• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ମୋଦିଙ୍କ ଧମନିରେ ରକ୍ତ ନୁହେଁ, ଗରମ ସିନ୍ଦୂର ବହୁଛି

FNN WEB by FNN WEB
May 22, 2025
in ଓଡ଼ିଶା, ଜାତୀୟ, ମୁଖ୍ୟ ଖବର
0
ମୋଦିଙ୍କ ଧମନିରେ ରକ୍ତ ନୁହେଁ, ଗରମ ସିନ୍ଦୂର ବହୁଛି
0
SHARES
1
VIEWS

ଜୟପୁର: ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଧମନିରେ କେବଳ ରକ୍ତ ନୁହେଁ, ବରଂ ଗରମ ସିନ୍ଦୂର ପ୍ରବାହିତ ହେଉଛି। ଏକଥା ଆଜି ପ୍ରଧାନମନ୍ତ୍ରୀ ମୋଦି ନିଜେ କହିଛନ୍ତି। ରାଜସ୍ଥାନର ବିକାନେରରେ ଆୟୋଜିତ ଗୋଟିଏ ରାଲିରେ ପ୍ରଧାନମନ୍ତ୍ରୀ ମୋଦି ପାକିସ୍ତାନ ଉପରେ ମନଇଚ୍ଛା ବର୍ଷିଛନ୍ତି। ସେ ଏପ୍ରିଲ ୨୨ରେ ପହଲଗାମରେ ହୋଇଥିବା ଆକ୍ରମଣକୁ ନିନ୍ଦା କରିଛନ୍ତି ଓ ଏଥିପାଇଁ ପାକିସ୍ତାନ ପ୍ରୟୋଜିତ ଆତଙ୍କବାଦକୁ ଦାୟୀ କରିଛନ୍ତି। ସେହିପରି ପହଲଗାମ ନରସଂହାରର ବଦଲା ନେବାକୁ ଭାରତୀୟ ସେନା କରିଥିବା ଅପରେସନ ସିନ୍ଦୂରକୁ ମୋଦି ପ୍ରଶଂସା କରିଛନ୍ତି। ଗୋଟିଏ ଜନସଭାକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଯଦିଓ ସେ ସବୁବେଳେ ଶାନ୍ତ ରୁହନ୍ତି, ଦେଶ କଥା ଆସିଲେ ତାଙ୍କ ରକ୍ତ ଗର୍ବ ଓ ପ୍ରତିବଦ୍ଧତାରେ ଗରମ ହୋଇ ଉଠେ। ସେ ଏଥିରେ ଆହୁରି ଯୋଡ଼ିଛନ୍ତି ଯେ ତାଙ୍କ ଧମନିରେ କେବଳ ରକ୍ତ ବହୁନାହିଁ, ବରଂ ଗରମ ସିନ୍ଦୂର ପ୍ରବାହିତ ହେଉଛି। ସେ କହିଛନ୍ତି, “ପାକିସ୍ତାନ କେବେ ହେଲେ ଭାରତ ସହ ସିଧାସଳଖ ଲଢ଼େଇରେ ଜିତି ପାରିବ ନାହିଁ। ଯେତେବେଳେ ବି ସିଧା ଲଢ଼େଇ ହୋଇଛି ପାକିସ୍ତାନକୁ ବାରମ୍ବାର ମାତ ଖାଇବାକୁ ପଡ଼ିଛି। ଖାସ ଏଥିପାଇଁ ପାକିସ୍ତାନ ଆତଙ୍କବାଦକୁ ଭାରତ ବିରୋଧୀ ଲଢ଼େଇ ପାଇଁ ଅସ୍ତ୍ର କରିଛି। ସ୍ୱାଧୀନତା ପରଠାରୁ ଏପରି ସ୍ଥିତି ଲାଗି ରହିଛି। ପାକିସ୍ତାନ ଆତଙ୍କ ସୃଷ୍ଟି କରୁଥିଲା, ନିର୍ଦ୍ଦୋଷ ଲୋକଙ୍କ ହତ୍ୟା କରୁଥିଲା, ଭାରତରେ ଭୟର ବାତାବରଣ ସୃଷ୍ଟି କରୁଥିଲା।

କିନ୍ତୁ ପାକିସ୍ତାନ ଗୋଟିଏ କଥା ଭୁଲି ଯାଇଛି। ଏବେ ମା’ ଭାରତୀର ସେବକ ମୋଦି ଏଠାରେ ଛାତି ଦେଖାଇ ଛିଡ଼ା ହୋଇଛି। ମୋଦିର ମୁଣ୍ଡ ଥଣ୍ଡା। ଏହା ସବୁବେଳେ ଥଣ୍ଡା ରୁହେ। କିନ୍ତୁ ମୋଦିର ରକ୍ତ ଗରମ। ଏବେ ମୋଦିର ଧମନିରେ ରକ୍ତ ନୁହେଁ, ବରଂ ଗରମ ସିନ୍ଦୂର ବହୁଛି।” ରାଜସ୍ଥାନ ରାଲିରେ ମୋଦି ଆହୁରି କହିଛନ୍ତି ଯେ “ଯେଉଁମାନେ ସିନ୍ଦୂର ପୋଛିବାକୁ ଆସିଥିଲେ, ଏବେ ସେମାନେ ମାଟିରେ ମିଶିଛନ୍ତି। ଯେଉଁମାନେ ଭାରତର ଟୋପାଏ ରକ୍ତ ଝରାଇବାକୁ ଚେଷ୍ଟା କରିବେ, ସେମାନଙ୍କୁ ପ୍ରତିଟି ବୁନ୍ଦାର ମୂଲ୍ୟ ଦେବାକୁ ପଡ଼ିବ। ଯେଉଁମାନେ ଭାରତ ନୀରବ ରହିବ ବୋଲି ଭାବୁଥିଲେ ଏବେ ସେମାନେ ନିଜ ନିଜ ଘର ଭିତରେ ଲୁଚିଛନ୍ତି। ଏପ୍ରିଲ ୨୨ର ଜବାବ ମାତ୍ର ୨୨ ମିନିଟ୍‌ରେ ଦେଲୁ। ସିନ୍ଦୂର ଯେତେବେଳେ ବାରୁଦ ହୁଏ, ତା’ର ପରିଣାମ କ’ଣ ହୁଏ ସେକଥା ବିଶ୍ୱ ଦେଖିଲା। ୯ଟି ଆତଙ୍କୀ ଆଡ୍ଡାକୁ ଆମ ସେନା ମାଟିରେ ମିଶାଇ ଦେଲା। ୩ ସେନାର ଚକ୍ରବ୍ୟୂହରେ ସେମାନେ ଫସିଲେ। ବାହାରି ପାରିଲେନି। ଯେଉଁ ଅସ୍ତ୍ରକୁ ନେଇ ଗର୍ବ କରୁଥିଲେ, ଆଜି ଏହାର ଭଗ୍ନାବଶେଷରେ ସେମାନେ ପୋତି ହୋଇ ଯାଇଛନ୍ତି। ଏହା ଏକ ଶକ୍ତିଶାଳୀ ଭାରତର ରୌଦ୍ର ରୂପ। ଇଏ ହେଉଛି ନୂଆ ଭାରତ। ଏହା ହେଉଛି ଆମର ଶକ୍ତି।

ପ୍ରଥମେ ଆମେ ସେମାନଙ୍କ ଘରେ ପ୍ରବେଶ କରି ଆକ୍ରମଣ କରିଥିଲୁ। ଏବେ ଆମେ ସେମାନଙ୍କ ଛାତିରେ ଆକ୍ରମଣ କରିଛୁ। ଏହା ଆତଙ୍କବାଦର ପ୍ରଶଂସକଙ୍କୁ ଧ୍ୱଂସ କରିବାର ନୀତି ଓ ରଣନୀତି। ଅପରେସନ୍‌ ସିନ୍ଦୂର ଆମକୁ ୩ଟି ସୂତ୍ର ଦେଖାଇଛି। ଆତଙ୍କୀ ହମ୍‌ଲା ହେଲେ କଡ଼ା ଜବାବ ଦିଆଯିବ। ଆମର ସେନା ସମୟ, ପଦ୍ଧତି ଓ ପରିସ୍ଥିତିର ନିଷ୍ପତ୍ତି ନେବ। ପରମାଣୁ ବୋମାର ବ୍ଲାକମେଲିଂକୁ ଖାତିର କରିବୁ ନାହିଁ। ଆତଙ୍କବାଦୀ କାର୍ଯ୍ୟ ଓ ଏହାର ସମର୍ଥକଙ୍କୁ ଅଲଗା ଅଲଗା ଦେଖିବୁ ନାହିଁ। ଆଗକୁ ଆତଙ୍କୀ କାର୍ଯ୍ୟ କଲେ, ପାକିସ୍ତାନ ଆହୁରି ଅଧିକ ମୂଲ୍ୟ ଦେବାକୁ ପଡ଼ିବ।

ଯଦି ପାକିସ୍ତାନ ସହ କଥା ହେବୁ ତାହେଲେ ‘ପିଓକେ’କୁ ନେଇ। ଭାରତୀୟଙ୍କ ରକ୍ତରେ ଖେଳିଲେ ପାକିସ୍ତାନକୁ ମହଙ୍ଗା ପଡ଼ିବ। ଭାରତୀୟଙ୍କ ରକ୍ତ ସହିତ ଖେଳିବା ପାଇଁ ବହୁମୂଲ୍ୟ ଦେବାକୁ ପଡ଼ିବ। ପାକିସ୍ତାନକୁ ଭାରତର ଅଧିକାର ଥିବା ପାଣି ମିଳିବ ନାହିଁ। ଏହା ଭାରତର ପ୍ରତିଜ୍ଞା। ବିଶ୍ୱର କୌଣସି ଶକ୍ତି ଏହାକୁ ବଦଳାଇ ପାରିବ ନାହିଁ। ପାକିସ୍ତାନର ରହିମ ୟାର ଖାନ୍‌ ବାୟୁସେନା ଘାଟି ସୀମା ଆର ପଟେ ଅଛି। ଏହା କେବେ ପୁଣି କାମ କରିବ ତାହା କେହି ଜାଣନ୍ତି ନାହିଁ। ଏହା ICUରେ ରହିଛି। ଭାରତୀୟ ସେନା ଏହାକୁ ଧ୍ୱଂସ କରିଦେଇଛି।”

Previous Post

ସଂପ୍ରସାରଣ ପ୍ରକଳ୍ପ ଗୁଡ଼ିକର କାର୍ଯ୍ୟ ସମାପ୍ତି ଉପରେ ନାଲକୋ ସିଏମଡିଙ୍କ ଗୁରୁତ୍ତ୍ଵ

Next Post

ଓଡ଼ିଶାକୁ ଫେରିଲା କରୋନା: ଭୁବନେଶ୍ୱରରେ ପ୍ରଥମ ମାମଲା ଚିହ୍ନଟ

FNN WEB

FNN WEB

Next Post
ଓଡ଼ିଶାକୁ ଫେରିଲା କରୋନା: ଭୁବନେଶ୍ୱରରେ ପ୍ରଥମ ମାମଲା ଚିହ୍ନଟ

ଓଡ଼ିଶାକୁ ଫେରିଲା କରୋନା: ଭୁବନେଶ୍ୱରରେ ପ୍ରଥମ ମାମଲା ଚିହ୍ନଟ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
‘ଦୂଆ’ ଓ ‘ଦାୱତ’ ସହ ଶେଷ ହେଲା ରାଜ୍ୟ ସ୍ତରୀୟ ତବ୍‌ଲିଗି ଇଜ୍‌ତେମା

‘ଦୂଆ’ ଓ ‘ଦାୱତ’ ସହ ଶେଷ ହେଲା ରାଜ୍ୟ ସ୍ତରୀୟ ତବ୍‌ଲିଗି ଇଜ୍‌ତେମା

January 22, 2025
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ସଚେତନତା ମାଧ୍ୟମରେ ତମାଖୁଜନିତ ମୃତ୍ୟୁକୁ ରୋକିହେବ: ମୁଖ୍ୟମନ୍ତ୍ରୀ

ସଚେତନତା ମାଧ୍ୟମରେ ତମାଖୁଜନିତ ମୃତ୍ୟୁକୁ ରୋକିହେବ: ମୁଖ୍ୟମନ୍ତ୍ରୀ

May 31, 2025
ଓଡ଼ିଶା ଲଳିତ କଳା ଏକାଡେମୀ ପକ୍ଷରୁ ଚିତ୍ରକଳା ପ୍ରଦର୍ଶନୀର ଆୟୋଜନ

ଓଡ଼ିଶା ଲଳିତ କଳା ଏକାଡେମୀ ପକ୍ଷରୁ ଚିତ୍ରକଳା ପ୍ରଦର୍ଶନୀର ଆୟୋଜନ

May 31, 2025
ନାଲକୋ ଦ୍ୱାରା ସ୍ମାର୍ଟ ମାଇନିଂ ସମ୍ମିଳନୀ ଆୟୋଜିତ : ଆଲୁମିନିୟମ କ୍ଷେତ୍ରରେ ଡିଜିଟାଲ ନବସୃଜନ ଉପରେ ଗୁରୁତ୍ୱ

ନାଲକୋ ଦ୍ୱାରା ସ୍ମାର୍ଟ ମାଇନିଂ ସମ୍ମିଳନୀ ଆୟୋଜିତ : ଆଲୁମିନିୟମ କ୍ଷେତ୍ରରେ ଡିଜିଟାଲ ନବସୃଜନ ଉପରେ ଗୁରୁତ୍ୱ

May 31, 2025
ଏଆଇ ଏବଂ ମେସିନ୍‌ ଶିକ୍ଷଣ ଉପରେ ଦୁଇ ଦିନିଆ ଅନ୍ତର୍ଜାତୀୟ ସମ୍ମିଳନୀ ଅନୁଷ୍ଠିତ

ଏଆଇ ଏବଂ ମେସିନ୍‌ ଶିକ୍ଷଣ ଉପରେ ଦୁଇ ଦିନିଆ ଅନ୍ତର୍ଜାତୀୟ ସମ୍ମିଳନୀ ଅନୁଷ୍ଠିତ

May 30, 2025

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ସଚେତନତା ମାଧ୍ୟମରେ ତମାଖୁଜନିତ ମୃତ୍ୟୁକୁ ରୋକିହେବ: ମୁଖ୍ୟମନ୍ତ୍ରୀ

ସଚେତନତା ମାଧ୍ୟମରେ ତମାଖୁଜନିତ ମୃତ୍ୟୁକୁ ରୋକିହେବ: ମୁଖ୍ୟମନ୍ତ୍ରୀ

May 31, 2025
ଓଡ଼ିଶା ଲଳିତ କଳା ଏକାଡେମୀ ପକ୍ଷରୁ ଚିତ୍ରକଳା ପ୍ରଦର୍ଶନୀର ଆୟୋଜନ

ଓଡ଼ିଶା ଲଳିତ କଳା ଏକାଡେମୀ ପକ୍ଷରୁ ଚିତ୍ରକଳା ପ୍ରଦର୍ଶନୀର ଆୟୋଜନ

May 31, 2025
  • About
  • Advertise
  • Privacy & Policy
  • Contact

© 2024 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2024 fast news network.