• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ପରୀକ୍ଷା ପୂର୍ବରୁ ପିଲାଙ୍କ ମନୋବଳ ବୃଦ୍ଧି କଲେ ଦେଶରେ ପ୍ରଧାନମନ୍ତ୍ରୀ, ରାଜ୍ୟରେ ମୁଖ୍ୟମନ୍ତ୍ରୀ

FNN WEB by FNN WEB
February 10, 2025
in ଓଡ଼ିଶା, ମୁଖ୍ୟ ଖବର
0
ପରୀକ୍ଷା ପୂର୍ବରୁ ପିଲାଙ୍କ ମନୋବଳ ବୃଦ୍ଧି କଲେ ଦେଶରେ ପ୍ରଧାନମନ୍ତ୍ରୀ, ରାଜ୍ୟରେ ମୁଖ୍ୟମନ୍ତ୍ରୀ
0
SHARES
1
VIEWS


ଫଳ ଉପରେ ଫୋକସ ନକରି ପ୍ରସ୍ତୁତି ଉପରେ ଅଧିକ ଫୋକସ କରନ୍ତୁ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ପରୀକ୍ଷା ସମୟ ପ୍ରାୟ ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକ ମାନଙ୍କ ପାଇଁ ଚିନ୍ତାର କାରଣ ପାଲଟିଥାଏ। ପରୀକ୍ଷା ପୂର୍ବରୁ ଅଳ୍ପ ଚାପ ଭଲ, କିନ୍ତୁ ଅଧିକ ଚାପଗ୍ରସ୍ତ ନହୋଇ ଶିକ୍ଷକ ମାନଙ୍କ ପରାମର୍ଶ ମାନି ସମୟର ସଠିକ ଉପଯୋଗ କରି ଓ ସର୍ବଦା ଆଗକୁ ବଢ଼ିବାର ଇଚ୍ଛା ନେଇ ଆତ୍ମବିଶ୍ୱାସର ସହ କଠୋର ପରିଶ୍ରମ ଜାରି ରଖିଲେ ସଫଳତା ନିଶ୍ଚୟ ମିଳିବ ବୋଲି, ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି, ଭୁବନେଶ୍ୱରସ୍ଥ ୟୁନିଟ‌-୧ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ପୂର୍ବାହ୍ନ ୧୧ଟାରେ ଅନୁଷ୍ଠିତ ହୋଇଥିବା “ପରୀକ୍ଷା ପେ ଚର୍ଚ୍ଚା ୨୦୨୫” କାର୍ଯ୍ୟକ୍ରମରେ ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଉପଦେଶ ଦେଇଛନ୍ତି।

ଏହି ଅବସରରେ ‘ପରୀକ୍ଷା ପେ’ ଚର୍ଚ୍ଚା’-୨୦୨୫ର ଅଷ୍ଟମ ସଂସ୍କରଣରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର ସିଧାସଳଖ ଛାତ୍ରଛାତ୍ରୀ, ଶିକ୍ଷକ ଏବଂ ଅଭିଭାବକଙ୍କ ସହ ଏହି ମତ ବିନିମୟ କାର୍ଯ୍ୟକ୍ରମ ସଂକ୍ରାନ୍ତରେ ପ୍ରସ୍ତୁତ ଭିଡିଓଟି ୟୁନିଟ‌-୧ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ପରିବେଷଣ କରାଯାଇଥିଲା ଏବଂ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ କରିବା ସହିତ ଧୈର୍ଯ୍ୟ, ସିଦ୍ଧାନ୍ତ ଓ ଦୃଢ ବିଶ୍ୱାସର ସହ ପରୀକ୍ଷା ପାଇଁ ପ୍ରସ୍ତୁତ ରହିବା ଏବଂ ଚାପମୁକ୍ତ ରହି ପରୀକ୍ଷା ଦେବା ସହ ସଫଳତା ହାସଲ କରିବା ପାଇଁ ଅନେକ ଗୁରୁତ୍ଵପୂର୍ଣ୍ଣ ବିଷୟ ସମ୍ପର୍କରେ ପରାମର୍ଶ ଦେଇଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେଯେ ଶିକ୍ଷା ଜୀବନ ପ୍ରତି ଏକ ଆନନ୍ଦର ମନୋଭାବକୁ ପ୍ରୋତ୍ସାହିତ କରେ। ଛାତ୍ରଛାତ୍ରୀ ମାନେ ପରୀକ୍ଷା ଦେବା ସମୟ ଠାରୁ ପରୀକ୍ଷା ପୂର୍ବ ସମୟକୁ ଭଲ ଭାବେ ଉପଯୋଗ କରିବା ସହିତ ନିଜକୁ ମାନସିକ ସ୍ତରରେ ଦୃଢ ରଖି ଏବଂ ପରୀକ୍ଷା ସମୟରେ ଷ୍ଟ୍ରେସରେ ନଆସି, ଶିକ୍ଷକ ଶିକ୍ଷୟିତ୍ରୀଙ୍କ କଥା ମାନି ଏକାଗ୍ର ଚିତ୍ତରେ ପଢିବା ଉଚିତ। ପରୀକ୍ଷା ପ୍ରତି କେବେ ହେଲେ ନିଜର ଭୟ ରଖିବ ନାହିଁ। ଭୟ ଆସିଗଲେ, ମନରୁ ଏକାଗ୍ରତା ଚାଲିଯାଏ। ଏକାଗ୍ରତା ପାଇଁ ଟିକେ ରିଲାକ୍ସ ହେବା ଦରକାର। ଏଣୁ ଅଧିକ ସମୟ ଏକାଗ୍ର ଚିତ୍ତରେ ପାଠ ପଢିବା ପାଇଁ, ପଢା ମଝିରେ ୫/୧୦ ମିନିଟ ପାଇଁ ବିରତି ନେଇ ପୁଣିଥରେ ମନଦେଇ ପଢିବ।

ମୁଣ୍ଡ ଉପରେ ପରୀକ୍ଷା ଆସି ଉପନୀତ ହୋଇ ସାରିଛି । ମୋର ଦୃଢ଼ ବିଶ୍ୱାସ ତୁମମାନଙ୍କୁ ନିଜ ନିଜ ପରିଶ୍ରମର ମୂଲ୍ୟ ନିଶ୍ଚିତ ଭାବରେ ମିଳିବ । ସର୍ବଦା ଆଗକୁ ବଢ଼ିବାର ଇଚ୍ଛା ନେଇ ଆତ୍ମବିଶ୍ୱାସର ସହ କଠୋର ପରିଶ୍ରମ ଜାରି ରଖିଲେ ଉଦ୍ୟମ ଆଦୌ ବୃଥା ଯିବ ନାହିଁ । ପରୀକ୍ଷା ଫଳ ଉପରେ ଫୋକସ ନକରି ପରୀକ୍ଷା ପ୍ରସ୍ତୁତି ଉପରେ ଅଧିକ ଫୋକସ କରିଲେ ହିଁ ସଫଳତା ମିଳିବ। ପରୀକ୍ଷା ସମୟରେ ଅଲଗା ଚିନ୍ତା ନକରି ଯାହା ପଡିଛି ସେହି ବିଷୟରେ ଧ୍ୟାନ ଦେବା ଉଚିତ । ଯେଉଁ ବିଷୟରେ ପରୀକ୍ଷା ଦେବ, ପରୀକ୍ଷା ପୂର୍ବରୁ ସେହି ବିଷୟର ସାରାଂଶ ନୋଟ କରି ରଖ। ଏହାକୁ ବାରମ୍ବାର ଅଭ୍ୟାସ କରି ପରୀକ୍ଷା ହଲକୁ ଯିବ ଦେଖିବ, ଯାହାଫଳରେ ତୁମେ ମାନେ ନର୍ଭସ ହେବ ନାହିଁ ବୋଲି ଛାତ୍ର ଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

ପାଠପଢା ଓ ଡିଜିଟାଲ ଉପକରଣ ବ୍ୟବହାର ବିଷୟରେ ଆଲୋଚନା କରି ସେ କହିଥିଲେଯେ, ପଢା ସମୟରେ ଡିଜିଟାଲ ଉପକରଣ ଅତ୍ୟନ୍ତ କମ ବ୍ୟବହାର କରିବା ଉଚିତ, ବିଶେଷ କରି ପରୀକ୍ଷା ସମୟରେ ମୋବାଇଲ ଠାରୁ ଦୁରେଇ ରହିବା ଆବଶ୍ୟକ। ପରୀକ୍ଷା ବେଳେ mind divert ନକରି, ଏହା ପୂର୍ବରୁ short points ପ୍ରସ୍ତୁତ କରି, fundamental clear କରି ବାରମ୍ବାର revise କରି ପରୀକ୍ଷା ଦେବାକୁ ଯାଅ। ପାଠ ପଢ଼ିବା ପାଇଁ ଏବଂ ମାନେ ରଖିବା ପାଇଁ, ବ୍ରାହ୍ମ ମୁହୂର୍ତ୍ତ ସବୁଠାରୁ ପ୍ରକୃଷ୍ଟ ସମୟ, ଏହି ସମୟରେ ପାଠ ପଢିଲେ ଅତିଶୀଘ୍ର ପାଠ ମନେ ରୁହେ ବୋଲି ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରି କହିଥିଲେ।

ସେ ପୁଣି କହିଥିଲେଯେ, ଚାପମୁକ୍ତ ହେବାପାଇଁ ଚେଷ୍ଟା କର ଏବଂ ଯାହା ଶିକ୍ଷକ ମାନେ ପଢାଇଛନ୍ତି ତାକୁ ସର୍ବୋତ୍ତମ ମଡେଲ ଭାବେ ଗ୍ରହଣ କରି ପ୍ରସ୍ତୁତ ହୁଅ। ପ୍ରଧାନମନ୍ତ୍ରୀ, ଷ୍ଟ୍ରେସ କମାଇବା ପାଇଁ ଯାହା ଟିପ୍ସ ଦେଇଛନ୍ତି, ଏଠାରୁ ଗଲା ପରେ ଗୋଟି ଗୋଟି କରି ମନେ ପକାଇବ ଓ ତାକୁ କାମରେ ଲଗାଇବ। ମୋର ଦୃଢ଼ ବିଶ୍ୱାସ, ତୁମମାନଙ୍କ ଭବିଷ୍ୟତ ଉଜ୍ଜ୍ୱଳ ।କେବଳ ପାଠ ପଢ, ଶିକ୍ଷକ ମାନଙ୍କ ପରାମର୍ଶ ନିଅ। ବାସ୍, ଯାହା ହେବ, ଭଲ ହେବ, ନିଶ୍ଚୟ ଭଲ ହେବ, ଏଥିରେ ସନ୍ଦେହ ନାହିଁ।

ସୂଚନା ଥାଉକି, ଉକ୍ତ କାର୍ଯ୍ୟକ୍ରମରେ ୟୁନିଟ‌-୧ ସରକାରୀ ଉଚ୍ଚ ବିଦ୍ୟାଳୟର ୧୬୮ ଜଣ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀ ମାନେ ଯୋଗ ଦେଇ ମୁଖ୍ୟମନ୍ତ୍ରୀଙ୍କ ସହିତ ସିଧାସଳଖ କଥା ହୋଇଥିଲେ, ପରୀକ୍ଷା ପୂର୍ବ ପ୍ରସ୍ତୁତି ବିଷୟରେ ପ୍ରଶ୍ନ ପଚାରିବା ସହିତ ଆଲୋଚନାରେ ଭାଗ ମଧ୍ୟ ନେଇଥିଲେ। ଉପସ୍ଥିତ ଛାତ୍ର ଛାତ୍ରୀଙ୍କ ମଧ୍ୟରୁ ଲିଜା ନାୟକ, ଶୁଭମ ପାତ୍ର, ଜେ. ମିନାକ୍ଷୀ, ସସ୍ମିତା ସାହୁ, ସଂଜୀବ ଦିଗଲ, ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ ପଚାରିବା ସହିତ ଆଲୋଚନାରେ ଭାଗ ନେଇଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀ ମାନଙ୍କୁ ପରୀକ୍ଷା ପ୍ରସ୍ତୁତି କୀଟ ବାଣ୍ଟିଥିଲେ।

କାର୍ଯ୍ୟକ୍ରମରେ, ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ଶ୍ରୀ ଅନୁପମ ସାହା, ଓଡ଼ିଶା ସ୍କୁଲ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ, ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ, ଶ୍ରୀମତୀ ଅନନ୍ୟା ଦାସଙ୍କ ସମେତ ୟୁନିଟ‌-୧ ସରକାରୀ ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।

Previous Post

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଏନ୍‍.ସି.ସି. ମହାନିର୍ଦ୍ଦେଶକ

Next Post

ମୁସଲମାନଙ୍କ ପାଇଁ ଇଶ୍ଵରଙ୍କ ସାନିଧ୍ୟ ପ୍ରାପ୍ତିର ମାର୍ଗ ଦର୍ଶାଇ ଆଉ ଏକ ଇଜ୍‌ତେମା

FNN WEB

FNN WEB

Next Post
ମୁସଲମାନଙ୍କ ପାଇଁ ଇଶ୍ଵରଙ୍କ ସାନିଧ୍ୟ ପ୍ରାପ୍ତିର ମାର୍ଗ ଦର୍ଶାଇ ଆଉ ଏକ ଇଜ୍‌ତେମା

ମୁସଲମାନଙ୍କ ପାଇଁ ଇଶ୍ଵରଙ୍କ ସାନିଧ୍ୟ ପ୍ରାପ୍ତିର ମାର୍ଗ ଦର୍ଶାଇ ଆଉ ଏକ ଇଜ୍‌ତେମା

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
୧୪ରେ ଭାରତ ପ୍ରତିଭା ସମ୍ମାନ ଓ ଭାରତ ମସଲା ପ୍ରତିଷ୍ଠା ଦିବସ

୧୪ରେ ଭାରତ ପ୍ରତିଭା ସମ୍ମାନ ଓ ଭାରତ ମସଲା ପ୍ରତିଷ୍ଠା ଦିବସ

September 11, 2026
ଇଂରାଜୀ ଦୈନିକ ‘ନ୍ୟାସନାଲ ବିକନ୍’ ଲୋକାର୍ପିତ

ଇଂରାଜୀ ଦୈନିକ ‘ନ୍ୟାସନାଲ ବିକନ୍’ ଲୋକାର୍ପିତ

September 4, 2026
ନେପାଳରେ ମୃତ୍ୟୁର ମହାତାଣ୍ଡବ, ୫ଶହ ଟପିଲା ମୃତ୍ୟୁସଂଖ୍ୟା

ନେପାଳରେ ମୃତ୍ୟୁର ମହାତାଣ୍ଡବ, ୫ଶହ ଟପିଲା ମୃତ୍ୟୁସଂଖ୍ୟା

August 28, 2026
ଆମେରିକା ଠାରୁ ଜାଭେଲିନ୍ ଆଣ୍ଟି-ଟ୍ୟାଙ୍କ ମିସାଇଲ୍ କିଣିବ ଭାରତ: ୟୁଏସ କହିଲା ଭାରତୀୟ ସେନାକୁ ଆମେ ସମର୍ଥନ କରୁ

ଆମେରିକା ଠାରୁ ଜାଭେଲିନ୍ ଆଣ୍ଟି-ଟ୍ୟାଙ୍କ ମିସାଇଲ୍ କିଣିବ ଭାରତ: ୟୁଏସ କହିଲା ଭାରତୀୟ ସେନାକୁ ଆମେ ସମର୍ଥନ କରୁ

August 28, 2026

Recent News

୧୪ରେ ଭାରତ ପ୍ରତିଭା ସମ୍ମାନ ଓ ଭାରତ ମସଲା ପ୍ରତିଷ୍ଠା ଦିବସ

୧୪ରେ ଭାରତ ପ୍ରତିଭା ସମ୍ମାନ ଓ ଭାରତ ମସଲା ପ୍ରତିଷ୍ଠା ଦିବସ

September 11, 2026
ଇଂରାଜୀ ଦୈନିକ ‘ନ୍ୟାସନାଲ ବିକନ୍’ ଲୋକାର୍ପିତ

ଇଂରାଜୀ ଦୈନିକ ‘ନ୍ୟାସନାଲ ବିକନ୍’ ଲୋକାର୍ପିତ

September 4, 2026
ନେପାଳରେ ମୃତ୍ୟୁର ମହାତାଣ୍ଡବ, ୫ଶହ ଟପିଲା ମୃତ୍ୟୁସଂଖ୍ୟା

ନେପାଳରେ ମୃତ୍ୟୁର ମହାତାଣ୍ଡବ, ୫ଶହ ଟପିଲା ମୃତ୍ୟୁସଂଖ୍ୟା

August 28, 2026
ଆମେରିକା ଠାରୁ ଜାଭେଲିନ୍ ଆଣ୍ଟି-ଟ୍ୟାଙ୍କ ମିସାଇଲ୍ କିଣିବ ଭାରତ: ୟୁଏସ କହିଲା ଭାରତୀୟ ସେନାକୁ ଆମେ ସମର୍ଥନ କରୁ

ଆମେରିକା ଠାରୁ ଜାଭେଲିନ୍ ଆଣ୍ଟି-ଟ୍ୟାଙ୍କ ମିସାଇଲ୍ କିଣିବ ଭାରତ: ୟୁଏସ କହିଲା ଭାରତୀୟ ସେନାକୁ ଆମେ ସମର୍ଥନ କରୁ

August 28, 2026
Fast News Network

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ପାଣିପାଗ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

୧୪ରେ ଭାରତ ପ୍ରତିଭା ସମ୍ମାନ ଓ ଭାରତ ମସଲା ପ୍ରତିଷ୍ଠା ଦିବସ

୧୪ରେ ଭାରତ ପ୍ରତିଭା ସମ୍ମାନ ଓ ଭାରତ ମସଲା ପ୍ରତିଷ୍ଠା ଦିବସ

September 11, 2026
ଇଂରାଜୀ ଦୈନିକ ‘ନ୍ୟାସନାଲ ବିକନ୍’ ଲୋକାର୍ପିତ

ଇଂରାଜୀ ଦୈନିକ ‘ନ୍ୟାସନାଲ ବିକନ୍’ ଲୋକାର୍ପିତ

September 4, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.