• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ଇଦ୍‌-ଉଲ୍‌-ଜୁହା ପର୍ବ ପାଳନ ନେଇ ପ୍ରଶାସନର ସମନ୍ୱୟ ବୈଠକ

FNN WEB by FNN WEB
June 3, 2025
in ଓଡ଼ିଶା, ମୁଖ୍ୟ ଖବର
0
ଇଦ୍‌-ଉଲ୍‌-ଜୁହା ପର୍ବ ପାଳନ ନେଇ ପ୍ରଶାସନର ସମନ୍ୱୟ ବୈଠକ
0
SHARES
5
VIEWS

ଭଦ୍ରକ: ଭାଇଚାରାର ପ୍ରତୀକ ଭଦ୍ରକ ସହରରେ ଆସନ୍ତା ୭ ତାରିଖରୁ ୩ ଦିନ ଧରି ପାଳିତ ହେବାକୁ ଥିବା ‘ଇଦ-ଉଲ-ଜୁହା’ (ବକ୍ରିଦ) ପର୍ବ ପାଳନ ନେଇ ଆଜି ସନ୍ଧ୍ୟାରେ ପ୍ରଶାସନ ପକ୍ଷରୁ ସମନ୍ୱୟ କମିଟିର ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ଦିଲ୍ଲୀପ ରାଉତରାଏଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲା ଆରକ୍ଷୀ ଅଧୀକ୍ଷକ ମାଡକର ସନ୍ଦୀପ ସମ୍ପଦ, ଅତିରିକ୍ତ ଜିଲାପାଳ ଶାନ୍ତନୁ ମହାନ୍ତି, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସମ୍ବିତ ମାଝୀ, ଅଂଶୁମାନ ଦ୍ୱିବେଦୀ, ଡେପୁଟି କଲେକ୍ଟର କାର୍ତିକନାଥ ମଣ୍ଡଳଙ୍କ ସହ ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀ ଓ ଲାଇନ୍ ଡିପାର୍ଟମେଂଟର ଇଂଜିନିୟରମାନେ ଉପସ୍ଥିତ ଥିଲେ। ଏହି ପର୍ବକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବାକୁ ପ୍ରାରମ୍ଭରେ ଜିଲାପାଳ ବୈଠକରେ ନିବେଦନ କରିଥିଲେ। ବିଶେଷକରି ମୁସଲିମ୍ ଜମାତର ଓ ଶାନ୍ତିକମିଟିର ସଦସ୍ୟମାନେ ପର୍ବ ପାଳନ ସମୟରେ ଯେପରି କୌଣସି ବିଶୃଙ୍ଖଳା ଓ ଅପ୍ରିତିକର ପରିସ୍ଥିତି ନ ଉପୁଜେ, ସେଥିପ୍ରତି ସତର୍କ ଦୃଷ୍ଟି ରଖିବାକୁ କହିଥିଲେ। ଜିଲା ଆରକ୍ଷୀ ଅଧୀକ୍ଷକ ଶ୍ରୀ ସମ୍ପତ କହିଲେ ଯେ ପର୍ବ ପାଳନ ନେଇ ପୁଲିସ୍ ପକ୍ଷରୁ ପର୍ଯ୍ୟାପ୍ତ ପରିମାଣରେ ଫୋର୍ସ ମୁତୟନ ପାଇଁ ବ୍ୟବସ୍ଥା କରାଯାଇଛି। ବିଶେଷକରି ପର୍ବ ପାଳନ ସମୟରେ ସଂଯମତା ଆଚରଣ କରିବା ସହ ଅନ୍ୟ ଧର୍ମକୁ ଆଘାତ ନଦେଲା ଭଳି କୌଣସି କାର୍ଯ୍ୟ ନକରିବାକୁ କହିଥିଲେ। ଏଥିପ୍ରତି ଉପସ୍ଥିତ ଥିବା ସଦସ୍ୟମାନଙ୍କୁ ସଜାଗ ରହିବାକୁ ପରାମର୍ଶ ଦେଇଥିଲେ। ସହରର ସମ୍ବେଦନଶୀଳ ସ୍ଥାନମାନଙ୍କରେ ପର୍ବ ପାଳନର ପୂର୍ବଦିନ ଠାରୁ ୩ ଦିନ ପର୍ଯ୍ୟନ୍ତ କଡା ପାଟ୍ରୋଲିଂ ବ୍ୟବସ୍ଥା ଜାରି ରହିବ ବୋଲି ସେ କହିଥିଲେ। ଅନ୍ୟପକ୍ଷରେ ଜୁନ୍ ୫ ତାରିଖରୁ ପର୍ବ ପାଳନ ଯାଏଁ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ସାରା ଦୋକାନ ବଜାର ଖୋଲା ରହିବା ସହ ଇଦ୍‌ଗା ଭିତରେ ଥିବା ବିଦ୍ୟୁତ୍ ଖୁଂଟରେ ଆଲୋକ ବ୍ୟବସ୍ଥା ଓ ସାରା ରାସ୍ତାରେ ଉଜ୍ୱଳ ଆଲୋକର ବ୍ୟବସ୍ଥା କରାଯିବାକୁ ନିବେଦନ କରାଯାଇଛି। ଏହାବ୍ୟତୀତ ଇଦ୍‌ଗା ଠାରେ ପାଣିଟାଙ୍କି ରଖିବା, ୩ ଦିନ ଧରି ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା ଯୋଗାଇଦେବା, ସମ୍ବେଦନଶୀଳ ସ୍ଥାନମାନଙ୍କରେ ସିସିଟିଭି କ୍ୟାମେରା ଲଗାଇବାର ବ୍ୟବସ୍ଥା କରାବାକୁ ଅନୁରୋଧ କରାଯାଇଥିଳା। ସେହିପରି ମାଦକ ଦ୍ରବ୍ୟ ବିକ୍ରୟ ବନ୍ଦ କରିବା, ସାମାଜିକ ଗଣମାଧ୍ୟମରେ ପର୍ବ ପାଳନ ସମୟରେ ଗୁଜବ ପ୍ରଚାର ନକରିବା, ଡାକ୍ତରଖାନାରେ ଆମ୍ବୁଲାନ୍ସ ରଖାଯିବା, ୩ ଦିନ ଧରି ସାରା ସହରରେ ପୁଲିସ୍ ପାଟ୍ରୋଲିଂକୁ କଡାକଡି କରାଯିବା, ୭ ତାରିଖରେ ଶ୍ରଦ୍ଧାଳୁମାନଙ୍କ ଭିଡ ଦୃଷ୍ଟିରୁ ପୁଲିିସ୍ ବ୍ୟବସ୍ଥା କରାଯିବାକୁ ମୁସଲିମ୍ ଜମାତ ପକ୍ଷରୁ ନିବେଦନ କରାଯାଇଛି। ସଦସ୍ୟମାନଙ୍କର ଏହି ଦାବିଗୁଡିକ ପୂରଣ କରାଯିବା ପାଇଁ ପ୍ରଶାସନ ପକ୍ଷରୁ ସମ୍ମତି ପ୍ରଦାନ କରାଯାଇଥିଲା। ଅନୁଷ୍ଠିତ ବୈଠକରେ ମୁସଲିମ୍ ଜମାତର ସଂପାଦକ ଅବଦୁଲ ମୁକିତ୍ ମହମ୍ମଦ, ଉପସଭାପତି ସେକ୍ ଜକାଉଲ୍ଲା, ସାଧାରଣ ସଂପାଦକ ସେକ୍ ଏନାମ ମହମ୍ମଦ, ସଦସ୍ୟ ରଜାୟେ ରସୁଲ, ମିର୍ଜା ଏକ୍ରାମ, ଜମିଲ ଅଖତରଙ୍କ ବ୍ୟତୀତ ସୁଧାକର ରାଉତ, ଅତିଶ ବେହେରା, ବିଦ୍ୟାଧର ସାହୁ, ଗୌରାଙ୍ଗ ପଣ୍ଡା, ଏସଏମ ଫାରୁକ ପ୍ରମୁଖ ଉପସ୍ଥିତ ଥିଲେ।

Previous Post

ଭଦ୍ରକରେ ୨୭୫ କୋଟିର ୧୩ଟି ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

Next Post

ଗରିବ ଓ ଭୂମିହୀନ ପରିବାରଙ୍କୁ ମିଳିବ ପକ୍କା ଘର

FNN WEB

FNN WEB

Next Post
ଗରିବ ଓ ଭୂମିହୀନ ପରିବାରଙ୍କୁ ମିଳିବ ପକ୍କା ଘର

ଗରିବ ଓ ଭୂମିହୀନ ପରିବାରଙ୍କୁ ମିଳିବ ପକ୍କା ଘର

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ମହିଳା ସରପଞ୍ଚ ଚାମେଲିଙ୍କୁ ବିଜେଡିର ସମର୍ଥନ, ବିଜେପିକୁ କଟାକ୍ଷ

ମହିଳା ସରପଞ୍ଚ ଚାମେଲିଙ୍କୁ ବିଜେଡିର ସମର୍ଥନ, ବିଜେପିକୁ କଟାକ୍ଷ

June 12, 2026
ମିସନ ମୋଡରେ ଆମ ସରକାର ମୌଳିକ ସୁବିଧା ପୂରଣ କରୁଛନ୍ତି: ମୁଖ୍ୟମନ୍ତ୍ରୀ

ମିସନ ମୋଡରେ ଆମ ସରକାର ମୌଳିକ ସୁବିଧା ପୂରଣ କରୁଛନ୍ତି: ମୁଖ୍ୟମନ୍ତ୍ରୀ

June 12, 2026
ଓଡ଼ିଶା ଛୁଇଁଲା ମୌସୁମୀ, ରଜରେ ତୁହାକୁ ତୁହା ବର୍ଷା

ଓଡ଼ିଶା ଛୁଇଁଲା ମୌସୁମୀ, ରଜରେ ତୁହାକୁ ତୁହା ବର୍ଷା

June 12, 2026
ଦେବାଶିଷ ସାମନ୍ତରାୟ ନିର୍ଦ୍ବନ୍ଦ୍ବରେ ରାଜ୍ୟସଭାକୁ ନିର୍ବାଚିତ

ଦେବାଶିଷ ସାମନ୍ତରାୟ ନିର୍ଦ୍ବନ୍ଦ୍ବରେ ରାଜ୍ୟସଭାକୁ ନିର୍ବାଚିତ

June 11, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ମହିଳା ସରପଞ୍ଚ ଚାମେଲିଙ୍କୁ ବିଜେଡିର ସମର୍ଥନ, ବିଜେପିକୁ କଟାକ୍ଷ

ମହିଳା ସରପଞ୍ଚ ଚାମେଲିଙ୍କୁ ବିଜେଡିର ସମର୍ଥନ, ବିଜେପିକୁ କଟାକ୍ଷ

June 12, 2026
ମିସନ ମୋଡରେ ଆମ ସରକାର ମୌଳିକ ସୁବିଧା ପୂରଣ କରୁଛନ୍ତି: ମୁଖ୍ୟମନ୍ତ୍ରୀ

ମିସନ ମୋଡରେ ଆମ ସରକାର ମୌଳିକ ସୁବିଧା ପୂରଣ କରୁଛନ୍ତି: ମୁଖ୍ୟମନ୍ତ୍ରୀ

June 12, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.