ପାରାଦୀପ: ପାରାଦୀପ ଲକଥାନା ଅନ୍ତର୍ଗତ ୫୩ ନଂ ଜାତୀୟ ରାଜପଥ ପିତାମ୍ବରପୁର ଗାଁ ପାଖରେ ମଙ୍ଗଳବାର ରାତି ୧୧ଟାରେ ଏକ କାର ଜଳି ଯାଇଥିଲା।ସେଥିରେ ଥିବା ଜଣଙ୍କର ମୃତ୍ୟୁ ଘଟିଥିଲା।ଉକ୍ତ ମୃତକଙ୍କ ପରିଚୟ ବୁଧବାର ପୋଲିସ ପାଇଛି।ସେ ହେଲେ ରଶ୍ମିରଞ୍ଜନ ସାମନ୍ତରାୟ (୪୦)।ତାଙ୍କ ଘର କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ଅନ୍ତର୍ଗତ ବଟିରା ପଞ୍ଚାୟତ ରାମଚନ୍ଦ୍ରପୁର ଗ୍ରାମରେ।ସେ ଯେଉଁ କାର ସହିତ ଜଳି ଯାଇଥିଲେ ସେ କାର ମାଲିକଙ୍କ ନାମ ସୁରେଶ ସେଠି।ଯିଏକି ୨୦୨୧ରେ କରୋନା ଭାଇରସ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିଲା।ସୁରେଶ ପିପିଏଲ କମ୍ପାନୀ ମଧ୍ୟରେ ଚାକିରୀ କରୁଥିଲେ।ଏବେ ତାଙ୍କ ପତ୍ନୀ ସେହି କମ୍ପାନୀରେ ଚାକିରୀ କରିଛନ୍ତି।ସଂପୃକ୍ତ ମହିଳା ରଶ୍ମିରଞ୍ଜନ ଙ୍କ ସମ୍ପର୍କୀୟ ହୋଇ ଥିବାରୁ ତାଙ୍କ କାର ଚଳାଉଥିଲେ।ଏବଂ ସେ ଠିକାଦାରୀ କରନ୍ତି।ଜଣେ ମନ୍ତ୍ରୀଙ୍କ ଭାଇ ସହିତ ରଶ୍ମିରଞ୍ଜନ ଠିକାଦାରୀ କରୁଥିବା ଜଣାପଡିଛି।ଏମିତି ଅନେକ ଘଟଣା ଉପରେ ତଦନ୍ତ ଚାଲିଛି ବୋଲି ଲକଥାନା ଅଧିକାରୀ ରଶ୍ମିରଞ୍ଜନ ଦାସ କହିଛନ୍ତି।ଘଟଣା ସମ୍ପର୍କରେ ମୃତକଙ୍କ ଭଉଣୀ ବୁଧବାର ଲିଖିତ ଅଭିଯୋଗ କରିବା ପରେ ପୋଲିସ ଅପମୃତ୍ୟୁ ମାମଲା ୧୧/୨୫ରୁଜୁ କରିଛି।ବୁଧବାର ଘଟଣା ସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ଯାଞ୍ଚ କରିଛନ୍ତି।ଗାଡ଼ି ସହିତ ମୃତକଙ୍କ ମୋବାଇଲ ମଧ୍ୟ ଜଳିଯାଇଛି।ଉକ୍ତ ଘଟଣା ସମ୍ପୂର୍ଣ୍ଣ ଚର୍ଚ୍ଚିତ ଥିବା ବେଳେ ପୋଲିସ ଅପମୃତ୍ୟୁ ମାମଲା ରୁଜୁ କରିବା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି














