• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ରାଜ୍ୟରେ ବଜ୍ରପାତ: ପାଞ୍ଚ ମହିଳା, ତିନି ନାବାଳକଙ୍କ ସମେତ ୧୧ ଜଣଙ୍କର ମୃତ୍ୟୁ

FNN WEB by FNN WEB
May 16, 2025
in ଓଡ଼ିଶା, ମୁଖ୍ୟ ଖବର
0
ରାଜ୍ୟରେ ବଜ୍ରପାତ: ପାଞ୍ଚ ମହିଳା, ତିନି ନାବାଳକଙ୍କ ସମେତ ୧୧ ଜଣଙ୍କର ମୃତ୍ୟୁ
0
SHARES
1
VIEWS

ଭୁବନେଶ୍ବର: କାଳବୈଶାଖୀର ତାଣ୍ଡବ ରୂପ ଆଜି ଦେଖିବାକୁ ମିଳିଛି। କୋରାପୁଟ, ଗଂଜାମ, ଯାଜପୁର, ‌ଢେଙ୍କାନାଳ, ବାଲେଶ୍ବର ଜିଲ୍ଲାର ବିଭିନ୍ନ ସ୍ଥାନରେ ୧୧ ଜଣଙ୍କର ମୃତ୍ୟୁଜନିତ ରିପୋର୍ଟ ହସ୍ତଗତ ହୋଇଛି। ଆଜିର ଦିନକୁ କେହିକେହି କଳା ଶୁକ୍ରବାର ମଧ୍ୟ କହୁଛନ୍ତି। ମୃତକମାନଙ୍କ ମଧ୍ୟରେ ୫ଜଣ ମହିଳା ଥିବା ବେଳେ ୩ ଜଣ ନାବାଳକ ଅଛନ୍ତି।

କୋରାପୁଟରେ ୩ ମହିଳା ସମେତ ୪ ମୃତ, ୫ ଗୁରୁତର
ବଜ୍ରପାତ ଯୋଗୁଁ କୋରାପୁଟ ଜିଲ୍ଲାରେ ଗୋଟିଏ ଦିନରେ ୪ ଜଣଙ୍କ ମୃତ୍ୟୁ ଘଟିଛି। ସେମିଳିଗୁଡା ପଞ୍ଚାୟତ ସମିତି ଅଧୀନସ୍ଥ ଚାରାଙ୍ଗୁଲ ପଞ୍ଚାୟତ ଅନ୍ତର୍ଗତ ଖାଲପାଡ଼ି ଗ୍ରାମରେ କୁମ ଜାନିଙ୍କ ପୁଅ ଦାସ ଜାନି (୩୨) ନାମକ ଯୁବକ ପଡ଼ୋଶୀ ଗ୍ରାମ ଲେଞ୍ଜିଗୁଡ଼ା ନିକଟରେ ଥିବା ନଦୀକୁ ମାଛ ଧରିବା ପାଇଁ ଯାଇଥିଲା। ପ୍ରାୟ ଗୋଟେରୁ ଦୁଇଟା ମଧ୍ୟରେ ପ୍ରବଳ କାଳବୈଶାଖୀ ବର୍ଷା ସହିତ ବାରମ୍ବାର ଘଡ଼ଘଡ଼ି ମାରିଥିଲା। ସେହି ଘଡ଼ଘଡ଼ିରେ ଦାସ ଜାନିଙ୍କ ମୃତ୍ୟୁ ହୋଇଥିଲା। ଲକ୍ଷ୍ମୀପୁର ବ୍ଲକ ଅନ୍ତର୍ଗତ ଓଡ଼ିଆପେଣ୍ଠ ଗ୍ରାମପଞ୍ଚାୟତର ପରଡିଗୁଡା ଗାଁରେ ଆଜି ଦିନ ଦିପହରରେ ପ୍ରବଳ ଘଡ଼ଘଡ଼ି ସହ ବର୍ଷା ହୋଇଥିଲା। ବର୍ଷା ସମୟରେ ନିଜ ଧାନ ବିଲ ନିକଟରେ ଥିବା କୁଡ଼ିଆରେ ଆଈ-ନାତୁଣୀ ଓ ଗାଁର ଜଣେ ମହିଳାଙ୍କ ସମେତ ଅନ୍ୟ ୫ ଜଣ ଆଶ୍ରୟ ନେଇଥିଲେ। କିନ୍ତୁ ଏହି ସମୟରେ ତାଙ୍କ କୁଡ଼ିଆ ଉପରେ ବଜ୍ରପାତ ହୋଇଥିଲା। ଘଟଣାସ୍ଥଳରେ ହିଁ ବୁଦ୍ରୀ ମାଣ୍ଡିଙ୍ଗା, ତାଙ୍କ ନାତୁଣୀ କସା ମାଣ୍ଡିଙ୍ଗା ଓ ଅମ୍ବିକା କାଶୀଙ୍କ ମୃତ୍ୟୁ ଘଟିଥିଲା।

ଗଂଜାମରେ ୨ ମୃତ, ମହିଳା ଗୁରୁତର
ଗଞ୍ଜାମ ଜିଲ୍ଲାର ବେଲଗୁଣ୍ଠା ଥାନା ଅଧୀନ କେବିରୀ ବ୍ରହ୍ମପୁର ଠାରେ ବଜ୍ରପାତ ଘଟି ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ତନରଡ଼ା ଗ୍ରାମର ଜଣେ ମହିଳା ଆହତ ହୋଇଛନ୍ତି। ଅପରାହ୍ଣରେ ପ୍ରବଳ ଘଡ଼ଘଡ଼ି ସହ ବର୍ଷା ହୋଇଥିଲ। ଏହି ସମୟରେ କେବିରୀ ବ୍ରହ୍ମପୁର ଗ୍ରାମର ପୂର୍ଣ୍ଣଚନ୍ଦ୍ର ଗୌଡ଼ଙ୍କ ଝିଅ ରୀତା ଗୌଡ଼(୩୦) ନିକଟସ୍ଥ ଆମ୍ବତୋଟାକୁ ଯାଇଥିଲେ। ବଜ୍ରପାତରେ ସେ ଟଳି ପଡ଼ିଥିଲେ। ଆଖପାଖରେ ଥିବା ଲୋକେ ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ। ରୀତାଙ୍କୁ ଉଦ୍ଧାର କରି ଭଞ୍ଜନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତନରଡ଼ା ଗ୍ରାମର ନର୍ମଦା ପୋଲାଇ(୩୮) ଘର ସମ୍ମୁଖରେ ବସିଥିବା ବେଳେ ବଜ୍ରପାତ ଘଟିଥିଲା। ଏଥିରେ ସେ ଆହତ ହୋଇଥିବା ବେଳେ ତୁରନ୍ତ ପରିବାର ଲୋକ ତାଙ୍କୁ ଭଞ୍ଜନଗର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଏ. ବରିଡ଼ା ଗ୍ରାମର ଲକ୍ଷ୍ମଣ ପ୍ରଧାନଙ୍କ ୧୩ବର୍ଷର ପୁଅ ଓମ୍‌ପ୍ରକାଶ ପ୍ରଧାନଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ସେ ଗାଁ ଖେଳ ପଡ଼ିଆରେ କ୍ରିକେଟ୍‌ ଖେଳୁଥିଲେ।

ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଜେନାପୁର ଥାନା ଅଞ୍ଜିରା ପଞ୍ଚାୟତର ବୁରୁସାହିରେ ବଜ୍ରପାତ ଯୋଗୁଁ ମଣି ହେମ୍ବ୍ରମଙ୍କ ପୁଅ ତାରା (୯) ଓ ପାଣ୍ଡେ ଚାତାରଙ୍କ ପୁଅ ଜାଖୁନ (୧୨)ଙ୍କର ମୃତ୍ୟୁ ଘଟିଛି। ଏମାନେ ଆଜି ଅପରାହ୍‌ଣରେ ଗାଁ ଦାଣ୍ଡରେ ଖେଳୁଥିଲେ।

ବଜ୍ରପାତରେ ମହିଳା ଓ ଯୁବକଙ୍କ ମୃତ୍ୟୁ
ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ୍‌ ମହାବିରୋଡ଼ ଥାନା ଦଶୀପୁର ପଞ୍ଚାୟତ କୁସୁମୁଣ୍ଡିଆ ଗାଁରେ ବଜ୍ରପାତରେ ଜଣେ ମହିଳାଙ୍କ ମୃତ୍ୟ ହୋଇଛି। ସେ ହେଲେ ସୁରୁଷି ବିଶ୍ୱାଳ(୪୦)। ଘର ସାମ୍ନାରେ ଥିବାବେଳେ ଅଚାନକ ବଜ୍ରପାତ ହୋଇଥିଲା। ଏଥିରେ ସେ ଅଚେତ ହୋଇ ପଡ଼ିଥିଲେ। ପରିବାର ଲୋକ ତାଙ୍କୁ ତୁରନ୍ତ ପର୍ଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଗଁଦିଆ ଥାନା କାବରା ଗାଁରେ ବିଲବାହାଳରେ କାମ ସାରି ସନାତନ ଦିଆଣି(୪୫) ଘରକୁ ଫେରୁଥିଲେ। ହଠାତ୍‌ ବଜ୍ରପାତ ହେବା ଫଳରେ ସେ ମୁହଁ ମାଡ଼ି ତଳେ ପଡ଼ିଯାଇଥିଲେ। ତାଙ୍କ ଶରୀରର ଗୋଟିଏ ପାର୍ଶ୍ବ ସମ୍ପୂର୍ଣ୍ଣ ଭାବେ ପୋଡ଼ିଯାଇଥିବା ‌ସୂଚନା ରହିଛି। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି।

ବଜ୍ରାଘାତରେ ଶ୍ରମିକ ମୃତ
ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା କୁଟିଂ ଗ୍ରାମର ଚୁନାରାମ କିସ୍କୋ (୩୧) ଚୁନାରାମ ଔପଦା ବ୍ଲକ ଦାରି ପୋଖରୀ ନିକଟରେ ରହି ଔପଡା ବନ ବିଭାଗ ଅଧିନରେ ଶ୍ରମିକ ଭାବେ କାମ କରୁଥିଲେ। ଆଜି ଅପରାହ୍ଣରେ ଦାରି ପୋଖରୀଗାର୍ଡ ଅଫିସରୁ କାମ ସାରି ନିଜ ସମ୍ପର୍କୀୟ ରହୁଥିବା ବାଲିମୁଣ୍ଡଳୀ ମାଝୀ ସାହିକୁ ଫେରୁଥିବା ବେଳେ ବଜ୍ରାଘାତର ଶିକାର ହୋଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାକୁ ଆଣିଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Previous Post

ଓଏମ୍‌ସିର ୭୦ ତମ ପ୍ରତିଷ୍ଠା ଦିବସ: ବଡବିଲର ‘ଡୁବୁନା’ ଲୌହ ପଥର ଖଣିର ପୁନଃ ଆରମ୍ଭ

Next Post

ଏସିଆ ମହାଦେଶକୁ ଫେରିଲା କରୋନା: ହଂକଂ ଏବଂ ସିଙ୍ଗାପୁରରେ ଚିହ୍ନଟ ହେଲାଣି ମାମଲା

FNN WEB

FNN WEB

Next Post
ଏସିଆ ମହାଦେଶକୁ ଫେରିଲା କରୋନା: ହଂକଂ ଏବଂ ସିଙ୍ଗାପୁରରେ ଚିହ୍ନଟ ହେଲାଣି ମାମଲା

ଏସିଆ ମହାଦେଶକୁ ଫେରିଲା କରୋନା: ହଂକଂ ଏବଂ ସିଙ୍ଗାପୁରରେ ଚିହ୍ନଟ ହେଲାଣି ମାମଲା

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ମହିଳା ସରପଞ୍ଚ ଚାମେଲିଙ୍କୁ ବିଜେଡିର ସମର୍ଥନ, ବିଜେପିକୁ କଟାକ୍ଷ

ମହିଳା ସରପଞ୍ଚ ଚାମେଲିଙ୍କୁ ବିଜେଡିର ସମର୍ଥନ, ବିଜେପିକୁ କଟାକ୍ଷ

June 12, 2026
ମିସନ ମୋଡରେ ଆମ ସରକାର ମୌଳିକ ସୁବିଧା ପୂରଣ କରୁଛନ୍ତି: ମୁଖ୍ୟମନ୍ତ୍ରୀ

ମିସନ ମୋଡରେ ଆମ ସରକାର ମୌଳିକ ସୁବିଧା ପୂରଣ କରୁଛନ୍ତି: ମୁଖ୍ୟମନ୍ତ୍ରୀ

June 12, 2026
ଓଡ଼ିଶା ଛୁଇଁଲା ମୌସୁମୀ, ରଜରେ ତୁହାକୁ ତୁହା ବର୍ଷା

ଓଡ଼ିଶା ଛୁଇଁଲା ମୌସୁମୀ, ରଜରେ ତୁହାକୁ ତୁହା ବର୍ଷା

June 12, 2026
ଦେବାଶିଷ ସାମନ୍ତରାୟ ନିର୍ଦ୍ବନ୍ଦ୍ବରେ ରାଜ୍ୟସଭାକୁ ନିର୍ବାଚିତ

ଦେବାଶିଷ ସାମନ୍ତରାୟ ନିର୍ଦ୍ବନ୍ଦ୍ବରେ ରାଜ୍ୟସଭାକୁ ନିର୍ବାଚିତ

June 11, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ମହିଳା ସରପଞ୍ଚ ଚାମେଲିଙ୍କୁ ବିଜେଡିର ସମର୍ଥନ, ବିଜେପିକୁ କଟାକ୍ଷ

ମହିଳା ସରପଞ୍ଚ ଚାମେଲିଙ୍କୁ ବିଜେଡିର ସମର୍ଥନ, ବିଜେପିକୁ କଟାକ୍ଷ

June 12, 2026
ମିସନ ମୋଡରେ ଆମ ସରକାର ମୌଳିକ ସୁବିଧା ପୂରଣ କରୁଛନ୍ତି: ମୁଖ୍ୟମନ୍ତ୍ରୀ

ମିସନ ମୋଡରେ ଆମ ସରକାର ମୌଳିକ ସୁବିଧା ପୂରଣ କରୁଛନ୍ତି: ମୁଖ୍ୟମନ୍ତ୍ରୀ

June 12, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.