• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

କ୍ୟାବିନେଟର ବଡ଼ ନିଷ୍ପତ୍ତି: ସରକାରୀ ଚାକିରି ବୟସସୀମା ୪୨ ହେଲା

FNN WEB by FNN WEB
May 29, 2025
in ଓଡ଼ିଶା, ମୁଖ୍ୟ ଖବର
0
କ୍ୟାବିନେଟର ବଡ଼ ନିଷ୍ପତ୍ତି: ସରକାରୀ ଚାକିରି ବୟସସୀମା ୪୨ ହେଲା
0
SHARES
2
VIEWS

ଭୁବନେଶ୍ବର: ବିଭିନ୍ନ ସରକାରୀ ପଦପଦବି ଓ ସେବାରେ ପ୍ରବେଶ ପାଇଁ ସର୍ବୋଚ୍ଚ ବୟସସୀମା ବୃଦ୍ଧି କରାଯାଇଛି। ପୂର୍ବରୁ ଏହା ୩୨ ଥିଲା, ଏବେ ଏହାକୁ ୪୨ କରାଯାଇଛି। ଏ ସଂକ୍ରାନ୍ତ ପ୍ରସ୍ତାବରେ ଆଜି କ୍ୟାବିନେଟ୍‌ ମୋହର ବାଜିଛି। ତେବେ ପୁଲିସ, ଜଙ୍ଗଲ, ଅବକାରୀ, ଅଗ୍ନିଶମ ଇତ୍ୟାଦି ୟୁନିଫର୍ମ ସେବା (ଯେଉଁଠାରେ ଶାରୀରିକ ଦକ୍ଷତା‌ ପରୀକ୍ଷା ରହିଥାଏ) କ୍ଷେତ୍ରରେ ଏହା ଲାଗୁ ହେବ ନାହିଁ। କେବଳ ସେତିକି ନୁହେଁ, ଏସ୍‌ସି, ଏସ୍‌ଟି, ପଛୁଆବର୍ଗ, ମହିଳା, ଭିନ୍ନକ୍ଷମ ବ୍ୟକ୍ତି ଓ ଅବସରପ୍ରାପ୍ତ ସୈନିକଙ୍କ କ୍ଷେତ୍ରରେ ସରକାରଙ୍କ ଦ୍ବାରା ବିଭିନ୍ନ ସମୟରେ ଜାରି ହେଉଥିବା ନିୟମାବଳୀ ଅନୁସାରେ ସର୍ବୋଚ୍ଚ ବୟସସୀମା କୋହଳ ହେବ। ସୂଚନାଯୋଗ୍ୟ ଯେ ପୂର୍ବରୁ ସରକାରୀ ଚାକିରି ପାଇଁ ସର୍ବୋଚ୍ଚ ବୟସସୀମା ୩୨ ବର୍ଷ ଥିଲା। ଏହାକୁ ବୃଦ୍ଧି କରିବା ପାଇଁ ବିଭିନ୍ନ ମହଲରୁ ବହୁଦିନରୁ ଦାବି ହୋଇ ଆସୁଥିଲା।

ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍‌ ବୈଠକରେ ଏହି ପ୍ରସ୍ତାବ ସମେତ ମୋଟ ୫ଟି ପ୍ରସ୍ତାବ ପାରିତ ହୋଇଥିଲା। ଆଜି ନୂଆ ଢାଞ୍ଚାରେ କ୍ୟାବିନେଟ୍‌ ବୈଠକ ହୋଇଥିଲା। କେବଳ ମୁଖ୍ୟ ଶାସନ ସଚିବଙ୍କୁ ଛାଡ଼ିଦେଲେ ଅନ୍ୟ କୌଣସି ବିଭାଗର ସଚିବଙ୍କୁ ବୈଠକରେ ବସିବାକୁ ଅନୁମତି ନଥିଲା। ବୈଠକ ପରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା କ୍ୟାବିନେଟ୍‌ ନିଷ୍ପତ୍ତି ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଥିଲେ। କ୍ୟାବିନେଟ୍ ବୈଠକରେ ଓଡ଼ିଶା ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ (ଏଆଇ) ନୀତି-୨୦୨୫କୁ ମଞ୍ଜୁରି ମିଳିଛି। ଏହା ଅଧୀନରେ ରାଜ୍ୟ ସରକାର ଓଡ଼ିଶା ଏଆଇ ମିସନ୍‌ ଗଠନ କରିବେ; ଯାହା ବିଭିନ୍ନ ବିଭାଗରେ ଏଆଇକୁ ପ୍ରୟୋଗ କରିବାର ଶୀର୍ଷ ଅନୁଷ୍ଠାନ ଭାବେ କାର୍ଯ୍ୟ କରିବ। ଏହା ଉଚ୍ଚସ୍ତରୀୟ ଏଆଇ ଟାସ୍କଫୋର୍ସ ଓ ଏଆଇ ସେଲ୍‌ ଭଳି ଦ୍ବି-ସ୍ତରୀୟ ବ୍ୟବସ୍ଥା ଦ୍ବାରା ପରିଚାଳିତ ହେବ। ଓଡ଼ିଶା କମ୍ପ୍ୟୁଟର ପ୍ରୟୋଗ କେନ୍ଦ୍ର (ଓକାକ୍‌)ରେ ଏଆଇ ସେଲ୍‌ ରହିବ। ଏହା ଏଆଇର ଗ୍ରହଣୀୟତା, ପାଇଲଟ୍‌ ପ୍ରକଳ୍ପ ଓ ବ୍ୟାବହାରିକ ମାମଲାଗୁଡ଼ିକୁ ତ୍ବରାନ୍ବିତ କରିବା ଉପରେ କାମ କରିବ। ସ୍ବାସ୍ଥ୍ୟସେବା, କୃଷି, ଶିକ୍ଷା, ଜଳବାୟୁ ପରିବର୍ତ୍ତନ, ବିପର୍ଯ୍ୟୟ ପରିଚାଳନା ଓ ପ୍ରଶାସନ ଭଳି ଗୁରୁତ୍ବପୂର୍ଣ୍ଣ କ୍ଷେତ୍ରରେ କିଭଳି ଏଆଇ ବ୍ୟବହାର ହୋଇପାରିବ, ସେହି ସୁଯୋଗ ଓ ସମ୍ଭାବନାଗୁଡ଼ିକୁ ଚିହ୍ନଟ କରାଯିବ। ଏଆଇ ସହଯୋଗରେ ରୋଗର ପୂର୍ବାନୁମାନ ଓ ସ୍କ୍ରିନିଂ, ସ୍ମାର୍ଟ ଜଳସେଚନ, ଫସଲ ନିଦାନ, ଶିକ୍ଷାରେ ବହୁଭାଷୀ ଏଆଇ ଟୁଲ୍‌, ପ୍ରତିଷେଧମୂଳକ ବିପର୍ଯ୍ୟୟ ପ୍ରଶମନ ବ୍ୟବସ୍ଥା ଓ ବୁଦ୍ଧିମାନ ନାଗରିକ ସମ୍ପୃକ୍ତି ପ୍ଲାଟ୍‌ଫର୍ମ ଆଦି ଉପରେ ମଧ୍ୟ ଧ୍ୟାନ ଦିଆଯିବ। ଏଆଇର ନୈତିକ ଓ ଦାୟିତ୍ବବାନ ବ୍ୟବହାର ଉପରେ ନୀତିରେ ଗୁରୁତ୍ବ ଦିଆଯାଇଛି। ଏହା ଓଡ଼ିଶାକୁ ଏଆଇ ନବସୃଜନ, ଏଆଇ ଷ୍ଟାର୍ଟଅପ୍ ଓ ରପ୍ତାନିଭିତ୍ତିକ ଏଆଇ ସମାଧାନ ହବ୍‌ରେ ପରିଣତ କରିବ ବୋଲି କୁହାଯାଇଛି।

ଜଗତସିଂହପୁର ଜିଲ୍ଲାର ଜଟାଧାର ମୁହାଣରେ ନିଜସ୍ବ ଜେଟି ସ୍ଥାପନ କରିବା ଲାଗି ରାଜ୍ୟ ସରକାର ଓ ଜେଏସ୍‌ଡବ୍ଲ୍ୟୁ ଉତ୍କଳ ଷ୍ଟିଲ୍ ଲିମିଟେଡ୍‌ ମଧ୍ୟରେ ହୋଇଥିବା ରିହାତି ଚୁକ୍ତିନାମାକୁ କ୍ୟାବିନେଟ୍‌ ଅନୁମୋଦନ ଦେଇଛି। ଫଳରେ ସରକାର ଓ କମ୍ପାନି ମଧ୍ୟରେ ରିହାତି ଚୁକ୍ତିନାମା ସ୍ବାକ୍ଷର ବାଟ ଫିଟିଛି। ୨୦୧୮ରେ ଏହି ପ୍ରକଳ୍ପକୁ ସରକାର ନୀତିଗତ ଅନୁମୋଦନ ଦେଇଥିଲେ ଓ ୨୦୨୨ ଡିସେମ୍ବର ୩ରେ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଥିଲା। ଏହି ଜେଟି ବନ୍ଦରକୁ ସଂଯୋଗ କରୁଥିବା ଭିତ୍ତିଭୂମିର ବିକାଶକୁ ପ୍ରୋତ୍ସାହିତ କରିବ। ଏହା ରାଜ୍ୟ ପାଇଁ ରାଜସ୍ବ ସୃଷ୍ଟି କରିବ ଓ ୩୪୫୦ ଲୋକଙ୍କ ପାଇଁ ନିଯୁକ୍ତି ସୃଷ୍ଟି କରିବ।

ଓଡ଼ିଶା ଚକ୍ଷୁ ଚିକିତ୍ସା ସେବା (ନିଯୁକ୍ତି ପ୍ରଣାଳୀ ଓ ସେବା ସର୍ତ୍ତ) ନିୟମାବଳୀ-୨୦୨୫ କ୍ୟାବିନେଟ୍‌ରେ ପାରିତ ହୋଇଛି। ଏବେ ୧୯୭ ଜଣ ଚକ୍ଷୁ ଚିକିତ୍ସା ସହାୟକ ରାଜ୍ୟର ବିଭିନ୍ନ ହସ୍ପିଟାଲରେ କାର୍ଯ୍ୟରତ ଅଛନ୍ତି। ରାଜ୍ୟ ସରକାର ଗତ ବର୍ଷ ମାର୍ଚ୍ଚ ମାସରେ ଚକ୍ଷୁ ଚିକିତ୍ସା ସେବା ଅଧୀନରେ ମୂଳ ପଦବିରେ ୩୩୮ଟି ସମେତ ମୋଟ୍‌ ୫୩୮ଟି ପଦବି ସୃଷ୍ଟି କରିଥିଲେ। ଏଥି ସହ ମୂଳ ପଦବିରେ ୧୪୧ଟି ନୂଆ ପଦବି ସୃଷ୍ଟି ହେବ। ପଦୋନ୍ନତି ଭିତ୍ତିରେ ବିଭିନ୍ନ ପଦବି ପୂରଣ ପାଇଁ ମୋଟ୍‌ ୨୦୦ଟି ପଦବି ସୃଷ୍ଟି କରାଯାଇଛି। ଏହା ଦ୍ବାରା ମୂଳ ପଦବି‌ରେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।

ଢେଙ୍କାନାଳ ଜିଲ୍ଲାର ଯୋରନ୍ଦାସ୍ଥିତ ମହିମାଗାଦି ନୂଆ ରୂପ ନେବ। ଏଠାରେ ଉନ୍ନତିମୂଳକ କାର୍ଯ୍ୟ ସହ ଶୂନ୍ୟ ମଣ୍ଡପ ନିର୍ମାଣ କରାଯିବ। ଏଥି ପାଇଁ ହୋଇଥିବା ଟେଣ୍ଡରରେ ଏମ୍‌ଏସ୍‌ ଆଇରନ୍ ଟ୍ରାଏଙ୍ଗଲ୍‌ ଲିମିଟେଡ୍‌ ‌ଯୋଗ୍ୟ ବିବେଚିତ ହୋଇଛି। ଏହି କ‌ାମର ବ୍ୟୟ ଅଟକଳ ରହିଛି ୧୭୧ କୋଟି ୧୧ ଲକ୍ଷ ଟଙ୍କା। ଆଜି କ୍ୟାବିନେଟ୍‌ରେ ଏହି ଟେଣ୍ଡରକୁ ଅନୁମୋଦନ ମିଳିବା ସହ ୩୬ ମାସରେ କାମ ଶେଷ କରିବାକୁ ସମୟସୀମା ଧାର୍ଯ୍ୟ କରାଯାଇଛି।

Previous Post

କୋଲକାତାରୁ ହଜ ଅଭିମୁଖେ ଓଡ଼ିଶା ତୀର୍ଥଯାତ୍ରୀ

Next Post

କେନ୍ଦ୍ର ଜଙ୍ଗଲ ମନ୍ତ୍ରୀ ଓ କୃଷିମନ୍ତ୍ରୀଙ୍କୁ ଭେଟିଲେ ଧର୍ମେନ୍ଦ୍ର: ସମ୍ବଲପୁର ଚିଡ଼ିଆଖାନାର ସମ୍ପ୍ରସାରଣ କରିବାକୁ ଅନୁରୋଧ

FNN WEB

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ମହିଳା ସରପଞ୍ଚ ଚାମେଲିଙ୍କୁ ବିଜେଡିର ସମର୍ଥନ, ବିଜେପିକୁ କଟାକ୍ଷ

ମହିଳା ସରପଞ୍ଚ ଚାମେଲିଙ୍କୁ ବିଜେଡିର ସମର୍ଥନ, ବିଜେପିକୁ କଟାକ୍ଷ

June 12, 2026
ମିସନ ମୋଡରେ ଆମ ସରକାର ମୌଳିକ ସୁବିଧା ପୂରଣ କରୁଛନ୍ତି: ମୁଖ୍ୟମନ୍ତ୍ରୀ

ମିସନ ମୋଡରେ ଆମ ସରକାର ମୌଳିକ ସୁବିଧା ପୂରଣ କରୁଛନ୍ତି: ମୁଖ୍ୟମନ୍ତ୍ରୀ

June 12, 2026
ଓଡ଼ିଶା ଛୁଇଁଲା ମୌସୁମୀ, ରଜରେ ତୁହାକୁ ତୁହା ବର୍ଷା

ଓଡ଼ିଶା ଛୁଇଁଲା ମୌସୁମୀ, ରଜରେ ତୁହାକୁ ତୁହା ବର୍ଷା

June 12, 2026
ଦେବାଶିଷ ସାମନ୍ତରାୟ ନିର୍ଦ୍ବନ୍ଦ୍ବରେ ରାଜ୍ୟସଭାକୁ ନିର୍ବାଚିତ

ଦେବାଶିଷ ସାମନ୍ତରାୟ ନିର୍ଦ୍ବନ୍ଦ୍ବରେ ରାଜ୍ୟସଭାକୁ ନିର୍ବାଚିତ

June 11, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ମହିଳା ସରପଞ୍ଚ ଚାମେଲିଙ୍କୁ ବିଜେଡିର ସମର୍ଥନ, ବିଜେପିକୁ କଟାକ୍ଷ

ମହିଳା ସରପଞ୍ଚ ଚାମେଲିଙ୍କୁ ବିଜେଡିର ସମର୍ଥନ, ବିଜେପିକୁ କଟାକ୍ଷ

June 12, 2026
ମିସନ ମୋଡରେ ଆମ ସରକାର ମୌଳିକ ସୁବିଧା ପୂରଣ କରୁଛନ୍ତି: ମୁଖ୍ୟମନ୍ତ୍ରୀ

ମିସନ ମୋଡରେ ଆମ ସରକାର ମୌଳିକ ସୁବିଧା ପୂରଣ କରୁଛନ୍ତି: ମୁଖ୍ୟମନ୍ତ୍ରୀ

June 12, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.