• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ଓବିସି ବର୍ଗଙ୍କ ପାଇଁ ଲଢେ଼ଇ ଓ ଏସ୍‌ସି, ଏସ୍‌ଟିଙ୍କ ସଂଖ୍ୟାନୁପାତିକ ସଂରକ୍ଷଣ ପାଇଁ ରାଜରାସ୍ତାକୁ ଓହ୍ଲାଇଲା ବିଜେଡି

FNN WEB by FNN WEB
May 21, 2025
in ଓଡ଼ିଶା, ମୁଖ୍ୟ ଖବର
0
ଓବିସି ବର୍ଗଙ୍କ ପାଇଁ ଲଢେ଼ଇ ଓ ଏସ୍‌ସି, ଏସ୍‌ଟିଙ୍କ ସଂଖ୍ୟାନୁପାତିକ ସଂରକ୍ଷଣ ପାଇଁ ରାଜରାସ୍ତାକୁ ଓହ୍ଲାଇଲା ବିଜେଡି
0
SHARES
1
VIEWS


ଓବିସି ବର୍ଗ ପାଇଁ ଶିକ୍ଷା ଓ ଚାକିରି କ୍ଷେତ୍ରରେ ୨୭% ସଂରକ୍ଷଣ ଦାବି
ଭୁବନେଶ୍ୱର: ରାଜ୍ୟର ଏସଇବିସି/ଓବିସି ବର୍ଗ ପାଇଁ ୨୭% ସଂରକ୍ଷଣ ଓ ଏସ୍‌ସି, ଏସ୍‌ଟି ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ମେଡିକାଲ, ଇଞ୍ଜିନିୟରିଂ ଏବଂ ଅନ୍ୟ ବୈଷୟିକ ଓ ବୃତ୍ତିଗତ ଶିକ୍ଷା କ୍ଷେତ୍ରରେ ୩୮.୭୫% ସଂରକ୍ଷଣ ଦାବିରେ ବିଜୁ ଜନତା ଦଳ ତରଫରୁ ରାଜଭବନ ସମ୍ମୁଖରେ ବିଶାଳ ଜନଆନ୍ଦୋଳନ ଅନୁଷ୍ଠିତ ହୋଇଯାଇଛି। ହଜାର ହଜାର କର୍ମୀଙ୍କ ଉପସ୍ଥିତିରେ, ଦଳର ବରିଷ୍ଠ ନେତାମାନେ ଏହି ନ୍ୟାର୍ଯ୍ୟ ଦାବି ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଦଳର ବରିଷ୍ଠ ନେତୃମଣ୍ଡଳୀଙ୍କ ଏକ ପ୍ରତିନିଧି ମଣ୍ଡଳୀ ରାଜ୍ୟପାଳଙ୍କୁ ଭେଟି ଦଳର ଏହି ଦାବି ସମ୍ୱନ୍ଧରେ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ।

ବିଧାୟକ ତଥା ବିଜେଡି ଓବିସି ସେଲ୍‌ର ଆବାହକ ଡ଼ ଅରୁଣ କୁମାର ସାହୁ, ଦଳର ଏସ୍‌ଟି ସେଲ୍‌ର ଆବାହକ ଶ୍ରୀ ମଙ୍ଗଳା କିସାନ ଓ ଦଳର ଏସସି ସେଲର ଆବାହକ ଶ୍ରୀ ମହେଶ ସାହୁଙ୍କ ଆବାହକତ୍ୱରେ ଆଜିର ଏହି ଜନଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦଳ ତରଫରୁ ପ୍ରଦାନ କରାଯାଇଥିବା ସ୍ମାରକ ପତ୍ରରେ, ନିକଟରେ ଓବିସି ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ କେବଳ ଉଚ୍ଚଶିକ୍ଷା କ୍ଷେତ୍ରରେ ପ୍ରଦାନ କରାଯାଇଥିବା ୧୧.୨୫ ପ୍ରତିଶତ ସଂରକ୍ଷଣ ଏକ ପ୍ରବଞ୍ଚନା ବୋଲି କୁହଯାଇଛି। ବିଶେଷକରି, ମେଡିକାଲ ଓ ଇଞ୍ଜିନିୟରିଂ ଶିକ୍ଷା କ୍ଷେତ୍ରରେ ଓବିସି ବର୍ଗ ପାଇଁ କୌଣସି ସଂରକ୍ଷଣ ପ୍ରଦାନ କରାଯାଇ ନଥିବାକୁ ଦଳ ତରଫରୁ ନାପସନ୍ଦ କରାଯାଇଛି। ଯେଉଁ ଉଚ୍ଚଶିକ୍ଷା କ୍ଷେତ୍ରରେ, ଅଧିକାଂଶ ଆସନ ଗୁଡିକ ଖାଲି ପଡୁଛି, ସେ କ୍ଷେତ୍ରରେ ସଂରକ୍ଷଣ ପ୍ରଦାନ କରାଯିବା ଓବିସି ବର୍ଗ ପାଇଁ ଏକ ପ୍ରତାରଣା ଛଡା ଆଉ କିଛି ନୁହେଁ। ତେଣୁ ତୁରନ୍ତ ରାଜ୍ୟର ଓବିସି ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ମେଡ଼ିକାଲ ଓ ଇଞ୍ଜିନିୟରିଂ ଶିକ୍ଷା କ୍ଷେତ୍ରରେ ୧୧.୨୫ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବା ପାଇଁ ଦାବି କରାଯାଇଛି।

ସ୍ମାରକପତ୍ରରେ ଆହୁରି କୁହାଯାଇଛି, କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନ ଗୁଡିକରେ ଓ ଅନେକ ରାଜ୍ୟରେ ଓବିସି ଛାତ୍ରଛାତ୍ରୀ ମାନଙ୍କ ପାଇଁ ୨୭ ପ୍ରତିଶତ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା ରହିଛି। ରାଜ୍ୟର ଏସ୍‌ସି ଓ ଏସ୍‌ଟି ବର୍ଗର ଛାତ୍ରଛାତ୍ରୀ ମାନଙ୍କ ପାଇଁ ଉଚ୍ଚଶିକ୍ଷାରେ ୩୮.୭୫% ସଂରକ୍ଷଣ ପ୍ରଦାନ କରାଯାଉଥିବା ବେଳେ, ଇଞ୍ଜିନିୟରିଂ, ମେଡିକାଲ ଓ ଅନ୍ୟ ବୈଷୟିକ ପାଠ୍ୟକ୍ରମରେ ୨୦% ସ୍ଥାନ ସଂରକ୍ଷଣ ବ୍ୟବସ୍ଥା ରହିଛି । ତେଣୁ ଏସ୍‌ସି, ଏସ୍‌ଟି ଛାତ୍ରଛାତ୍ରୀ ମାନଙ୍କ ପାଇଁ ଇଞ୍ଜିନିୟରିଂ, ମେଡିକାଲ ଓ ଅନ୍ୟ ବୈଷୟିକ ପାଠ୍ୟକ୍ରମରେ ମଧ୍ୟ ୩୮.୭୫ % ସଂରକ୍ଷଣ ପ୍ରଦାନ ପାଇଁ ବିଜୁ ଜନତା ଦଳ ତରଫରୁ ଦାବି କରାଯାଇଛି ।

ଦଳର ବରିଷ୍ଠ ନେତାମାନେ ନିଜ ବକ୍ତବ୍ୟରେ କହିଥିଲେ, ରାଜ୍ୟର ଏସ୍‌ସି ଓ ଏସ୍‌ଟିି ଓ ଓବିସି ବର୍ଗର ଲୋକଙ୍କ ସ୍ୱାର୍ଥ ରକ୍ଷା ପ୍ରଦାନ ପାଇଁ ବିଜୁ ଜନତା ଦଳ ବିଭିନ୍ନ ପଦକ୍ଷେପ ନେବା ସହିତ ପ୍ରତିଶ୍ରୁତିବଦ୍ଧ ରହିଛି । ରାଜ୍ୟର ଓବିସି ବର୍ଗର ଲୋକ ମାନଙ୍କୁ ସେମାନଙ୍କର ନ୍ୟାର୍ଯ୍ୟ ଅଧିକାର ପ୍ରଦାନ ପାଇଁ ୨୦୨୦ ମସିହାରେ ଜଷ୍ଟିସ ରଘୁନାଥ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଏକ କମିସନ ଗଠନ କରାଯାଇଥିଲା । ରାଜ୍ୟର ଓବିସି, ଏସ୍‌ସି ଓ ଏସ୍‌ଟି ବର୍ଗର ଲୋକଙ୍କୁ ଶିକ୍ଷା ଓ ଚାକରି କ୍ଷେତ୍ରରେ ସଂଖ୍ୟା ଅନୁପାତରେ ଉପଯୁକ୍ତ ସଂରକ୍ଷଣ ପ୍ରଦାନ ପାଇଁ, ସର୍ବାଧିକ ୫୦% ସଂରକ୍ଷଣ ବ୍ୟବସ୍ଥା ପ୍ରତିବନ୍ଧକ ସାଜୁ ଥିବାରୁ, ଏହାକୁ ହଟାଇବା ପାଇଁ ନବୀନ ସରକାର ସର୍ବୋଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିଲେ । ଓବିସି ମାନଙ୍କୁ ସଂଖ୍ୟା ଅନୁପାତରେ ସଂରକ୍ଷଣ ପ୍ରଦାନ ପାଇଁ ରାଜ୍ୟରେ ଓବିସି ବର୍ଗର ଜନସଂଖ୍ୟା ସର୍ଭେ ନବୀନ ସରକାରଙ୍କ ଦ୍ୱାରା ୨୦୨୩ ମସିହାରେ କରାଯାଇଥିଲା । ପୂର୍ବରୁ ଓବିସି ତାଲିକାରେ ନଥିବା ୨୦ଟି ବର୍ଗର ଲୋକଙ୍କୁ ୨୦୨୩ ମସିହାରେ ନବୀନ ସରକାର ଓବିସି ବର୍ଗରେ ସାମିଲ କରି ଐତିହାସିକ ପଦକ୍ଷେପ ଗ୍ରହଣ କରିଥିଲା।

୨୦୨୧ ମସିହାରେ, ରାଜ୍ୟରେ ଅନୁଷ୍ଠିତ ହୋଇଥିବା ପଞ୍ଚାୟତ ନିର୍ବାଚନରେ, ବିଜୁ ଜନତା ଦଳ ତରଫରୁ ୪୦ ପ୍ରତିଶତରୁ ଅଧିକ ଆସନରେ ଓବିସି ବର୍ଗର ଲୋକଙ୍କୁ ପ୍ରାର୍ଥୀ କରାଯାଇଥିଲା । ଅପରପକ୍ଷରେ, ବିଜେପି ଓବିସି ମାନଙ୍କୁ ସଂରକ୍ଷଣ ପ୍ରଦାନ ପ୍ରସଙ୍ଗକୁ ଆରମ୍ଭରୁ ବିରୋଧ କରି ଆସୁଥିଲା ବୋଲି ନେତାମାନେ ତାଙ୍କ ବକ୍ତବ୍ୟରେ କହିଥିଲେ। ଓବିସି, ଏସ୍‌ସି ଓ ଏସ୍‌ଟି ବର୍ଗର ଏହି ଦାବି ପୂରଣ ହେବା ପର୍ଯ୍ୟନ୍ତ ବିଜେଡି ପଲ୍ଲୀ ଠାରୁ ଦିଲ୍ଲୀ ଯାଏଁ ଆନ୍ଦୋଳନ ଜାରି ରଖିବ।

ଏହି କାର୍ଯ୍ୟକ୍ରମରେ ଡ଼ ଅରୁଣ କୁମାର ସାହୁ, ମଙ୍ଗଳା କିଷାନ, ମହେଶ ସାହୁ, ପ୍ରଣବ ପ୍ରକାଶ ଦାସ, ସଞ୍ଜୟ ଦାସବର୍ମା, ପ୍ରମିଳା ମଲ୍ଲିକ, ନିରଞ୍ଜନ ପୂଜାରୀ, ଟୁକୁନି ସାହୁ, ଦେବୀ ପ୍ରସାଦ ମିଶ୍ର, ପ୍ରତାପ ଜେନା, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଅତନୁ ସବ୍ୟସାଚୀ ନାୟକ, ସ୍ନେହାଙ୍ଗିନୀ ଛୁରିଆ, ପ୍ରଫୁଲ୍ଲ ସାମଲ, ବଦ୍ରି ନାରାୟଣ ପାତ୍ର, କଳିକେଶ ନାରାୟଣ ସିଂହଦେଓ, ବ୍ୟୋମକେଶ ରାୟ, ସୁଭାଶିଷ ଖୁଣ୍ଟିଆ, ଦେବୀ ରଞ୍ଜନ ତ୍ରିପାଠୀ, ଅଶୋକ ଚନ୍ଦ୍ର ପଣ୍ଡା, ଉମାକାନ୍ତ ସାମନ୍ତରାୟ, ଅନନ୍ତ ନାରାୟଣ ଜେନା, ସୁଶାନ୍ତ ରାଉତ, ଗଣେଶ୍ୱର ବେହେରା, ଧ୍ରୁବ ଚରଣ ସାହୁ, ଭୃଗୁ ବକ୍ସିପାତ୍ର, ସୁନିଲ ମହାନ୍ତି, ପ୍ରୀତିରଞ୍ଜନ ଘଡେ଼ଇ, ଅରବିନ୍ଦ ମହାପାତ୍ର, ସାରଦା ପ୍ରସନ୍ନ ଜେନା, ସାରଦା ନାୟକ, ରୋହିତ ଯୋଶେଫ ତିର୍କୀ, ରାଜେନ୍ଦ୍ର ସାହୁ, ପ୍ରଦୀପ ମାଝୀ, ମନ୍ମଥ ରାଉତରାୟ, ସୌଭିକ ବିଶ୍ୱାଳ, ବ୍ରଜକିଶୋର ପ୍ରଧାନ, ନଳିନୀକାନ୍ତ ପ୍ରଧାନ, ସୁଲୋଚନା ଦାସ, ରାଜଶ୍ରୀ ମଲ୍ଲିକ, ଶର୍ମିଷ୍ଠା ସେଠୀ, ଲୋପାମୁଦ୍ରା ବକ୍ସିପାତ୍ର, ପ୍ରଶାନ୍ତ ମୁଦୁଲି, ଶ୍ରୀକାନ୍ତ ସାହୁ, ରମେଶ ବେହେରା, ସୁଧୀର ସାମଲ, ପ୍ରମୋଦ ମଲ୍ଲିକ, ରୋମାଞ୍ଚ ରଞ୍ଜନ ବିଶ୍ୱାଳ, ରୂପେଶ କୁମାର ପାଣିଗ୍ରାହୀ, ପ୍ରଦୀପ ଅମାତ, ମୁକେଶ କୁମାର ପାଲ, ଯୋଗେଶ କୁମାର ସିଂ, ପ୍ରଶାନ୍ତ ବେହେରା, ପ୍ରଦୀପ କୁମାର ସାହୁ, ଶଶି ଭୂଷଣ ବେହେରା, ଚକ୍ରମଣି କହଁର, ନବକିଶୋର ମଲ୍ଲିକ, ବିକ୍ରମ ପଣ୍ଡ, ସୁବାସ ବେହେରା, ରୁଦ୍ର ପ୍ରତାପ ମହାରଥୀ, ମାନସ ମାଡ଼କାମୀ, ମିଡିଆ ସଂଯୋଜକ ଡ଼ ପ୍ରିୟବ୍ରତ ମାଝୀ ପ୍ରମୁଖ ବକ୍ତବ୍ୟ ଦେଇଥିଲେ।

Previous Post

ପ୍ରକାଶ ପାଇଲା ଯୁକ୍ତ ଦୁଇ ରେଜଲ୍ଟ : ମୋଟ ପାସହାର ୮୨.୭୭ ପ୍ରତିଶତ

Next Post

ଦକ୍ଷିଣ ଏସିଆ ଲେବର୍ ମୋବିଲିଟି କନଫରେନ୍ସରେ ଯୋଗଦେଲେ ଓଡ଼ିଶା ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ

FNN WEB

FNN WEB

Next Post
ଦକ୍ଷିଣ ଏସିଆ ଲେବର୍ ମୋବିଲିଟି କନଫରେନ୍ସରେ ଯୋଗଦେଲେ ଓଡ଼ିଶା ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ

ଦକ୍ଷିଣ ଏସିଆ ଲେବର୍ ମୋବିଲିଟି କନଫରେନ୍ସରେ ଯୋଗଦେଲେ ଓଡ଼ିଶା ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

June 17, 2026
ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

June 17, 2026
ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

June 17, 2026
ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

June 17, 2026

Recent News

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

June 17, 2026
ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

June 17, 2026
ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

June 17, 2026
ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

June 17, 2026
Fast News Network

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

June 17, 2026
ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

June 17, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.