• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ବିଜେପି ସରକାରଙ୍କୁ ନବୀନଙ୍କ ଟାର୍ଗେଟ୍‌: କୁହାଯାଉଛି ଲୋକଙ୍କ ସରକାର, କିନ୍ତୁ ଲୋକ କାହାନ୍ତି

FNN WEB by FNN WEB
June 10, 2025
in ଓଡ଼ିଶା, ମୁଖ୍ୟ ଖବର
0
ବିଜେପି ସରକାରଙ୍କୁ ନବୀନଙ୍କ ଟାର୍ଗେଟ୍‌: କୁହାଯାଉଛି ଲୋକଙ୍କ ସରକାର, କିନ୍ତୁ ଲୋକ କାହାନ୍ତି
0
SHARES
0
VIEWS

ଭୁବନେଶ୍ବର : ବିଜେପି ସରକାର ଆଉ ଦୁଇ ଦିନ ପରେ ଅର୍ଥାତ ୧୨ ତାରିଖରୁ ରାଜ୍ୟରେ ସରକାର ଗଠନର ବର୍ଷପୂର୍ତ୍ତି ଉତ୍ସବ ପାଳନ କରିବାକୁ ଯାଉଛନ୍ତି। ବିଜେପି ରାଜ୍ୟରେ ସରକାର ଗଠନ କରିବା ପରେ କେବଳ ପୂର୍ବର ବିଜେଡି ସରକାର ସମୟର ଜନକଲ୍ୟାଣକାରୀ ଯୋଜନାର ନାମ ଓ ରଙ୍ଗ ପରିବର୍ତ୍ତନ କରିବାରେ ଲାଗିଥିବା ବେଳେ ଲୋକଙ୍କୁ ଦେଇଥିବା ପ୍ରତିଶୃତିକୁ ଭୁଲି ଯାଇଛନ୍ତି। ଯାହାକୁ ନେଇ ଆଜି ବିଜେପି ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀଦଳ ନେତା ତଥେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଆଜି ଶଙ୍ଖଭବନରେ ବିଜେଡିର ରାଜ୍ୟସ୍ତରୀୟ କର୍ମକର୍ତ୍ତା ବୈଠକକୁ ସମ୍ଭୋଧିତ କରିବା ବେଳେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ରାଜ୍ୟ ସରକାରଙ୍କ ବିଫଳତାର ଲମ୍ବା ତାଲିକା ଦେଇଛନ୍ତି । ବିଜେପି ସରକାର କହୁଛନ୍ତି ସେମାନେ ଲୋକଙ୍କ ସରକାର । କିନ୍ତୁ ସେମାନଙ୍କ ସହ ଲୋକ ନାହାଁନ୍ତି । କେବଳ ଲମ୍ବା ଭାଷଣ କି ବଡ଼ ବଡ଼ ବିଜ୍ଞାପନରେ ବିକାଶ ହୁଏନି ବୋଲି କହିଛନ୍ତି ନବୀନ ।

ବିଜେଡି ସରକାର ଅମଳରେ ୯୦ ପ୍ରତିଶତ ଲୋକ ବିଏସକେୱାଇ ଯୋଜନାରୁ ମାଗଣା ଚିକିତ୍ସା ସୁବିଧା ପାଉଥିଲେ । ଏବେ ଆୟୁଷ୍ମାନ ଭାରତ ଲାଗୁ ହେବା ପରେ ଲୋକଙ୍କୁ ମେଡିସିନ ମିଳୁନି କି ମାଗଣା ଚିକିତ୍ସା ସୁବିଧା ବି ମିଳିପାରୁନି । ହଜାର ହଜାର ଲୋକ, ବୁଢାବୁଢୀ, କ୍ୟାନସର ରୋଗୀ ଓ ପିଲାମାନେ ହଇରାଣ ହେଉଛନ୍ତି । ସ୍ବାସ୍ଥ୍ୟସେବା ସମ୍ପୂର୍ଣ୍ଣ ଭାବେ ଭୁଶୁଡି ପଡିଛି । ରାଜ୍ୟର ୧୯ ଜିଲ୍ଲାରେ ଏବେ ସିଡିଏମଓ ନାହାଁନ୍ତି । ଏହା ହେଉଛି ବିଜେପି ସରକାରର ସଫଳତା ବୋଲି ତାତ୍ସଲ୍ୟ କରିଛନ୍ତି ନବୀନ । ମିଶନ ଶକ୍ତିରେ ୭୦ ଲକ୍ଷ ମହିଳାଙ୍କୁ ସଶକ୍ତ କରି ଓଡିଶା ସାରା ଦେଶରେ ରେକର୍ଡ କରିଥିଲା ।

ବିଜେଡି ସରକାରରେ ମିଶନ ଶକ୍ତି ଏକ ଜନଆନ୍ଦୋଳନରେ ପରିଣତ ହୋଇଥିବା ବେଳେ ଗତ ବର୍ଷକ ମଧ୍ୟରେ ମିଶନଶକ୍ତି ଅଭିଯାନକୁ ଦୁର୍ବଳ କରିଦେଇଛନ୍ତି ରାଜ୍ୟ ସରକାର । ମାଆ ମାନଙ୍କୁ ବ୍ୟବସାୟିକ ସହଯୋଗ ମିଳିପାରୁନି । ସରକାରୀ କାର୍ୟ୍ୟାଳୟରେ ମାଆ ମାନଙ୍କ କୌଣସି କାମ ହେଉନାହିଁ । ଦୁବାଇ ଓ ସିଙ୍ଗାପୁର ଯାଇଥିବା ମାଆ ମାନେ ଏବେ ହତାଶ ହୋଇଯାଇଛନ୍ତି । ସେମାନଙ୍କ ଆତ୍ମବିଶ୍ବାସ ଭାଙ୍ଗିଯାଇଛି । ମାଆ ମାନେ ବିଜେପିକୁ ଆଉ କ୍ଷମା ଦେବେନି ବୋଲି ଚେତାଇ ଦେଇଛନ୍ତି ନବୀନ । ନିର୍ବାଚନ ସମୟରେ ବିଜେପି କହୁଥିଲା ସରକାରକୁ ଆସିଲେ କଟନୀ ଛଟନୀ ହେବନି । ସରକାରକୁ ଆସିବା ପରେ କିନ୍ତୁ କଟନୀ ଛଟନୀ ବନ୍ଦ ହୋଇନି । ମିଲରଙ୍କ ଦୟାରେ ଏବେ ଚାଷୀଙ୍କ ଭାଗ୍ୟ । ମିଲରଙ୍କର ଆଉ ସରକାରଙ୍କୁ ଭୟ ନାହିଁ । ବିଜେପି ସରକାର ସବୁ ଚାଲିଥିବା କାମକୁ ବନ୍ଦ କରିଦେଇଛନ୍ତି ।

ଲୋକଙ୍କ ସରକାର ବୋଲି ଦାବି କରୁଥିଲେ ବି ବିଜେପି ସରକାରରେ ଲୋକ ନାରଖାର ହେଉଛନ୍ତି ବୋଲି ନବୀନ ସମାଲୋଚନା କରିଛନ୍ତି । ୨୦୦୦ରେ ବିଜେଡି ଦାୟିତ୍ବକୁ ନେବା ବେଳେ ରାଜ୍ୟ ୧୮ହଜାର କୋଟି ଟଙ୍କାର ଋଣ ବୋଝରେ ବୁଡି ରହିଥିଲା । ଓଭରଡ୍ରାଫ୍ଟରେ ଚାଲିଥିଲା ସରକାର । ୨୦୨୪ରେ ବିଜେଡି ଶାସନ ଦାୟିତ୍ବ ଛାଡିବା ବେଳକୁ ରାଜକୋଷରେ ୪୫ହଜାର କୋଟି ଟଙ୍କାର ବଳକା ରାଜସ୍ବ ଥିଲା । ଏବେ ରେକର୍ଡ ପରିମାଣର ଋଣରେ ବୁଡି ରହିଛି ସରକାର । ୨୦୦୫-୦୬ରେ ରାଜ୍ୟରେ ଗରିବୀ ୬୩.୮୩ ପ୍ରତିଶତ ଥିଲା । ୨୦୨୦-୨୩ରେ ଏହା ୧୧.୦୭ ପ୍ରତିଶତକୁ ହ୍ରାସ ପାଇଥିଲା । ୧୦୨ କୋଟି ୭୮ ଲକ୍ଷ ଦ୍ରାରିଦ୍ର୍ୟ ସୀମାରେଖା ଉପରକୁ ଉଠିଥିଲେ । ମାତୃ ମୃତ୍ୟୁ ହାର ଓ ଶିଶୁ ମୃତ୍ୟୁହାରକୁ ସଫଳତାର ସହ କମାଇଥିଲା ବିଜେଡି ସରକାର । ବିଜେଡି ଲୋକଙ୍କ ସହ ସବୁବେଳେ ରହିଛି । ଦଳର ନେତା ଓ ତୃଣମୂଳ ସ୍ତରରେ କର୍ମୀମାନେ ଲୋକଙ୍କ ସେବା ଜାରି ରଖିବାକୁ ନବୀନ ଆହ୍ବାନ ଦେଇଛନ୍ତି ।

Previous Post

ଭିଜନ ଡକୁମେଣ୍ଟ ସାଢ଼େ ୪ କୋଟି ଓଡ଼ିଆଙ୍କ ସ୍ୱପ୍ନର ଏକ ରୋଡମ୍ୟାପ୍: ମୁଖ୍ୟମନ୍ତ୍ରୀ

Next Post

ଓଜେଇଇ-୨୦୨୫ ଫଳାଫଳ ପ୍ରକାଶିତ

FNN WEB

FNN WEB

Next Post
ଓଜେଇଇ-୨୦୨୫ ଫଳାଫଳ ପ୍ରକାଶିତ

ଓଜେଇଇ-୨୦୨୫ ଫଳାଫଳ ପ୍ରକାଶିତ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

June 17, 2026
ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

June 17, 2026
ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

June 17, 2026
ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

June 17, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

June 17, 2026
ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

June 17, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.