ପାରାଦ୍ଵୀପ: ପାରାଦ୍ଵୀପ ଉପକଣ୍ଠ ପାରାଦ୍ଵୀପ ଗଡ କଲ୍ୟାଣ ମଣ୍ଡପ ଠାରେ ନବ ପ୍ରତିଭାଙ୍କ ଏନ୍ତୁଡ଼ିଶାଳ “ସାରସ୍ଵତ ପରିକ୍ରମା” ସାହିତ୍ୟ ଅନୁଷ୍ଠାନର ୨୮ତମ ବାର୍ଷିକ ଉତ୍ସବ ମହା ସମାରୋହରେ ପାଳନ କରାଯାଇଅଛି । ସଭାନେତ୍ରୀ ଗୋଲାପ ରାଣୀ ସାହୁଙ୍କ ସଭାପତିତ୍ବରେ ଆୟୋଜିତ ସାଧାରଣ ସାହିତ୍ୟ ସଭାରେ ବରେଣ୍ୟ ଅତିଥି ଭାବେ ଯୋଗ ଦାନ କରିଥିଲେ ପାରାଦ୍ଵୀପ ମୁନିସପାଲିଟିର ଅଧ୍ୟକ୍ଷ ଶ୍ରୀଯୁକ୍ତ ବସନ୍ତ ବିଶ୍ଵାଳ,ଓଡ଼ିଶାର ପ୍ରତିଷ୍ଠିତ ଲେଖକ ଡ.ରାମଚନ୍ଦ୍ର ମହାନ୍ତି,ଗାଳ୍ପିକ ରଵି ସ୍ଵାଇଁ, ଗାଳ୍ପିକ ରବି ପଣ୍ଡା, ବରିଷ୍ଠ ଆଡଭୋକେଟ ଶ୍ରୀଯୁକ୍ତ ସଞ୍ଜୟ କୁମାର ବେହେରା ଏବଂ ସାମ୍ବାଦିକ ଶରତ କୁମାର ରାଉତ।ଅତିଥୀମାନେ ସେମାନଙ୍କର ବକ୍ତବ୍ୟରେ ଓଡିଆ ଭାଷା ସାହିତ୍ୟର ଉନ୍ନତି ପାଇଁ ସାରସ୍ଵତ ପରିକ୍ରମାର ଅନୁଷ୍ଠାନର ଭୂୟସୀ ପ୍ରଶଂସା କରିଥିଲେ ।ଏହା ସହିତ ସ୍ଥାନୀୟ ଶିଳ୍ପସଂସ୍ଥା ମାନେ ସାହିତ୍ୟ ଅନୁଷ୍ଠାନ ପ୍ରତି ବିଜ୍ଞାପନ ଟିଏ ଦେବାକୁ କୁଣ୍ଠା ପ୍ରକାଶ କରୁଥିବାରୁ କ୍ଷୋଭ ପ୍ରକାଶ କରିଥଲେ।ଏହି ଅବସରରେ ଓଡିଶାର ବିଭିନ୍ନ ବିଭାଗରେ ଆଠଜଣ ପ୍ରତିଭା ସମ୍ପନ୍ନ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା ।ସେମାନେ ହେଲେ କଥା ଶ୍ରୀ ବିଚିତ୍ରାନନ୍ଦ ବିଶ୍ଵାଳଙ୍କୁ ଗଳ୍ପ ସମ୍ମାନ, ପ୍ରେମାନନ୍ଦ ଖଣ୍ଡୁଆଳ ଙ୍କୁ କବିତା ସମ୍ମାନ, ସଂଯୋଗୀ ସଜଫୁଲ ସାହିତ୍ୟ ଅନୁଷ୍ଠାନ, କେଉଁଝରକୁ ଶ୍ରେଷ୍ଠ ସାହିତ୍ୟ ଅନୁଷ୍ଠାନ ସମ୍ମାନ ଓ ଡ.ରାମରନ୍ଦ୍ର ମହାନ୍ତିଙ୍କୁ ସାହିତ୍ୟ ସମ୍ମାନ ପ୍ରଦାନ କରାଯାଇଥିଲା।ସେହିପରି ଗୀତିକବି ଅନ୍ନପୂର୍ଣ୍ଣା ନନ୍ଦ ସ୍ମୃତି ଯୁବ ପ୍ରତିଭା ସମ୍ମାନ ପାଇଁ ଶ୍ରୀସିକ୍ତା ଶୁଭଦର୍ଶିନୀ,ଶ୍ରେଷ୍ଠ ସାମାଜିକ କର୍ମୀ ୱ।ଆଇ ଶ୍ରୀନିବାସ, କବିତା ପାଇଁ ଅଳକାବତୀ ରଥ ଏବଂ ଶୁକଦେବ ତରାଇ ଙ୍କୁ ଶ୍ରେଷ୍ଠ ସ୍ବେଚ୍ଛାସେବୀ ସମ୍ମାନ ପ୍ରଦାନ କରାଯାଇଥିଲା ।ଛବି କଵି କବିତା ପାଇଁ ତୁଳସୀ ବରାଳ ଏବଂ ଶ୍ରୀସିକ୍ତା ଶୁଭଦର୍ଶିନୀଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା ।ସାରସ୍ଵତ ପରିକ୍ରମା ମୂଖପତ୍ର “ସ୍ଵାଭିମାନ” କୁ ବରେଣ୍ୟ ଅତିଥିମାନେ ଉନ୍ମୋଚନ କରିଥିଲେ । ଆୟୋଜିତ କବିତା ପାଠୋତ୍ସବ ରେ ଶତାଧିକ କବି ତାଙ୍କର ସ୍ବରଚିତ କବିତା ପାଠ କରିଥିଲେ । କବିତା ଗୁଡିକୁ ସଂଯୋଜନା କରିଥିଲେ ଶ୍ରୀସିକ୍ତା ଶୁଭଦର୍ଶିନୀ ।ଶେଷରେ ଧନ୍ୟବାଦ ପ୍ରଦାନ କରିଥିଲେ ଅନୁଷ୍ଠାନର ସମ୍ପାଦକ ରମେଶ ଚନ୍ଦ୍ର ତ୍ରିପାଠୀ ।ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ସହ ସମ୍ପାଦକ ସୁବାସ ସେନାପତି, ଉପ ସଭାପତି ରଜୀତ କୁମାର ଦାସ ଓ ଅନୁଷ୍ଠାନର ସମସ୍ତ ସଦସ୍ୟ ସଦସ୍ୟା ।














