• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ଭିଜନ ଡକୁମେଣ୍ଟ ସାଢ଼େ ୪ କୋଟି ଓଡ଼ିଆଙ୍କ ସ୍ୱପ୍ନର ଏକ ରୋଡମ୍ୟାପ୍: ମୁଖ୍ୟମନ୍ତ୍ରୀ

FNN WEB by FNN WEB
June 10, 2025
in ଓଡ଼ିଶା, ମୁଖ୍ୟ ଖବର
0
ଭିଜନ ଡକୁମେଣ୍ଟ ସାଢ଼େ ୪ କୋଟି ଓଡ଼ିଆଙ୍କ ସ୍ୱପ୍ନର ଏକ ରୋଡମ୍ୟାପ୍: ମୁଖ୍ୟମନ୍ତ୍ରୀ
0
SHARES
0
VIEWS

ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ସୁଶାସନ ଏବଂ ବିକଶିତ ଓଡ଼ିଶା-୨୦୩୬ ଓ ୨୦୪୭ ସଂପର୍କିତ ଜାତୀୟ ସ୍ତରୀୟ ଆଲୋଚନା ଚକ୍ର

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ସୁଶାସନ ଏବଂ ବିକଶିତ ଓଡ଼ିଶା-୨୦୩୬ ଓ ୨୦୪୭ ସଂପର୍କିତ ଏକ ଜାତୀୟସ୍ତରୀୟ ଆଲୋଚନା ଚକ୍ର ଆଜି ରାଜ୍ୟ କନ୍‌ଭେନ୍‌ସନ ସେଣ୍ଟର, ଲୋକସେବା ଭବନ, ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଯାଇଛି । ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ଆଲୋଚନାରେ ଉପସ୍ଥିତ ବିଷୟଭିତ୍ତିକ ବିଶେଷଜ୍ଞ, ଶିକ୍ଷାବିତ୍, ପ୍ରଶାସନିକ ଅଧିକାରୀ ଓ ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତାମାନଙ୍କୁ ସମ୍ବୋଧିତ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆଜି ଆମେ ଏକ ଗୁରୁତ୍ୱପୂର୍ଣ୍ଣ ଯାତ୍ରାର ଶେଷ ପର୍ଯ୍ୟାୟରେ ପହଞ୍ଚିଛୁ । ‘ବିକଶିତ ଓଡ଼ିଶା ୨୦୩୬ ଏବଂ ୨୦୪୭’ ପାଇଁ ଆମର ରାଜ୍ୟବ୍ୟାପୀ ଆଲୋଚନା, ପର୍ଯ୍ୟାଲୋଚନା ସିରିଜ୍‍ର ଆଜି ଚୂଡାନ୍ତ ସ୍ତରରେ ପହଞ୍ଚିଛି । ଏହି ଭିଜନ ଡକୁମେଣ୍ଟ ସାଢ଼େ ୪ କୋଟି ଓଡ଼ିଆଙ୍କ ସ୍ୱପ୍ନର ଏକ ରୋଡମ୍ୟାପ୍ । ଏହା ଆମ ଭବିଷ୍ୟତ ପିଢିଙ୍କ ପାଇଁ ଏକ ପ୍ରତିଶୃତି । ଏହା ଆମ ସାମଗ୍ରିକ ଚିନ୍ତା ଓ ଚେତନାକୁ ବିଶ୍ୱସ୍ତରୀୟ କରିବା ପାଇଁ ଏକ ଅଭିଯାନ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ନେତୃତ୍ଵାଧୀନ ସରକାର ଗତକାଲି ୧୧ ବର୍ଷ ପୂରଣ ସହିତ ତୃତୀୟ ପାଳିର ପ୍ରଥମ ବର୍ଷପୂର୍ତ୍ତି ପାଳନ କରିଥିବା ପ୍ରକାଶ କରିଥିଲେ । ୧୧ ବର୍ଷ ମଧ୍ୟରେ ଲୋକଙ୍କ ଆଶା ଭରସା ଓ ଲୋକଙ୍କ ଆଶା ଆକାଂକ୍ଷାକୁ ପୂରଣ କରିବାରେ ମୋଦୀଜୀ ସମର୍ଥ ହୋଇଥିବା ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ । ମୋଦୀଜୀଙ୍କ ନେତୃତ୍ୱରେ ଦେଶର ସାମାଜିକ, ରାଜନୈତିକ ଓ ଅର୍ଥନୈତିକ ଅବସ୍ଥାରେ ଅଭୁତପୂର୍ବ ପରିବର୍ତ୍ତନ ଆସିଛି ବୋଲି ସେ ପ୍ରକାଶ କରିବା ସହ ସବୁଠାରୁ ବଡ ଉଲ୍ଲେଖନୀୟ ସଫଳତା ଭିତରେ ସମ୍ବିଧାନର ଅନୁଚ୍ଛେଦ ୩୭୦ର ଉଚ୍ଛେଦ କରି ଜାମ୍ମୁ ଓ କାଶ୍ମୀରକୁ ଦେଶ ସହିତ ସଂପୂର୍ଣ୍ଣ ଭାବେ ସମନ୍ୱିତ କରିବା, ଦେଶର ମହିଳାଙ୍କ ରାଜନୈତିକ ସଶକ୍ତିକରଣ ପାଇଁ ନାରୀ ଶକ୍ତି ବନ୍ଦନ ଅଧିନିୟମ, ଟ୍ରିପଲ ତଲାକ ଉଚ୍ଛେଦ, ଦେଶରେ ଏକକ ଜିଏସଟିର ପ୍ରଚଳନ, କୋଭିଡ ବିରୁଦ୍ଧରେ ଲୋକଙ୍କୁ ସୁରକ୍ଷିତ ରଖିବା ମୋଦୀଜୀଙ୍କର କାର୍ଯ୍ୟ ମହତ୍ତ୍ୱପୂର୍ଣ୍ଣ ଥିଲା ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ । ବିଭିନ୍ନ ଯୋଜନା ଯେପରିକି ଆୟୁଷ୍ମାନ ଭାରତ-ଜନ ଆରୋଗ୍ୟ ଯୋଜନା, ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି, ପ୍ରଧାନମନ୍ତ୍ରୀ ଆବସ ଯୋଜନା, ସ୍ଵଚ୍ଛ ଭାରତ ଯୋଜନା, ନୂତନ ଶିକ୍ଷା ନୀତି, ଜନଧନ ଯୋଜନା, ବେଟି ବଚାଓ ବେଟି ପଢାଓ ଇତ୍ୟାଦି ଦେଶର ସାଧାରଣ ଜନତାଙ୍କ ଦୈନନ୍ଦିନ ଜୀବନରେ ସ୍ଵାଚ୍ଛନ୍ଦ୍ୟ ଆଣିବାରେ ସମର୍ଥ ହୋଇଥିବା ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଗତ ୧୧ ବର୍ଷର ମୋଦୀ-ସରକାରଙ୍କ ସଫଳତା ମଧ୍ୟରେ ବିଶ୍ଵ ବ୍ୟାଙ୍କର ସଦ୍ୟତମ ରିପୋର୍ଟ ଉଲ୍ଲେଖନୀୟ ରହିଛି । ଏହି ରିପୋର୍ଟ ଅନୁସାରେ ୧୩ ବର୍ଷ ମଧ୍ୟରେ ଦେଶରେ ଅତ୍ୟଧିକ ଦାରିଦ୍ର୍ୟରେ ବାସ କରୁଥିବା ଲୋକଙ୍କ ସଂଖ୍ୟା ୨୭.୧ ପ୍ରତିଶତ ରୁ ୫.୩ ପ୍ରତିଶତକୁ ହ୍ରାସ ପାଇଛି ଅର୍ଥାତ ଏହି ସମୟ ଭିତରେ ୨୬ କୋଟି ୯୦ ଲକ୍ଷ ଅର୍ଥାତ ପ୍ରାୟ ୨୭ କୋଟି ଲୋକ ଅତ୍ୟନ୍ତ ଦାରିଦ୍ର୍ୟ ତାଡନାରୁ ମୁକ୍ତ ହୋଇଛନ୍ତି । ରାଜ୍ୟର ସାଢେ ଚାରିକୋଟି ଜନତାଙ୍କ ଆଶା ଆକାଂକ୍ଷାକୁ ସାକାର କରିବା ପାଇଁ ଆମ ସରକାର ନିରନ୍ତର ଭାବେ ପ୍ରଥମ ଦିନରୁ କାର୍ଯ୍ୟ କରିଚାଲିଛନ୍ତି ଏବଂ ଏହାର ସୁଫଳ ବିଭିନ୍ନ ସାମାଜିକ ଓ ଅର୍ଥନୈତିକ ସୂଚକାଙ୍କରେ ପ୍ରତିଫଳିତ ହେଉଛି। ରାଜ୍ୟ ଗଠନର ଶତବାର୍ଷିକୀ ପାଳନ ଅବସରରେ, ଆମ ସରକାର ୨୦୩୬ ସୁଦ୍ଧା ଓଡ଼ିଶାକୁ ଏକ ସମୃଦ୍ଧ ଏବଂ ବିକଶିତ ରାଜ୍ୟରେ ପରିଣତ କରିବା ପାଇଁ ଏକ ଉଚ୍ଚାଭିଳାଷୀ ସଂକଳ୍ପ ନେଇଛନ୍ତି । ୨୦୪୭ ସୁଦ୍ଧା ଆମ ଦେଶକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବାର ଲକ୍ଷ୍ୟ ହାସଲ ଦିଗରେ ମଧ୍ୟ ଏହା ସହାୟକ ହେବ । ଆଜିର ଏହି ଆଲୋଚନା ଚକ୍ରରେ ଉପସ୍ଥିତ ସମସ୍ତ ବୁଦ୍ଧିଜୀବୀ, ଗବେଷକଙ୍କର ସୁଚିନ୍ତିତ ପରାମର୍ଶ, ସମୃଦ୍ଧ ଓଡ଼ିଶା ଗଠନ ପାଇଁ ନୀତି ନିର୍ଦ୍ଧାରଣ କରିବାକୁ ସହାୟକ ହେବ।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ, ଶିକ୍ଷା, ସ୍ୱାସ୍ଥ୍ୟ, ସାମାଜିକ ସୁରକ୍ଷା, ବାସଗୃହ, ମହିଳା ସଶକ୍ତିକରଣ, ଜନଜାତି ଓ ଅନୁସୂଚିତ ଜାତି ବିକାଶ କ୍ଷେତ୍ରରେ ଗୁଣାତ୍ମକ ବିକାଶ ପାଇଁ ସରକାର କାର୍ଯ୍ୟକ୍ରମ ଆରମ୍ଭ କରି ଦେଇଛନ୍ତି । ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ମାନ ବୃଦ୍ଧି କରିବା ପାଇଁ ବୈପ୍ଳବିକ “ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ” ଯୋଜନାକୁ ପରିକଳ୍ପନା କରାଯାଇଛି ଯାହା ପ୍ରାଥମିକ ଶିକ୍ଷାର ଦଶା ଓ ଦିଶାକୁ ସଂପୂର୍ଣ୍ଣ ଭାବେ ବଦଳାଇଦେବ । ସେହିପରି ସ୍ୱାସ୍ଥ୍ୟ କ୍ଷେତ୍ରରେ ବିଭିନ୍ନ ଗୁରୁତ୍ଵପୂର୍ଣ୍ଣ ସୂଚକାଙ୍କ ଯେପରିକି ଶିଶୁ ଓ ମାତୃ ମୃତ୍ୟୁହାର,ମର୍ବିଡିଟି, ମ୍ୟାଲେରିଆ ଜନିତ ଜ୍ଵର ଏବଂ ମୃତ୍ୟୁ, ଅପପୁଷ୍ଟି ଏବଂ ରକ୍ତହୀନତା ପରି ସ୍ୱାସ୍ଥ୍ୟ ସୂଚକଙ୍କକୁ ଅତି କମରେ ଜାତୀୟ ହାରଠାରୁ ଉନ୍ନତି କରିବାକୁ ପଡିବ । ଏଥିପାଇଁ ସ୍ୱାସ୍ଥ୍ୟ କ୍ଷେତ୍ରରେ ବ୍ୟାପକ ସଂସ୍କାର ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ରାଜ୍ୟ ସରକାରର ସମୁଦାୟ ବଜେଟରୁ କେବଳ ମହିଳାଙ୍କ ପାଇଁ ଖର୍ଚ୍ଚ ହେବ ୮୯ ହଜାର ୮୬୧ କୋଟି ଟଙ୍କା ଖର୍ଚ୍ଚ ହେବାକୁ ଥିବା ବେଳେ ରାଜ୍ୟର ପ୍ରାୟ ୪୦ ପ୍ରତିଶତ ଜନଜାତି ଏବଂ ଅନୁସୂଚିତ ଜାତିଙ୍କ ପାଇଁ ସରକାର ସ୍ୱତନ୍ତ୍ର ଭାବେ ୬୮ ହଜାର ୮୮୧ କୋଟି ଟଙ୍କାର ବ୍ୟବସ୍ଥା କରିଛନ୍ତି ।

ଆଲୋଚନା ଚକ୍ରର ପ୍ରାରମ୍ଭିକ ଅଧିବେଶନରେ ରାଜ୍ୟ ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ, ଯୋଗଦେଇ ଶକ୍ତି ଉତ୍ପାଦନ, କୃଷିରେ ମୂଲ୍ୟଯୁକ୍ତ ଉତ୍ପାଦ ସହ ଉତ୍ପାଦିତ ସାମଗ୍ରୀର ପରିବହନର ସୁବିଧା, ଆମ ଯୁବକ ଯୁବତୀମାନଙ୍କର ଦକ୍ଷତା ବିକାଶ କରି ରାଜ୍ୟରେ ଶିଳ୍ପଭିତ୍ତିକ ନିଯୁକ୍ତି ଆଦି ବିକଶିତ ଭାରତର ସ୍ୱପ୍ନକୁ ସାକାର କରିବାରେ ସହାୟକ ହେବ ବୋଲି କହିଥିଲେ। ବିକାଶ ପ୍ରତି ସକରାତ୍ମକ ଆଭିମୁଖ୍ୟ ରଖିବା, ଆମର ରହିଥିବା ସୁଦୀର୍ଘ ସାମୁଦ୍ରିକ ବେଳାଭୂମି, ଖଣିଜ ସଂମ୍ପଦର ଉପଯୁକ୍ତ ବିନିଯୋଗ କରିବା ସହ ବିକାଶ ଧାରାରେ ଓଡ଼ିଶାର ଜନସାଧାରଣଙ୍କୁ ରାଜ୍ୟ ତଥା ଦେଶର ବିକାଶରେ ସହଯୋଗୀ ହେବାକୁ ସେ ଆହ୍ୱାନ ଦେଇଛନ୍ତି ।

କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା ଯୋଗଦେଇ ଭିଜନ ଡକ୍ୟୁମେଣ୍ଟ-୨୦୩୬ ରେ ରହିଥିବା ଓଡ଼ିଶାର ଦୃଷ୍ଟିକୋଣ ବିକଶିତ ଭାରତ-୨୦୪୭ ଲକ୍ଷ୍ୟ ସାଧନରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରୁଥିବା ସମ୍ପର୍କରେ ଏକ ଉପସ୍ଥାପନ କରିଥିଲେ । ଏହି ଉପସ୍ଥାପନାରେ ମୁଖ୍ୟ ଶାସନ ସଚିବ ବିକଶିତ ଓଡ଼ିଶା ଲକ୍ଷ୍ୟ ସାଧନ ପାଇଁ ପ୍ରମୁଖ କାର୍ଯ୍ୟପ୍ରଣାଳୀ, ପୁଞ୍ଜିନିବେଶ ଧାରା, ଭିତ୍ତିଭୂମି ବିକାଶ, ଗବେଷଣା, ବୈଷୟିକ ଶିକ୍ଷା, ଦକ୍ଷ ଶାସନ ପରିଚାଳାନା,ଜଳବାୟୁ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ସାମାଜିକ ଅଭିବୃଦ୍ଧି ଏବଂ ମିଶନ୍ ମୋଡ୍ ରେ ଦୃତ ବିକାଶମୂଳକ ପରିବର୍ତ୍ତନ ସଂପର୍କରେ ଗୁରୁତ୍ୱାରୋପ କରିଥିଲେ । ଆଲୋଚନା ଚକ୍ରର ଉଦଘାଟନୀ ଅଭିଭାଷଣରେ ରାଜ୍ୟ ଉନ୍ନୟନ କମିଶନର ତଥା ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ସ୍ୱାଗତ ଭାଷଣ ପ୍ରଦାନ ପୂର୍ବକ ଏହାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସଂପର୍କରେ ଉପସ୍ଥାପନ କରି ସମୃଦ୍ଧ ଓଡ଼ିଶା ଗଠନ ପାଇଁ ରାଜ୍ୟର ବିଭିନ୍ନ କ୍ଷେତ୍ରରେ ରହିଥିବା ବିପୁଳ ସମ୍ଭାବନା ଓ ସୁଯୋଗ ସଂପର୍କରେ ଆଲୋକପାତ କରିଥିଲେ । ଏହି ଆଲୋଚନା ଚକ୍ର ବିକଶିତ ଓଡ଼ିଶା ୨୦୩୬ ଓ ବିକଶିତ ଭାରତ ୨୦୪୭ ପାଇଁ ଭିଜନ ଡକ୍ୟୁମେଣ୍ଟରେ ରହିଥିବା ପ୍ରସ୍ତାବ, ସହ ଭିଜନ ଡକ୍ୟୁମେଣ୍ଟର ସଫଳ ରୂପାୟନ ଦେବାରେ ଗୁରୁତ୍ୱ ବହନ କରୁଛି ବୋଲି ସେ ପ୍ରକାଶ କରିଥିଲେ । ଉଦ୍‌ଘାଟନୀ ଅଧିବେଶନରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେନ୍ଦ୍ର କୁମାର ଧନ୍ୟବାଦ ଅର୍ପଣ କରିଥିଲେ ।

Previous Post

ଶ୍ରାଦ୍ଧଦିବସ ଅବସରରେ ଶହୀଦ ବିର୍ସା ମୁଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି

Next Post

ବିଜେପି ସରକାରଙ୍କୁ ନବୀନଙ୍କ ଟାର୍ଗେଟ୍‌: କୁହାଯାଉଛି ଲୋକଙ୍କ ସରକାର, କିନ୍ତୁ ଲୋକ କାହାନ୍ତି

FNN WEB

FNN WEB

Next Post
ବିଜେପି ସରକାରଙ୍କୁ ନବୀନଙ୍କ ଟାର୍ଗେଟ୍‌: କୁହାଯାଉଛି ଲୋକଙ୍କ ସରକାର, କିନ୍ତୁ ଲୋକ କାହାନ୍ତି

ବିଜେପି ସରକାରଙ୍କୁ ନବୀନଙ୍କ ଟାର୍ଗେଟ୍‌: କୁହାଯାଉଛି ଲୋକଙ୍କ ସରକାର, କିନ୍ତୁ ଲୋକ କାହାନ୍ତି

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ମହିଳା ସରପଞ୍ଚ ଚାମେଲିଙ୍କୁ ବିଜେଡିର ସମର୍ଥନ, ବିଜେପିକୁ କଟାକ୍ଷ

ମହିଳା ସରପଞ୍ଚ ଚାମେଲିଙ୍କୁ ବିଜେଡିର ସମର୍ଥନ, ବିଜେପିକୁ କଟାକ୍ଷ

June 12, 2026
ମିସନ ମୋଡରେ ଆମ ସରକାର ମୌଳିକ ସୁବିଧା ପୂରଣ କରୁଛନ୍ତି: ମୁଖ୍ୟମନ୍ତ୍ରୀ

ମିସନ ମୋଡରେ ଆମ ସରକାର ମୌଳିକ ସୁବିଧା ପୂରଣ କରୁଛନ୍ତି: ମୁଖ୍ୟମନ୍ତ୍ରୀ

June 12, 2026
ଓଡ଼ିଶା ଛୁଇଁଲା ମୌସୁମୀ, ରଜରେ ତୁହାକୁ ତୁହା ବର୍ଷା

ଓଡ଼ିଶା ଛୁଇଁଲା ମୌସୁମୀ, ରଜରେ ତୁହାକୁ ତୁହା ବର୍ଷା

June 12, 2026
ଦେବାଶିଷ ସାମନ୍ତରାୟ ନିର୍ଦ୍ବନ୍ଦ୍ବରେ ରାଜ୍ୟସଭାକୁ ନିର୍ବାଚିତ

ଦେବାଶିଷ ସାମନ୍ତରାୟ ନିର୍ଦ୍ବନ୍ଦ୍ବରେ ରାଜ୍ୟସଭାକୁ ନିର୍ବାଚିତ

June 11, 2026

Recent News

ମହିଳା ସରପଞ୍ଚ ଚାମେଲିଙ୍କୁ ବିଜେଡିର ସମର୍ଥନ, ବିଜେପିକୁ କଟାକ୍ଷ

ମହିଳା ସରପଞ୍ଚ ଚାମେଲିଙ୍କୁ ବିଜେଡିର ସମର୍ଥନ, ବିଜେପିକୁ କଟାକ୍ଷ

June 12, 2026
ମିସନ ମୋଡରେ ଆମ ସରକାର ମୌଳିକ ସୁବିଧା ପୂରଣ କରୁଛନ୍ତି: ମୁଖ୍ୟମନ୍ତ୍ରୀ

ମିସନ ମୋଡରେ ଆମ ସରକାର ମୌଳିକ ସୁବିଧା ପୂରଣ କରୁଛନ୍ତି: ମୁଖ୍ୟମନ୍ତ୍ରୀ

June 12, 2026
ଓଡ଼ିଶା ଛୁଇଁଲା ମୌସୁମୀ, ରଜରେ ତୁହାକୁ ତୁହା ବର୍ଷା

ଓଡ଼ିଶା ଛୁଇଁଲା ମୌସୁମୀ, ରଜରେ ତୁହାକୁ ତୁହା ବର୍ଷା

June 12, 2026
ଦେବାଶିଷ ସାମନ୍ତରାୟ ନିର୍ଦ୍ବନ୍ଦ୍ବରେ ରାଜ୍ୟସଭାକୁ ନିର୍ବାଚିତ

ଦେବାଶିଷ ସାମନ୍ତରାୟ ନିର୍ଦ୍ବନ୍ଦ୍ବରେ ରାଜ୍ୟସଭାକୁ ନିର୍ବାଚିତ

June 11, 2026
Fast News Network

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ମହିଳା ସରପଞ୍ଚ ଚାମେଲିଙ୍କୁ ବିଜେଡିର ସମର୍ଥନ, ବିଜେପିକୁ କଟାକ୍ଷ

ମହିଳା ସରପଞ୍ଚ ଚାମେଲିଙ୍କୁ ବିଜେଡିର ସମର୍ଥନ, ବିଜେପିକୁ କଟାକ୍ଷ

June 12, 2026
ମିସନ ମୋଡରେ ଆମ ସରକାର ମୌଳିକ ସୁବିଧା ପୂରଣ କରୁଛନ୍ତି: ମୁଖ୍ୟମନ୍ତ୍ରୀ

ମିସନ ମୋଡରେ ଆମ ସରକାର ମୌଳିକ ସୁବିଧା ପୂରଣ କରୁଛନ୍ତି: ମୁଖ୍ୟମନ୍ତ୍ରୀ

June 12, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.