• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ବିଜୁଙ୍କ ପ୍ରତି ଅସମ୍ମାନ, ଓଡ଼ିଆ ଅସ୍ମିତା ପ୍ରତି କୁଠାରଘାତ: ବିଜେଡି

FNN WEB by FNN WEB
April 24, 2025
in ଓଡ଼ିଶା, ମୁଖ୍ୟ ଖବର
0
ବିଜୁଙ୍କ ପ୍ରତି ଅସମ୍ମାନ, ଓଡ଼ିଆ ଅସ୍ମିତା ପ୍ରତି କୁଠାରଘାତ: ବିଜେଡି
0
SHARES
1
VIEWS

ମାର୍ଚ୍ଚ ୫ ପରିବର୍ତ୍ତେ ଆଜି ପଞ୍ଚାୟତିରାଜ ଦିବସ ପାଳନ

ଭୁବନେଶ୍ୱର : ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଦିବସ ଅର୍ଥାତ ମାର୍ଚ୍ଚ ୫ ପରିବର୍ତ୍ତେ ଆଜି ଅର୍ଥାତ ଏପ୍ରିଲ ୨୪ ତାରିଖରେ ରାଜ୍ୟରେ ପ୍ରଥମଥର ପାଇଁ ପଞ୍ଚାୟତିରାଜ ଦିବସ ପାଳିତ ହୋଇଥିବା ବେଳେ ବିଜୁ ଜନତା ଦଳ ଏହାକୁ ବିଜୁ ପଟ୍ଟନାୟକଙ୍କ ପ୍ରତି ଅସମ୍ମାନ ଓ ଓଡ଼ିଆ ଅସ୍ମିତା ପ୍ରତି କୁଠାରଘାତ ବୋଲି ଅଭିହିତ କରିଛି। ସାରା ଦେଶରେ ପଞ୍ଚାୟତିରାଜ ବ୍ୟବସ୍ଥାକୁ ଲାଗୁ କରିବାରେ ବିଜୁ ପଟ୍ଟନାୟକଙ୍କ ଭୂମିକାକୁ ସ୍ମରଣୀୟ କରିବା ପାଇଁ ଗତ ୩ ଦଶନ୍ଧି ଧରି ମାର୍ଚ୍ଚ ୫ ତାରିଖରେ ରାଜ୍ୟରେ ପଞ୍ଚାୟତିରାଜ ଦିବସ ପାଳିତ ହୋଇଆସୁଥିବା ବେଳେ, ବର୍ତ୍ତମାନ ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି କେବଳ ଇତିହାସକୁ ବିକୃତ କରିବା ସଦୃଶ୍ୟ ହୋଇଛି ବୋଲି ବିଜୁ ଜନତା ଦଳ ତରଫରୁ କୁହାଯାଇଛି।

ବିଜୁ ଜନତା ଦଳ ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଡ଼ ଲେନିନ ମହାନ୍ତି କହିଛନ୍ତି, ପଞ୍ଚାୟତିରାଜ ବ୍ୟବସ୍ଥାର ଆମୂଳଚୁଳ ପୁନରବିନ୍ୟାସ ଲକ୍ଷ୍ୟରେ ତକ୍ରାଳୀନ ବିଜୁ ପଟ୍ଟନାୟକଙ୍କ ସରକାର ମାର୍ଚ୍ଚ ୧୯୯୧ ମସିହାରେ ତିନୋଟି ବିଲ୍‌ ପାରିତ କରାଇଥିଲେ। ଏହି ତିନୋଟି ବିଲ୍‌ ହେଲା, ଓଡିଶା ଜିଲ୍ଲାପରିଷଦ ବିଲ୍‌ ୧୯୯୧, ଓଡିଶା ପଞ୍ଚାୟତ (ସଂଶୋଧନ) ବିଲ୍‌ ୧୯୯୧, ଓଡିଶା ଗ୍ରାମପଞ୍ଚାୟତ ବିଲ୍‌ ୧୯୯୧। ତିନୋଟି ଯାକ ବିଲ୍‌ରେ, ତୃଣମୂଳ ସ୍ତରରେ ନିର୍ବାଚିତ ପ୍ରତିନିଧି ମାନଙ୍କୁ ଅଧିକ କ୍ଷମତା ପ୍ରଦାନ ସହିତ ସମୁଦାୟ ଆସନର ୩୩% ମହିଳା ମାନଙ୍କ ପାଇଁ ସରଂକ୍ଷିତ କରାଯାଇଥିଲା। ପଞ୍ଚାୟତିରାଜ ବ୍ୟବସ୍ଥାକୁ ଅଧିକ କ୍ରିୟାଶୀଳ କରି କ୍ଷମତାର ବିକେନ୍ଦ୍ରୀକରଣ ଦିଗରେ ସାରା ଦେଶରେ ଏହା ଥିଲା ଏକ ଯୁଗାନ୍ତକାରୀ ପଦକ୍ଷେପ। ଏଭଳି ଏକ ଯୁଗାନ୍ତକାରୀ ପଦକ୍ଷେପ ନେବାରେ ଓଡିଶା ଥିଲା ଦେଶର ପ୍ରଥମ ରାଜ୍ୟ ଏବଂ ଏହା ସମ୍ଭବ ହୋଇପାରିଥିଲା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଦୃଢ଼ ନିଷ୍ପତ୍ତି ଯୋଗୁଁ। ଦେଶରେ ପଞ୍ଚାୟତିରାଜ ବ୍ୟବସ୍ଥାକୁ ଅଧିକ ସୁଦୃଢ଼଼ କରିବା ଦିଗରେ, ବିଜୁ ପଟ୍ଟନାୟକଙ୍କ ଉଲ୍ଲେଖନୀୟ ଅବଦାନକୁ ସ୍ମରଣୀୟ କରିବା ଲକ୍ଷ୍ୟରେ ତକ୍ରାଳୀନ ରାଜ୍ୟ କ୍ୟାବିନେଟ ନିଷ୍ପତ୍ତି ଅନୁଯାୟୀ, ବିଜୁ ପଟ୍ଟନାୟକଙ୍କ ଜନ୍ମ ଦିବସକୁ ଅର୍ଥାତ ମାର୍ଚ୍ଚ ୫ ତାରିଖକୁ ରାଜ୍ୟ ପଞ୍ଚାୟତିରାଜ ଦିବସ ଭାବେ ପାଳିତ ହୋଇଆସୁଥିଲା।

ପଞ୍ଚାୟତିରାଜ ଅନୁଷ୍ଠାନ ମାନଙ୍କର ସଶକ୍ତିକରଣ ପାଇଁ ବିଜୁ ପଟ୍ଟନାୟକ ସରକାରଙ୍କ ଏହି ବଳିଷ୍ଠ ପଦକ୍ଷେପକୁ ପରବର୍ତ୍ତୀ ସମୟରେ, ତକ୍ରାଳୀନ କେନ୍ଦ୍ରର ନରସିଂହ ରାଓ ସରକାର ଦ୍ୱାରା ସମ୍ୱିଧାନର ୭୩ତମ ଓ ୭୪ତମ ସଂଶୋଧନ ସଂସଦରେ ପାରିତ ହେବାପରେ ୧୯୯୩ ମସିହା ୨୪ ଏପ୍ରିଲ ତାରିଖରେ ସାରା ଦେଶରେ ଲାଗୁ ହୋଇଥିଲା। ଏହି ବିଲ୍‌ ପାରିତ ହେବାର ପ୍ରାୟ ୪୯ ଦିନ ପୂର୍ବରୁ ଓଡିଶା ପଞ୍ଚାୟତିରାଜ ଦିବସ ପାଳନ ପ୍ରକ୍ରିୟା ଆରମ୍ଭ ହୋଇସାରିଥିଲା। କେନ୍ଦ୍ରରେ ଏହି ବିଲ୍‌ ୧୯୯୩ ମସିହାରେ ପାରିତ ହୋଇଥିବା ବେଳେ, ୨୦୧୦ ମସିହାରେ ଏପ୍ରିଲ ୨୪ ତାରିଖକୁ ଜାତୀୟ ପଞ୍ଚାୟତିରାଜ ଦିବସ ଭାବେ ଘୋଷଣା କରାଯାଇଥିଲା। ଏହି ଘୋଷଣା ହେବାର ଦୀର୍ଘ ୧୮ ବର୍ଷ ପୂର୍ବରୁ ଓଡିଶା ପଞ୍ଚାୟତିରାଜ ଦିବସ ପାଳି ଆସୁଥିଲା, ପଞ୍ଚାୟତିରାଜ ବ୍ୟବସ୍ଥାକୁ ସୁଦୃଢ଼ କରିବା କ୍ଷେତ୍ରରେ ଓଡିଶାର ଅବଦାନକୁ ସ୍ମରଣୀୟ କରିବା ଲକ୍ଷ୍ୟରେ ପାଳିତ ହୋଇଆସୁଥିବା ପଞ୍ଚାୟତିରାଜ ଦିବସ, ରାଜ୍ୟ ପାଇଁ ଏକ ଗୌରବମୟ ଉପଲବ୍ôଧ ଭାବେ ଓଡିଶାବାସୀଙ୍କ ସ୍ମୃତିପଟରେ ସତେଜ ହୋଇ ରହିଥିଲା।

ଏହି ପରିପ୍ରେକ୍ଷୀରେ, ରାଜ୍ୟ ସରକାର ଏହାକୁ ପରିବର୍ତ୍ତନ କରି ଏପ୍ରିଲ ୨୪ ତାରିଖରେ କରିବା ନିଷ୍ପତ୍ତି, ରାଜ୍ୟର ଗୌରବମୟ ଇତିହାସକୁ ବିକୃତ କରିବା ସହିତ ଓଡ଼ିଆ ଅସ୍ମିତାକୁ କୁଠାରଘାତ ସଦୃଶ୍ୟ ହୋଇଛି ବୋଲି ଡ଼ ମହାନ୍ତି କହିଛନ୍ତି। ଓଡ଼ିଶାର କୀର୍ତ୍ତିକୁ ଗୌଣ କରି, ଓଡ଼ିଶା ସରକାରଙ୍କ ଠାରୁ ଅନୁପ୍ରାଣିତ ହୋଇ କେନ୍ଦ୍ର ସରକାରଙ୍କ ଦ୍ୱାରା ନିଆଯାଇଥିବା ନିଷ୍ପତ୍ତିକୁ ରାଜ୍ୟ ସରକାର ଗୁରୁତ୍ୱ ଦେବାକୁ ଚେଷ୍ଟା କରିଛନ୍ତି, ଯାହା ଆଦୌ ଗ୍ରହଣୀୟ ନୁହେଁ। ଏହା ରାଜ୍ୟ ସରକାରଙ୍କ ଓଡ଼ିଶାର ବରପୁତ୍ର ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତି ଅସୂୟା ଭାବକୁ ପଦାରେ ପକାଉଛି ବୋଲି ଡ଼ ମହାନ୍ତି କହିଛନ୍ତି।

Previous Post

ପ୍ରଶାନ୍ତ ଶତପଥୀଙ୍କୁ ବିଦାୟ: ଶବାଧାରରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ

Next Post

ଟାଇମ୍‍ସ ହାଇଅର ଏଜୁକେସନ୍‍ ଏସିଆ ୟୁନିଭର୍‍ସିଟି ରାଙ୍କିଙ୍ଗ ପ୍ରକାଶ: ଏସିଆର ଶ୍ରେଷ୍ଠ ୧୮୪ତମ ସ୍ଥାନରେ କିଟ୍‍

FNN WEB

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

June 17, 2026
ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

June 17, 2026
ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

June 17, 2026
ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

June 17, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

June 17, 2026
ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

June 17, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.