ପୁରୀ: ରଥଯାତ୍ରା ପୂର୍ବରୁ ମହାପ୍ରଭୁଙ୍କର ସମ୍ପନ୍ନ ହେଉଥିବା ସ୍ନାନଯାତ୍ରାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ସୋସିଆଲ ମିଡ଼ିଆ ଏକ୍ସରେ ସ୍ନାନଯାତ୍ରା ଅବସରରେ ଶୁଭେଚ୍ଛା ଜଣାଇଛନ୍ତି। ଏହା ସହିତ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ସ୍ନାନବେଦୀରୁ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ କରି ରାଜ୍ୟ ତଥା ରାଜ୍ୟବାସୀଙ୍କ ମଙ୍ଗଳ ସହ ବିକଶିତ ଓଡ଼ିଶା ନିର୍ମାଣ ପାଇଁ ଆଶୀର୍ବାଦ ଭିକ୍ଷା କଲି। ମହାପ୍ରଭୁଙ୍କ କୃପାରୁ ସମସ୍ତଙ୍କ ଜୀବନ ସୁଖୀ ଓ ମଙ୍ଗଳମୟ ହେଉ ।
ଏହା ସହିତ ମୁଖ୍ୟମନ୍ତ୍ରୀ ଗଣମାଧ୍ୟମକୁ କହିଛନ୍ତି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ଆଜି ହେଉଛି ମହାପ୍ରଭୁଙ୍କ ଦେବ ସ୍ନାନ ପୂର୍ଣ୍ଣିମା। ପହଣ୍ଡି ବିଜୟ ଏବଂ ମଙ୍ଗଳ ଆରତୀ ସମାରୋହ ପରେ, ମୁଁ ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବାର ମହାନ ସୌଭାଗ୍ୟ ପାଇଲି। ସମସ୍ତଙ୍କ କଲ୍ୟାଣର ଭାବନା ସହିତ, ରଥଯାତ୍ରା ମଧ୍ୟ ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି। ରଥଯାତ୍ରା ସମୟରେ ଅନେକ ଭକ୍ତ ଆଶୀର୍ବାଦ ନେବାକୁ ଆସିବେ, ଏବଂ ମୁଁ ଓଡ଼ିଶାବାସୀଙ୍କ ମଙ୍ଗଳ ପାଇଁ ପ୍ରାର୍ଥନା କରୁଛି।














