• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ମୋଦୀ

FNN WEB by FNN WEB
June 20, 2025
in ଓଡ଼ିଶା, ମୁଖ୍ୟ ଖବର
0
ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ମୋଦୀ
0
SHARES
2
VIEWS

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଓଡ଼ିଶାରେ ବିଜେପି ସରକାରର ଏକ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ରାଜ୍ୟସ୍ଥରୀୟ ସମାରୋହରେ ଯୋଗ ଦେଇ ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି। ଶ୍ରୀ ମୋଦୀ ଭିଜନ ଡକୁମେଣ୍ଟ ‘ଓଡିଶା ଭିଜନ ୨୦୩୬ ଓ ୨୦୪୭’ ଉନ୍ମୋଚନ କରିଛନ୍ତି। ବିକଶିତ ଭାରତ ଲକ୍ଷ୍ୟ ପୂରଣ ସହ ବିକଶିତ ଓଡିଶା ଗଠନର ଉଦ୍ଦେଶ୍ୟ ସାକାର କରିବା ନିମନ୍ତେ ଏହି ଭିଜନ ଦସ୍ତାବିଜ ଉଦ୍ଦିଷ୍ଟ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏଥିରେ ଓଡ଼ିଶାର ବରପୁତ୍ରମାନଙ୍କର ଜନ୍ମସ୍ଥଳୀର ବିକାଶ କରାଯିବ। ଏହି ଯୋଜନା ଅନୁଯାୟୀ, ପ୍ରତ୍ୟେକ ଐତିହ୍ୟ ଗ୍ରାମ ପାଇଁ ପ୍ରାୟ ୧୫ କୋଟି ଟଙ୍କା ଖର୍ଚ୍ଚ କରାଯିବ। ସମ୍ପୂର୍ଣ୍ଣ ଯୋଜନାରେ ପ୍ରାୟ ୧୯ ହଜାର କୋଟି ଟଙ୍କା ବିନିଯୋଗ ହେବ। ଏହି ଯୋଜନାରେ ବରପୁତ୍ର ମାନଙ୍କ ଜନ୍ମସ୍ଥଳୀରେ ପୂର୍ବ ପୁରୁଷଙ୍କର ବାସଗୃହକୁ ସଂଗ୍ରହାଳୟ ଭାବେ ବିକାଶ କରିବା, ପ୍ରତିମୂର୍ତ୍ତି ସ୍ଥାପନା କରିବା, ବ୍ୟାଖ୍ୟାନ କେନ୍ଦ୍ର ପ୍ରତିଷ୍ଠା କରିବା, ଶିଶୁ ଉଦ୍ୟାନ, କାରୁକଳା ଓ ପାକଶାଳା ଷ୍ଟଲ୍‌, ଇତ୍ୟାଦି ନିର୍ମାଣ, ଗ୍ରନ୍ଥାଗାର ନିର୍ମାଣ, ସମ୍ମିଳନୀ କକ୍ଷ, ଖୋଲା ଆକାଶ ନାଟ୍ୟମଞ୍ଚ ଇତ୍ୟାଦିର ନିର୍ମାଣ ଆଦି ପଦକ୍ଷେପ ନିଆଯାଇ ସେମାନଙ୍କ ଗ୍ରାମକୁ ଐତିହାସିକ ସାଂସ୍କୃତିକ ସ୍ମୃତିସ୍ଥଳ ଏବଂ ପର୍ଯ୍ୟଟନ ସ୍ଥଳ ଭାବେ ବିକଶିତ କରିବାର ଲକ୍ଷ୍ୟ ରଖାଯାଇଛି। ସେହିପରି ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାର ପୁସ୍ତିକା ଉନ୍ମୋଚନ କରିଛନ୍ତି ଶ୍ରୀ ମୋଦୀ। ଏହି ଯୋଜନାରେ ରାଜ୍ୟର ପ୍ରତି ପଞ୍ଚାୟତରେ ଅନ୍ୟୁନ ଗୋଟିଏ ଲେଖାଁଏ ପ୍ରାଥମିକ ଆଦର୍ଶ ବିଦ୍ୟାଳୟ ଖୋଲିବା ପାଇଁ ସ୍ଥାନ ନିରୁପଣ ଓ ଡିପିଆର ପ୍ରସ୍ତୁତି କାର୍ଯ୍ୟ ଚାଲିଛି। ଆଜିର ସମାରୋହରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ବୌଦ୍ଧ-ସମ୍ବଲପୁର ଓ ବୌଦ୍ଧ-ଭୁବନେଶ୍ୱର ନ୍ୟୁ ନୂତନ ଟ୍ରେନ୍‌ ଚଳାଚଳର ଶୁଭାରମ୍ଭ କରିଛନ୍ତି।

ପ୍ରଧାନମନ୍ତ୍ରୀ ଆଜି ୧୮ ହଜାର ୬୫୩ କୋଟି ଟଙ୍କାର ୧୦୫ଟି ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଏଥିରେ ୯ ହଜାର ୬୪୨ କୋଟି ଟଙ୍କାର ୬୦ଟି ଭିତ୍ତିଭୂମି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହିତ ୯ ହଜାର ୧୧ କୋଟି ଟଙ୍କାର ୪୫ଟି ପ୍ରକଳ୍ପର ଉଦଘାଟନ କରିଛନ୍ତି। ଏଥିରେ କୃଷି ବିଭାଗର ଦୁଇଟି ପ୍ରକଳ୍ପ-୧୪୩ କୋଟି ଟଙ୍କା, ସ୍ୱାସ୍ଥ୍ୟ ଭିତ୍ତିଭୂମି ପାଇଁ ଗୋଟିଏ ପ୍ରକଳ୍ପ-୩୨ କୋଟି ଟଙ୍କା, ଜଳ ସମ୍ପଦ ଓ ପାନୀୟ ଜଳ ପାଇଁ ୧୯ଟି ପ୍ରକଳ୍ପ-୨୫୫୩ କୋଟି ଟଙ୍କା, ଶକ୍ତି କ୍ଷେତ୍ରରେ ୨୩ଟି ପ୍ରକଳ୍ପ-୮୦୮୩ କୋଟି ଟଙ୍କା, ସଡକ ଓ ସେତୁ ପାଇଁ ୨୨ଟି ପ୍ରକଳ୍ପ-୧୬୧୬ କୋଟି ଟଙ୍କା, ସହରାଞ୍ଚଳ ଭିତ୍ତିଭୂମି ପାଇଁ ୨୫ଟି ପ୍ରକଳ୍ପ-୧୮୫୮ କୋଟି ଟଙ୍କା, ରେଳ କ୍ଷେତ୍ରରେ ୭ଟି ପ୍ରକଳ୍ପ-୨୭୫୬ କୋଟି ଟଙ୍କା, ଜାତୀୟ ରାଜପଥ ୪ଟି ପ୍ରକଳ୍ପ-୧୪୩୨ କୋଟି ଟଙ୍କା , ବନ୍ଦର କ୍ଷେତ୍ରରେ ଗୋଟିଏ ପ୍ରକଳ୍ପ-୫୬ କୋଟି ଟଙ୍କା ଏବଂ ଅନ୍ୟାନ୍ୟ ଗୋଟିଏ ପ୍ରକଳ୍ପ-୧୨୩ କୋଟି ଟଙ୍କା, ଏହିପରି ସମୁଦାୟ ୧୮,୬୫୩ କୋଟି ଟଙ୍କାର ୧୦୫ଟି ପ୍ରକଳ୍ପ ପାଇଁ ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି।

ରେଳ କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ଗୋଟିଏ ପ୍ରକଳ୍ପର ଶିଳାନ୍ୟାସ କରିଥିବା ବେଳେ ୬ଟି ପ୍ରକଳ୍ପର ଉଦଘାଟନ କରିଛନ୍ତି। ଏହି ପ୍ରକଳ୍ପ ଗୁଡିକ ପାଇଁ ୨୭୫୬ କୋଟି ଟଙ୍କା ବିନିଯୋଗ ହୋଇଛି। ଗୁରୁତ୍ୱପୂର୍ଣ୍ଣ ସୋନପୁର-ପୁରୁଣା କଟକ ରେଳ ଲାଇନ୍ ଉଦଘାଟିତ ହୋଇଛି, ୭୩ କିଲୋମିଟର ଦୀର୍ଘ ଏହି ରେଳ ଲାଇନ ବହୁପ୍ରତୀକ୍ଷିତ ଖୋର୍ଦ୍ଧା ରୋଡ୍-ବଲାଙ୍ଗିର ରେଳ ଲାଇନ୍ ପ୍ରକଳ୍ପର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ଏହାଦ୍ୱାରା ପ୍ରଥମ ଥର ପାଇଁ ବୌଦ୍ଧ ଜିଲ୍ଲାକୁ ରେଳ ସଂଯୋଗ ହୋଇପାରିଛି। ଏହା ସହିତ ସରଳା ଓ ଶାସନ ମଧ୍ୟରେ ତୃତୀୟ ଓ ଚତୁର୍ଥ ରେଳ ଲାଇନ ପାଇଁ ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହା ସହିତ ଅନ୍ୟାନ୍ୟ ରେଳ ପ୍ରକଳ୍ପର ମଧ୍ୟ ଶୁଭାରମ୍ଭ କରାଯାଇଛି। ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କିଛି ଲକ୍ଷପତି ଦିଦିଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଆଜି ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀ କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ ଅଧୀନରେ ୧୦୦ଟି ନୂଆ ଇଲେକ୍ଟ୍ରିକ୍ ବସ୍ ସେବାର ଶୁଭାରମ୍ଭ କରିଛନ୍ତି। ପୁରୀ, ଭୁବନେଶ୍ୱର ଓ କଟକର ୧୧ଟି ରୁଟରେ ପୂର୍ବରୁ ଆମ ବସ ସେବା ଜାରି ଥିବା ବେଳେ, ଏହି ୧୦୦ଟି ବସ୍ ଯୋଡି ହେବା ପରେ କ୍ୟାପିଟାଲ ରିଜିଅନରେ ଆଉ ୮ଟି ନୂଆ ରୁଟ୍‌ରେ ଆମ ବସ୍ ସେବା ପ୍ରଦାନ କରାଯିବ। ଏଥିପାଇଁ ନୂତନ ଭାବେ ନିର୍ମିତ ନରାଜ୍ ଇଲେକ୍ଟ୍ରିକ୍ ବସ୍ ଡିପୋ ମଧ୍ୟ ଆଜି ଉଦଘାଟିତ ହୋଇଛି। ଏହି ୧୦୦ଟି ନୂଆ ଇଲେକ୍ଟ୍ରିକ୍ ବସ୍ ଏହି ନରାଜ ଡିପୋରୁ ହିଁ ଚଳାଚଳ କରିବ। ଏହି ନରାଜ ବସ୍ ଡିପୋ ସମ୍ପୂର୍ଣ୍ଣ ଭାବେ ଗ୍ରିନ ବିଲ୍‌ଡିଙ୍ଗ ଟେକ୍ନୋଲୋଜିର ନିର୍ମାଣ ହୋଇଛି।

Previous Post

ମୋଦିଙ୍କ ପାଇଁ ଦେଶ ଆଜି ସୁରକ୍ଷିତ: ମୁଖ୍ୟମନ୍ତ୍ରୀ

Next Post

ଭାରତୀୟ ସଭ୍ୟତା ଓ ସଂସ୍କୃତିକୁ ସମୃଦ୍ଧ କରିଆସୁଛି ଓଡ଼ିଶା: ପ୍ରଧାନମନ୍ତ୍ରୀ

FNN WEB

FNN WEB

Next Post
ଭାରତୀୟ ସଭ୍ୟତା ଓ ସଂସ୍କୃତିକୁ ସମୃଦ୍ଧ କରିଆସୁଛି ଓଡ଼ିଶା: ପ୍ରଧାନମନ୍ତ୍ରୀ

ଭାରତୀୟ ସଭ୍ୟତା ଓ ସଂସ୍କୃତିକୁ ସମୃଦ୍ଧ କରିଆସୁଛି ଓଡ଼ିଶା: ପ୍ରଧାନମନ୍ତ୍ରୀ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ମହିଳା ସରପଞ୍ଚ ଚାମେଲିଙ୍କୁ ବିଜେଡିର ସମର୍ଥନ, ବିଜେପିକୁ କଟାକ୍ଷ

ମହିଳା ସରପଞ୍ଚ ଚାମେଲିଙ୍କୁ ବିଜେଡିର ସମର୍ଥନ, ବିଜେପିକୁ କଟାକ୍ଷ

June 12, 2026
ମିସନ ମୋଡରେ ଆମ ସରକାର ମୌଳିକ ସୁବିଧା ପୂରଣ କରୁଛନ୍ତି: ମୁଖ୍ୟମନ୍ତ୍ରୀ

ମିସନ ମୋଡରେ ଆମ ସରକାର ମୌଳିକ ସୁବିଧା ପୂରଣ କରୁଛନ୍ତି: ମୁଖ୍ୟମନ୍ତ୍ରୀ

June 12, 2026
ଓଡ଼ିଶା ଛୁଇଁଲା ମୌସୁମୀ, ରଜରେ ତୁହାକୁ ତୁହା ବର୍ଷା

ଓଡ଼ିଶା ଛୁଇଁଲା ମୌସୁମୀ, ରଜରେ ତୁହାକୁ ତୁହା ବର୍ଷା

June 12, 2026
ଦେବାଶିଷ ସାମନ୍ତରାୟ ନିର୍ଦ୍ବନ୍ଦ୍ବରେ ରାଜ୍ୟସଭାକୁ ନିର୍ବାଚିତ

ଦେବାଶିଷ ସାମନ୍ତରାୟ ନିର୍ଦ୍ବନ୍ଦ୍ବରେ ରାଜ୍ୟସଭାକୁ ନିର୍ବାଚିତ

June 11, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ମହିଳା ସରପଞ୍ଚ ଚାମେଲିଙ୍କୁ ବିଜେଡିର ସମର୍ଥନ, ବିଜେପିକୁ କଟାକ୍ଷ

ମହିଳା ସରପଞ୍ଚ ଚାମେଲିଙ୍କୁ ବିଜେଡିର ସମର୍ଥନ, ବିଜେପିକୁ କଟାକ୍ଷ

June 12, 2026
ମିସନ ମୋଡରେ ଆମ ସରକାର ମୌଳିକ ସୁବିଧା ପୂରଣ କରୁଛନ୍ତି: ମୁଖ୍ୟମନ୍ତ୍ରୀ

ମିସନ ମୋଡରେ ଆମ ସରକାର ମୌଳିକ ସୁବିଧା ପୂରଣ କରୁଛନ୍ତି: ମୁଖ୍ୟମନ୍ତ୍ରୀ

June 12, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.