ୍ୟକ୍ତିଗତ ଆୟକରଦାତାଙ୍କୁ ସେମାନଙ୍କ ବାର୍ଷିକ ୧୨ ଲକ୍ଷ ଟଙ୍କା ଯାଏଁ ଆୟ ଉପରେ କୌଣସି ଇନକମ୍ ଟ୍ୟାକ୍ସ ଦେବାକୁ ପଡିବନି। ବେତନଭୋଗୀ ଓ ପେନସନରଙ୍କୁ ତ ଆହୁରି ଫାଇଦା। ଷ୍ଟାଣ୍ଡାର୍ଡ ଡିଡକ୍ସନ୍ ୭୫ ହଜାର ଟଙ୍କାକୁ ମିଶାଇ ୧୨ ଲକ୍ଷ ୭୫ ହଜାର ଆୟ ଉପରେ ଦେବାକୁ ହେବନି ଟଙ୍କାଟିଏ ବି ଟିକସ। କେବଳ ସେତିକି ନୁହେଁ, ଏହାଦ୍ବାରା ନୂଆ ଟ୍ୟାକ୍ସ ରେଜିମ୍କୁ ଆପଣାଉଥିବା ଆୟକରଦାତାଙ୍କ ୧୨ ଲକ୍ଷ ଟଙ୍କା ଆୟ ଉପରେ ୮୦ ହଜାର ଟଙ୍କା ସଂଚୟ ହେବ। ସେହିପରି ୧୮ ଲକ୍ଷ ଆୟ ଉପରେ ୭୦ ହଜାର ଓ ୨୫ ଲକ୍ଷ ଟଙ୍କା ଆୟ ଉପରେ ୧ ଲକ୍ଷ ୧୦ ହଜାର ଟଙ୍କାର ଫାଇଦା ପାଇବେ ଆୟକରଦାତା। ହେଲେ କ୍ୟାପିଟାଲ୍ ଗେନ୍ ଭଳି ସ୍ବତନ୍ତ୍ର ଆୟ ଉତ୍ସ ଥିବା ଟିକସଦାତାଙ୍କୁ ନୂଆ ସ୍ଲାବ୍ ଅନୁଯାୟୀ ଭରିବାକୁ ହେବ ଟିକସ।

ପୂର୍ବରୁ ୩ ଲକ୍ଷ ଟଙ୍କା ଯାଏଁ ଶୂନ୍ୟ ଟିକସ ଥିବା ବେଳେ ଏବେ ଏହାକୁ ୪ ଲକ୍ଷକୁ ବୃଦ୍ଧି କରାଯାଇଛି। ସେହିପରି ୩ରୁ ୭ଲକ୍ଷ ପର୍ଯ୍ୟନ୍ତ ଆୟକର ୫ ପ୍ରତିଶତ ପଡୁଥିବା ବେଳେ ଏବେ ଏଇ ସ୍ଲାବ୍ ୪ରୁ ୮ ଲକ୍ଷ କରାଯାଇଛି। ୭ରୁ ୧୦ ଲକ୍ଷ ପର୍ଯ୍ୟନ୍ତ ଆୟକର ୧୦ ପ୍ରତିଶତ ପଡୁଥିବା ବେଳେ ଏହାକୁ ୮ରୁ ୧୨ ଲକ୍ଷ, ୧୦ରୁ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ପାଇଁ ଟ୍ୟାକ୍ସ ସ୍ଲାବ୍ ୧୫ ପ୍ରତିଶତ ଥିବା ବେଳେ ଏହାକୁ ୧୨ରୁ ୧୬ ଲକ୍ଷ, ୧୨ରୁ ୧୫ ଲକ୍ଷ ଯାଏଁ ଆୟକର ୨୦ ପ୍ରତିଶତ ପଡୁଥିବା ବେଳେ ଏବେ ଏହାକୁ ୧୬ରୁ ୨୦ ଲକ୍ଷ ଯାଏଁ ବଢ଼ାଯାଇଛି। ସେହିପରି ପୂର୍ବରୁ ୧୫ ଲକ୍ଷରୁ ଅଧିକ ଆୟ ପାଇଁ ୩୦ ପ୍ରତିଶତ ଆୟକର ଦେବାକୁ ପଡୁଥିବା ବେଳେ ଏଥିରେ ବଡ଼ ରିହାତି ଦେଇ ୨୦ରୁ ୨୪ ଲକ୍ଷ ଆୟ ପାଇଁ ୨୫ ପ୍ରତିଶତ ଏବଂ ୨୪ ଲକ୍ଷରୁ ଅଧିକ ଆୟ ପାଇଁ ଟ୍ୟାକ୍ସକୁ ୩୦ ପ୍ରତିଶତ ରଖାଯାଇଛି।

ବରିଷ୍ଠ ନାଗରିକଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ସେମାନଙ୍କ ଲାଗି ଟ୍ୟାକ୍ସ ଡିଡକ୍ସନକୁ ୫୦ ହଜାରରୁ ଡବଲ୍ କରି ଲକ୍ଷେ ଟଙ୍କା କରିଛନ୍ତି ଅର୍ଥମନ୍ତ୍ରୀ। ଏମିତିକି ପୂର୍ବରୁ ବାର୍ଷିକ ୨ ଲକ୍ଷ ୪୦ ହଜାର ଟଙ୍କାର ଘରଭଡ଼ା ଉପରେ TDS ଲାଗୁଥିବା ବେଳେ ଏହାକୁ ୬ ଲକ୍ଷ ଟଙ୍କାକୁ ବଢ଼ାଯାଇଛି। କେବଳ ସେତିକି ନୁହେଁ, ଏଣିକି ଅପଡେଟେଡ୍ ରିଟର୍ଣ୍ଣ ଫାଇଲିଂର ସମୟସୀମାକୁ ଦୁଇ ବର୍ଷ ପରିବର୍ତ୍ତେ ୪ ବର୍ଷ କରାଯାଇଛି। ଇନକମ୍ ଟ୍ୟାକ୍ସରେ ଏସବୁ ସଂସ୍କାର କାରଣରୁ ସରକାରଙ୍କ ପାଖକୁ ଯାଉଥିବା ଲକ୍ଷେ କୋଟି ଟଙ୍କାର ରାଜସ୍ବ ମଧ୍ୟବିତ୍ତଙ୍କ ହାତକୁ ଯିବ ବୋଲି ସୂଚନା ଦେଇଛନ୍ତି ଅର୍ଥମନ୍ତ୍ରୀ।

Previous Post

କେନ୍ଦ୍ର ବଜେଟ ଫୋକସରେ ଚାଷୀ, ଗରିବ, ଯୁବଗୋଷ୍ଠୀ ଓ ମହିଳା

Next Post

ଯୁବଗୋଷ୍ଠୀଙ୍କୁ ଚାକିରି ଏବଂ ଦରଦାମ ନିୟନ୍ତ୍ରଣ ପାଇଁ କିଛି ବ୍ୟବସ୍ଥା ନାହିଁ: ନବୀନ

FNN WEB

FNN WEB

Next Post
ରାଜ୍ୟରେ ସାମାଜିକ ବିଶୃଙ୍ଖଳା ନେଇ ନବୀନଙ୍କ ଉଦବେଗ

ଯୁବଗୋଷ୍ଠୀଙ୍କୁ ଚାକିରି ଏବଂ ଦରଦାମ ନିୟନ୍ତ୍ରଣ ପାଇଁ କିଛି ବ୍ୟବସ୍ଥା ନାହିଁ: ନବୀନ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
FIH ପ୍ରୋ ଲିଗ୍: ପାକିସ୍ତାନକୁ ଧୂଳି ଚଟାଇଲା ଭାରତ, ୭-୧ ଗୋଲ୍‌ରେ ରଚିଲା ଐତିହାସିକ ବିଜୟ

FIH ପ୍ରୋ ଲିଗ୍: ପାକିସ୍ତାନକୁ ଧୂଳି ଚଟାଇଲା ଭାରତ, ୭-୧ ଗୋଲ୍‌ରେ ରଚିଲା ଐତିହାସିକ ବିଜୟ

June 27, 2026
ଦିନକ ପରେ ମହାପ୍ରଭୁଙ୍କ ସ୍ନାନଯାତ୍ରା; ପୁରୀ ଅଭିମୁଖେ ଶ୍ରଦ୍ଧାଳୁ

ଦିନକ ପରେ ମହାପ୍ରଭୁଙ୍କ ସ୍ନାନଯାତ୍ରା; ପୁରୀ ଅଭିମୁଖେ ଶ୍ରଦ୍ଧାଳୁ

June 27, 2026
ସେସେଲସ୍ ରେ ବିଶ୍ୱର ସବୁଠୁ ବୟଷ୍କ କଇଁଛକୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦି, ଜାଣନ୍ତୁ ‘ଜୋନାଥନ’ର ପୁରା କାହାଣୀ

ସେସେଲସ୍ ରେ ବିଶ୍ୱର ସବୁଠୁ ବୟଷ୍କ କଇଁଛକୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦି, ଜାଣନ୍ତୁ ‘ଜୋନାଥନ’ର ପୁରା କାହାଣୀ

June 27, 2026
୬ ବର୍ଷ ପରେ ଭାରତ ଗସ୍ତରେ ଆସିବେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ

୬ ବର୍ଷ ପରେ ଭାରତ ଗସ୍ତରେ ଆସିବେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ

June 27, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ପାଣିପାଗ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

FIH ପ୍ରୋ ଲିଗ୍: ପାକିସ୍ତାନକୁ ଧୂଳି ଚଟାଇଲା ଭାରତ, ୭-୧ ଗୋଲ୍‌ରେ ରଚିଲା ଐତିହାସିକ ବିଜୟ

FIH ପ୍ରୋ ଲିଗ୍: ପାକିସ୍ତାନକୁ ଧୂଳି ଚଟାଇଲା ଭାରତ, ୭-୧ ଗୋଲ୍‌ରେ ରଚିଲା ଐତିହାସିକ ବିଜୟ

June 27, 2026
ଦିନକ ପରେ ମହାପ୍ରଭୁଙ୍କ ସ୍ନାନଯାତ୍ରା; ପୁରୀ ଅଭିମୁଖେ ଶ୍ରଦ୍ଧାଳୁ

ଦିନକ ପରେ ମହାପ୍ରଭୁଙ୍କ ସ୍ନାନଯାତ୍ରା; ପୁରୀ ଅଭିମୁଖେ ଶ୍ରଦ୍ଧାଳୁ

June 27, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.