• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ଓଏମ୍‌ସିର ୭୦ ତମ ପ୍ରତିଷ୍ଠା ଦିବସ: ବଡବିଲର ‘ଡୁବୁନା’ ଲୌହ ପଥର ଖଣିର ପୁନଃ ଆରମ୍ଭ

FNN WEB by FNN WEB
May 16, 2025
in ଓଡ଼ିଶା, ମୁଖ୍ୟ ଖବର
0
ଓଏମ୍‌ସିର ୭୦ ତମ ପ୍ରତିଷ୍ଠା ଦିବସ: ବଡବିଲର ‘ଡୁବୁନା’ ଲୌହ ପଥର ଖଣିର ପୁନଃ ଆରମ୍ଭ
0
SHARES
1
VIEWS

ରାଜ୍ୟ ଓ ଦେଶର ଅର୍ଥନୈତିକ ଅଭିବୃଦ୍ଧିରେ ଓଏମ୍‌ସିର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି

ଭୁବନେଶ୍ୱର: ଖଣିଜ ସମ୍ପଦ ପରିପୂର୍ଣ୍ଣ ରାଜ୍ୟ ଭାବେ ଓଡିଶା ଭାରତ ବର୍ଷରେ ଏକ ଅଗ୍ରଣୀ ରାଜ୍ୟ। ଦେଶର ସର୍ବୋମୋଟ୍ ଖଣିଜ ସମ୍ପଦର ୪୧.୯ ପ୍ରତିଶତରୁ ଅଧିକ ଖଣିଜ ସମ୍ପଦ ଓଡିଶାରେ ମହଜୁଦ୍ ଅଛି। ଓଏମ୍‌ସି ୬୦ ବର୍ଷରୁ ଅଧିକ ସମୟ ଧରି ପ୍ରକୃତି କୋଳରୁ ଖଣିଜ ସମ୍ପଦ ଅନ୍ୱେଷଣ ଓ ଖଣି ଖନନ କାର୍ଯ୍ୟ ଦାୟିତ୍ୱପୂର୍ଣ୍ଣ ଭାବେ କରିଆସୁଛି। ରାଜ୍ୟକୁ ଅର୍ଥନୈତିକ ସ୍ତରରେ ସମୃଦ୍ଧ କରିବା ପାଇଁ ଓଏମ୍‌ସିର ବଳିଷ୍ଠ ଅବଦାନ ରହିଛି ବୋଲି ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଓଏମ୍‌ସିର ୭୦ତମ ପ୍ରତିଷ୍ଠା ଦିବସ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଛନ୍ତି। ଏହି ଉପଲକ୍ଷେ ଭୁବନେଶ୍ୱର ସ୍ଥିତ ଓୟୁଏଟି କୃଷି ଶିକ୍ଷା ସଦନ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ୬୦ ଦଶକରେ ମାତ୍ର ୧କୋଟି ଟଙ୍କାର ଆର୍ଥିକ କାରବାର ସହିତ ଓଏମ୍‌ସି ନିଜର ଯାତ୍ରା ଆରମ୍ଭ କରି ୨୦୨୪-୨୫ ଆର୍ଥିକ ବର୍ଷରେ ୨୩,୬୦୦ କୋଟି ଟଙ୍କାର ଆର୍ଥିକ କାରବାର କରିଛି। ଏହି କାରବାର କେବଳ ଖଣିଜ ପଦାର୍ଥ ଉତ୍ପାଦନ ଓ ବିକ୍ରୟ ମାଧ୍ୟମରେ ହୋଇଛି। ଆଜି ଓଏମ୍‌ସି ଦେଶରେ ଖଣିଜ ଉତ୍ପାଦନ କାରୀ କମ୍ପାନୀ ମଧ୍ୟରେ ଶ୍ରେଷ୍ଠ ୫ମ ସ୍ଥାନରେ ରହିଛି। ଓଏମ୍‌ସି କେବଳ ଆମ ରାଜ୍ୟରେ ନୁହେଁ ବରଂ ସାରା ଦେଶରେ ନିଜକୁ ଏକ ଆଦର୍ଶ ଭାବରେ ପ୍ରତିଷ୍ଠିତ କରିପାରିଛି। ଓଏମ୍‌ସି ଓଡିଶା ବିକାଶର ସାରଥୀ ଓ ଦେଶର ଅର୍ଥନୈତିକ ଅଭିବୃଦ୍ଧିରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି।

ସେ ପୁଣି କହିଥିଲେ ଓଡିଶା ଏକ କୃଷି ପ୍ରଧାନ ରାଜ୍ୟ। କେବଳ କୃଷି ଉପରେ ନିର୍ଭର କରି ଚାଲିଲେ ଆମେ ଆଗକୁ ବଢି ପାରିବା ନାହିଁ। ଆମ ରାଜ୍ୟରେ ଏଥିରେ ପରିବର୍ତ୍ତନ ଆଣିବା ପାଇଁ ଅନେକ ସୁଯୋଗ ରହିଛି। ଆମ ସରକାରଙ୍କ ଲକ୍ଷ୍ୟ ହେଉଛି ଓଡିଶାକୁ ଏକ ମିଶ୍ରିତ ଅର୍ଥନୀତି ଭାବେ ଗଢିତୋଳିବା ପାଇଁ। ଏହି ଲକ୍ଷ୍ୟ ହାସଲ କରିବାକୁ ହେଲେ ଆମକୁ ଉତ୍ପାଦନ କ୍ଷେତ୍ରରେ ଅଧିକ ଧ୍ୟାନ ଆକର୍ଷଣ କରିବାକୁ ପଡିବ। ଉତ୍ପାଦପ ପାଇଁ ଆବଶ୍ୟକ କଞ୍ଚାମାଲ ଆମ ରାଜ୍ୟରେ ପ୍ରଚୁର ଭାବେ ଭରପୁର ଅଛି। ରାଜ୍ୟର ଖଣିଜ ଦ୍ରବ୍ୟରେ ମୂଲ୍ୟ ଆକାଳନ କରି ବିକ୍ରୟ କରାଯିବା ନୀତି ଆପଣେଇଛନ୍ତି। ଉଦ୍ୟୋଗୀକରଣ ମାଧ୍ୟମରେ ଦ୍ରୁତ ଶିଳ୍ପାୟନ ପାଇଁ ଆମେ ଶପଥ ନେଇଛୁ ବୋଲି ସେ କହିଥିଲେ। ରାଜ୍ୟରେ ଶିଳ୍ପ ପ୍ରତିଷ୍ଠାକୁ ପ୍ରୋତ୍ସାହିତ କରିବା ପାଇଁ ଓଡିଶା ସରକାରଙ୍କ ଇସ୍ପାତ ଓ ଖଣି ବିଭାଗର ଇ-ନିଲାମ୍ ପ୍ଲାଟଫର୍ମ ମାଧ୍ୟମରେ ଲଙ୍ଗ-ଟର୍ମ ଲିଙ୍କେଜ୍ ପଲିସି ଦ୍ୱାରା ରାଜ୍ୟରେ ପ୍ରତିଷ୍ଠିତ ଶିଳ୍ପ ଗୁଡିକୁ ୮୦ ପ୍ରତିଶତରୁ ଅଧିକ କଞ୍ଚାମାଲ ଉପଲବ୍ଧ କରାଯାଇ ପାରୁଛି ବୋଲି ସେ କହିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଆମ ବିକାଶର ମୂଳ ସୂତ୍ରଧର ହେଉଛନ୍ତି ଆମ ଶ୍ରମିକ ଭାଇ ଓ ଭଉଣୀ ମାନେ। ଶ୍ରମିକ ସଶକ୍ତ ହେଲେ ଓଡିଶା ସଶକ୍ତ ହେବ। ଶ୍ରମଦାନ କରି ଓଡିଶାକୁ ସଶକ୍ତ, ସମୃଦ୍ଧ କରୁଥିବାରୁ ଶ୍ରମିକ ଭାଇ ଭଉଣୀ ମାନଙ୍କୁ ସେ ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ଷେତ୍ରରେ ମେସିନ୍ ସହିତ ଅଧିକ ଶ୍ରମଶକ୍ତି ନିୟୋଜନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱଦେଇଥିଲେ। ପରିବେଶ ସୁରକ୍ଷା ପାଇଁ ୯୦ ଲକ୍ଷରୁ ଉର୍ଦ୍ଧ୍ୱ ବୃକ୍ଷ ରୋପଣ କରିବାରେ ସଫଳ ହୋଇଛି। ଆଗାମୀ ଦିନରେ ଶିଳ୍ପାୟନକୁ ଦୃଷ୍ଟିରେ ରଖି ଆହୁରି ଅଧିକ ବୃକ୍ଷ ରୋପଣ କରିବା ପାଇଁ ସେ ପରାମର୍ଶ ଦେଇଥିଲେ। ଓଏମ୍‌ସି ପରିବେଶ ସହିତ ଶିକ୍ଷା, ସ୍ୱାସ୍ଥ୍ୟ ଓ କ୍ରୀଡାର ବିକାଶ ପାଇଁ ମଧ୍ୟ ଉଦ୍ୟମରତ ଅଛି। ଖଣି ପ୍ରଭାବିତ ଅଞ୍ଚଳରେ ଲୋକଙ୍କ ପାଇଁ ବିଶୁଦ୍ଧ ପାନୀୟଜଳ ବ୍ୟବସ୍ଥା କରିବା ପାଇଁ ପରାମର୍ଶ ଦେଇଥିଲେ। ଏହି ସବୁ କ୍ଷେତ୍ର ପାଇଁ CSR ଜରିଆରେ ଅଧିକ ବିନିଯୋଗ କରି ଲୋକଙ୍କୁ ଅଧିକ ସେବା ଯୋଗାଇଦେବା ପାଇଁ ସେ କହିଥିଲେ। ଏଥି ସହିତ ଖଣି ଅଞ୍ଚଳରେ ଆଇରନ ପିଲେଟ୍ ପ୍ଲାଣ୍ଟ ପ୍ରତିଷ୍ଠା କରିବା ପାଇଁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ।

କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଡୁବୁନା, ବଡବିଲ ଲୌହ ପଥର ଖଣିର ପୁନଃ ଆରମ୍ଭ କରିବା ସହିତ ବଡବିଲ ଅଞ୍ଚଳର ତିରିଙ୍ଗ ପାହାଡ ଖଣି ଓ ରେଙ୍ଗାଲବେଡା ଆର.ଆର୍ କଲୋନୀକୁ ବିଦ୍ୟୁତ ଯୋଗାଣର ଶୁଭାରମ୍ଭ କରିଥିଲେ, ଏଥିସହିତ ମୁଖ୍ୟମନ୍ତ୍ରୀ କୋଇଡା ଖଣି ଅଞ୍ଚଳରେ ଅବସ୍ଥିତ ଓଏମ୍‌ସି ଖଣି ଗୁଡିକରେ ୯୦୦ କିଲୋ ୱାଟ୍ ପିକ୍‌ର ସୋଲାର ପ୍ଲାଣ୍ଟ ଉଦ୍‌ଘାଟନ କରିଥିଲେ। କମ୍ପାନୀର କାର୍ଯ୍ୟଦକ୍ଷତାକୁ ଅଧିକ ସୁଦୃଢ କରିବା ପାଇଁ ୪ଟି ଆଇ.ଟି. ମଡ୍ୟୁଲାର ଯଥା- ଲଜିଷ୍ଟିକ୍ ମ୍ୟାନେଜମେଣ୍ଟ ସିଷ୍ଟମ , ଓଏମ୍‌ସି ଫାଇନାନ୍ସ ମ୍ୟାନେଜମେଣ୍ଟ ସିଷ୍ଟମ, ଓଏମ୍‌ସି ପ୍ଲଟ ଲ୍ୟାଣ୍ଡ ୟୁଟିଲାଇଜେସନ୍ ସିଷ୍ଟମ ଏବଂ ଓଏମ୍‌ସି ରିକ୍ରୁଟମେଣ୍ଟ ମ୍ୟାନେଜମେଣ୍ଟ ସିଷ୍ଟମର ଶୁଭାରମ୍ଭ କରିଥିଲେ। ମୁଖ୍ୟମନ୍ତ୍ରୀ ତିନୋଟି ବିଭାଗରେ ସର୍ବୋଚ୍ଚ ପ୍ରଦର୍ଶନ କରିଥିବା ଓଏମ୍‌ସିର କାର୍ଯ୍ୟକ୍ଷମ ଖଣି ଗୁଡିକ ମଧ୍ୟରୁ ୨୦୨୩-୨୪ ଓ ୨୦୨୪-୨୫ ବର୍ଷ ପାଇଁ ଶ୍ରେଷ୍ଠ ଖଣି କ୍ଷେତ୍ର, ଶ୍ରେଷ୍ଠ ଖଣି ଓ ସୁରକ୍ଷିତ ଖଣି ଏହିଭଳି ତିନୋଟି ବର୍ଗରେ ପୁରସ୍କାର ପ୍ରଦାନ କରିଥିଲେ। ସୂଚନା ଯୋଗ୍ୟ ଯେ, ଡୁବୁନା ଖଣିର ଲୌହ ପଥର ବାର୍ଷିକ ଉତ୍ପାଦନ କ୍ଷମତା ୩ ନିୟୁତ ଟନ ଏବଂ ମାଙ୍ଗାନିଜ ଉତ୍ପାଦନ କ୍ଷମତା ୦.୦୫ ନିୟୁତ ଟନ ରହିଛି। ଡୁବୁନା ଖଣିରେ ୨୫.୭୭ ନିୟୁତ ଟନ ଲୁହାପଥର ଏବଂ ୨.୬ ନିୟୁତ ଟନ ମାଙ୍ଗାନିଜ ସଂରକ୍ଷିତ ହୋଇ ରହିଛି।

କାର୍ଯ୍ୟକ୍ରମରେ ଖଣି ଓ ଇସ୍ପାତ ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନା ଯୋଗଦେଇ ଓଡିଶାର ଶିଳ୍ପାୟନ କ୍ଷେତ୍ରକୁ ପରିବର୍ତ୍ତନ କରିବାରେ ଓଏମ୍‌ସିର ଭୂମିକା ଉପରେ ଆଲୋକପାତ କରି କହିଥିଲେ ଯେ ଆଜିଠାରୁ ଓଏମ୍‌ସିର ୧୮ଟି ଖଣି କାର୍ଯ୍ୟକ୍ଷମ ହେଲା। ଏହା କେବଳ ଖଣିଜ ପଦାର୍ଥ ଉତ୍ପାଦନ କରୁନାହିଁ ଏହା ଏକ ଶକ୍ତିଶାଳୀ, ସ୍ୱାବଲମ୍ବୀ ଓଡିଶାର ମୂଳଦୁଆ ସ୍ଥାପନ କରୁଛି। ଉନ୍ନତ ଉତ୍ପାଦନ ଓ ଅତ୍ୟାଧୁନିକ ବୈଷୟିକ ଜ୍ଞାନ କୌଶଳ ମାଧ୍ୟମରେ ଓଏମ୍‌ସି ଓଡିଶାର ଅର୍ଥନୈତିକ ଅଭିବୃଦ୍ଧିକୁ ସୁଦୃଢ କରୁଛି। ଓଏମ୍‌ସିକୁ ଆହୁରି ଚଳଚଞ୍ଚଳ କରିବା ପାଇଁ ସେ ଉପସ୍ଥିତ ଅଧିକାରୀ ଓ କର୍ମଚାରୀ ମାନଙ୍କୁ ଆହ୍ୱାନ ଦେଇଥିଲେ। ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ କହିଥିଲେ ଯେ, ଆମର ପ୍ରାକୃତିକ ସମ୍ପଦର ସଠିକ୍ ବିନିଯୋଗ କରି ଆମେ ବର୍ତ୍ତମାନ ଏକ ଦୁର୍ବଳ ଅର୍ଥନୀତିରୁ ମଧ୍ୟବର୍ତ୍ତୀ ଅର୍ଥନୀତିକୁ ଆସି ପାରିଛୁ। ଓଏମ୍‌ସି ଦୀର୍ଘ ବର୍ଷ ଧରି ଭଲ ପ୍ରଦର୍ଶନ କରିଆସିଛି। ତଥାପି ଆମକୁ ନିରନ୍ତର ବିକାଶ ପ୍ରକ୍ରିୟାରେ ନୂଆ ଟେକ୍ନୋଲୋଜି ସହିତ ସାମିଲ ହେବାକୁ ପଡିବ। ଖଣି ଓ ଇସ୍ପାତ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଓଏମ୍‌ସିର ଅଧ୍ୟକ୍ଷ ଶ୍ରୀ ସୁରେନ୍ଦ୍ର କୁମାର ସ୍ୱାଗତ ଭାଷଣ ଦେଇଥିଲେ ଏବଂ ଓଏମ୍‌ସି ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସୁଧାଂଶୁ ମୋହନ ସାମଲ ଧନ୍ୟବାଦ ଅର୍ପଣ କରିଥିଲେ। ନିଗମ ଅଧୀନରେ କାମ କରୁଥିବା ସମସ୍ତ ବିଭାଗୀୟ ଅଧିକାରୀ, କର୍ମଚାରୀ ମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

Previous Post

‘ଜୁନ୍‌ ୨୮ରୁ ଜୁଲାଇ ୬ ଯାଏଁ ଗର୍ଭଗୃହ, ବାହାର ରତ୍ନଭଣ୍ଡାର ମରାମତି’

Next Post

ରାଜ୍ୟରେ ବଜ୍ରପାତ: ପାଞ୍ଚ ମହିଳା, ତିନି ନାବାଳକଙ୍କ ସମେତ ୧୧ ଜଣଙ୍କର ମୃତ୍ୟୁ

FNN WEB

FNN WEB

Next Post
ରାଜ୍ୟରେ ବଜ୍ରପାତ: ପାଞ୍ଚ ମହିଳା, ତିନି ନାବାଳକଙ୍କ ସମେତ ୧୧ ଜଣଙ୍କର ମୃତ୍ୟୁ

ରାଜ୍ୟରେ ବଜ୍ରପାତ: ପାଞ୍ଚ ମହିଳା, ତିନି ନାବାଳକଙ୍କ ସମେତ ୧୧ ଜଣଙ୍କର ମୃତ୍ୟୁ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ମହିଳା ସରପଞ୍ଚ ଚାମେଲିଙ୍କୁ ବିଜେଡିର ସମର୍ଥନ, ବିଜେପିକୁ କଟାକ୍ଷ

ମହିଳା ସରପଞ୍ଚ ଚାମେଲିଙ୍କୁ ବିଜେଡିର ସମର୍ଥନ, ବିଜେପିକୁ କଟାକ୍ଷ

June 12, 2026
ମିସନ ମୋଡରେ ଆମ ସରକାର ମୌଳିକ ସୁବିଧା ପୂରଣ କରୁଛନ୍ତି: ମୁଖ୍ୟମନ୍ତ୍ରୀ

ମିସନ ମୋଡରେ ଆମ ସରକାର ମୌଳିକ ସୁବିଧା ପୂରଣ କରୁଛନ୍ତି: ମୁଖ୍ୟମନ୍ତ୍ରୀ

June 12, 2026
ଓଡ଼ିଶା ଛୁଇଁଲା ମୌସୁମୀ, ରଜରେ ତୁହାକୁ ତୁହା ବର୍ଷା

ଓଡ଼ିଶା ଛୁଇଁଲା ମୌସୁମୀ, ରଜରେ ତୁହାକୁ ତୁହା ବର୍ଷା

June 12, 2026
ଦେବାଶିଷ ସାମନ୍ତରାୟ ନିର୍ଦ୍ବନ୍ଦ୍ବରେ ରାଜ୍ୟସଭାକୁ ନିର୍ବାଚିତ

ଦେବାଶିଷ ସାମନ୍ତରାୟ ନିର୍ଦ୍ବନ୍ଦ୍ବରେ ରାଜ୍ୟସଭାକୁ ନିର୍ବାଚିତ

June 11, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ମହିଳା ସରପଞ୍ଚ ଚାମେଲିଙ୍କୁ ବିଜେଡିର ସମର୍ଥନ, ବିଜେପିକୁ କଟାକ୍ଷ

ମହିଳା ସରପଞ୍ଚ ଚାମେଲିଙ୍କୁ ବିଜେଡିର ସମର୍ଥନ, ବିଜେପିକୁ କଟାକ୍ଷ

June 12, 2026
ମିସନ ମୋଡରେ ଆମ ସରକାର ମୌଳିକ ସୁବିଧା ପୂରଣ କରୁଛନ୍ତି: ମୁଖ୍ୟମନ୍ତ୍ରୀ

ମିସନ ମୋଡରେ ଆମ ସରକାର ମୌଳିକ ସୁବିଧା ପୂରଣ କରୁଛନ୍ତି: ମୁଖ୍ୟମନ୍ତ୍ରୀ

June 12, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.