ପାରାଦୀପ: ପାରାଦୀପ ଥାନା ଅନ୍ତର୍ଗତ ବାଉରିଆପାଳନ୍ଦା ଠାରେ ଥିବା ଏକ ରାଷ୍ଟ୍ରାୟତ ତୈଳ ଡିପୋ ଆଗରୁ ଦୁଇଟି ଛୋଟ ତେଲ ଗାଡିକୁ ପୋଲିସ ଜବତ କରିଛି।ଏଥିରେ ଥିବା ୮୦୦ ଲିଟର ଡିଜେଲ ଜବତ କରିବା ସହ ଜଣେ ଚାଳକଙ୍କୁ ଅଟକ ରଖିଛି।ଏ ନେଇ ୫୬/୨୪ରେ ମାମଲା ରୁଜୁ କରିଛି।ସୂଚନା ମୁତାବକ କେନ୍ଦୁଝର ଜିଲ୍ଲାର ଦୁଇଟି ହୋମ ଡେଲିଭରି ତେଲ ଗାଡି (ଓଡି୦୯ୟୁ୯୭୦୩,ଓ ଓଡି୦୨ସିଜେ୨୬୪୯)ତୈଳ ଡିପୋ ପାଖରେ ତେଲ ଅନ୍ୟ ଏକ ଗାଡିକୁ କାଢିବା ବେଳେ ପୋଲିସ ଧରିଥିଲା।ସେଥିରେ ଥିବା ୮୦୦ଲିଟର ଡିଜେଲ ଜବତ କରିଛି ବୋଲି ଥାନାଧିକାରୀ କାବୁଲି ବାରିକ କହିଛନ୍ତି।ଘଟଣା କୁ ନେଇ କେନ୍ଦୁଝର ଜିଲ୍ଲାର ଏହି ଗାଡି ବୁଝୁଥିବା ସୁପରଭାଇଜର ଅମରପ୍ରଧାନ ନାୟକ କୁହନ୍ତି ଏହି ତେଲ କାରବାର ସମ୍ପୂର୍ଣ୍ଣ ବୈଧ ଥିଲା।ପୋଲିସ ଉଦ୍ଦେଶ୍ୟ ମୂଳକ ଭାବେ ପଦକ୍ଷେପ ନେଇଛନ୍ତି।














