• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ବିଶ୍ୱ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ୨୦୨୫: କିଟ୍ ବିଶ୍ୱବିଦ୍ୟାଳୟରୁ ସର୍ବାଧିକ ୪୦ ଖେଳାଳି

FNN WEB by FNN WEB
July 10, 2025
in ଓଡ଼ିଶା, ମୁଖ୍ୟ ଖବର
0
ବିଶ୍ୱ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ୨୦୨୫: କିଟ୍ ବିଶ୍ୱବିଦ୍ୟାଳୟରୁ ସର୍ବାଧିକ ୪୦ ଖେଳାଳି
0
SHARES
0
VIEWS

ଭୁବନେଶ୍ୱର : ଜୁଲାଇ୧୬ ରୁ ୨୭ ପର୍ଯ୍ୟନ୍ତ ଜର୍ମାନୀର ବର୍ଲିନ, ରାଇନ-ରୁହର ଅଞ୍ଚଳ (ଏସେନ, ବୋଚମ, ଡୁଇସବର୍ଗ, ମୁଲହେଇମ ଆନ ଡେର ରୁହର, ହାଗେନ) ଆଦି ସ୍ଥାନରେ ବିଶ୍ୱ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ୨୦୨୫ ଅନୁଷ୍ଠିତ ହେବାକୁ ଯାଉଛି । ଏଥିରେ ଭାରତରୁ ମୋଟ ୪୦୭ ଜଣ ଛାତ୍ର କ୍ରୀଡ଼ାବିତ୍‍, କୋଚ ଓ ଅଫିସିଆଲ୍‍ ସାମିଲ ହୋଇଛନ୍ତି । କେବଳ କିଟ୍ ବିଶ୍ୱବିଦ୍ୟାଳୟରୁ ବିଭିନ୍ନ ବିଭାଗରେ ସର୍ବାଧିକ ୪୦ ଜଣ ଖେଳାଳି ଏଥିପାଇଁ ମନୋନୀତ ହୋଇଛନ୍ତି । ଓଡ଼ିଶାର ଉତ୍କଳ ଓ ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ମଧ୍ୟ ଜଣେ ଲେଖାଏଁ ଖେଳାଳି ହୋଇଥିବା ବେଳେ ଓଡ଼ିଶାରୁ ମୋଟ ୪୨ଜଣ ଖେଳାଳି ଏଥିରେ ପ୍ରତିନିଧ୍‍ôତ୍ୱ କରୁଛନ୍ତି ।

ବିଶ୍ୱ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତାରେ କିଟ୍‍ ବିଶ୍ୱବିଦ୍ୟାଳୟରୁ ସର୍ବାଧିକ ଖେଳାଳି ମନୋନୀତ ହୋଇଥିବା ବେଳେ ସମଗ୍ର ଭାରତରେ କିଟ୍‍ ପ୍ରଥମ ସ୍ଥାନରେ ରହିଛି । ସେହିପରି ରାଜ୍ୟ ହିସାବରେ ପଞ୍ଜାବ ପରେ ଓଡ଼ିଶା ଦ୍ୱିତୀୟ ସ୍ଥାନରେ ରହିଛି। ଚଳିତବର୍ଷ ବିଶ୍ୱ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ପାଇଁ ବିଭିନ୍ନ ସମୟରେ ଅନୁଷ୍ଠିତ ବିଶ୍ୱବିଦ୍ୟାଳୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ୧୦୦୦ରୁ ଊର୍ଦ୍ଧ୍ୱ ବିଶ୍ୱବିଦ୍ୟାଳୟ ଅଂଶଗ୍ରହଣ କରିଥିଲେ। ଦେଶର ୪ଶହ ବିଶ୍ୱବିଦ୍ୟାଳୟ ଏହି ଚୟନ ପ୍ରକ୍ରିୟାରେ ସାମିଲ୍‍ ହୋଇଥିବା ବେଳେ ୬୧ଟି ବିଶ୍ୱବିଦ୍ୟାଳୟରୁ ୩ଶହ ଶ୍ରେଷ୍ଠ କ୍ରୀଡ଼ାବିତ୍‍ ବିଶ୍ୱ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ପାଇଁ ଚୟନ କରାଯାଇଥିଲା । ସେଥିମଧ୍ୟରୁ କେବଳ କିଟ୍‍ରୁ ୪୦ ଖେଳାଳି ଏଥିପାଇଁ ମନୋନୀତ ହୋଇ ଜର୍ମାନୀ ଗସ୍ତ କରୁଛନ୍ତି।

କିଟ୍‍ର ଏହି ୪୦ ଜଣ ଖେଳାଳି ୭ଟି କ୍ରୀଡ଼ା ଶୃଙ୍ଖଳାରେ ପ୍ରତିନିଧିତ୍ୱ କରୁଛନ୍ତି । ବିଶ୍ୱ ବିଶ୍ୱବିଦ୍ୟାଳୟ କ୍ରୀଡ଼ାରେ ଭାରତର କୌଣସି ଗୋଟିଏ ବିଶ୍ୱବିଦ୍ୟାଳୟ ଦ୍ୱାରା ଏତେ ସଂଖ୍ୟକ ଖେଳାଳି ପ୍ରତିନିଧିତ୍ୱ କରିବା ଏହା ହେଉଛି ପ୍ରଥମ । କିଟ୍‍ ବିଶ୍ୱବିଦ୍ୟାଳୟ ବ୍ୟତୀତ ଗୁରୁ ନାନକ ଦେବ ବିଶ୍ୱବିଦ୍ୟାଳୟରୁ ସର୍ବାଧିକ ୨୮ ଜଣ ଆଥଲେଟ୍ ଓ ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟରୁ ୨୨ ଜଣ ଆଥଲେଟ୍ ଭାରତୀୟ ଦଳରେ ସାମିଲ ଅଛନ୍ତି । ଏହି କ୍ରୀଡ଼ାବିତ୍‍ଙ୍କୁ ଉତ୍ସାହିତ କରିବା ପାଇଁ ଦଳରେ କ୍ରୀଡ଼ା ଅଧିକାରୀ ଓ ପ୍ରଶାସନିକ ଅଧିକାରୀଙ୍କୁ ମିଶାଇ ମୋଟ ୧୦୭ଜଣ ଏହି ଗସ୍ତରେ ସାମିଲ ହୋଇଛନ୍ତି । ସେମାନେ ଖେଳାଳିମାନଙ୍କୁ ବୈଷୟିକ, ଡାକ୍ତରୀ ସେବା ତଥା ଲଜିଷ୍ଟିକ୍ ସହାୟତା ଆଦି ଯୋଗାଇ ଦେବେ ।

ଭାରତୀୟ ପ୍ରତିନିଧି ଦଳରେ ସାମିଲ ହୋଇଥିବା କ୍ରୀଡ଼ା ଅଧିକାରୀ ଏବଂ ପ୍ରଶିକ୍ଷକଙ୍କ ମଧ୍ୟରେ ରହିଛନ୍ତି ପୂର୍ବତନ ଅଲିମ୍ପିଆନ୍ ଏବଂ ଅର୍ଜୁନ ପୁରସ୍କାର ବିଜେତା ରାହୁଲ ବାନାର୍ଜୀ, ଜାତୀୟ ତୀରନ୍ଦାଜ ପ୍ରଶିକ୍ଷକ ସୁରିନ୍ଦର ସିଂହ, ଅନ୍ତର୍ଜାତୀୟ ଆଥଲେଟିକ୍ସ ପ୍ରଶିକ୍ଷକ ସଞ୍ଜୟ ଗଡ଼ନାୟକ, ଅନ୍ତର୍ଜାତୀୟ ଭଲିବଲ୍ ପ୍ରଶିକ୍ଷକ ଲୋତକ ବିନ୍ଦୁ ଦାଶ ଏବଂ ଅନ୍ତର୍ଜାତୀୟ ଟେନିସ୍ ପ୍ରଶିକ୍ଷକ ଟଡ୍ କ୍ଲାର୍କ ପ୍ରମୁଖ ।

ଏହି ପରିପ୍ରେକ୍ଷୀରେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ବିଶ୍ୱ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ୨୦୨୫ରେ ଅଂଶଗ୍ରହଣ କରୁଥିବା ସମଗ୍ର ଭାରତୀୟ ବିଶ୍ୱବିଦ୍ୟାଳୟ ଦଳ ତଥା କ୍ରୀଡ଼ାବିତ୍‍ଙ୍କୁ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କ ସଫଳତା କାମନା କରିଛନ୍ତି । ଏହା ସହ ସେ କହିଛନ୍ତି, କିଟ୍ ସର୍ବଦା ଶିକ୍ଷା ସହିତ କ୍ରୀଡ଼ାକୁ ସମାନ ଗୁରୁତ୍ୱ ଦେଇ ଆସିଛି । କିଟ୍‍ର କ୍ରୀଡ଼ାବିତ୍‍ ଯେଭଳି ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ଖେଳିବାର ସୁଯୋଗ ପାଇବା ସହ ସଫଳତା ହାସଲ କରିବେ ସେ ଦିଗରେ କିଟ୍‍ ସର୍ବଦା ଯତ୍ନଶୀଳ ରହିଆସିଛି । ଏପରିକି ୨୦୧୯ଠାରୁ ୨୦୨୫ ପର୍ଯ୍ୟନ୍ତ ସମସ୍ତ ଟୁର୍ଣ୍ଣାମେଣ୍ଟରେ କିଟ୍‍ ଛାତ୍ରଛାତ୍ରୀଙ୍କ ଅଂଶଗ୍ରହଣ ଏବଂ ପଞ୍ଜିକରଣ ପାଇଁ ଆବଶ୍ୟକ ଫି ମଧ୍ୟ କିଟ୍‍ ପକ୍ଷରୁ ଆଗୁଆ ପଇଠ କରାଯାଇଥାଏ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଶରଣଜିତ ସିଂହ, କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି, କିଟ୍‍ ଓ କିସ୍‍ କ୍ରୀଡ଼ା ମହାନିର୍ଦ୍ଦେଶକ ଡ. ଗଗନେନ୍ଦୁ ଦାଶ, ଅଲିମ୍ପିଆନ୍‍ ଦୂତୀ ଚାନ୍ଦ ଓ ଶ୍ରାବଣୀ ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ ।

Previous Post

କୃଷି ଋଣ ପ୍ରଦାନ କ୍ଷେତ୍ରରେ ସ୍ଵଚ୍ଛତା ରଖିବାକୁ ସରକାର ପ୍ରତିବଦ୍ଧ: ସମବାୟ ମନ୍ତ୍ରୀ

Next Post

ତୈଳବିଶୋଧନାଗାର ପରିସରରେ ଅଘଟଣ: ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

FNN WEB

FNN WEB

Next Post
ତୈଳବିଶୋଧନାଗାର ପରିସରରେ ଅଘଟଣ: ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ତୈଳବିଶୋଧନାଗାର ପରିସରରେ ଅଘଟଣ: ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

June 17, 2026
ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

June 17, 2026
ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

June 17, 2026
ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

June 17, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

June 17, 2026
ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

June 17, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.