ପାରାଦୀପ: ଦେଶର ଅନ୍ୟତମ ବୃହତ ଇଣ୍ଡିଆନ ଅଏଲ ପାରାଦୀପ ରିଫାଇନାରୀ ଓଡ଼ିଶାର ପ୍ରଗତିକୁ ତ୍ବରାନ୍ବିତ କରିଛି।ଏହି ରିଫାଇନାରୀ ଶିଳ୍ପ ଉତ୍କର୍ଷତାର ସ୍ବରୂପ ,ସମାବେଶୀ ବିକାଶ ଏବଂ ନବୀକରଣର ପ୍ରତୀକ ବୋଲି କହିଛନ୍ତି କାର୍ଯ୍ୟକାରୀ ନିର୍ଦ୍ଦେଶକ କୌଶିକ୍ ବସୁ।ଏ ନେଇ ଶୁକ୍ରବାର ରିଫାଇନାରୀ ଟାଉନସିପ ଗୋଷ୍ଠୀ ଗୃହରେ ଖବରଦାତା ସମ୍ମିଳନୀ କରାଯାଇଥିଲା।ଏଥିରେ ନିର୍ଦ୍ଦେଶକ ବସୁଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ।ପାରାଦୀପ ପ୍ରକଳ୍ପ ସମ୍ପର୍କରେ ସେ କହିଥିଲେ ଏହାକୁ ୨୦୦୦ ମସିହା ମେ ୨୦ ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଭିତ୍ତିପ୍ରସ୍ତର କରିଥିଲେ।୨୦୧୬ ଫେବୃଆରୀ ୭ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ବାରା ଲୋକାର୍ପଣ ହୋଇଥିଲା। ୩୩୪୪ଏକର ଜାଗାରେ ସେତେବେଳେ ୩୪,୫୫୫ କୋଟି ଟଙ୍କା ବିନିଯୋଗ ହୋଇଥିଲା।ଏବେ ବାର୍ଷିକ ୧୫ ମିଲିୟନ ମେଟ୍ରିକ ଟନ୍ ତେଲ ଉତ୍ପାଦନ କରୁଛି।ଆଗକୁ ଓଡିଶାରେ ପେଟ୍ରୋକେମିକାଲ କମ୍ଲେକ୍ସ ପାଇଁ ୬୧,୦୭୭କୋଟି ଟଙ୍କା ନିବେଶ ହେବାକୁ ଯାଉଛି।
ଏହାଦ୍ବାରା ୧୫ ହଜାରରୁ ଅଧିକ ପ୍ରତ୍ୟକ୍ଷ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।
୨୦୨୪/୨୫ଆର୍ଥିକ ବର୍ଷରେ ରିଫାଇନାରୀ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଶୁକ୍ଳ ଓ ଟିକସ ବାବଦରେ ୨୫୬୯୯କୋଟି ଟଙ୍କା ପ୍ରଦାନ କରିଛି।କର୍ପୋରେଟ ସାମାଜିକ ଦାୟିତ୍ୱ (ସିଏସଆର)ବାବଦରେ ୨୦୧୪ ରୁ ଏପର୍ଯ୍ୟନ୍ତ ୩୩.୭୬କୋଟି ଟଙ୍କା ବ୍ୟୟ କରିଛି।ଏହା ଭାରତ ସରକାରଙ୍କ ଆତ୍ମନିର୍ଭର ଭାରତ ପଦକ୍ଷେପ ଅଧିନରେ ପ୍ରୋତ୍ସାହନ, ଆତ୍ମନିର୍ଭରତା ବୃଦ୍ଧି, ସ୍ବଚ୍ଛ ଓ ନିରନ୍ତର ଜାତୀୟ ଉର୍ଜା କୁ ରେଖାଙ୍କିତ କରୁଛି ବୋଲି ସେ କହିଥିଲେ। ରିଫାଇନାରୀ ପାଇଁ ଜମି ହରାଇଥିବା ୧୭୫୨ ଜମିହରା ଓ ୧୪୩ ଜଣ ବିସ୍ଥାପିତ ଙ୍କୁ ଏପର୍ଯ୍ୟନ୍ତ ନିଯୁକ୍ତି ମିଳିନାହିଁ।ଯଦ୍ବାରା ଅନେକ ସମୟରେଆନ୍ଦୋଳନ ହେଉଛି ବୋଲି ପ୍ରଶ୍ନରେ ନିର୍ଦ୍ଦେଶକ ବସୁ କହିଥିଲେ, ଆମ୍ଭେ ଜମି ଅଧିଗ୍ରହଣ ଇଡକୋ ଜରିଆରେ କରିଥିଲୁ।ମାନବୀୟ ଅଧିକାର ଓ ରାଜ୍ୟ ସରକାରଙ୍କ ପରାମର୍ଶ ଅନୁସାରେ ଏପର୍ଯ୍ୟନ୍ତ ଜଣଙ୍କୁ ଛାଡି ୧୪୨ଜଣଙ୍କୁ ପ୍ରତ୍ୟକ୍ଷ ନିଯୁକ୍ତି ଦେଇଛୁ।କେତେକ ଜମିହରା ପରିବାର ଙ୍କୁ ନିଯୁକ୍ତି ମିଳିନାହିଁ।ଜମିହରା ପରିବାର ମଧ୍ୟରେ ବୈଷୟିକ ତାଲିମପ୍ରାପ୍ତ ବେକାରୀଙ୍କୁ ପର୍ଯ୍ୟାୟକ୍ରମେ ଠିକାସଂସ୍ଥା ଜରିଆରେ ଥଇଥାନ ପ୍ରକ୍ରିୟା ଜାରି ରହିଛି।ସମୁଦ୍ରରେ ପ୍ରଦୂଷିତ ପାଣି ନିଷ୍କାସନ, ୧୩୧ମିଟର ଉଚ୍ଚତାରେ ଜଳୁଥିବା ନିଆଁ ପ୍ରଦୂଷଣ ପ୍ରସଙ୍ଗକୁ ଖଣ୍ଡନ କରିଥିଲେ।














