ଭୁବନେଶ୍ବର: ଆୟକର ଫାଇଲ କରିଥିଲେ ବି କଟିବନି ରାସନ କାର୍ଡ। ଫିଜିକାଲ ଭେରିଫିକେସନ କରିବେ ରାଜ୍ୟ ସରକାର। ଏ ନେଇ ଲିଷ୍ଟ ସହ ଡୋର-ଟୁ-ଡୋର ବୁଲି ଭେରିଫିକେସନ କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଫିଜିକାଲ ଭେରିଫିକେସନ ପରେ ନିଷ୍ପତ୍ତି ନିଆଯିବ ବୋଲି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପତ୍ର ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି ଯେ, ଅଭିଯୋଗ ଆସୁଛି ଯେଉଁମାନେ ଆୟକର ଫାଇଲ କରୁଛନ୍ତି କାର୍ଡ କଟି ଯାଉଛି। କିନ୍ତୁ କାହାର କାର୍ଡ କାଟିବନି। ଲିଷ୍ଟ ଅଧିକାରୀମାନଙ୍କ ପାଖକୁ ଯାଇଛି। ସେମାନେ ଡୋର-ଟୁ-ଡୋର ବୁଲି ଦେଖିବେ। କାହାର ଆୟ କେତେ ତାପରେ କାର୍ଡ କଟିବ କି ନାହିଁ ବିଚାର କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି କାହାର କାର୍ଡ କାଟନ୍ତୁ ନାହିଁ କି ଚାଉଳ ବନ୍ଦ କରନ୍ତୁ ନାହିଁ। ପ୍ରକୃତରେ ଯିଏ ଗରିବ ଥିବ କାର୍ଡ ରହିବ। ଧନୀ ଲୋକ ହାତେଇ ଥିଲେ କଟିବ। ଆଦୌ ବ୍ୟସ୍ତ ହୁଅନ୍ତି ନାହିଁ ବୋଲି ମନ୍ତ୍ରୀ କହିଛନ୍ତି। ଯଦି କଟିଛି ବିଭାଗକୁ ଜଣାନ୍ତୁ ବୋଲି ମନ୍ତ୍ରୀ ଅପିଲ କରିଛନ୍ତି। ତଦନ୍ତ କରି ସେମାନଙ୍କୁ ସାମିଲ କରାଯିବ। ଗ୍ରାମାଞ୍ଚଳରେ ମାସିକ ୧୦ ହଜାର ଏବଂ ସହରାଞ୍ଚଳରେ ୧୫ ହଜାର ଆୟ ଥିଲେ କାର୍ଡ କଟିବାକୁ ନିର୍ଦ୍ଦେଶ ଆସିଛି। ଯେଉଁମାନେ ପ୍ରକୃତରେ ଗରିବ ସେମାନଙ୍କର କାର୍ଡ ରହୁ। ସେଥିପାଇଁ ଫିଜିକାଲ ଭେରିଫିକେସନ ହେବ ବୋଲି ମନ୍ତ୍ରୀ କହିଛନ୍ତି।














