• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ଭୟଙ୍କର ପ୍ଲେନ୍ ଟ୍ରାଜେଡି, ଆହତଙ୍କ ସ୍ବାସ୍ଥ୍ୟବସ୍ଥା ବୁଝିଲେ ମୋଦି

FNN WEB by FNN WEB
June 13, 2025
in ଓଡ଼ିଶା, ଜାତୀୟ, ମୁଖ୍ୟ ଖବର
0
ଭୟଙ୍କର ପ୍ଲେନ୍ ଟ୍ରାଜେଡି, ଆହତଙ୍କ ସ୍ବାସ୍ଥ୍ୟବସ୍ଥା ବୁଝିଲେ ମୋଦି
0
SHARES
5
VIEWS

ଅହମ୍ମଦାବାଦ: ଭାରତରେ ଭୟାନକ ବିମାନ ଦୁର୍ଘଟଣା ଇତିହାସରେ ଆଉ ଏକ କଳା ଫର୍ଦ୍ଦ ଯୋଡ଼ିଥିବା ଅହମ୍ମଦାବାଦରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାକୁ ବିତିଛି ପ୍ରାୟ ୩୦ ଘଣ୍ଟା। ଏ ଭୟଙ୍କର ଦୁର୍ଘଟଣାରେ ଏବେ ସୁଦ୍ଧା ୨୬୫ ଜଣଙ୍କ ମୃତ୍ୟୁ ହୋଇଥିବା କଥା ସାମ୍ନାକୁ ଆସୁଛି। ଆଜି କ୍ରାସ ସ୍ପଟକୁ ଯାଇ ଦୁର୍ଘଟଣା ପରର ଛାତିଥରା ଦୃଶ୍ୟକୁ ଦେଖିବା ପରେ ଭାବବିହ୍ବଳ ହୋଇ ପଡ଼ିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପରେ ମେଡିକାଲ ଯାଇ ଆହତଙ୍କ ସ୍ବାସ୍ଥ୍ୟବସ୍ଥା ବୁଝିଥିଲେ। ସେପଟେ ଦୁର୍ଘଟଣାରେ ମୃତକଙ୍କୁ ଚିହ୍ନଟ ସମ୍ଭବ ନଥିବାରୁ ସମ୍ପର୍କୀୟଙ୍କ ଡିଏନଏ ଟେଷ୍ଟ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଅନ୍ୟପଟେ ଦୁର୍ଘଟଣାସ୍ଥଳରେ କିଛି ସ୍ଥାନୀୟ ଲୋକ ନିଖୋଜ ଥିବାରୁ ମୃତ୍ୟୁସଂଖ୍ୟା ଆହରି ବଢ଼ିବା ନେଇ ଅନୁମାନ କରାଯାଉଛି।

ଅବିଶ୍ବାସନୀୟ, ଅବର୍ଣ୍ଣନୀୟ, କଳ୍ପନାତୀତ। ଅହମ୍ମଦାବାଦ ବିମାନ ଦୁର୍ଘଟଣା ପରର ଏ ବିଭତ୍ସ ଚିତ୍ର ଏମିତି ଯେ, ତାକୁ ଆଖି ଦେଖିବା ପରେ ଭାଷାରେ ବଖାଣିବା ସମ୍ଭବ ନା ଟିଭି ପରଦାରେ ଦେଖାଇବା ସହଜ। ଆଖି ପିଛୁଳାକେ ୨୬୫ରୁ ଅଧିକ ଲୋକଙ୍କ ସମାଧିସ୍ଥଳ ପାଲଟିଥିବା ଇଏ ସେହି ସ୍ଥାନ, ଗୁଜରାଟ ଅହମ୍ମଦାବାଦର ମେଘାନୀ ନଗର ଅଞ୍ଚଳ। ଗତକାଲି ଏୟାର ଇଣ୍ଡିଆର ବୋଇଂ ୭୮୭-୮ ବିମାନ ଏଇଠି କ୍ରାସ୍ ହେବା ପରେ ଆଜି ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କ୍ରାସ୍ ସ୍ପଟରେ ପହଞ୍ଚି ଦୁର୍ଘଟଣାର ଭୟବହତାକୁ ଅନୁଭବ କରିବା ପରେ ଏକପ୍ରକାର ହତବାକ ହୋଇପଡ଼ିଥିଲେ ପ୍ରଧାନମନ୍ତ୍ରୀ। ପରେ ଅହମ୍ମଦାବାଦର ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଅନ୍ତର୍ଜାତୀୟ ବିମାନ ବନ୍ଦର ଯାଇ, ସେଠାରେ ବରିଷ୍ଠ ଅଧିକାରୀଙ୍କ ସହ ସ୍ଥିତି ସମୀକ୍ଷା କରିଥିଲେ। ପରେ ପରେ ଏ ଭୟଙ୍କର ବିମାନ ଦୁର୍ଘଟଣାରୁ ଆଶ୍ଚର୍ଯ୍ୟଜନକ ଭାବେ ବର୍ତ୍ତିଯାଇଥିବା ଏକମାତ୍ର ଯାତ୍ରୀ ରମେଶ ବିଶ୍ବାସ କୁମାରଙ୍କୁ ସିଭିଲ ହସ୍ପିଟାଲରେ ଭେଟି ତାଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ। ସେହିଭଳି ଦୁର୍ଘଟଣାରେ ଅନ୍ୟ ଆହତଙ୍କୁ ଭେଟି ସେମାନଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ। ଗତକାଲିର ଏ ଭୟାନକ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଗୁଜାରଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀଙ୍କ ଘରକୁ ଯାଇ ତାଙ୍କ ପରିବାରବର୍ଗଙ୍କୁ ସ୍ବାନ୍ତନା ଦେଇଥିଲେ ମୋଦି। ଆଜି କ୍ରାସ ସ୍ପଟ୍ ବୁଲିବା ପରେ ଏ ଛାତିଥରା ଦୁର୍ଘଟଣାକୁ ଶବ୍ଦ ଆଉ ଭାଷାରେ ବର୍ଣ୍ଣନା କରିବା ଯେ, ନିହାତି ଅସମ୍ଭବ ତାହା ନିଜ୍ ଏକ୍ସ ଆକାଉଣ୍ଟରେ ଉଲ୍ଲେଖ କରିଛନ୍ତି ପ୍ରଧାନମନ୍ତ୍ରୀ।

ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ଏବେସୁଦ୍ଧା ୨୬୫ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସେ ଭିତରୁ ବିମାନରେ ଥିବା ୨୩୦ ଯାତ୍ରୀ, ୨ ପାଇଲଟ ଆଉ ୧୦ କ୍ରିୟୁ ମେମ୍ବରଙ୍କ ମଧ୍ୟରୁ କେବଳ ଜଣେ ଯାତ୍ରୀଙ୍କୁ ବାଦ୍ ଦେଇ ଅନ୍ୟ ସମସ୍ତଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି। ଯେଉଁମାନଙ୍କ ମଧ୍ୟରେ ୧୬୯ ଭାରତୀୟ, ୫୩ ବ୍ରିଟିଶ୍, ୭ ପର୍ତ୍ତୁଗିଜ୍ ଓ ଜଣେ କାନାଡ଼ା ନାଗରିକ ମଧ୍ୟ ରହିଛନ୍ତି। ଅନ୍ୟପଟେ ଏ ବିଶାଳ ବୋଇଂ ବିମାନଟି ମେଘାନୀ ନଗରସ୍ଥିତ ବିଜେ ମେଡିକାଲ କଲେଜର ଏକାଧିକ ବହୁତଳ କୋଠା ଉପରେ ଖସିପଡ଼ିଥିବାରୁ ସେଠାରେ ଜଣେ ଡାକ୍ତରଙ୍କ ସହ ମେସରେ କାର୍ଯ୍ୟରତ ଅନ୍ୟ ୫ ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି। ଆଶଙ୍କା କରାଯାଉଛି ଯେ, ଦୁର୍ଘଟଣାସ୍ଥଳର ଧ୍ବଂସସ୍ତୂପ ତଳେ ଆଉ କିଛି କେହି ଚାପି ହୋଇ ରହିଥାଇପାରନ୍ତି। କାରଣ ଏ ଦୁର୍ଘଟଣା ପରଠୁ ସ୍ଥାନୀୟ ରମଣୀ ନଗର ବସ୍ତିର କିଛି ଲୋକ ନିଖୋଜ ଥିବାରୁ, ଆଶା ଓ ଆଶଙ୍କା ଭିତରେ ଦିନ କାଟୁଛନ୍ତି ସେମାନଙ୍କ ପରିବାର ଓ ସମ୍ପର୍କୀୟ।

ଅହମ୍ମଦାବାଦ ଏୟାର କ୍ରାସରେ ସମ୍ପୂର୍ଣ୍ଣ ଅଗ୍ନିପିଣ୍ଡୁଳା ପାଲଟିଯାଇଥିବା ବିମାନରୁ ଆଉ ଯାତ୍ରୀଙ୍କ ମରଶରୀର ଚିହ୍ନଟ ସମ୍ଭବ ନଥିବାରୁ, ପରିବାର ଓ ସମ୍ପର୍କୀୟଙ୍କୁ ମୃତଦେହ ଫେରାଇବାକୁ ଡିଏନଏ ଟେଷ୍ଟର ସହାୟତା ନେଇଛି ସ୍ଥାନୀୟ ପ୍ରଶାସନ। ତେଣୁ ନିଜ ପ୍ରିୟ ଜନଙ୍କ ମରଶରୀର ସଂଗ୍ରହ ପାଇଁ ମେଡିକାଲ ବାହାରେ ଆତ୍ମୀୟ ସୋଦରଙ୍କ ଅସମ୍ଭବ ଭିଡ଼। ଏ ଦୁର୍ଘଟଣାର କାରଣ ଖୋଜା ତନାଘନା ଭିତରେ ଘଟଣାସ୍ଥଳରେ ଜାତୀୟ ତଦନ୍ତକାରୀ ସଂସ୍ଥା NIA ମଧ୍ୟ ପହଞ୍ଚିଛି। ଏନଡିଆରଏଫର ୩ଟି ଟିମ୍ ମଧ୍ୟ ଦୁର୍ଘଟଣାସ୍ଥଳରୁ ଉଦ୍ଧାର ଓ ଖୋଜ ଖବର କାର୍ଯ୍ୟ ଜାରି ରଖିଛି।

Previous Post

ଇଣ୍ଡିଆନ ଅଏଲ ପାରାଦୀପ ରିଫାଇନାରୀ ଓଡିଶା ପ୍ରଗତିକୁ ତ୍ବରାନ୍ବିତ କରିଛି

Next Post

ଗୃହରକ୍ଷୀଙ୍କୁ ରଜ ଭେଟି ଦେଲେ ରାଜ୍ୟ ସରକାର: ବଢ଼ାଇଲେ ଭତ୍ତା

FNN WEB

FNN WEB

Next Post
ବନ୍ୟା ନିୟନ୍ତ୍ରଣ ପାଇଁ ଆଗୁଆ ସଜାଗ ରହିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଗୃହରକ୍ଷୀଙ୍କୁ ରଜ ଭେଟି ଦେଲେ ରାଜ୍ୟ ସରକାର: ବଢ଼ାଇଲେ ଭତ୍ତା

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ମହିଳା ସରପଞ୍ଚ ଚାମେଲିଙ୍କୁ ବିଜେଡିର ସମର୍ଥନ, ବିଜେପିକୁ କଟାକ୍ଷ

ମହିଳା ସରପଞ୍ଚ ଚାମେଲିଙ୍କୁ ବିଜେଡିର ସମର୍ଥନ, ବିଜେପିକୁ କଟାକ୍ଷ

June 12, 2026
ମିସନ ମୋଡରେ ଆମ ସରକାର ମୌଳିକ ସୁବିଧା ପୂରଣ କରୁଛନ୍ତି: ମୁଖ୍ୟମନ୍ତ୍ରୀ

ମିସନ ମୋଡରେ ଆମ ସରକାର ମୌଳିକ ସୁବିଧା ପୂରଣ କରୁଛନ୍ତି: ମୁଖ୍ୟମନ୍ତ୍ରୀ

June 12, 2026
ଓଡ଼ିଶା ଛୁଇଁଲା ମୌସୁମୀ, ରଜରେ ତୁହାକୁ ତୁହା ବର୍ଷା

ଓଡ଼ିଶା ଛୁଇଁଲା ମୌସୁମୀ, ରଜରେ ତୁହାକୁ ତୁହା ବର୍ଷା

June 12, 2026
ଦେବାଶିଷ ସାମନ୍ତରାୟ ନିର୍ଦ୍ବନ୍ଦ୍ବରେ ରାଜ୍ୟସଭାକୁ ନିର୍ବାଚିତ

ଦେବାଶିଷ ସାମନ୍ତରାୟ ନିର୍ଦ୍ବନ୍ଦ୍ବରେ ରାଜ୍ୟସଭାକୁ ନିର୍ବାଚିତ

June 11, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ମହିଳା ସରପଞ୍ଚ ଚାମେଲିଙ୍କୁ ବିଜେଡିର ସମର୍ଥନ, ବିଜେପିକୁ କଟାକ୍ଷ

ମହିଳା ସରପଞ୍ଚ ଚାମେଲିଙ୍କୁ ବିଜେଡିର ସମର୍ଥନ, ବିଜେପିକୁ କଟାକ୍ଷ

June 12, 2026
ମିସନ ମୋଡରେ ଆମ ସରକାର ମୌଳିକ ସୁବିଧା ପୂରଣ କରୁଛନ୍ତି: ମୁଖ୍ୟମନ୍ତ୍ରୀ

ମିସନ ମୋଡରେ ଆମ ସରକାର ମୌଳିକ ସୁବିଧା ପୂରଣ କରୁଛନ୍ତି: ମୁଖ୍ୟମନ୍ତ୍ରୀ

June 12, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.