• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ଭାରତର ଅମୂଲ୍ୟ ଜ୍ଞାନ ଭଣ୍ଡାରକୁ ଏକାଠି କରିବାକୁ ପଡ଼ିବ: ଧର୍ମେନ୍ଦ୍ର ପ୍ରଧାନ

FNN WEB by FNN WEB
June 26, 2025
in ଓଡ଼ିଶା, ମୁଖ୍ୟ ଖବର
0
ଭାରତର ଅମୂଲ୍ୟ ଜ୍ଞାନ ଭଣ୍ଡାରକୁ ଏକାଠି କରିବାକୁ ପଡ଼ିବ: ଧର୍ମେନ୍ଦ୍ର ପ୍ରଧାନ
0
SHARES
0
VIEWS


ଭୁବନେଶ୍ବର: ରଥଯାତ୍ରାର ଦିନକ ପୂର୍ବରୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୁରୀ ଜିଲ୍ଲା ସାକ୍ଷୀଗୋପାଳ ବୀରଗୋବିନ୍ଦପୁରସ୍ଥିତ ମା’ ଦକ୍ଷିଣକାଳୀ ମନ୍ଦିର ପରିସରରେ ଇଣ୍ଡିଆନ ଅଏଲର ସାମାଜିକ ଦାୟିତ୍ୱ (ସିଏସଆର) ଅନ୍ତର୍ଗତ ପ୍ରାୟ ୪.୭୫ କୋଟି ବ୍ୟୟରେ ବିଭିନ୍ନ ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ ଗୁଡ଼ିକ ଲୋକାର୍ପଣ କରିଛନ୍ତି। ଲୋକାର୍ପିତ ହୋଇଥିବା ପ୍ରକଳ୍ପ ଗୁଡ଼ିକ ହେଲା କମ୍ୟୁନିଟି ହଲ, ବହୁମୁଖୀ ଦକ୍ଷତା ତାଲିମ କେନ୍ଦ୍ର, ଯୋଗକେନ୍ଦ୍ର, ଆଲୋକୀକରଣ ସହ ଶୌଚାଳୟ, ପାନୀୟ ଜଳର ସୁବିଧା, ପୋଖରୀ ସୌନ୍ଦର୍ଯ୍ୟକରଣ ଓ ପାର୍କ କାର୍ଯ୍ୟ। ଏହି ଅବସରରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ କହିଛନ୍ତି, ଆଜି ଲୋକାର୍ପିତ ପ୍ରକଳ୍ପଗୁଡ଼ିକ ବୀରଗୋବିନ୍ଦପୁର ଗ୍ରାମକୁ ଗୋଟିଏ ପର୍ଯ୍ୟଟନ କେନ୍ଦ୍ରରେ ପରିଣତ କରିବାରେ ସହାୟକ ହେବ। ସେ ଆହୁରି କହିଛନ୍ତି ଯେ ବୀରଗୋବିନ୍ଦପୁର ଗ୍ରାମର ପୁଞ୍ଜି ହେଉଛି କଳା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲକ୍ଷପତି ଦିଦିର କଳ୍ପନା କରିଛନ୍ତି। ବହୁମୁଖୀ ଦକ୍ଷତା ତାଲିମ୍ କେନ୍ଦ୍ରରେ ଆମର ମା’ ଭଉଣୀମାନେ ସିଲେଇ ମେସିନ୍, ହସ୍ତଶିଳ୍ପ, ପଟ୍ଟଚିତ୍ର ଆଦିର ପ୍ରଶିକ୍ଷଣ ପାଇପାରିବେ। ଆମର ଗାଁ ଝିଅମାନେ କମ୍ପୁଟର ଶିକ୍ଷା ଗ୍ରହଣ କରି ଦେଶ ଦୁନିଆର ଖବର ଜାଣିପାରିବେ। ଏହା ଦ୍ୱାରା ଏଠାରେ ଆମର ଐତିହ୍ୟ ଓ ପରମ୍ପରାକୁ ଆଗକୁ ନେବାର ବ୍ୟବସ୍ଥା କରାଯିବା ସହ ବର୍ତ୍ତମାନର ଆବଶ୍ୟକତା ଅନୁସାରେ ପ୍ରଶିକ୍ଷଣର ବ୍ୟବସ୍ଥା ହୋଇଛି। ଆଜିର ଏହି ପଦକ୍ଷେପ ଦ୍ୱାରା ଏହି ଗ୍ରାମ କଳା, ଦକ୍ଷତା ବିକାଶ ଓ ଜ୍ଞାନ ପରିପ୍ରକାଶର କେନ୍ଦ୍ର ହେବ। ଏଥିପାଇଁ ଶ୍ରୀ ପ୍ରଧାନ ଇଣ୍ଡିଆନ ଅଏଲକୁ ଧନ୍ୟବାଦ ଜଣାଇଛନ୍ତି। ୩ ଜୁନ୍ ୨୦୨୨ ମସିହାରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଏହି ଗ୍ରାମକୁ ଆସି ପ୍ରକଳ୍ପ ଗୁଡ଼ିକର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।

ବୀରଗୋବିନ୍ଦପୁର ହେଉଛି ଐତିହାସିକ ଗ୍ରାମ, ଯେଉଁ ସ୍ଥାନଟି ମୋ ପାଇଁ ଅତ୍ୟନ୍ତ ଶ୍ରଦ୍ଧାର କେନ୍ଦ୍ର। ଏହି ଗ୍ରାମ ୫୦୦ ବର୍ଷରୁ ଅଧିକ ପୁରୁଣା। ଆମ ଓଡ଼ିଆ ଜାତିର, ଓଡ଼ିଆ ପରମ୍ପରାର ତଥା ମହାପ୍ରଭୁଙ୍କ ସଂସ୍କୃତିର ଅନ୍ୟତମ କେନ୍ଦ୍ର। ଗ୍ରାମରେ ଜନ୍ମ ନେଇଥିବା ଅନେକ ମହାନୁଭବ ଓ ପ୍ରତିଭାବାନ ବ୍ୟକ୍ତିବିଶେଷମାନେ ପଦ୍ମ ପୁରସ୍କାର ପାଇବା ସହ ପୁଲିସ ସେବା, ଡାକ୍ତରସେବା ଓ ରାଜନୀତି ସମେତ ବିଭିନ୍ନ କ୍ଷେତ୍ରରେ ନିଜର ସ୍ୱତନ୍ତ୍ର ପରିଚୟ ତିଆରି କରିଛନ୍ତି। ଏହି ଗ୍ରାମ ସହ ମୋର ଦୀର୍ଘ ବର୍ଷର ସମ୍ପର୍କ ରହିଛି। ମୋର ପିଲାବେଳର ବନ୍ଧୁଙ୍କ ଆମନ୍ତ୍ରଣରେ ମୁଁ ଏଠାକୁ କାଳିପୂଜା ଦେଖିବାକୁ ଆସିଥିଲି। ବୀରଗୋବନ୍ଦପୁର ସବୁ ଦିନ ପାଇଁ ମୋର ଜୀବନର ଅବିଚ୍ଛେଦ୍ୟ ଅଙ୍ଗ ହୋଇ ରହିବ।

ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ ଭାରତର ଅମୂଲ୍ୟ ଜ୍ଞାନ ଭଣ୍ଡାରକୁ ଏକାଠି କରିବାକୁ ପଡ଼ିବ। ଏଆଇ ଟୁଲର ଉପଯୋଗ କରି ଆମର ପ୍ରାଚୀନ ଜ୍ଞାନ ଆମକୁ କଣ ସହାୟତା କରିପାରେ, ଭବିଷ୍ୟତ ପାଇଁ କଣ ସହାୟକ ହୋଇପାରେ, ସେ ଦିଗରେ ଯୋଜନା କରିବା ଦରକାର। ଏହି ଅବସରରେ ଶ୍ରୀ ପ୍ରଧାନ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ସ୍ମୃତିଚାରଣ କରିବା ସହ ବକୁଳ ବନ ବିଦ୍ୟାଳୟ ମାଧ୍ୟମରେ ସେ ଆରମ୍ଭ କରିଥିବା ଶିକ୍ଷା ଓ ଜାତୀୟ ଶିକ୍ଷା ନୀତିର କ୍ରିୟାନ୍ୱୟନ ଉପରେ ମତପ୍ରକାଶ କରିଥିଲେ। ବକୁଳ ବନବିଦ୍ୟାଳୟର ପୁର୍ନବିକାଶ ପାଇଁ ଡବଲ ଇଞ୍ଜିନ ସରକାର ବିତ୍ତୀୟ ପ୍ରବନ୍ଧନ କରିଥିବା କେନ୍ଦ୍ରମନ୍ତ୍ରୀ କହିଥିଲେ। ଏହି ଲୋକାର୍ପଣ କାର୍ଯ୍ୟକ୍ରମରେ ପୁରୀ ଲୋକସଭା ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଏବଂ ପୁରୀ ଜିଲ୍ଲାର ବିଭିନ୍ନ ବିଧାୟକ ଏବଂ ଅନ୍ୟାନ୍ୟ ବ୍ୟକ୍ତିବିଶେଷମାନେ ସାମିଲ ହୋଇଥିଲେ।

Previous Post

ଗୋପାଳପୁର ବନ୍ଦର ଉନ୍ନତିକରଣ ଏବଂ ଜଟାଧାର ମୁହାଣରେ ଜେଟି ନିର୍ମାଣ ପାଇଁ ରିହାତି ଚୁକ୍ତିନାମା ସ୍ୱାକ୍ଷରିତ

Next Post

ଆସନ୍ତାକାଲି ରଥଯାତ୍ରା: ଠାକୁରଙ୍କ ଅପେକ୍ଷାରେ ରଥ, ଭକ୍ତ

FNN WEB

FNN WEB

Next Post
ଆସନ୍ତାକାଲି ରଥଯାତ୍ରା: ଠାକୁରଙ୍କ ଅପେକ୍ଷାରେ ରଥ, ଭକ୍ତ

ଆସନ୍ତାକାଲି ରଥଯାତ୍ରା: ଠାକୁରଙ୍କ ଅପେକ୍ଷାରେ ରଥ, ଭକ୍ତ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

March 6, 2026
ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

March 6, 2026
ଆସନ୍ତା ୮ରୁ ହରିରାଜପୁର ମେଳନ

ଆସନ୍ତା ୮ରୁ ହରିରାଜପୁର ମେଳନ

March 6, 2026
ପାରାଦୀପରେ ସଲଫ୍ୟୁରିକ ଏସିଡ୍ ପ୍ଲାଣ୍ଟ ଲୋକାର୍ପଣ କଲେ ଅମିତ୍ ଶାହ

ପାରାଦୀପରେ ସଲଫ୍ୟୁରିକ ଏସିଡ୍ ପ୍ଲାଣ୍ଟ ଲୋକାର୍ପଣ କଲେ ଅମିତ୍ ଶାହ

March 6, 2026

Recent News

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

March 6, 2026
ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

March 6, 2026
ଆସନ୍ତା ୮ରୁ ହରିରାଜପୁର ମେଳନ

ଆସନ୍ତା ୮ରୁ ହରିରାଜପୁର ମେଳନ

March 6, 2026
ପାରାଦୀପରେ ସଲଫ୍ୟୁରିକ ଏସିଡ୍ ପ୍ଲାଣ୍ଟ ଲୋକାର୍ପଣ କଲେ ଅମିତ୍ ଶାହ

ପାରାଦୀପରେ ସଲଫ୍ୟୁରିକ ଏସିଡ୍ ପ୍ଲାଣ୍ଟ ଲୋକାର୍ପଣ କଲେ ଅମିତ୍ ଶାହ

March 6, 2026
Fast News Network

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

March 6, 2026
ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

March 6, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.