• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ଭାରତୀୟ ସଭ୍ୟତା ଓ ସଂସ୍କୃତିକୁ ସମୃଦ୍ଧ କରିଆସୁଛି ଓଡ଼ିଶା: ପ୍ରଧାନମନ୍ତ୍ରୀ

FNN WEB by FNN WEB
June 20, 2025
in ଓଡ଼ିଶା, ମୁଖ୍ୟ ଖବର
0
ଭାରତୀୟ ସଭ୍ୟତା ଓ ସଂସ୍କୃତିକୁ ସମୃଦ୍ଧ କରିଆସୁଛି ଓଡ଼ିଶା: ପ୍ରଧାନମନ୍ତ୍ରୀ
0
SHARES
2
VIEWS

ଓଡ଼ିଶା ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ୧୮,୬୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭୁବନେଶ୍ୱରରେ ଓଡ଼ିଶା ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ରାଜ୍ୟସ୍ତରୀୟ ସମାରୋହରେ ଅଧ୍ୟକ୍ଷତା କରିଛନ୍ତି। ଓଡ଼ିଶାର ସାମଗ୍ରିକ ବିକାଶ ପ୍ରତି ତାଙ୍କର ପ୍ରତିବଦ୍ଧତା ଅନୁଯାୟୀ, ପ୍ରଧାନମନ୍ତ୍ରୀ ପାନୀୟ ଜଳ, ଜଳସେଚନ, କୃଷି ଭିତ୍ତିଭୂମି, ସ୍ୱାସ୍ଥ୍ୟ ଭିତ୍ତିଭୂମି, ଗ୍ରାମୀଣ ରାସ୍ତା ଏବଂ ସେତୁ, ଜାତୀୟ ରାଜପଥର କେତେକ ଖଣ୍ଡ ଏବଂ ଏକ ନୂତନ ରେଳ ଲାଇନ ସମେତ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରଗୁଡ଼ିକରେ ୧୮,୬୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିଛନ୍ତି । ଏହି ଅବସରରେ ଉପସ୍ଥିତ ଜନସାଧାରଣଙ୍କୁ ସମ୍ବୋଧିତ କରି ଶ୍ରୀ ମୋଦୀ କହିଥିଲେ ଯେ, ଜୁନ୍ ୨୦ ତାରିଖ ହେଉଛି ଏକ ଅତ୍ୟନ୍ତ ସ୍ୱତନ୍ତ୍ର ଦିନ। ଆଜିର ଦିନରେ ଓଡ଼ିଶାର ପ୍ରଥମ ବିଜେପି ସରକାରଙ୍କର ଗୋଟିଏ ବର୍ଷ ପୂରଣ ହେଉଛି । ଏହି ବାର୍ଷିକୀ ପାଳନ କେବଳ ଏକ ସରକାରଙ୍କର ନୁହେଁ, ବରଂ ଜନସେବା ଏବଂ ଜନ ବିଶ୍ୱାସ ପ୍ରତି ଉତ୍ସର୍ଗୀକୃତ ସୁଶାସନ ପ୍ରତିଷ୍ଠାର ବାର୍ତ୍ତା ଦେଉଛି। ସରକାର ଓଡ଼ିଶାର କୋଟି କୋଟି ମତଦାତାଙ୍କ ଆଶା ପୂରଣ କରିବା ପାଇଁ ଆନ୍ତରିକ ପ୍ରୟାସ କରିଛନ୍ତି ବୋଲି ସେ ଗୁରୁତ୍ୱାରୋପ କରିଥିଲେ। ଶ୍ରୀ ମୋଦୀ ଓଡ଼ିଶାବାସୀଙ୍କର ସମର୍ଥନ ଏବଂ ବିଶ୍ୱାସକୁ ସ୍ୱୀକାର କରି ସେମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଥିଲେ। ସେ ମଧ୍ୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏବଂ ତାଙ୍କ ସହଯୋଗୀ ଦଳକୁ ସେମାନଙ୍କର ପ୍ରଶଂସନୀୟ କାର୍ଯ୍ୟ ପାଇଁ ଅଭିନନ୍ଦନ ଜଣାଇଥିଲେ। ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ଏମାନଙ୍କର ପ୍ରୟାସ ଓଡ଼ିଶାର ବିକାଶକୁ ନୂତନ ଗତି ଦେଇଛି। ଶ୍ରୀ ମୋଦୀ କହିଥିଲେ, ଓଡ଼ିଶା କେବଳ ଏକ ରାଜ୍ୟ ନୁହେଁ, ବରଂ ଭାରତର ସମୃଦ୍ଧ ଐତିହ୍ୟର ଏକ ଉଜ୍ଜ୍ୱଳ ନକ୍ଷତ୍ର। ଶହ ଶହ ବର୍ଷ ଧରି ଓଡ଼ିଶା ଭାରତୀୟ ସଭ୍ୟତା ଏବଂ ସଂସ୍କୃତିକୁ ସମୃଦ୍ଧ କରିଆସିଛି। ସେ ଆହୁରି ଉଲ୍ଲେଖ କରିଥିଲେ ଯେ ବର୍ତ୍ତମାନ ସମୟରେ, ଯେତେବେଳେ ବିକାଶ ଏବଂ ଐତିହ୍ୟର ମନ୍ତ୍ର ଭାରତର ପ୍ରଗତି ପାଇଁ ମୂଳଦୁଆ ପାଲଟିଛି, ଓଡ଼ିଶାର ଭୂମିକା ଆହୁରି ଗୁରୁତ୍ୱପୂର୍ଣ୍ଣ ହୋଇଛି। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗତ ଏକ ବର୍ଷ ମଧ୍ୟରେ ଓଡ଼ିଶା ଏହାର ଐତିହ୍ୟକୁ ସଂରକ୍ଷଣ କରିବା ସହିତ ବିକାଶର ମନ୍ତ୍ରକୁ ଆନ୍ତରିକତାର ସହିତ ଗ୍ରହଣ କରିଛି। ରାଜ୍ୟ ଏହି ପଥରେ ଦ୍ରୁତ ଗତିରେ ଆଗକୁ ବଢ଼ିଛି ବୋଲି ସେ ଜୋର୍‌ ଦେଇ କହିଥିଲେ।

ଶ୍ରୀ ମୋଦୀ ଆହୁରି କହିଥିଲେ ଯେ, କାନାଡାରେ ଜି-୭ ଶିଖର ସମ୍ମିଳନୀ ସମାପ୍ତ ହେବା ପରେ ଆମେରିକା ରାଷ୍ଟ୍ରପତିଙ୍କ ଆମେରିକା ଗସ୍ତ ନିମନ୍ତ୍ରଣକୁ ସେ ବିନମ୍ରତାର ସହିତ ଅସ୍ୱୀକାର କରିଥିଲେ, କାରଣ ସେ ଆଜି ଭଗବାନ ଶ୍ରୀଜଗନ୍ନାଥଙ୍କ ପବିତ୍ର ମାଟିକୁ ଆସିବା ଲାଗି ଯୋଜନା କରିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ସ୍ୱାଧୀନତା ପରେ ଅନେକ ଦଶନ୍ଧି ଧରି ଦେଶର ଲୋକମାନେ ପୂର୍ବ ଶାସନ ମଡେଲ ଦେଖିଥିଲେ, ଯେଉଁଥିରେ ସୁଶାସନର ଅଭାବ ଥିଲା ଏବଂ ଏହା ଲୋକଙ୍କ ଜୀବନକୁ ସହଜ କରି ପାରିନଥିଲା। ବିକାଶ ପ୍ରକଳ୍ପଗୁଡ଼ିକୁ ବିଳମ୍ବ କରିବା, ବାଧା ସୃଷ୍ଟି କରିବା ଓ ଦିଗହରା କରିବା ଏବଂ ବ୍ୟାପକ ଦୁର୍ନୀତି ପାଇଁ ପୂର୍ବ ଶାସନ ମଡେଲକୁ ଶ୍ରୀ ମୋଦୀ ସମାଲୋଚନା କରିଥିଲେ । ସେ କହିଥିଲେ, ସାମ୍ପ୍ରତିକ ବର୍ଷଗୁଡ଼ିକରେ ଆମ ବିକାଶ ମଡେଲକୁ ଦେଶ ବ୍ୟାପକ ଭାବରେ ଅନୁଭବ କରିଛି। ଗତ ଦଶନ୍ଧିରେ, ଅନେକ ରାଜ୍ୟ ପ୍ରଥମ ଥର ପାଇଁ ବିଜେପି ସରକାର ଗଠନର ସାକ୍ଷୀ ହୋଇଛନ୍ତି। ଏହି ରାଜ୍ୟଗୁଡ଼ିକ କେବଳ ସରକାରରେ ପରିବର୍ତ୍ତନ ଦେଖି ନାହାଁନ୍ତି, ବରଂ ସାମାଜିକ ଏବଂ ଅର୍ଥନୈତିକ ପରିବର୍ତ୍ତନର ଏକ ନୂତନ ଯୁଗରେ ପ୍ରବେଶ କରିଛନ୍ତି ବୋଲି ଶ୍ରୀ ମୋଦୀ କହିଥିଲେ। ପୂର୍ବ ଭାରତର ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ, ଏକ ଦଶନ୍ଧି ପୂର୍ବରୁ, ଆସାମ ଅସ୍ଥିରତା, ବିଚ୍ଛିନ୍ନତାବାଦ ଏବଂ ହିଂସାରେ ଜର୍ଜରିତ ଥିଲା। ଆଜି, ଆସାମ ଏକ ନୂତନ ବିକାଶ ପଥରେ ଅଗ୍ରଗତି କରୁଛି।

ପ୍ରଧାନମନ୍ତ୍ରୀ କହିଥିଲେ, ଅନେକ ଦଶନ୍ଧି ଧରି ଓଡ଼ିଶା ମଧ୍ୟ ଅନେକ ଆହ୍ୱାନକୁ ନେଇ ସଂଘର୍ଷ କରିଆସୁଥିଲା। ଗରିବ କିମ୍ବା ଚାଷୀମାନେ ସେମାନଙ୍କର ନ୍ୟାର୍ଯ୍ୟ ଅଧିକାର ପାଇନଥିଲେ। ଦୁର୍ନୀତି ଏବଂ ଲାଲଫିତା ରାଜ୍‌ ପ୍ରାଧାନ୍ୟ ବିସ୍ତାର କରିଥିଲା। ରାଜ୍ୟସାରା ଭିତ୍ତିଭୂମି ଏକ ଭୟଙ୍କର ସ୍ଥିତିରେ ଥିଲା। ବିକାଶ ପ୍ରକ୍ରିୟାରେ ଓଡ଼ିଶାର ଅନେକ ଅଞ୍ଚଳ କ୍ରମଶଃ ପଛରେ ପଡ଼ିଯାଉଥିଲା। ଏପରି ଆହ୍ୱାନପୂର୍ଣ୍ଣ ସ୍ଥିତି ଓଡ଼ିଶାର ଦୁର୍ଭାଗ୍ୟଜନକ ବାସ୍ତବତା ପାଲଟିଥିଲା। ଗତ ଏକ ବର୍ଷ ଧରି ସେମାନଙ୍କ ସରକାର ଏହି ସମସ୍ୟାଗୁଡ଼ିକର ସମାଧାନ ପାଇଁ ପୂର୍ଣ୍ଣ ସଂକଳ୍ପ ସହିତ କାର୍ଯ୍ୟ କରିଛି ବୋଲି ସେ ଦୃଢ଼ତାର ସହିତ କହିଥିଲେ । ସେ ଗୁରୁତ୍ୱାରୋପ କରିଥିଲେ ଯେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ବିକାଶ ମଡେଲର ମିଶ୍ରଣ, ଦୃଶ୍ୟମାନ ଫଳାଫଳ ଦେଖାଇବା ଆରମ୍ଭ କରିଛି। ଆଜି ଉଦଘାଟିତ ଏବଂ ଆରମ୍ଭ ହୋଇଥିବା ହଜାର ହଜାର କୋଟି ଟଙ୍କାର ପ୍ରକଳ୍ପ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଆଭିମୁଖ୍ୟର ମିଶ୍ର ପ୍ରଭାବକୁ ପ୍ରତିଫଳିତ କରେ। ସେ କହିଥିଲେ ଯେ ଏହି ମଡେଲ ଓଡ଼ିଶାବାସୀଙ୍କ ପାଇଁ ଦୁଇଗୁଣ ଲାଭ ଆଣିଛି। ଏକ ଉଦାହରଣ ଦେଇ ଶ୍ରୀ ମୋଦୀ ମନେ ପକାଇ ଦେଇଥିଲେ ଯେ ଦୀର୍ଘ ସମୟ ଧରି ଓଡ଼ିଶାର ଲକ୍ଷ ଲକ୍ଷ ଗରିବ ପରିବାର ଆୟୁଷ୍ମାନ ଭାରତ ଯୋଜନାର ପରିସର ବାହାରେ ରହିଥିଲେ। ଆଜି, ଆୟୁଷ୍ମାନ ଭାରତ ଜନ ଆରୋଗ୍ୟ ଯୋଜନା ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଉଭୟ ଏକତ୍ର ରାଜ୍ୟରେ ଲାଗୁ ହୋଇଛି । ଏହା ଦ୍ୱାରା ଓଡ଼ିଶାର ପ୍ରାୟ ୩ କୋଟି ଲୋକଙ୍କ ପାଇଁ ମାଗଣା ଚିକିତ୍ସା ସୁନିଶ୍ଚିତ ହୋଇଛି ବୋଲି ସେ କହିଥିଲେ। ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ ଏହି ସୁବିଧା କେବଳ ଓଡ଼ିଶାର ଡାକ୍ତରଖାନାରେ ନୁହେଁ ବରଂ ଦେଶର ଅନ୍ୟ ରାଜ୍ୟରେ କାର୍ଯ୍ୟ କରୁଥିବା ଲୋକଙ୍କ ପାଇଁ ମଧ୍ୟ ଉପଲବ୍ଧ। ଏହି ଯୋଜନାରେ ଏପର୍ଯ୍ୟନ୍ତ ଓଡ଼ିଶାର ୨ ଲକ୍ଷ ଲୋକ ମାଗଣା ଚିକିତ୍ସା ପାଇଛନ୍ତି । ଏମାନଙ୍କ ମଧ୍ୟରୁ ଅନେକ ଲୋକ ୧୨ରୁ ଅଧିକ ରାଜ୍ୟରେ ମାଗଣା ଚିକିତ୍ସା ପାଇଛନ୍ତି। ଏପରି ଚିକିତ୍ସା ସୁବିଧା ମାତ୍ର ଗୋଟିଏ ବର୍ଷ ପୂର୍ବରୁ ଅକଳ୍ପନୀୟ ଥିଲା। ଶ୍ରୀ ମୋଦୀ କହିଥିଲେ ଯେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ମଡେଲର ଏହି ମିଶ୍ରଣ ପ୍ରଧାନମନ୍ତ୍ରୀ ବୟ ବନ୍ଦନା ଯୋଜନା ଭଳି ପଦକ୍ଷେପ ମାଧ୍ୟମରେ ଆହୁରି ମୂଲ୍ୟ ଆଣିଛି। ଓଡ଼ିଶାରେ ୭୦ ବର୍ଷରୁ ଅଧିକ ବୟସର ୨୩ ଲକ୍ଷରୁ ଅଧିକ ବରିଷ୍ଠ ନାଗରିକ ବର୍ତ୍ତମାନ ଏହି ଯୋଜନା ଅଧୀନରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ପାଇଁ ଯୋଗ୍ୟ ହୋଇଛନ୍ତି । ଏହା ସାଧାରଣ ପରିବାର ଉପରେ ସ୍ୱାସ୍ଥ୍ୟସେବା ବୋଝକୁ ବହୁ ପରିମାଣରେ ହ୍ରାସ କରିଛି। ସେହିପରି, ପ୍ରଧାନମନ୍ତ୍ରୀ କହିଥିଲେ ଯେ, ପୂର୍ବରୁ ଓଡ଼ିଶାର ଚାଷୀମାନେ ପ୍ରଧାନମନ୍ତ୍ରୀ-କିଷାନ ଯୋଜନାର ସମ୍ପୂର୍ଣ୍ଣ ଲାଭ ପାଇ ନଥିଲେ। ବର୍ତ୍ତମାନ, ଚାଷୀମାନେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଉଭୟ ଯୋଜନାରୁ ଦ୍ୱିଗୁଣିତ ଲାଭ ପାଉଛନ୍ତି।

ସରକାର ଧାନ ପାଇଁ ଅଧିକ କ୍ରୟ ମୂଲ୍ୟ ପ୍ରତିଶ୍ରୁତି ଦେଇଥିଲେ, ଯାହା ଓଡ଼ିଶାର ଲକ୍ଷ ଲକ୍ଷ ଧାନ ଚାଷୀଙ୍କୁ ଲାଭ ଦେଇଛି ବୋଲି ସେ କହିଥିଲେ।
ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରି କହିଥିଲେ, ପୂର୍ବରୁ କେନ୍ଦ୍ର ସରକାରଙ୍କ ଅନେକ ଯୋଜନା ଥିଲା ଯାହାର ଓଡ଼ିଶା ସମ୍ପୂର୍ଣ୍ଣ ଲାଭ ପାଇପାରିନଥିଲା। ଆଜି ଲୋକମାନେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଉଭୟ ଯୋଜନାର ଲାଭ ପାଉଛନ୍ତି। ସେ ଆହୁରି କହିଛନ୍ତି ଯେ ମହିଳା, ଚାଷୀ ଏବଂ ଯୁବକମାନଙ୍କୁ ନିର୍ବାଚନ ସମୟରେ ଦିଆଯାଇଥିବା ସମସ୍ତ ଗ୍ୟାରେଣ୍ଟି ଦ୍ରୁତ ଗତିରେ କାର୍ଯ୍ୟକାରୀ ହୋଇଛି। କାର୍ଯ୍ୟକ୍ରମରେ ଓଡ଼ିଶାର ରାଜ୍ୟପାଳ ଡକ୍ଟର ହରି ବାବୁ କମ୍ଭମପାଟି, ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ମନ୍ତ୍ରୀ ଶ୍ରୀ ଜୁଏଲ୍ ଓରାମ ଓ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

Previous Post

ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ମୋଦୀ

Next Post

ଚିକିତ୍ସା ଲାଗି ମୁମ୍ବାଇ ଗଲେ ନବୀନ

FNN WEB

FNN WEB

Next Post
ଚିକିତ୍ସା ଲାଗି ମୁମ୍ବାଇ ଗଲେ ନବୀନ

ଚିକିତ୍ସା ଲାଗି ମୁମ୍ବାଇ ଗଲେ ନବୀନ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ମହିଳା ସରପଞ୍ଚ ଚାମେଲିଙ୍କୁ ବିଜେଡିର ସମର୍ଥନ, ବିଜେପିକୁ କଟାକ୍ଷ

ମହିଳା ସରପଞ୍ଚ ଚାମେଲିଙ୍କୁ ବିଜେଡିର ସମର୍ଥନ, ବିଜେପିକୁ କଟାକ୍ଷ

June 12, 2026
ମିସନ ମୋଡରେ ଆମ ସରକାର ମୌଳିକ ସୁବିଧା ପୂରଣ କରୁଛନ୍ତି: ମୁଖ୍ୟମନ୍ତ୍ରୀ

ମିସନ ମୋଡରେ ଆମ ସରକାର ମୌଳିକ ସୁବିଧା ପୂରଣ କରୁଛନ୍ତି: ମୁଖ୍ୟମନ୍ତ୍ରୀ

June 12, 2026
ଓଡ଼ିଶା ଛୁଇଁଲା ମୌସୁମୀ, ରଜରେ ତୁହାକୁ ତୁହା ବର୍ଷା

ଓଡ଼ିଶା ଛୁଇଁଲା ମୌସୁମୀ, ରଜରେ ତୁହାକୁ ତୁହା ବର୍ଷା

June 12, 2026
ଦେବାଶିଷ ସାମନ୍ତରାୟ ନିର୍ଦ୍ବନ୍ଦ୍ବରେ ରାଜ୍ୟସଭାକୁ ନିର୍ବାଚିତ

ଦେବାଶିଷ ସାମନ୍ତରାୟ ନିର୍ଦ୍ବନ୍ଦ୍ବରେ ରାଜ୍ୟସଭାକୁ ନିର୍ବାଚିତ

June 11, 2026

Recent News

ମହିଳା ସରପଞ୍ଚ ଚାମେଲିଙ୍କୁ ବିଜେଡିର ସମର୍ଥନ, ବିଜେପିକୁ କଟାକ୍ଷ

ମହିଳା ସରପଞ୍ଚ ଚାମେଲିଙ୍କୁ ବିଜେଡିର ସମର୍ଥନ, ବିଜେପିକୁ କଟାକ୍ଷ

June 12, 2026
ମିସନ ମୋଡରେ ଆମ ସରକାର ମୌଳିକ ସୁବିଧା ପୂରଣ କରୁଛନ୍ତି: ମୁଖ୍ୟମନ୍ତ୍ରୀ

ମିସନ ମୋଡରେ ଆମ ସରକାର ମୌଳିକ ସୁବିଧା ପୂରଣ କରୁଛନ୍ତି: ମୁଖ୍ୟମନ୍ତ୍ରୀ

June 12, 2026
ଓଡ଼ିଶା ଛୁଇଁଲା ମୌସୁମୀ, ରଜରେ ତୁହାକୁ ତୁହା ବର୍ଷା

ଓଡ଼ିଶା ଛୁଇଁଲା ମୌସୁମୀ, ରଜରେ ତୁହାକୁ ତୁହା ବର୍ଷା

June 12, 2026
ଦେବାଶିଷ ସାମନ୍ତରାୟ ନିର୍ଦ୍ବନ୍ଦ୍ବରେ ରାଜ୍ୟସଭାକୁ ନିର୍ବାଚିତ

ଦେବାଶିଷ ସାମନ୍ତରାୟ ନିର୍ଦ୍ବନ୍ଦ୍ବରେ ରାଜ୍ୟସଭାକୁ ନିର୍ବାଚିତ

June 11, 2026
Fast News Network

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ମହିଳା ସରପଞ୍ଚ ଚାମେଲିଙ୍କୁ ବିଜେଡିର ସମର୍ଥନ, ବିଜେପିକୁ କଟାକ୍ଷ

ମହିଳା ସରପଞ୍ଚ ଚାମେଲିଙ୍କୁ ବିଜେଡିର ସମର୍ଥନ, ବିଜେପିକୁ କଟାକ୍ଷ

June 12, 2026
ମିସନ ମୋଡରେ ଆମ ସରକାର ମୌଳିକ ସୁବିଧା ପୂରଣ କରୁଛନ୍ତି: ମୁଖ୍ୟମନ୍ତ୍ରୀ

ମିସନ ମୋଡରେ ଆମ ସରକାର ମୌଳିକ ସୁବିଧା ପୂରଣ କରୁଛନ୍ତି: ମୁଖ୍ୟମନ୍ତ୍ରୀ

June 12, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.