• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

କେନ୍ଦ୍ର ଜଙ୍ଗଲ ମନ୍ତ୍ରୀ ଓ କୃଷିମନ୍ତ୍ରୀଙ୍କୁ ଭେଟିଲେ ଧର୍ମେନ୍ଦ୍ର: ସମ୍ବଲପୁର ଚିଡ଼ିଆଖାନାର ସମ୍ପ୍ରସାରଣ କରିବାକୁ ଅନୁରୋଧ

FNN WEB by FNN WEB
May 29, 2025
in ଓଡ଼ିଶା, ମୁଖ୍ୟ ଖବର
0
କେନ୍ଦ୍ର ଜଙ୍ଗଲ ମନ୍ତ୍ରୀ ଓ କୃଷିମନ୍ତ୍ରୀଙ୍କୁ ଭେଟିଲେ ଧର୍ମେନ୍ଦ୍ର: ସମ୍ବଲପୁର ଚିଡ଼ିଆଖାନାର ସମ୍ପ୍ରସାରଣ କରିବାକୁ ଅନୁରୋଧ
0
SHARES
6
VIEWS

ଭୁବନେଶ୍ବର: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି କେନ୍ଦ୍ର ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କୁ ସାକ୍ଷାତ କରି ବିଭିନ୍ନ ଦାବି ଉପସ୍ଥାପନ ସହ ଚିଠି ପ୍ରଦାନ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଦୁଇଟି ପୃଥକ ଚିଠି କେନ୍ଦ୍ରମନ୍ତ୍ରୀ ଶ୍ରୀ ଯାଦବଙ୍କୁ ପ୍ରଦାନ କରିଛନ୍ତି। ଯେଉଁଥିରେ ଉଲ୍ଲେଖ କରିଛନ୍ତି ଯେ ସମ୍ବଲପୁର-ଝାରସୁଗୁଡ଼ା-ବ୍ରଜରାଜନଗର, ଅନୁଗୁଳ-ଢେଙ୍କାନାଳ, ଟିଟିଲାଗଡ଼ ଓ ବଲାଙ୍ଗୀର ଅଞ୍ଚଳରେ ଜଳବାୟୁ ପରିବର୍ତ୍ତନ ପ୍ରଭାବ ଦ୍ବାରା ପ୍ରବଳ ଗରମ ହେଉଛି। ଫଳରେ ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ପକାଉଛି। ତେଣୁ ସହରାଞ୍ଚଳ ସମୂହରେ ନଗର ବନ ପ୍ରତିଷ୍ଠା କରାଗଲେ ପରିବେଶଗତ ସ୍ଥିରତା ଏବଂ ସାମୁଦାୟିକ କଲ୍ୟାଣ ସୁନିଶ୍ଚିତ ହୋଇପାରିବ। ଆସନ୍ତା ଜୁନ୍‌ ୫ ତାରିଖ ବିଶ୍ୱ ପରିବେଶ ଦିବସର ପୂର୍ବ ଦିନ ବୃକ୍ଷରୋପଣ ଏବଂ ପରିବେଶ ଶିକ୍ଷାରେ ଅଧିକ ଯୋଗଦାନ ପାଇଁ ଏକ ବିଶାଳ ସଚେତନତା ଅଭିଯାନ ଆରମ୍ଭ କରିବାକୁ ଶ୍ରୀ ପ୍ରଧାନ ପ୍ରସ୍ତାବ ଦେଇଛନ୍ତି।

ଆଉ ଏକ ପତ୍ରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି ଯେ ୨୦୨୩ରେ କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷ (ସିଜେଡ୍ଏ) ସମ୍ବଲପୁର ଚିଡ଼ିଆଖାନାକୁ ‘ସମ୍ବଲପୁର ଚିଡ଼ିଆଖାନା ଏବଂ ସଂରକ୍ଷଣ କେନ୍ଦ୍ର’ ଭାବେ ଘୋଷଣା କରିଥିଲେ। ୧୯୮୦ରେ ପ୍ରତିଷ୍ଠା ହେବା ପରଠାରୁ ଏହି ଚିଡ଼ିଆଖାନା ଏକ ସାଧାରଣ ହରିଣ ପାର୍କରୁ ବନ୍ୟପ୍ରାଣୀ ସଂରକ୍ଷଣ ଏବଂ ସାର୍ବଜନୀନ ଶିକ୍ଷା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ରରେ ପରିଣତ ହୋଇଛି। ୨୦୨୨ରେ ପ୍ରାଣୀ ଉଦ୍ୟାନ ମୂଲ୍ୟାଙ୍କନ କମିଟି ସମ୍ବଲପୁର ଚିଡ଼ିଆଖାନାକୁ ‘ମଧ୍ୟମ ଚିଡ଼ିଆଖାନା’ ବର୍ଗରେ ଉନ୍ନୀତ କରିବାକୁ ସୁପାରିସ କରିଥିଲା। ତାହାକୁ କାର୍ଯ୍ୟକାରୀ କରାଯାଉ। ଆଗକୁ ଏଠାରେ ନାଇଟ୍ ସଫାରି, ଆଫ୍ରିକୀୟ ପେଙ୍ଗୁଇନ୍ ଭଳି ଜଳଜୀବ, ମରୁଭୂମି ଓ ବର୍ଷାଜଳ ବାୟୋଡୋମ୍, ଛୋଟ ମାଙ୍କଡଙ୍କ ଏନ୍‌କ୍ଲୋଜରରେ ଚାଲିବାର ବ୍ୟବସ୍ଥା ସହ ପକ୍ଷୀପାଳନ କରାଯିବ।

ସେହିପରି କେନ୍ଦ୍ର କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନଙ୍କୁ ସାକ୍ଷାତ କରି ସମ୍ବଲପୁର ନୀଳଡୁଙ୍ଗୁରିରେ ଟର୍ମିନାଲ ମାର୍କେଟ୍ କମ୍ପ୍ଲେକ୍ସ ପ୍ରତିଷ୍ଠା କରିବାକୁ ଶ୍ରୀ ପ୍ରଧାନ ଅନୁରୋଧ କରିଛନ୍ତି। ସେ ଦର୍ଶାଇଛନ୍ତି ଯେ ୨୦୦୯-୧୦ ମଧ୍ୟରେ ଓଡ଼ିଶା ସରକାରଙ୍କ ଦ୍ୱାରା ସମ୍ବଲପୁରରେ ଏକ ଟର୍ମିନାଲ ମାର୍କେଟ୍ କମ୍ପ୍ଲେକ୍ସ (ଟିଏମ୍‌ସି) ପ୍ରତିଷ୍ଠା ପାଇଁ ଏକ ପ୍ରସ୍ତାବ ଦାଖଲ କରାଯାଇଥିଲା। ତଥାପି ବିଶ୍ୱସ୍ତରୀୟ ଟେଣ୍ଡରିଂ ପ୍ରକ୍ରିୟା ମାଧ୍ୟମରେ ଜଣେ ଘରୋଇ ଉଦ୍ୟୋଗୀଙ୍କୁ ସଂକ୍ଷିପ୍ତ ତାଲିକାଭୁକ୍ତ କରିବା ପାଇଁ ରାଜ୍ୟ ସରକାରଙ୍କ ଅସହଯୋଗ ଯୋଗୁଁ ପ୍ରକଳ୍ପଟି ଆଗକୁ ବଢ଼ିପାରିଲା ନାହିଁ। ବର୍ତ୍ତମାନର ଆବଶ୍ୟକତାକୁ ଦୃଷ୍ଟିରେ ରଖି କୃଷି ଭିତ୍ତିଭୂମି ପାଣ୍ଠି (ଏଆଇଏଫ) ଅଧୀନରେ ଆନୁଷଙ୍ଗିକ ଭିତ୍ତିଭୂମି ସହ ନୀଳଡୁଙ୍ଗୁରିରେ ଏକ ଟର୍ମିନାଲ ମାର୍କେଟ୍ କମ୍ପ୍ଲେକ୍ସ ପ୍ରତିଷ୍ଠାକୁ ପୁନଃବିଚାର କରିବାକୁ ଶ୍ରୀ ପ୍ରଧାନ ବିଭାଗୀୟ ମନ୍ତ୍ରୀଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡିଛନ୍ତି।

ଭୌଗୋଳିକ ଏବଂ ଆର୍ଥିକ ଦୃଷ୍ଟିରୁ ସମ୍ବଲପୁର, ବରଗଡ଼, ବଲାଙ୍ଗୀର, ସୁବର୍ଣ୍ଣପୁର, ଦେବଗଡ଼, ଝାରସୁଗୁଡ଼ା, କଳାହାଣ୍ଡି, ଅନୁଗୁଳ, ବୌଦ୍ଧ, ସୁନ୍ଦରଗଡ଼ ଓ ନୂଆପଡ଼ା ଜିଲ୍ଲାକୁ ନେଇ ଏକ କେନ୍ଦ୍ରୀୟ ବଜାରର ପେଣ୍ଠସ୍ଥଳୀ ହେବାକୁ ଉପଯୁକ୍ତ। ଏହି ଜିଲ୍ଲାଗୁଡ଼ିକ ମିଳିତ ଭାବେ ବାର୍ଷିକ ୩୫ ଲକ୍ଷ ମେଟ୍ରିକ୍ ଟନରୁ ଅଧିକ ଫଳ ଏବଂ ପନିପରିବା ଉତ୍ପାଦନ କରନ୍ତି। ସୁବ୍ୟବସ୍ଥିତ ବଜାର ଅଭାବରୁ ଲୋକମାନେ ପନିପରିବା ଚାଷ ପାଇଁ ସେମାନଙ୍କର ସମ୍ପୂର୍ଣ୍ଣ ଜମିର ବ୍ୟବହାର କରି ପାରୁନାହାନ୍ତି। ତେଣୁ ନୀଳଡୁଙ୍ଗୁରିରେ ଟର୍ମିନାଲ୍‌ ମାର୍କେଟ୍ କମ୍ପ୍ଲେକ୍ସ ପ୍ରତିଷ୍ଠା କେବଳ ଏହି ଯୋଗାଣ ଶୃଙ୍ଖଳକୁ କେବଳ ସୁଗମ କରିବ ନାହିଁ, ବରଂ ବ୍ୟବସାୟ ଓ ବିତରଣ କରିବା ପାଇଁ ଏକ ଉପଯୁକ୍ତ ପ୍ଲାଟ୍‌ଫର୍ମ ପ୍ରଦାନ କରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

Previous Post

କ୍ୟାବିନେଟର ବଡ଼ ନିଷ୍ପତ୍ତି: ସରକାରୀ ଚାକିରି ବୟସସୀମା ୪୨ ହେଲା

Next Post

ହିମାଳୟାନ ବିଶ୍ୱବିଦ୍ୟାଳୟ ପକ୍ଷରୁ ଅଚ୍ୟୁତ ସାମନ୍ତଙ୍କୁ ୬୭ ତମ ସମ୍ମାନସୂଚକ ଡକ୍ଟରେଟ୍

FNN WEB

FNN WEB

Next Post
ହିମାଳୟାନ ବିଶ୍ୱବିଦ୍ୟାଳୟ ପକ୍ଷରୁ ଅଚ୍ୟୁତ ସାମନ୍ତଙ୍କୁ ୬୭ ତମ ସମ୍ମାନସୂଚକ ଡକ୍ଟରେଟ୍

ହିମାଳୟାନ ବିଶ୍ୱବିଦ୍ୟାଳୟ ପକ୍ଷରୁ ଅଚ୍ୟୁତ ସାମନ୍ତଙ୍କୁ ୬୭ ତମ ସମ୍ମାନସୂଚକ ଡକ୍ଟରେଟ୍

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

June 17, 2026
ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

June 17, 2026
ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

June 17, 2026
ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

June 17, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

June 17, 2026
ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

June 17, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.