ପାରାଦୀପ: ପାରାଦୀପ ତୈଳବିଶୋଧନାଗାର ପରିସରରେ ଥିବା ଡିଏମ ପ୍ଲାଣ୍ଟ ମଧ୍ୟରେ ଗୁରୁବାର ରାତିରେ ଜଣେ ଯୁବକଙ୍କ ଝୁଲନ୍ତା ଶରୀର ଦେଖିବାକୁ ମିଳିଛି।ଖବରପାଇ ସ୍ଥାନୀୟ ଅଭୟଚାନ୍ଦପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।ମୃତକଙ୍କ ନାମ ଉଲ୍ଲାସ (୩୨) ଓ ତାଙ୍କ ଘର କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ଅନ୍ତର୍ଗତ ଖୁରିସିଆ ଗ୍ରାମର ବୋଲି ଜଣାପଡିଛି।ସେ ଡ୍ୟୁଟି ସମୟରେ ଏପରି କରିଛନ୍ତି।ପ୍ଲାଣ୍ଟ ସେଡ୍ ଲୁହା ପାଇପରେ ସେ ରଶୀ ଲଗାଇଛନ୍ତି।ଥାନାଧିକାରୀ ସମୀର ରାଉତ କୁହନ୍ତି ଏବେ ଖବରପାଇ ଘଟଣା ସ୍ଥଳରେ ପହଞ୍ଚିଛୁ।ମାଜିଷ୍ଟ୍ରେଟ ଆସିଲା ପରେ ଶବ ଜବତ ହେବ। ଶୁକ୍ରବାର ମୃତକଙ୍କ ଗାଁ ଲୋକେ ଶବ ରଖି କ୍ଷତିପୂରଣ ଦାବିରେ ଧାରଣା ଦେଇଥିଲେ।ପରେ ସଂପୃକ୍ତ ଠିକାସଂସ୍ଥା କ୍ଷତିପୂରଣ ବାବଦକୁ ୫ ଲକ୍ଷ ଟଙ୍କା ଦେବାପାଇଁ ପ୍ରତିଶ୍ରୁତି ଦେବା ପରେ ଧାରଣା ଟଳିଥିଲା।














