• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ଅଚ୍ୟୁତ ସାମନ୍ତଙ୍କ ନାମରେ ନାମିତ ହେଲା ଆମେରିକାର ଗବେଷଣା ପ୍ରତିଷ୍ଠାନ

FNN WEB by FNN WEB
May 21, 2025
in ଓଡ଼ିଶା, ମୁଖ୍ୟ ଖବର
0
ଅଚ୍ୟୁତ ସାମନ୍ତଙ୍କ ନାମରେ ନାମିତ ହେଲା ଆମେରିକାର ଗବେଷଣା ପ୍ରତିଷ୍ଠାନ
0
SHARES
2
VIEWS


ନ୍ୟୁୟର୍କ: ଆମେରିକାର ନ୍ୟୁୟର୍କସ୍ଥିତ ସିଟି ୟୁନିଭର୍‍ସିଟିରେ ଶିକ୍ଷାବିତ ଓ ସମାଜସେବୀ ଅଚ୍ୟୁତ ସାମନ୍ତଙ୍କ ନାମରେ ଏକ ଗବେଷଣା ପ୍ରତିଷ୍ଠାନ ନାମିତ କରାଯାଇଛି। ପ୍ରତିଷ୍ଠାନର ନାମ ରହିଛି ‘ଅଚ୍ୟୁତ ସାମନ୍ତ ଇଣ୍ଡିଆ ଇନିସିଏଟିଭ୍ କ୍ୟୁନି କ୍ରେଷ୍ଟ ଇନଷ୍ଟିଚ୍ୟୁଟ’ (ଏଏସଆଇଆଇସିସିଆଇ)। ନ୍ୟୁୟର୍କସ୍ଥିତ ସିଟି ୟୁନିଭରସିଟି ଅଫ୍‍ ନ୍ୟୁୟର୍କରେ ମଙ୍ଗଳବାର ଆମେରିକାର ବହୁ ଶିକ୍ଷାବିତ୍ ଏବଂ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତିଙ୍କ ଉପସ୍ଥିତିରେ ଏହି ଗବେଷଣା ପ୍ରତିଷ୍ଠାନ ଉଦ୍‍ଘାଟିତ ହୋଇଯାଇଛି । କୌଣସି ଭାରତୀୟଙ୍କ ନାମରେ ଆମେରିକାରେ ଏଭଳି ଗବେଷଣା ପ୍ରତିଷ୍ଠାନ ନାମିତ ହେବା ଏହା ହେଉଛି ପ୍ରଥମ ।

ଏହି ପ୍ରତିଷ୍ଠାନ ଆମେରିକୀୟ ଛାତ୍ରଛାତ୍ରୀଙ୍କୁ ଓଡ଼ିଶାର ସମୃଦ୍ଧ କଳା ଏବଂ ଐତିହ୍ୟ ଉପରେ ଗବେଷଣା କରିବାର ସୁଯୋଗ ପ୍ରଦାନ କରିବା ସହ ଜନଜାତି ସଂପ୍ରଦାୟର ସାମାଜିକ-ଆର୍ଥିକ ବିକାଶରେ ଅଚ୍ୟୁତ ସାମନ୍ତଙ୍କ ଯୋଗଦାନ ଏବଂ ଶିକ୍ଷା କ୍ଷେତ୍ରରେ ତାଙ୍କର ସଫଳତା ବିଷୟରେ ମଧ୍ୟ ଗବେଷଣା କରାଯିବ।

ସୂଚନାଯୋଗ୍ୟ, କିଛି ଦିନ ପୂର୍ବରୁ ସିଟି ୟୁନିଭରସିଟି ଅଫ୍‍ ନ୍ୟୁୟର୍କ ଅଧୀନରେ ଥିବା ବ୍ରୋଙ୍କସ୍ କମ୍ୟୁନିଟି କଲେଜର ଅଧ୍ୟକ୍ଷ ଡ. ମିଲଟନ୍ ସାଣ୍ଟିଆଗୋ କିଟ୍ ଓ କିସ୍ ପରିଦର୍ଶନରେ ଆସିଥିଲେ। ଏଠାରେ ସେ ଅଚ୍ୟୁତ ସାମନ୍ତଙ୍କ କାର୍ଯ୍ୟଧାରା ଓ ଜୀବନଶୈଳୀ ବିଷୟରେ ଜାଣିବାକୁ ପାଇଥିଲେ। ଶ୍ରୀ ସାମନ୍ତଙ୍କ କାର୍ଯ୍ୟଧାରା ତାଙ୍କୁ ବେଶ ପ୍ରଭାବିତ କରିଥିଲା। ଭାରତରୁ ଫେରିବା ପରେ ସେ ଅଚ୍ୟୁତ ସାମନ୍ତଙ୍କ ନାମାନୁସାରେ ତାଙ୍କ ବିଶ୍ୱବିଦ୍ୟାଳୟରେ ଏକ ଗବେଷଣା ପ୍ରତିଷ୍ଠାନ ASIICCI ନାମରେ ନାମିତ କରିବା ପାଇଁ ନିଷ୍ପତି ନେଇଥିଲେ। ପରେ ସାଣ୍ଟିଆଗୋଙ୍କ ଏହି ପ୍ରସ୍ତାବ ବିଶ୍ୱବିଦ୍ୟାଳୟ ବୋର୍ଡ ଦ୍ୱାରା ଏହା ଗୃହୀତ ହୋଇଥିଲା। ଏହି ନୂତନ ଗବେଷଣା ପ୍ରତିଷ୍ଠାନ ଉଦଘାଟନୀ କାର୍ଯ୍ୟକ୍ରମରେ ଅଚ୍ୟୁତ ସାମନ୍ତଙ୍କୁ ଯୋଗ ଦେବା ପାଇଁ ସାଣ୍ଟିଆଗୋ ନିମନ୍ତ୍ରଣ କରିଥିଲେ। ସାଣ୍ଟିଆଗୋଙ୍କ ନିମନ୍ତ୍ରଣ କ୍ରମେ ଶ୍ରୀ ସାମନ୍ତ ଉଦଘାଟନୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

ଉଦଘାଟନୀ କାର୍ଯ୍ୟକ୍ରମରେ ଉପସ୍ଥିତ ଅତିଥିମାନଙ୍କୁ ଉଦବୋଧନ ଦେଇ ଡ. ସାଣ୍ଟିଆଗୋ କହିଲେ, ଏହି ପ୍ରତିଷ୍ଠାନ ଆମେରିକାର ଛାତ୍ରଛାତ୍ରୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ହେବ। ଏହା ବିଭିନ୍ନ ପୃଷ୍ଠଭୂମିର ଛାତ୍ରଛାତ୍ରୀମାନଙ୍କୁ ଅର୍ଥପୂର୍ଣ୍ଣ ଗବେଷଣା କରିବାରେ ସହାୟକ ହେବ। ଆମେରିକାର ସିଟି ୟୁନିଭରସିଟି ଅଫ୍‍ ନ୍ୟୁୟର୍କ (CUNY) ଏକ ସରକାରୀ ପ୍ରତିଷ୍ଠାନ। ଏହା ଆମେରିକାର ୧୭୫ବର୍ଷର ଏକ ପୁରାତନ ଶିକ୍ଷାନୁଷ୍ଠାନ। ଏଠାରେ ପ୍ରାୟ ୩ ଲକ୍ଷରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ଏହି ବିଶ୍ୱବିଦ୍ୟାଳୟ ଅଧିନରେ ୨୫ଟି ମହାବିଦ୍ୟାଳୟ ରହିଥିବା ବେଳେ ସିଟି ୟୁନିଭରସିଟି ୧୨୨ଟି ଦେଶର ବିବିଧ ଛାତ୍ର ସଙ୍ଗଠନକୁ ସେବା ପ୍ରଦାନ କରୁଛି।

ଏହି ଅବସରରେ ଅଚ୍ୟୁତ ସାମନ୍ତ ସିଟି ୟୁନିଭରସିଟି ଅଫ୍‍ ନ୍ୟୁୟର୍କ କର୍ତ୍ତୃପକ୍ଷଙ୍କୁ ନିଜର କୃତଜ୍ଞତା ଜଣାଇବା ସହ କହିଲେ, ଆମେରିକା ବିଶ୍ୱବିଦ୍ୟାଳୟ ତାଙ୍କର ଗବେଷଣା ପ୍ରତିଷ୍ଠାନକୁ ଜଣେ ଭାରତୀୟ ବିଶେଷ କରି ଜଣେ ଓଡ଼ିଆ ବ୍ୟକ୍ତିଙ୍କ ନାମ ଅନୁସାରେ ନାମିତ କରିଛି- ଏହା ଏକ ଅତ୍ୟନ୍ତ ସମ୍ମାନଜନକ ମୁହୂର୍ତ୍ତ । ଏହା ଯେକୌଣସି ଭାରତୀୟ, ବିଶେଷକରି ଓଡ଼ିଶା ତଥା କିଟ୍ ଓ କିସ୍ ପାଇଁ ମଧ୍ୟ ଏକ ଗର୍ବର ବିଷୟ। ଏହି ପ୍ରତିଷ୍ଠାନ ଓଡ଼ିଶାର କଳା, ସାହିତ୍ୟ, ସଂସ୍କୃତି ଏବଂ ମୋ କାର୍ଯ୍ୟଧାରା ବିଷୟରେ ଅଧିକ ଗବେଷଣା ଏବଂ ବୁଝାମଣାକୁ ଉତ୍ସାହିତ କରିବ ବୋଲି ସେ କହିଥିଲେ। ଏହା ସହ ଶ୍ରୀ ସାମନ୍ତ ଏହି ସଫଳତାକୁ ଓଡ଼ିଶାର ଜନସାଧାରଣ ତଥା କିଟ୍ ଓ କିସ୍ ପରିବାରକୁ ଉତ୍ସର୍ଗ କରିଥିଲେ। ଏହି ଅବସରରେ ଶ୍ରୀ ସାମନ୍ତଙ୍କୁ ସିଟି ୟୁନିଭରସିଟି ଅଫ୍‍ ନ୍ୟୁୟର୍କର ସର୍ବୋଚ୍ଚ ସମ୍ମାନ ପ୍ରେସିଡେନ୍‍ସୀଆଲ୍‍ ମେଡ଼ାଲ୍‍ ପ୍ରଦାନ କରାଯାଇଥିଲା । ଶିକ୍ଷା ଓ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ସକାଶେ ଶ୍ରୀ ସାମନ୍ତଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି।

Previous Post

ଦକ୍ଷିଣ ଏସିଆ ଲେବର୍ ମୋବିଲିଟି କନଫରେନ୍ସରେ ଯୋଗଦେଲେ ଓଡ଼ିଶା ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ

Next Post

ଦୂର ହେଲା ୧୮୦ ଦିନର ମାତୃତ୍ୱ ଛୁଟି ଦ୍ୱନ୍ଦ

FNN WEB

FNN WEB

Next Post
ଅଗ୍ନିବୀରଙ୍କୁ ରାଜ୍ୟର ୟୁନିଫର୍ମ ସେବାରେ ମିଳିବ ୧୦% ସଂରକ୍ଷଣ: ମୁଖ୍ୟମନ୍ତ୍ରୀ

ଦୂର ହେଲା ୧୮୦ ଦିନର ମାତୃତ୍ୱ ଛୁଟି ଦ୍ୱନ୍ଦ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

June 17, 2026
ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

June 17, 2026
ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

June 17, 2026
ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

June 17, 2026

Recent News

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

June 17, 2026
ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

June 17, 2026
ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

June 17, 2026
ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

June 17, 2026
Fast News Network

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

June 17, 2026
ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

June 17, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.