• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ଓଡ଼ିଶାରେ ହାଇ ଆଲର୍ଟ: ବିଭିନ୍ନ ସ୍ଥାନରେ ସୁରକ୍ଷା କଡ଼ାକଡ଼ି

FNN WEB by FNN WEB
May 9, 2025
in ଓଡ଼ିଶା, ମୁଖ୍ୟ ଖବର
0
ଓଡ଼ିଶାରେ ହାଇ ଆଲର୍ଟ: ବିଭିନ୍ନ ସ୍ଥାନରେ ସୁରକ୍ଷା କଡ଼ାକଡ଼ି
0
SHARES
0
VIEWS


ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନା ବୃଦ୍ଧି ପାଇବା ପରେ ଓଡ଼ିଶାରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି। ପାକିସ୍ତାନର ବିଫଳ ଡ୍ରୋନ ଓ ମିସାଇଲ ଆକ୍ରମଣ ପ୍ରୟାସ ପରେ ରାଜ୍ୟ ସରକାର ଏବଂ ପୁଲିସ ଉଚ୍ଚ ସତର୍କତା ଜାରି କରିଛନ୍ତି। ଏହି ପରିପ୍ରେକ୍ଷୀରେ ଓଡ଼ିଶାରେ ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ ଜୋରଦାର କରାଯାଇଛି। ପୁରୀର ଜଗନ୍ନାଥ ମନ୍ଦିର ଓ ବଙ୍ଗୋପସାଗର, ଭୁବନେଶ୍ୱର ବିମାନବନ୍ଦର, ବାଲେଶ୍ୱରରେ ଥିବା ଚାନ୍ଦିପୁର ମିସାଇଲ ପରୀକ୍ଷଣ କେନ୍ଦ୍ର ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି। ଚାନ୍ଦିପୁରରେ ହାଇ ଆଲର୍ଟ ଜାରି କରିଛି ଓଡ଼ିଶା ପୋଲିସ। ବର୍ତ୍ତମାନ ସ୍ଥିତିକୁ ଦୃଷ୍ଟିରେ ରଖି ସୀମାବର୍ତ୍ତୀ ଇଲାକାକୁ ହାଇ ଆଲର୍ଟରେ ରଖାଯାଇଛି।

ବାଲେଶ୍ୱର ଚାନ୍ଦିପୁରରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି । ଏହି ବୈଠକରେ ପୂର୍ବାଞ୍ଚଳ ଡିଆଇଜିଙ୍କ ସମେତ ଏସ୍‌ପି ଓ ଥାନାଧିକାରୀ ଉପସ୍ଥିତ ଅଛନ୍ତି। ବତ୍ତର୍ମାନ ସାରା ଦେଶ ପାଇଁ ଏକ ସମ୍ବେଦନଶୀଳ ସମୟ ଚାଲି ଥିବା ବେଳେ ଶତ୍ରୁଙ୍କ ଟାର୍ଗେଟ ମଧ୍ୟରେ ଓଡିଶାର ଚାନ୍ଦିପୁର ମଧ୍ୟ ଥାଇପାରେ । ଏଠାରେ ପ୍ରତିରକ୍ଷାର ବଡ ବଡ ପ୍ରତିଷ୍ଠାନ ସବୁ ରହିଛି। ତେଣୁ ଏସବୁର ସୁରକ୍ଷା ପାଇଁ ସୁରକ୍ଷାକୁ କଡାକଡି କରାଯାଇଛି । କେଉଁଭଳି ରଣନୀତି ପ୍ରସ୍ତୁତ କରିବା କଥା ତାହା ନେଇ ଆଲୋଚନା ହେଉଛି। ତେବେ କେବଳ ଚାନ୍ଦିପୁର ନୁହେଁ ରାଜ୍ୟର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡିକରେ ଏବେ ସୁରକ୍ଷା କଡ଼ାକଡ଼ି କରାଯାଇଛି । ହୀରାକୁଦ ଡ୍ୟାମ, ପୁରୀକୁ ମଧ୍ୟ ସୂରକ୍ଷାରେ ରଖାଯାଇଛି । ଶ୍ରତୁ ପକ୍ଷରୁ ପ୍ରତିଟି ଆକ୍ରମଣାତ୍ମକ ପଦକ୍ଷେପକୁ ଯେପରି ପ୍ରତିହତ କରିହେବ ସେଥିପାଇଁ କେନ୍ଦ୍ର ତଥା ରାଜ୍ୟ ସରକାର ସତର୍କ ଅଛନ୍ତି ।

ପୁରୀର ଏସପି ବିନୀତ ଅଗ୍ରୱାଲ କହିଛନ୍ତି, ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି ପୁରୀରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ମଜବୁତ କରାଯାଇଛି। ମନ୍ଦିରର ମୁଖ୍ୟ ଦ୍ୱାରରେ ଅତିରିକ୍ତ ପୁଲିସ ମୁତୟନ କରାଯାଇଛି, ପାଟ୍ରୋଲିଂ ବୃଦ୍ଧି କରାଯାଇଛି ଏବଂ ଏକ କ୍ୱିକ ରିଆକ୍ସନ ଟିମ (QRT) ମଧ୍ୟ ପ୍ରସ୍ତୁତ ରଖାଯାଇଛି। ସେହିପରି ଭୁବନେଶ୍ୱର ବିମାନବନ୍ଦରରେ ମଧ୍ୟ ଭାରତ-ପାକିସ୍ତାନ ସଂଘର୍ଷର ପରିପ୍ରେକ୍ଷୀରେ ସୁରକ୍ଷାକୁ କଡ଼ାକଡ଼ି କରାଯାଇଛି।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ଉଚ୍ଚସ୍ତରୀୟ ବୈଠକ ଡାକି ରାଜ୍ୟରେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ସେ କହିଛନ୍ତି, ଭାରତ ପାକିସ୍ତାନର ଆକ୍ରମଣକୁ ଦୃଢ଼ତାର ସହ ମୁକାବିଲା କରୁଛି। ଭାରତୀୟ ସରକାର ପ୍ରତିଶୋଧମୂଳକ କାର୍ଯ୍ୟ ପାଇଁ କଠୋର ପଦକ୍ଷେପ ଗ୍ରହଣ କରୁଛନ୍ତି ଏବଂ ଆମର ସେନା ଏହି ଯୁଦ୍ଧରେ ଜିତିବାକୁ ଦୃଢ଼ପ୍ରତିଜ୍ଞ। ମୁଖ୍ୟମନ୍ତ୍ରୀ ଚାନ୍ଦିପୁର ମିସାଇଲ ପରୀକ୍ଷଣ କେନ୍ଦ୍ର ଏବଂ ପୁରୀ ଭଳି ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ମଜବୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

କେନ୍ଦ୍ର ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ ଅନୁଯାୟୀ, ଓଡ଼ିଶାର ୧୨ଟି ଜିଲ୍ଲା ଖୋର୍ଦ୍ଧା, ଅନୁଗୁଳ, ବାଲେଶ୍ୱର, ଭଦ୍ରକ, ଗଞ୍ଜାମ, କୋରାପୁଟ, ସମ୍ବଲପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ସୁନ୍ଦରଗଡ଼, ଢେଙ୍କାନାଳ ଏବଂ ପୁରୀରେ ସିଭିଲ ଡିଫେନ୍ସ ମକ ଡ୍ରିଲ ଆୟୋଜନ କରାଯାଇଛି। ଏହି ଅଭ୍ୟାସରେ ପୁଲିସ, ଅଗ୍ନିଶମ ବାହିନୀ, ହୋମଗାର୍ଡ, ସିଭିଲ ଡିଫେନ୍ସ ସେୱଚ୍ଛାସେବୀ, NCC, NSS, ଛାତ୍ରଛାତ୍ରୀ ଏବଂ ଜରୁରୀ ପ୍ରତିକ୍ରିୟା ବାହିନୀ ଅଂଶଗ୍ରହଣ କରିଛନ୍ତି। ଏୟାର ରେଡ ସାଇରନ ପରୀକ୍ଷଣ, ବ୍ଲାକଆଉଟ ପ୍ରୋଟୋକଲ ଏବଂ ନାଗରିକ ଆଶ୍ରୟ ଯୋଜନା ଭଳି କାର୍ଯ୍ୟକ୍ରମ ଏହି ଅଭ୍ୟାସରେ ଅନ୍ତର୍ଭୁକ୍ତ ହୋଇଛି।

ରାଜ୍ୟ ଡିଜିପି କହିଛନ୍ତି ଯେ ଓଡ଼ିଶା ପାଇଁ ବର୍ତ୍ତମାନ କୌଣସି ର୍ନିଦ୍ଦିଷ୍ଟ ବିପଦ ସତର୍କତା ଜାରି ହୋଇନାହିଁ। ତଥାପି, ସତର୍କତାମୂଳକ ପଦକ୍ଷେପ ଭାବେ ରାଜ୍ୟରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ମୁଖ୍ୟମନ୍ତ୍ରୀ ମାଝୀ ମଧ୍ୟ ରାଜ୍ୟରେ ଗୁରୁତ୍ୱପୂର୍ଣ୍ଣ ସ୍ଥାପନାଗୁଡ଼ିକୁ ସୁରକ୍ଷା ଦେବା ପାଇଁ ପ୍ରସ୍ତୁତି ନେଇଥିବା ନିଶ୍ଚିତ କରିଛନ୍ତି।

Previous Post

ପାକିସ୍ତାନର ଟାର୍ଗେଟରେ ଧାର୍ମିକ ସ୍ଥଳ: ତୁର୍କୀର ଡ୍ରୋନ ବ୍ୟବହାର କରୁଛି ପାକିସ୍ତାନ

Next Post

ରଣନୀତି ପ୍ରସ୍ତୁତି ନେଇ ବସୁଛି ଘନଘନ ବୈଠକ

FNN WEB

FNN WEB

Next Post
ରଣନୀତି ପ୍ରସ୍ତୁତି ନେଇ ବସୁଛି ଘନଘନ ବୈଠକ

ରଣନୀତି ପ୍ରସ୍ତୁତି ନେଇ ବସୁଛି ଘନଘନ ବୈଠକ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
‘ଦୂଆ’ ଓ ‘ଦାୱତ’ ସହ ଶେଷ ହେଲା ରାଜ୍ୟ ସ୍ତରୀୟ ତବ୍‌ଲିଗି ଇଜ୍‌ତେମା

‘ଦୂଆ’ ଓ ‘ଦାୱତ’ ସହ ଶେଷ ହେଲା ରାଜ୍ୟ ସ୍ତରୀୟ ତବ୍‌ଲିଗି ଇଜ୍‌ତେମା

January 22, 2025
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ପାକିସ୍ତାନ ଆମକୁ ଉସୁକାଇବାକୁ ଚେଷ୍ଟା କରୁଛି, ଆମେ ସଂଯମତାର ସହ ଜବାବ ଦେଉଛୁ

ପାକିସ୍ତାନ ଆମକୁ ଉସୁକାଇବାକୁ ଚେଷ୍ଟା କରୁଛି, ଆମେ ସଂଯମତାର ସହ ଜବାବ ଦେଉଛୁ

May 10, 2025
ଅସ୍ତ୍ରବିରତି ପାଇଁ ଭାରତ-ପାକିସ୍ତାନ ରାଜି

ଅସ୍ତ୍ରବିରତି ପାଇଁ ଭାରତ-ପାକିସ୍ତାନ ରାଜି

May 10, 2025
ସେନାବାହିନୀକୁ ଦୃଢ଼ ସମର୍ଥନ କରିବାପାଇଁ ରାଜ୍ୟପାଳଙ୍କ ଆହ୍ବାନ

ସେନାବାହିନୀକୁ ଦୃଢ଼ ସମର୍ଥନ କରିବାପାଇଁ ରାଜ୍ୟପାଳଙ୍କ ଆହ୍ବାନ

May 10, 2025
ରଣନୀତି ପ୍ରସ୍ତୁତି ନେଇ ବସୁଛି ଘନଘନ ବୈଠକ

ରଣନୀତି ପ୍ରସ୍ତୁତି ନେଇ ବସୁଛି ଘନଘନ ବୈଠକ

May 9, 2025

Recent News

ପାକିସ୍ତାନ ଆମକୁ ଉସୁକାଇବାକୁ ଚେଷ୍ଟା କରୁଛି, ଆମେ ସଂଯମତାର ସହ ଜବାବ ଦେଉଛୁ

ପାକିସ୍ତାନ ଆମକୁ ଉସୁକାଇବାକୁ ଚେଷ୍ଟା କରୁଛି, ଆମେ ସଂଯମତାର ସହ ଜବାବ ଦେଉଛୁ

May 10, 2025
ଅସ୍ତ୍ରବିରତି ପାଇଁ ଭାରତ-ପାକିସ୍ତାନ ରାଜି

ଅସ୍ତ୍ରବିରତି ପାଇଁ ଭାରତ-ପାକିସ୍ତାନ ରାଜି

May 10, 2025
ସେନାବାହିନୀକୁ ଦୃଢ଼ ସମର୍ଥନ କରିବାପାଇଁ ରାଜ୍ୟପାଳଙ୍କ ଆହ୍ବାନ

ସେନାବାହିନୀକୁ ଦୃଢ଼ ସମର୍ଥନ କରିବାପାଇଁ ରାଜ୍ୟପାଳଙ୍କ ଆହ୍ବାନ

May 10, 2025
ରଣନୀତି ପ୍ରସ୍ତୁତି ନେଇ ବସୁଛି ଘନଘନ ବୈଠକ

ରଣନୀତି ପ୍ରସ୍ତୁତି ନେଇ ବସୁଛି ଘନଘନ ବୈଠକ

May 9, 2025
Fast News Network

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ପାକିସ୍ତାନ ଆମକୁ ଉସୁକାଇବାକୁ ଚେଷ୍ଟା କରୁଛି, ଆମେ ସଂଯମତାର ସହ ଜବାବ ଦେଉଛୁ

ପାକିସ୍ତାନ ଆମକୁ ଉସୁକାଇବାକୁ ଚେଷ୍ଟା କରୁଛି, ଆମେ ସଂଯମତାର ସହ ଜବାବ ଦେଉଛୁ

May 10, 2025
ଅସ୍ତ୍ରବିରତି ପାଇଁ ଭାରତ-ପାକିସ୍ତାନ ରାଜି

ଅସ୍ତ୍ରବିରତି ପାଇଁ ଭାରତ-ପାକିସ୍ତାନ ରାଜି

May 10, 2025
  • About
  • Advertise
  • Privacy & Policy
  • Contact

© 2024 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2024 fast news network.