ପାରାଦୀପ: ପାରାଦୀପ ଉପକଣ୍ଠ ନୂଆଗଡ ପଞ୍ଚାୟତ ପାଖ ମହାନଦୀ ଚଉମୁହାଣୀ ରେ ଶୁକ୍ରବାର ଏକ କୁମ୍ଭୀର ଦେଖିବାକୁ ମିଳିଛି।ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଲୋକମାନେ ଭୟଭୀତ ହୋଇଛନ୍ତି।ସମ୍ପ୍ରତି ମହାନଦୀରେ ବନ୍ୟା ଜଳ ପ୍ରବାହିତ ହେଉଥିବାରୁ ଉଛୁଳି ରହିଛି।ସେଥିରେ କୁମ୍ଭୀର ବୁଲୁଥିବା ସ୍ଥାନୀୟ ବାଲିଡିଆ ଗ୍ରାମର ପ୍ରବୀର ଚୌଧୁରୀ କୁହନ୍ତି।କୁଜଙ୍ଗ ବନାଞ୍ଚଳ ଅଧିକାରୀ କାର୍ତ୍ତିକେଶ୍ବର ଖଣ୍ଡେଇ ଙ୍କୁ ପଚାରିଲେ କୁହନ୍ତି ଘଟଣା ସ୍ଥଳକୁ ଯାଇ ଅନୁଧ୍ୟାନ କରିବୁ।














