• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ରାଜ୍ୟରୁ ଲୁଟ୍‌ ହେଉଛି ଲଘୁ ଖଣିଜ ପଦାର୍ଥ: ବିଜେଡି

FNN WEB by FNN WEB
March 17, 2025
in ଓଡ଼ିଶା, ମୁଖ୍ୟ ଖବର
0
ରାଜ୍ୟରୁ ଲୁଟ୍‌ ହେଉଛି ଲଘୁ ଖଣିଜ ପଦାର୍ଥ: ବିଜେଡି
0
SHARES
1
VIEWS

ସରକାରୀ ଦଳର ବିଧାୟକ ଓ ମନ୍ତ୍ରୀ ସାଜିଛନ୍ତି ଅଂଶୀଦାର
ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ପ୍ରୋତ୍ସାହନରେ ସମଗ୍ର ଓଡ଼ିଶାରେ ଲଘୁ ଖଣିଜ ପଦାର୍ଥ ବ୍ୟାପକ ଭାବେ ଲୁଟ୍‌ ଚାଲିଛି। ଏହି ଲୁଟ୍‌ର ସିଂହଭାଗ ଶାସକ ଦଳର ବିଧାୟକ, ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ପକେଟକୁ ଯାଉଛି ବୋଲି ଅଭିଯୋଗ ଆଣି ବିଜୁ ଜନତା ଦଳ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି। ଶଙ୍ଖ ଭବନ ଠାରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ବିଧାୟକ ବ୍ୟୋମକେଶ ରାୟ, ଗୌତମବୁଦ୍ଧ ଦାସ ଓ ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ ଏହି ଲୁଟ୍‌ ସମ୍ପର୍କରେ ଓ ଏଥିରେ ରାଜ୍ୟ ସରକାରଙ୍କ ସମ୍ପୃକ୍ତି ସମ୍ପର୍କରେ ଅଭିଯୋଗମାନ ବାଢିଥିଲେ। ପ୍ରାରମ୍ଭରେ ବିଜୁ ଜନତା ଦଳର ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଲେନିନ ମହାନ୍ତି ରାଜ୍ୟରେ ବିଜେପି ସରକାରଙ୍କ ପ୍ରୋତ୍ସାହନରେ ଲଘୁ ଖଣିଜ ପଦାର୍ଥର ଚୋରାଚାଲାଣ ବୃଦ୍ଧି ଭଳି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଜିର ସାମ୍ୱାଦିକ ସମ୍ମିଳନୀ ଅନୁଷ୍ଠିତ ହେଉଛି ବୋଲି କହିବା ସହିତ ଏହି ସମ୍ୱନ୍ଧରେ ବିଭିନ୍ନ ଖବରକାଗଜରେ ପ୍ରକାଶିତ ସମ୍ୱାଦ ଗୁଡିକ ଏଲଇଡି ପରଦାରେ ପ୍ରଦର୍ଷିତ କରିଥିଲେ।

ବିଧାୟକ ଗୌତମବୁଦ୍ଧ ଦାସ କହିଥିଲେ, ଗତ ମାର୍ଚ୍ଚ ୬ ତାରିଖରେ, ରାଜ୍ୟର ମୁଖ୍ୟ ଶାସନ ସଚିବ ଜିଲ୍ଲାପାଳ ଓ ଅନ୍ୟ ଅଧିକାରୀ ମାନଙ୍କ ସହିତ ଭିଡିଓ କନଫରେନ୍ସ ଜରିଆରେ ଲଘୁ ଖଣିଜ ପଦାର୍ଥର ଚୋରାଚାଲାଣ ରୋକିବା ପାଇଁ ବିଭିନ୍ନ ପଦକ୍ଷେପ ସମ୍ପର୍କରେ ବାର୍ତ୍ତାଳାପ କରିଥିଲେ। ଯଦିଓ, ଏହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ଥିଲା, ଏଥିରେ ଲଘୁ ଖଣିଜ ପଦାର୍ଥ ଚୋରାଚାଲାଣର ନାଭିକେନ୍ଦ୍ର ବୋଲାଉଥିବା କ୍ରସର ଗୁଡିକ ଉପରେ କୌଣସି ଫୋକସ ଦିଆଯାଇ ନଥିଲା। ଏହା ଏକ ତ୍ରୁଟି ନଥିଲା ବରଂ ଚୋରାଚାଲାଣକୁ ବ୍ୟବସ୍ଥିତ ଢଙ୍ଗରେ ଚଳାଇବା ପାଇଁ ଜାଣିଶୁଣି କ୍ରସର ଉପରେ ନଜର ରଖାଯାଇ ନଥିଲା। ଏବେ ରାଜ୍ୟରେ, ଛୋଟ ଟ୍ରାକ୍ଟର ଓ ଟ୍ରକ ଉପରେ ଧରପଗଡ଼ କରାଯାଉଥିବା ବେଳେ କ୍ରସର ମାଧ୍ୟମରେ ବଡ଼ ଧରଣର ଲୁଟ୍‌ ଚାଲିଛି। ସରକାରୀ ଦଳର ବିଧାୟକ ଖଣି ମାଫିଆ ମାନଙ୍କ ଠାରୁ ମୋଟା ଅଙ୍କର ଚାନ୍ଦା ଆଦାୟ କରୁଛନ୍ତି। ବଜାରରେ ସମସ୍ତ ଅତ୍ୟାବଶକୀୟ ଜିନିଷର ଦରଦାମ ବୃଦ୍ଧି ହୋଇଥିବା ବେଳେ ବାଲି ଓ ଗୋଡ଼ିର ଦର ମଧ୍ୟ ଅହେତୁକ ବୃଦ୍ଧି ପାଇଛି ବୋଲି ଶ୍ରୀ ଦାସ କହିଥିଲେ।

ବିଧାୟକବ୍ୟୋମକେଶ ରାୟ କହିଥିଲେ, ଲଘୁ ଖଣିଜ ପଦାର୍ଥ ଲୁଟ୍‌କୁ ରୋକିବା ପରିବର୍ତ୍ତେ ସରକାର ଏଥିରେ ଅଂଶୀଦାର ସାଜିଛନ୍ତି। ଖାଲି ମାର ମାର ଭଣ୍ଡାରିଆକୁ ମାର ନୀତିରେ ଛୋଟ ଛୋଟ ଟ୍ରାକ୍ଟର ଓ ଟ୍ରକ ଉପରେ ଚଢ଼ାଉ କରାଯାଉଛି, କିନ୍ତୁ ଚୋରାଚାଲାଣର ମୁଖ୍ୟ ଦ୍ୱାର ଗୁଡିକ ସାହାଣ ମେଲା ରଖାଯାଇଛି। ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ଏହି ଲଘୁ ଖଣିଜ ପଦାର୍ଥ ଲୁଟ୍‌ ବ୍ୟାପକ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା କେନ୍ଦୁଝରରେ ସର୍ବାଗ୍ରେ ରହିଛି। ଏହି ଚୋରାଚାଲାଣର ଗୋଟିଏ ଅଂଶ ସରକାରୀ ଦଳର ବିଧାୟକ, ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ପକେଟକୁ ଯାଉଛି। ବିଭିନ୍ନ ସରକାରୀ କାମରେ ଲାଗୁଥିବା ଚୋରା ଲଘୁ ଖଣିଜ ପଦାର୍ଥର ବିଲ୍‌ ବିନା ଟିପି (ଟ୍ରାଞ୍ଜିଟ ପରମିଟ୍‌)ରେ ପାସ୍‌ କରାଯାଉଛି।

ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ କହିଥିଲେ, ରାଜ୍ୟରେ ଏହି ଲଘୁ ଖଣିଜ ପଦାର୍ଥ ଲୁଟ୍‌ ସରକାରଙ୍କ ପ୍ରୋତ୍ସାହନରେ ଚାଲିଥିବା ବେଳେ ବିଭିନ୍ନ ସରକାରୀ ବିଭାଗ ଯଥା ଖଣି ବିଭାଗ, ଜଙ୍ଗଲ ବିଭାଗ ଓ ପୋଲିସ ବିଭାଗ ଇତ୍ୟାଦି ମଧ୍ୟ ଏଥିରେ ସାମିଲ ଅଛନ୍ତି। କିଛି ଖଣି ଲିଜ୍‌ଧାରୀଙ୍କ କାଗଜପତ୍ର ବୈଧ ଥିବା ସତ୍ତ୍ବେ ତାଙ୍କ ଖଣିକୁ ଜୋର ଜବରଦସ୍ତ ବନ୍ଦ କରାଯାଉଛି ଓ ବନ୍ଦ ପଡ଼ିଥିବା କିଛି ଖଣିକୁ ବେଆଇନ ଭାବେ ଚଲାଯାଉଛି। ରାଜ୍ୟରେ ବିଜେପି ସରକାର ଆସିବା ପରଠାରୁ ଅଧିକ ସଂଖ୍ୟାରେ ବେଆଇନ ଖଣି ଗୁଡିକ କାର୍ଯ୍ୟକ୍ଷମ ହୋଇଛି। ନିକଟରେ, ଯାଜପୁର ଜିଲ୍ଲାର ଆରୁଆ ଗ୍ରାମରେ ଜନସାଧାରଣ ବେଆଇନ ଖଣି କାମକୁ ବିରୋଧ କରି ଏହି କାର୍ଯ୍ୟରେ ଲାଗିଥିବା ୭୦ରୁ ଊର୍ଦ୍ଧ୍ବ ଜେସିବି ପୋଲିସକୁ ହସ୍ତାନ୍ତର କରିଥିଲେ। ପୋଲିସ ସ୍ଥାନୀୟ ବାସିନ୍ଦାକୁ ସହଯୋଗ କରିବା ପରିବର୍ତ୍ତେ ସେମାନଙ୍କୁ ଧମକ ଚମକ ଦେଇଥିଲା। ରାଜ୍ୟରେ ଲଘୁ ଖଣିଜ ପଦାର୍ଥ ଚୋରାଚାଲାଣ ବନ୍ଦ କରିବାକୁ ସରକାର ତୁରନ୍ତ ପଦକ୍ଷେପ ନିଅନ୍ତୁ ବୋଲି ବିଜୁ ଜନତା ଦଳ ଦାବି କରୁଛି।

Previous Post

ବ୍ୟାଙ୍କ ଧର୍ମଘଟ ଡାକରା: ୪ ଦିନ ବ୍ୟାଙ୍କ ସେବା ବନ୍ଦ ରହିବ

Next Post

ପରଲୋକରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନ

FNN WEB

FNN WEB

Next Post
ପରଲୋକରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନ

ପରଲୋକରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

June 17, 2026
ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

June 17, 2026
ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

June 17, 2026
ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

June 17, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

June 17, 2026
ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

June 17, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.