• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ବିଧାୟକ ମାନଙ୍କୁ ବିଧାନସଭା ପରିସରକୁ ଯିବାକୁ ନଦେବା ଅଗଣତାନ୍ତ୍ରିକ: କଂଗ୍ରେସ

FNN WEB by FNN WEB
March 26, 2025
in ଓଡ଼ିଶା, ମୁଖ୍ୟ ଖବର
0
ବିଧାୟକ ମାନଙ୍କୁ ବିଧାନସଭା ପରିସରକୁ ଯିବାକୁ ନଦେବା ଅଗଣତାନ୍ତ୍ରିକ: କଂଗ୍ରେସ
0
SHARES
2
VIEWS

ରାଜ୍ୟରେ କ୍ରମାଗତ ଭାବରେ ବଢ଼ୁଥିବା ମହିଳା ହିଂସାକୁ ନେଇ ବ୍ୟାକଫୁଟରେ ବିଜେପି ସରକାର

  • ଓଡ଼ିଶା ବିଧାନସଭା ପୋଲିସ କବଜାରେ-ବାଚସ୍ପତି ନୁହଁନ୍ତି ପୋଲିସ ସାଜିଛି ବିଧାନସଭାର ନୀତି ନିର୍ଦ୍ଧାରକ

ଭୁବନେଶ୍ୱର: ନିର୍ବାଚିତ ବିଧାୟକ ମାନଙ୍କୁ ବିଧାନସଭା ପରିସର ଭିତରକୁ ବାଚସ୍ପତିଙ୍କର ବିନା ନିର୍ଦ୍ଦେଶନାମାରେ ଯିବାକୁ ନଦେବା ସଂପୂର୍ଣ୍ଣ ଅଗଣତାନ୍ତ୍ରିକ ଏବଂ ଓଡ଼ିଶା ବିଧାନସଭା ଇତିହାସରେ ପ୍ରଥମଥର ପାଇଁ ପୋଲିସ ବିଧାନସଭାର ନୀତି ନିର୍ଦ୍ଧାରିକ ସାଜିଛି ଏବଂ ବାଚସ୍ପତି ସରକାରୀ ଦଳର ହାତବାରିସି ସାଜିଛନ୍ତି । ଗତକାଲି ରାତି ଏବଂ ଆଜିର ଘଟଣାକ୍ରମକୁ ଦେଖିଲେ ଏଭଳି କିଛି ପ୍ରତୀୟମାନ ହେଉଥିବା ଅଭିଯୋଗ କରିଛନ୍ତି ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସ । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ପ୍ରଦେଶ କଂଗ୍ରେସର ତମାମ ବରିଷ୍ଠ ନେତା ସର୍ବଶ୍ରୀ ପୂର୍ବତନ ବିଧାୟକ ଦଳ ନେତା ନରସିଂହ ମିଶ୍ର, ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା, ପୂର୍ବତନ ସାଂସଦ ରାମଚନ୍ଦ୍ର ଖୁଂଟିଆ, ପୂର୍ବତନ ସାଂସଦ ଅନନ୍ତ ପ୍ରସାଦ ସେଠୀ, ପୂର୍ବତନ ସାଂସଦ ଅମର ପ୍ରଧାନ, ପୂର୍ବତନ ମନ୍ତ୍ରୀ ପଂଚାନନ କାନୁନଗୋ, ପୂର୍ବତନ ମନ୍ତ୍ରୀ ଶରତ ରାଉତ, ପୂର୍ବତନ ବିଧାୟକ ସନ୍ତୋଷ ସିଂ ସାଲୁଜା, ପୂର୍ବତନ ବିଧାୟକ ସମୀର ରାଉତରାୟ, ଅଖିଳଭାରତ ମହିଳା କଂଗ୍ରେସ ସମ୍ପାଦିକା ସସ୍ମିତା ବେହେରାଙ୍କ ଉପସ୍ଥିତିରେ ପିସିସି ସଭାପତି ରାଜ୍ୟର ବିଜେପି ସରକାରର ମହିଳା ହିଂସାକୁ ନେଇ ଦୋମୁହାଁ ନୀତିକୁ କଠୋର ସମାଲୋଚନା କରିବା ସହିିତ ମୋହନ ସରକାର ସମୟରେ କ୍ରମାଗତ ଭାବରେ ବଢ଼ୁଥିବା ଦୁଷ୍କର୍ମ, ଗଣଦୁଷ୍କର୍ମ ଏବଂ ପାଶବିକ ଅତ୍ୟାଚାରକୁ ନେଇ ଚିନ୍ତାବ୍ୟକ୍ତ କରିଥିଲେ ।

ପୂର୍ବତନ ବିଧାୟକ ଦଳ ନେତା ନରସିଂହ ମିଶ୍ର ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ପ୍ରଥମଥର ପାଇଁ ଓଡ଼ିଶା ବିଧାନସଭା ଇତିହାସରେ ବାଚସ୍ପତିଙ୍କର ବିନାନିର୍ଦ୍ଦେଶନାମାରେ ପୋଲିସ ନିର୍ବାଚିତ ଜନପ୍ରତିନିଧି ମାନଙ୍କୁ ବିଧାନସଭା ପରିସର ଭିତରକୁ ଯିବାକୁ ଦେଉନାହିଁ । ଗତକାଲି ରାତିରେ ପୂର୍ବତନ ବିଧାୟକ ହିସାବରେ ସେ ବିଧାନସଭା ଭିତରକୁ ଯାଇ କଂଗ୍ରେସର ଧାରଣାରତ ବିଧାୟକ ମାନଙ୍କ ସହିତ ଆଲୋଚନା କରିବାକୁ ଚାହିଁଥିଲେ ଏବଂ ଏହା ଜଣେ ପୂର୍ବତନ ବିଧାୟକ ହିସାବରେ ତାଙ୍କର ଅଧିକାର ପରିସରଭୁକ୍ତ ହୋଇଥିଲେ ମଧ୍ୟ ପୋଲିସ ତାଙ୍କୁ ଯିବାକୁ ଦେଇନଥିଲା । ବିଧାନସଭା ପରିସର ଭିତରେ ଧାରଣାରତ ବିଧାୟକ ମାନଙ୍କ ସହିତ ସୁରକ୍ଷାକର୍ମୀମାନେ ର୍ଦୁବ୍ୟବହାର ପ୍ରଦର୍ଶନ କରିଥିଲେ ଏବଂ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ସେଥିରେ ଆହତ ହୋଇଥିଲେ । ସୁରକ୍ଷା ଦୃଷ୍ଟିରୁ ଧାରା-୧୬୩ ବଳବତର ଥିଲାବେଳେ ମଧ୍ୟ ୫ଜଣ ପୂର୍ବତନ ବିଧାୟକ ବିଧାନସଭା ଭିତରକୁ ଯିବାରେ କୌଣସି ଆଇନଗତ ପ୍ରତିବନ୍ଧକ ନଥିବା ସତ୍ୱେ ପୋଲିସ ବଳପୂର୍ବକ ସେଠାରେ ଉପସ୍ଥିତ ଥିବା ୫ଜଣ ପୂର୍ବତନ ବିଧାୟକ ଏବଂ ବରିଷ୍ଠ କଂଗ୍ରେସ ନେତାମାନଙ୍କୁ ଜୋରଜବରଦସ୍ତ ଗାଡ଼ିରେ ଉଠାଇ ନେଇଥିଲା ।

ବିଜେପି ଗଣତନ୍ତ୍ରର ଗାରିମାକୁ ନଷ୍ଟ କରିବା ସହିତ ଗଣତନ୍ତ୍ରକୁ ସ୍ପଷ୍ଟ ଦିବାଲୋକରେ ହତ୍ୟା କରୁଛି ଯାହାକୁ ପ୍ରଦେଶ କଂଗ୍ରେସ ତରଫରୁ ଜୋରଦାର ବିରୋଧ କରାଯିବ । ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା କହିଥିଲେ ଯେ ଓଡ଼ିଶା ସମେତ ବିଜେପି ଶାସିତ ଅନେକ ରାଜ୍ୟରେ ମହିଳାକମିସନଙ୍କୁ ସ୍ଥାଣୁ ଅବସ୍ଥାରେ ରଖାଯାଇଛି । ଆଜି ଗୃହବିଭାଗର ରିପୋର୍ଟ ସାର୍ବଜନୀନ ହେଲାପରେ ଜଣାଗଲା ଯେ ପ୍ରତେକଦିନ ଓଡ଼ିଶାରେ ୮ଟି ଦୁଷ୍କର୍ମ ଘଟଣା ଘଟୁଛି ଯାହାକି ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ପୂର୍ବରୁ ୭ଟି ଦୁଷ୍କର୍ମ ଘଟଣା ଘଟୁଥିଲା ବେଳେ ବର୍ତମାନ ବିଜେପି ସରକାର କ୍ଷମତାକୁ ଆସିବାପରେ ଏହା କମିବା ପରିବର୍ତେ ଅଧିକା ହୋଇଛି । ଓଡ଼ିଶାରେ ମହିଳାଙ୍କ ଉପରେ ବଢ଼ୁଥିବା ପାଶବିକ ଅତ୍ୟାଚାର ଏବଂ ଦୁଷ୍କର୍ମ ଘଟଣା ଏକ ସାମାଜିକ ବ୍ୟାଧିଭାବରେ ମାଡ଼ିଚାଲିଥିବା ବେଳେ ଶାସକ ଦଳର ରାଜନୈତିକ ଇଛାଶକ୍ତିର ଅଭାବ ହେତୁ ଏହା ଉପରେ ଲଗାମ ଲାଗିପାରୁ ନାହିଁ ଏବଂ ସେଥିପାଇଁ ଆସନ୍ତା ୨୭ ତାରିଖ ଦିନ ଓଡ଼ିଶା ବିଧାସଭା ଘେରାଉ କାର୍ଯ୍ୟକ୍ରମକୁ ଓଡ଼ିଶାର କୋଣ ଅନୁକୋଣରେ ସମସ୍ତ ଓଡ଼ିଶାବାସୀ ସମର୍ଥନ ଦେବାପାଇଁ ସେ ଅନୁରୋଧ କରିଥିଲେ । ପୂର୍ବତନ ପିସିସି ସଭାପତି ଶ୍ରୀ ଜୟଦେବ ଜେନା କହିଥିଲେ ଯେ ଓଡ଼ିଶାର ବାଚସ୍ପତି ନିଜେ ମହିଳା ହୋଇଥିବା ବେଳେ ବିଧାନସଭାରେ କଂଗ୍ରେସ ବିଧାୟକମାନଙ୍କର ମହିଳା ହିଂସାକୁ ନେଇ ମୁଖ୍ୟମନ୍ତ୍ରୀଙ୍କର ବିବୃତି ଏବଂ ଗୃହକମିଟି ଗଠନ ଦାବିକୁ ଆଗ୍ରାହ୍ୟ କରି ୧୨ ଜଣ ବିଧାୟକଙ୍କୁ ସସପେଣ୍ଡ କରିବା ଗଣତନ୍ତ୍ରକୁ ହତ୍ୟା କରିବା ସହିତ ସମାନ । ଗତକାଲି ରାତିରେ କଂଗ୍ରେସର ୧୨ଜଣ ବିଧାୟକ ବିଧାନସଭା ପରିସର ଭିତରେ ଅଖିଆ ଅପିଆ ଧାରଣ ଦେଇଥିଲେ ମଧ୍ୟ ତାଙ୍କୁ ଦେଖାହେବା ପାଇଁ ପୂର୍ବତନ ବିଧାୟକ ମାନଙ୍କୁ ପୋଲିସ ନଛାଡ଼ିବା ଅତ୍ୟନ୍ତ ନିନ୍ଦନୀୟ କାର୍ଯ୍ୟ ।

ସେ କହିଥିଲେ ମହିଳାଙ୍କୁ ଅସମ୍ମାନ କରି ପୁରା କୌରବପକ୍ଷ ଯେଭଳି ଧରାବକ୍ଷରୁ ନିଶ୍ଚିହ୍ନ ହୋଇଯାଇଥିଲେ ଓଡ଼ିଶାରେ ମହିଳାଙ୍କ ପ୍ରତି ହେଉଥିବା ପାଶବିକ ଅତ୍ୟାଚାର ଯୋଗୁଁ ବିଜେପି ସରକାର ସଂପୂର୍ଣ୍ଣ ଭାବରେ ମୂଳପୋଛ ହୋଇଯିବେ । ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ କହିଲେ ଯେ ବର୍ତମାନ ବିଜେପି ସରକାର ସମୟରେ ଓଡ଼ିଶାରେ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ପ୍ରତ୍ୟେକ ଦିନ ହତ୍ୟାକରାଯାଉଛି । ପୂର୍ବରୁ ୧୯୯୫ ମସିହାରେ କଂଗ୍ରେସ ସରକାର ସମୟରେ ମଧ୍ୟ ବିରୋଧି ଦଳ ତରଫରୁ ବିଧାନସଭା ପରିସରରେ ରାତିତମାମ ଧାରଣା ଦିଆଯାଇଥିଲା । କିନ୍ତୁ ସେ ସମୟରେ ବାଚସ୍ପତି ମହୋଦୟ କୌଣସି ବିଧାୟକଙ୍କୁ ଗୃହରୁ ନିଲମ୍ବନ କରିନଥିଲେ । ଏଭଳି ଅନେକ ଉଦାହରଣ ଆମ ସଂସଦୀୟ ଗଣତନ୍ତ୍ରରେ ଅଛି । ଏହା ପୂର୍ବରୁ ୨୦୧୨ ମସିହାରେ ମଧ୍ୟ ଯେତେବେଳେ ସରକାରୀ ଦଳ ହଠାତ ବିଧାନସଭାକୁ ବନ୍ଦ କରିବାକୁ ନିଷ୍ପତି ନେଇଥିଲେ ଆମ ଦଳ ତରଫରୁ ଆମେ ଏକ ପ୍ରତିକାତ୍ମକ ବିଧାନସଭା ଡାକିଥିଲୁ ଏବଂ ଏକଥା ସେ ସମୟରେ ତମାମ ଗଣମାଧ୍ୟମର ଶିରୋନାମା ମଣ୍ଡନ କରିଥିଲା ।

Previous Post

କଂଗ୍ରେସର ୧୨ଜଣ ବିଧାୟକ ବିଧାନସଭାରୁ ନିଲମ୍ବିତ

Next Post

ସାଧାରଣ ପ୍ରଶାସନ, ଗୃହ ବିଭାଗ ଖର୍ଚ୍ଚ ଦାବି ଆଲୋଚନା

FNN WEB

FNN WEB

Next Post
ସାଧାରଣ ପ୍ରଶାସନ, ଗୃହ ବିଭାଗ ଖର୍ଚ୍ଚ ଦାବି ଆଲୋଚନା

ସାଧାରଣ ପ୍ରଶାସନ, ଗୃହ ବିଭାଗ ଖର୍ଚ୍ଚ ଦାବି ଆଲୋଚନା

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ମହିଳା ସରପଞ୍ଚ ଚାମେଲିଙ୍କୁ ବିଜେଡିର ସମର୍ଥନ, ବିଜେପିକୁ କଟାକ୍ଷ

ମହିଳା ସରପଞ୍ଚ ଚାମେଲିଙ୍କୁ ବିଜେଡିର ସମର୍ଥନ, ବିଜେପିକୁ କଟାକ୍ଷ

June 12, 2026
ମିସନ ମୋଡରେ ଆମ ସରକାର ମୌଳିକ ସୁବିଧା ପୂରଣ କରୁଛନ୍ତି: ମୁଖ୍ୟମନ୍ତ୍ରୀ

ମିସନ ମୋଡରେ ଆମ ସରକାର ମୌଳିକ ସୁବିଧା ପୂରଣ କରୁଛନ୍ତି: ମୁଖ୍ୟମନ୍ତ୍ରୀ

June 12, 2026
ଓଡ଼ିଶା ଛୁଇଁଲା ମୌସୁମୀ, ରଜରେ ତୁହାକୁ ତୁହା ବର୍ଷା

ଓଡ଼ିଶା ଛୁଇଁଲା ମୌସୁମୀ, ରଜରେ ତୁହାକୁ ତୁହା ବର୍ଷା

June 12, 2026
ଦେବାଶିଷ ସାମନ୍ତରାୟ ନିର୍ଦ୍ବନ୍ଦ୍ବରେ ରାଜ୍ୟସଭାକୁ ନିର୍ବାଚିତ

ଦେବାଶିଷ ସାମନ୍ତରାୟ ନିର୍ଦ୍ବନ୍ଦ୍ବରେ ରାଜ୍ୟସଭାକୁ ନିର୍ବାଚିତ

June 11, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ମହିଳା ସରପଞ୍ଚ ଚାମେଲିଙ୍କୁ ବିଜେଡିର ସମର୍ଥନ, ବିଜେପିକୁ କଟାକ୍ଷ

ମହିଳା ସରପଞ୍ଚ ଚାମେଲିଙ୍କୁ ବିଜେଡିର ସମର୍ଥନ, ବିଜେପିକୁ କଟାକ୍ଷ

June 12, 2026
ମିସନ ମୋଡରେ ଆମ ସରକାର ମୌଳିକ ସୁବିଧା ପୂରଣ କରୁଛନ୍ତି: ମୁଖ୍ୟମନ୍ତ୍ରୀ

ମିସନ ମୋଡରେ ଆମ ସରକାର ମୌଳିକ ସୁବିଧା ପୂରଣ କରୁଛନ୍ତି: ମୁଖ୍ୟମନ୍ତ୍ରୀ

June 12, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.