• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ଭଦ୍ରକରେ ୨୭୫ କୋଟିର ୧୩ଟି ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

FNN WEB by FNN WEB
June 2, 2025
in ଓଡ଼ିଶା, ମୁଖ୍ୟ ଖବର
0
ଭଦ୍ରକରେ ୨୭୫ କୋଟିର ୧୩ଟି ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ
0
SHARES
2
VIEWS

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଭଦ୍ରକ ଜିଲ୍ଲାର ବାଲିଆପଡା ଠାରେ ପ୍ରାୟ ୨୭୫ କୋଟି ଟଙ୍କାର ସମୁଦାୟ ୧୩ଟି ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହା ସହିତ ଭଦ୍ରକରେ ସରକାରୀ ବିଶ୍ୱବିଦ୍ୟାଳୟ ସ୍ଥାପନା ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ବହୁ ଦିନରୁ ଦାବି ଥିବା ମେଡିକାଲ କଲେଜର ଭିତ୍ତିପ୍ରସ୍ତର ସ୍ଥାପନ ଖୁବ ଶୀଘ୍ର ଏହି ଜିଲ୍ଲାରେ ହେବ ଏବଂ ଏହା ସହିତ ଆଇଓସିଏଲ୍ ପକ୍ଷରୁ ଭଦ୍ରକରେ ଏକ ଟେକ୍ନିକାଲ ଟେକ୍ସଟାଇଲ କମ୍ପ୍ଲେକ୍ସ ଓ ଏମସିପିଆଇ ପ୍ରାଇଭେଟ୍ ଲିମିଟେଡ୍ ଦ୍ୱାରା ଗୋଟିଏ HMLS ପଲିଷ୍ଟର ଉତ୍ପାଦନ କମ୍ପାନୀ ପ୍ରତିଷ୍ଠା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ଏହାସହିତ, ଭଦ୍ରକ ରେ ଥିବା ସମସ୍ତ ଶହୀଦ ପୀଠ ମାନଙ୍କର ସୌନ୍ଦର୍ଯ୍ୟକରଣ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ।

କାର୍ଯ୍ୟକ୍ରମରେ ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ ଯେ, ଆମର ସରକାର କ୍ଷମତାକୁ ଆସିବା ପରେ ବିପ୍ଲବୀ ମାଟି ଭଦ୍ରକରେ ଆଜି ବିକାଶର ଗତି ତ୍ୱରାନ୍ୱିତ ହୋଇଛି। ଯେଉଁ ପ୍ରତିଶୃତି ଦେଇ ଆମେ ଲୋକଙ୍କ ସାହାଯ୍ୟ ଓ ସମର୍ଥନ ଲୋଡିଥିଲୁ, ତାକୁ କାର୍ଯ୍ୟରେ ପରିଣତ କରିବା ପାଇଁ ଆମେ ଗୋଟିଏ ମିନିଟ ବି ନଷ୍ଟ କରିନାହୁଁ। ଏହି ଭାବନାକୁ ମନରେ ରଖି ଗତ ପ୍ରାୟ ଏକବର୍ଷ ହେଲା ଆମ ସରକାର ଜନତାଙ୍କ ସେବାରେ ଉତ୍ସର୍ଗୀକୃତ ଭାବେ କାର୍ଯ୍ୟରତ। ଆମ ସରକାର ଆସିବାର ପ୍ରଥମ ଦିନରୁ ହିଁ ଲୋକଙ୍କ ବିଶ୍ବାସ ଓ ଭରସାକୁ ବଜାୟ ରଖି ଚାରିଗୋଟି ପ୍ରତିଶୃତିକୁ ପାଳନ କରିଥିଲୁ। ମାତ୍ର ୨୪ ମିନିଟରେ ସୁଭଦ୍ରା ଯୋଜନା, ଚାଷୀଭାଇ ଓ ଭଉଣୀଙ୍କୁ ଧାନ କିଣା ବାବଦକୁ କୁଇଣ୍ଟାଲ ପିଛା ଅଧିକ ୮୦୦ ଟଙ୍କା ପ୍ରଦାନ, ଶ୍ରୀ ମନ୍ଦିରର ଚାରିଦ୍ଵାର ଖୋଲା ଏବଂ ପ୍ରଭୁଙ୍କ ସେବା ପୂଜା ପାଇଁ ୫୦୦ କୋଟି ତାଙ୍କର କର୍ପସ ଫଣ୍ଡ ପରି ନିଷ୍ପତ୍ତି ନେଇଥିଲୁ।

ଏହି ୧୨ ମାସରେ ସରକାରର ସଫଳତାର ଫର୍ଦ୍ଦ ବହୁତ ଲମ୍ବା। ଏହାର ହିସାବ ଆମେ ଆସନ୍ତା ୧୨ ତାରିଖରେ ଜନତା ଜନାର୍ଦ୍ଦନଙ୍କୁ ଦେବୁ। ଜୀବନ ଜୈବିକା ରାଜ୍ୟର ବିକାଶ ପାଇଁ ଅପରିହାର୍ଜ୍ୟ। କୃଷି ଓ ଆନୁଷଙ୍ଗିକ କୃଷି ତଥା ଶିଳ୍ପର ବିକାଶ ମଧ୍ୟମରେ ରାଜ୍ୟର ପ୍ରତିଟି ନାଗରିକଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆଣିବାକୁ ଆମର ଉଦ୍ୟମ ଜାରି ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ବିରୋଧୀ ଦଳ ବିଷୟରେ କହିବାକୁ ଯାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଗୁଣାତ୍ମକ ଶିକ୍ଷା ଏବଂ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବା ଯେ କୌଣସି ସରକାରଙ୍କ ପ୍ରଥମ କର୍ତ୍ତବ୍ୟ। ବିଶ୍ଵସ୍ତରୀୟ ସେବା ନାଁ ରେ ୨୪ ବର୍ଷର ଶାସନ କେବଳ ରଙ୍ଗମାରିବା ଏବଂ ନିଜର ବାଜା ବଜାଇବାରେ ଚାଲିଗଲା। କିନ୍ତୁ, ପ୍ରକୃତ ବିକାଶ ଏବେ ଆରମ୍ଭ ହୋଇଛି। ଆଗାମୀ କିଛି ବର୍ଷରେ ଓଡିଶାରେ ପ୍ରାଥମିକ ଶିକ୍ଷାର ଦଶା ଓ ଦିଶା ସଂପୂର୍ଣ୍ଣଭାବେ ବଦଳିବାକୁ ଯାଉଛି। ୫Tର ରଙ୍ଗମରା ଶିକ୍ଷା ନୁହେଁ, ବାସ୍ତବ ଅର୍ଥରେ ଓଡିଶାର ବିକାଶ ହେବ।

ସେ ପୁଣି କହିଥିଲେଯେ, ଭଦ୍ରକ ଜିଲ୍ଲାକୁ ମଧ୍ୟ ରାଜ୍ୟର ଏକ ଅଗ୍ରଣୀ ଓ ବିକଶିତ ଜିଲ୍ଲା ଭାବରେ ଗଢି ତୋଳିବା ପାଇଁ ଆମର ଉଦ୍ୟମ ଜାରି ରହିଛି । ଭଦ୍ରକ ଜିଲ୍ଲାର ସର୍ବାଙ୍ଗୀନ ବିକାଶ କରିବା ହେଉଛି ଆମର ପ୍ରାଥମିକତା । ଆଜି ଜିଲ୍ଲା ପାଇଁ ୨୭୪ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ମୂଲ୍ୟର ବିଭିନ୍ନ ଜନକଲ୍ୟାଣକାରୀ ୧୩ଟି ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରାଗଲା । ଜିଲ୍ଲା ସଦର ମହକୁମା ଡାକ୍ତରଖାନା ସହିତ ଏଥିରେ ରାସ୍ତା, କ୍ରୀଡା ଭିତ୍ତିଭୂମି, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ଲାଇବ୍ରେରୀ ଓ ଡକ୍ଟର ହରେକୃଷ୍ଣ ମହତାବଙ୍କ ସ୍ମୃତିକୁ ଉଜ୍ଜୀବିତ କରି ରଖିବା ପାଇଁ ଏକ ପାର୍କ ନିର୍ମାଣ ପ୍ରକଳ୍ପ ରହିଛି। ଭଦ୍ରକ ଜିଲ୍ଲାବାସୀଙ୍କ ସେବାରେ ଏ ସବୁ ପ୍ରକଳ୍ପ ଗୁଡିକ ଉଦ୍ଦିଷ୍ଟ। ନିଜ ବକ୍ତବ୍ୟ ଶେଷରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ୨୦୩୬ ସୁଦ୍ଧା ଆମେ ଏକ ‘ସମୃଦ୍ଧ ଓଡିଶା’ ଗଠନ କରିବାର ଲକ୍ଷ୍ୟ ନେଇ କାର୍ଯ୍ୟ ଜାରି ରଖିଛୁ । ସମୃଦ୍ଧ ଓଡ଼ିଶାର ଅର୍ଥ ହେଲା ଓଡ଼ିଶାର ପ୍ରତ୍ୟେକ ଲୋକଙ୍କ ସମାବେଶୀ ବିକାଶ। ଆମେ ପ୍ରତିବଦ୍ଧତାର ସହିତ ଏ ଦିଗରେ ପ୍ରୟାସ ଆରମ୍ଭ କରିଛୁ।

କାର୍ଯ୍ୟକ୍ରମରେ ଯୋଗଦେଇ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଥିଲେ ଯେ, ଭଦ୍ରକ ମାଟି ବୀରତ୍ୱର ମାଟି। ଲୋକଙ୍କ ବିଶ୍ବାସ ଓ ଭରସାକୁ ବଜାୟ ରଖି ଆମ ସରକାର ଗୋଟିଏ ବର୍ଷ ଭିତରେ ଯେଉଁ ସବୁ କାର୍ଯ୍ୟ କରିଛନ୍ତି ଏବଂ କରୁଛନ୍ତି, ତାହା ଲୋକଙ୍କ ସରକାର ଙ୍କ ପ୍ରତିବଦ୍ଧତା ଦିଗରେ ସୂଚାଉଛି। ଏହି ଉନ୍ନତିମୂଳକ ପ୍ରକଳ୍ପ ସମସ୍ତ ଭଦ୍ରକବାସୀଙ୍କ ଦୃଢ଼ ସମର୍ଥନର ପ୍ରତିଫଳନ। ଉକ୍ତ କାର୍ଯ୍ୟକ୍ରମରେ ଭଦ୍ରକ ସାଂସଦ, ଅଭିମନ୍ୟୁ ସେଠୀ, ବାସୁଦେବପୁର ବିଧାୟକ ଅଶୋକ ଦାସ, ସିମୁଳିଆ ବିଧାୟକ, ପଦ୍ମଲୋଚନ ପଣ୍ଡା ଓ ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ ପ୍ରମୁଖ ମଂଚାସୀନ ଥିଲେ। ଏହି ଅବସରରେ ଭଦ୍ରକ ବିଧାୟକ, ସିତାଂଶୁ ଶେଖର ମହାପାତ୍ର ସ୍ୱାଗତ ଭାଷଣ ଦେଇଥିବା ବେଳେ ଭଦ୍ରକ ଜିଲ୍ଲାପାଳ, ଦିଲ୍ଲୀପ ରାଉତରାୟ ଧନ୍ୟବାଦ ଦେଇଥିଲେ।

Previous Post

ରାଜ୍ୟରେ ଲାଗୁ ହେବ ନୂଆ ଅବକାରୀ ନିୟମ

Next Post

ଇଦ୍‌-ଉଲ୍‌-ଜୁହା ପର୍ବ ପାଳନ ନେଇ ପ୍ରଶାସନର ସମନ୍ୱୟ ବୈଠକ

FNN WEB

FNN WEB

Next Post
ଇଦ୍‌-ଉଲ୍‌-ଜୁହା ପର୍ବ ପାଳନ ନେଇ ପ୍ରଶାସନର ସମନ୍ୱୟ ବୈଠକ

ଇଦ୍‌-ଉଲ୍‌-ଜୁହା ପର୍ବ ପାଳନ ନେଇ ପ୍ରଶାସନର ସମନ୍ୱୟ ବୈଠକ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
୧୪ରେ ଭାରତ ପ୍ରତିଭା ସମ୍ମାନ ଓ ଭାରତ ମସଲା ପ୍ରତିଷ୍ଠା ଦିବସ

୧୪ରେ ଭାରତ ପ୍ରତିଭା ସମ୍ମାନ ଓ ଭାରତ ମସଲା ପ୍ରତିଷ୍ଠା ଦିବସ

September 11, 2026
ଇଂରାଜୀ ଦୈନିକ ‘ନ୍ୟାସନାଲ ବିକନ୍’ ଲୋକାର୍ପିତ

ଇଂରାଜୀ ଦୈନିକ ‘ନ୍ୟାସନାଲ ବିକନ୍’ ଲୋକାର୍ପିତ

September 4, 2026
ନେପାଳରେ ମୃତ୍ୟୁର ମହାତାଣ୍ଡବ, ୫ଶହ ଟପିଲା ମୃତ୍ୟୁସଂଖ୍ୟା

ନେପାଳରେ ମୃତ୍ୟୁର ମହାତାଣ୍ଡବ, ୫ଶହ ଟପିଲା ମୃତ୍ୟୁସଂଖ୍ୟା

August 28, 2026
ଆମେରିକା ଠାରୁ ଜାଭେଲିନ୍ ଆଣ୍ଟି-ଟ୍ୟାଙ୍କ ମିସାଇଲ୍ କିଣିବ ଭାରତ: ୟୁଏସ କହିଲା ଭାରତୀୟ ସେନାକୁ ଆମେ ସମର୍ଥନ କରୁ

ଆମେରିକା ଠାରୁ ଜାଭେଲିନ୍ ଆଣ୍ଟି-ଟ୍ୟାଙ୍କ ମିସାଇଲ୍ କିଣିବ ଭାରତ: ୟୁଏସ କହିଲା ଭାରତୀୟ ସେନାକୁ ଆମେ ସମର୍ଥନ କରୁ

August 28, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ପାଣିପାଗ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

୧୪ରେ ଭାରତ ପ୍ରତିଭା ସମ୍ମାନ ଓ ଭାରତ ମସଲା ପ୍ରତିଷ୍ଠା ଦିବସ

୧୪ରେ ଭାରତ ପ୍ରତିଭା ସମ୍ମାନ ଓ ଭାରତ ମସଲା ପ୍ରତିଷ୍ଠା ଦିବସ

September 11, 2026
ଇଂରାଜୀ ଦୈନିକ ‘ନ୍ୟାସନାଲ ବିକନ୍’ ଲୋକାର୍ପିତ

ଇଂରାଜୀ ଦୈନିକ ‘ନ୍ୟାସନାଲ ବିକନ୍’ ଲୋକାର୍ପିତ

September 4, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.