• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ଦକ୍ଷିଣ ଏସିଆ ଲେବର୍ ମୋବିଲିଟି କନଫରେନ୍ସରେ ଯୋଗଦେଲେ ଓଡ଼ିଶା ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ

FNN WEB by FNN WEB
May 21, 2025
in ଓଡ଼ିଶା, ମୁଖ୍ୟ ଖବର
0
ଦକ୍ଷିଣ ଏସିଆ ଲେବର୍ ମୋବିଲିଟି କନଫରେନ୍ସରେ ଯୋଗଦେଲେ ଓଡ଼ିଶା ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ
0
SHARES
2
VIEWS

ଏହି ସମ୍ମିଳନୀ ସୀମାପାର ସହଯୋଗକୁ ସୁଦୃଢ଼ କରିବ: ସିଂହଦେଓ

ଭୁବନେଶ୍ୱର : ଭୁଟାନ ରାଜସରକାର ଓ ବିଶ୍ଵବ୍ୟାଙ୍କର ମିଳିତ ଆନୁକୂଲ୍ୟରେ ଦୁଇଦିନିଆ ଦକ୍ଷିଣ ଏସିଆ ଲେବର୍ ମୋବିଲିଟି କନଫରେନ୍ସ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ତଥା ଦାଦନ ଶ୍ରମିକ ବିସ୍ଥାପନ ନିମନ୍ତେ ଗଠିତ ଟାସ୍କଫୋର୍ସର ଚେୟାରମ୍ୟାନ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଭାରତରୁ ଅଂଶଗ୍ରହଣ କରିଛନ୍ତି l ବିଶ୍ଵବ୍ୟାଙ୍କ ସମେତ ଦକ୍ଷିଣ ଏସିଆର ପ୍ରମୁଖ ଅର୍ଥନୈତିଜ୍ଞମାନେ ଏହି ସମ୍ମିଳନୀରେ ଯୋଗଦେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ l ସମ୍ମିଳନୀରେ ଯୋଗଦେବା ଅବସରରେ ଉପମୁଖ୍ୟମନ୍ତ୍ରୀ ଭୁଟାନର ପ୍ରଧାନମନ୍ତ୍ରୀ ଲିୟନଚୟେନ ସେରିଙ୍ଗ ଟୋବଗେଙ୍କ (Lyonchhen Tshering Tobgay) ସହିତ ଦୁଇ ଦେଶ ସହଭାଗୀତାର ସହ ସମସ୍ତ କାର୍ଯ୍ୟ କରିବା ପାଇଁ ଆଲୋଚନା କରିଥିଲେ l

ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ କହିଥିଲେ ଯେ, ଲୋକଙ୍କ ମଧ୍ୟରେ ସ୍ଥାନାନ୍ତର ବା ମାଇଗ୍ରେସନ ଏକ ବହୁମୁଖୀ ବାସ୍ତବତା ଯାହା ଜୀବନର ଗୁଣବତ୍ତା ଏବଂ ଆର୍ଥିକ ଅଭିବୃଦ୍ଧିକୁ ବହୁମାତ୍ରାରେ ପ୍ରଭାବିତ କରେ। ଉପମୁଖ୍ୟମନ୍ତ୍ରୀ ବକ୍ତବ୍ୟରେ କହିଥିଲେ, ଭାରତରେ, ପ୍ରାୟ ୧୦ କୋଟି ପ୍ରବାସୀ ଶ୍ରମିକ ପ୍ରତିବର୍ଷ ସାଧାରଣତଃ ଏକ ରୁ ଛଅ ମାସ ନିମନ୍ତେ କାମ ପାଇଁ ସ୍ଥାନାନ୍ତରିତ ହୁଅନ୍ତି । ଜନଗଣନା ତଥ୍ୟ ଅନୁଯାୟୀ ପ୍ରାୟ ୧୩ କୋଟି ୯୦ ଲକ୍ଷ ଭାରତ ଭିତରେ ହିଁ ସ୍ଥାନାନ୍ତର ହୋଇଛନ୍ତି l ପ୍ରବାସ କାରଣରୁ ଅଧିକାଂଶ ନିଜ ଅଞ୍ଚଳର ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାରୁ ବଞ୍ଚିତ ହେଉଥିବା ଏବଂ ପ୍ରବାସ ସ୍ଥାନରେ ମଧ୍ୟ ସମ୍ମୁଖୀନ ହେଉଥିବା ଅସୁବିଧାର ନିରାକରଣ ନିମନ୍ତେ ୧୯୭୯ ମସିହାରୁ ଆନ୍ତଃରାଜ୍ୟ ପ୍ରବାସୀ ଶ୍ରମିକ ଆଇନ ତିଆରି ହୋଇ କାର୍ଯ୍ୟକାରୀ ହେଉଛି l ୨୦୧୧ ଜନଗଣନା ଅନୁସାରେ ଓଡିଶାର ଜନସଂଖ୍ୟା ୪ କୋଟି ୨୦ ଲକ୍ଷ l ତନ୍ମଧ୍ୟରୁ ୧୪ ଟି ଜିଲ୍ଲାକୁ ବିଶେଷ ଭାବରେ ପ୍ରବାସୀ-ପ୍ରବଣ ଭାବରେ ଚିହ୍ନଟ କରି ଓଡିଶା ସରକାରଙ୍କ ଦ୍ଵାରା କିଛି ଉଲ୍ଲେଖନୀୟ ପଦକ୍ଷେପ ଗ୍ରହଣ କରାଯାଇଛି l ଯେଉଁଥିରେ, ଶୋଷଣମୂଳକ ଆଗୁଆ ଦେୟ ବ୍ୟବସ୍ଥାର ମୁକାବିଲା, ଅନୌପଚାରିକ ନିଯୁକ୍ତି ଶୃଙ୍ଖଳକୁ ନିୟନ୍ତ୍ରଣ କରିବା, ସୂଚନାପ୍ରଦ ପ୍ରବାସ ପାଇଁ ସଚେତନତା ସୃଷ୍ଟି କରିବା, ଦକ୍ଷତା ବିକାଶ ସଂଯୋଗକୁ ସୁଦୃଢ଼ କରିବା, ସେବାଗୁଡ଼ିକର ଆନ୍ତଃରାଜ୍ୟ ପୋର୍ଟେବିଲିଟି ଦିଗରେ କାର୍ଯ୍ୟ କରିବା ଆଦି ପ୍ରମୁଖ ପଦକ୍ଷେପ କାର୍ଯ୍ୟକାରୀ କରାଯାଇଛି l ଏଥିସହିତ, ରାଜ୍ୟରେ ପ୍ରବାସୀ ଶ୍ରମିକ ସହାୟତା ଡେସ୍କ, ୧୫ ଲକ୍ଷ ଟଙ୍କାର ଜିଲ୍ଲା ସ୍ତରୀୟ ଜରୁରୀକାଳୀନ ପାଣ୍ଠିର ବ୍ୟବସ୍ଥା ଇତ୍ୟାଦି ଉପରେ ଆଲୋକପାତ କରି ବିଶ୍ୱ ସମୁଦାୟଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।

ଆହୁରି ମଧ୍ୟ କହିଥିଲେ ଯେ, ପ୍ରବାସୀ ଶ୍ରମିକ ପଞ୍ଜିକରଣ ସମେତ PAReSHRAM ପୋର୍ଟାଲ୍ ମାଧ୍ୟମରେ ୬୭ ଟି ଅନଲାଇନ୍ ସେବା ପ୍ରଦାନ କରାଯାଉଛି ।
ଏହି ସମ୍ମିଳନୀ ସୀମାପାର ସହଯୋଗକୁ ସୁଦୃଢ଼ କରିବ ଏବଂ ପ୍ରବାସୀ ଶ୍ରମିକଙ୍କୁ ସଶକ୍ତ କରିବାରେ ସହାୟକ ହେବ । ଏଥିସହିତ, ନୂତନ ନୀତି ପ୍ରଣୟନ ଏବଂ ଦେଶ ମଧ୍ୟରେ ସମ୍ପର୍କକୁ ଆହୁରି ସୁଦୃଢ଼ କରିବ ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ କହିଛନ୍ତି । ବିଶ୍ଵବ୍ୟାଙ୍କର ଆନ୍ନା ଜୋର୍ଦେ (Anna Bjerde), ପ୍ରମୁଖ ଅର୍ଥନୀତିଜ୍ଞ ରୋବର୍ଟ ଗତ୍ତି (Roberta Gatti), ଲିଜୁ ଜର୍ଜ (Liju George), ଓଡ଼ିଶା ସରକାରଙ୍କ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଚିତ୍ରା ଆରୁମୁଗମ, ମାଳଦ୍ବୀପ, କାନାଡ଼ା, ଅଷ୍ଟ୍ରେଲିଆ, ଶ୍ରୀଲଙ୍କା, ଫିଲିପାଇନ୍ସ, ଜାମାଇକା, ଆରବ ଦେଶ, ମଧ୍ୟପ୍ରାଚ୍ୟ ପ୍ରମୁଖ ଦେଶରୁ ପ୍ରତିନିଧି ମାନେ ଯୋଗଦେଇ ସମ୍ମିଳନୀକୁ ସାଫଲ୍ୟ ମଣ୍ଡିତ କରିଥିଲେ ।

Previous Post

ଓବିସି ବର୍ଗଙ୍କ ପାଇଁ ଲଢେ଼ଇ ଓ ଏସ୍‌ସି, ଏସ୍‌ଟିଙ୍କ ସଂଖ୍ୟାନୁପାତିକ ସଂରକ୍ଷଣ ପାଇଁ ରାଜରାସ୍ତାକୁ ଓହ୍ଲାଇଲା ବିଜେଡି

Next Post

ଅଚ୍ୟୁତ ସାମନ୍ତଙ୍କ ନାମରେ ନାମିତ ହେଲା ଆମେରିକାର ଗବେଷଣା ପ୍ରତିଷ୍ଠାନ

FNN WEB

FNN WEB

Next Post
ଅଚ୍ୟୁତ ସାମନ୍ତଙ୍କ ନାମରେ ନାମିତ ହେଲା ଆମେରିକାର ଗବେଷଣା ପ୍ରତିଷ୍ଠାନ

ଅଚ୍ୟୁତ ସାମନ୍ତଙ୍କ ନାମରେ ନାମିତ ହେଲା ଆମେରିକାର ଗବେଷଣା ପ୍ରତିଷ୍ଠାନ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

June 17, 2026
ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

June 17, 2026
ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

June 17, 2026
ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

June 17, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

June 17, 2026
ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

June 17, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.