ନାଉଗାଁ: ନାଉଗାଁ ବ୍ଲକ୍ର ଗଙ୍ଗଦାସ୍ଥିତ ଶ୍ରୀଶ୍ରୀ ମଉଳା ଭଣଜା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର କ୍ରୀଡା ଶିକ୍ଷକ ଏସ୍.କେ ବର୍କତୁଲ୍ଲାଙ୍କୁ ଜାତୀୟ ଡାକ୍ତର ଦିବସରେ ଶିକ୍ଷାବିତ୍ ଭାବେ ଭାରତୀୟ ଶିକ୍ଷା ଆଇକନ୍ ପୁରସ୍କାର-୨୦୨୫ ସମ୍ମାନରେ ସମ୍ମାନିତ କରାଯାଇଛି। ବୁଦ୍ଧିଷ୍ଟ ଇଣ୍ଟରନ୍ୟାସ୍ନାଲ ଫୋରମ୍ ଫର୍ ଫିସ୍ ଆନୁକୂଲ୍ୟରେ ସିୱାଇଏସ୍ଡି ପରିସରରେ ଆୟୋଜିତ ଜାତୀୟ ଡାକ୍ତର ଦିବସ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବାଚସ୍ପତି ସୁରମା ପାଢ଼ୀ ଯୋଗଦେଇ ଏସ୍.କେ ବର୍କତୁଲ୍ଲାଙ୍କୁ ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ମାନିତ କରିଥିଲେ। ବରିଷ୍ଠ ସ୍ତମ୍ବକାର ତଥା ସାମ୍ବାଦିକ ସୁଜ୍ଞାନ ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ବାଚସ୍ପତି ସୁରମା ପାଢ଼ୀଙ୍କ ସହ ମୁଖ୍ୟବକ୍ତା ଭାବେ ପୂର୍ବତନ ଏମ୍ସ ନିର୍ଦେଶକ ତଥା ପଦ୍ମଶ୍ରୀ ପ୍ରଫେସର ଡାକ୍ତର ଅଶୋକ କୁମାର ମହାପାତ୍ର, ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ଡ. ରବିନାରାୟଣ ମହାପାତ୍ର, ନୃସିଂହନାଥ ନନ୍ଦ, ସାମାଜିକ କର୍ମୀ ଡ. ଅର୍ଜୁନ କୁମାର ସାହୁ ପ୍ରମୁଖ ଯୋଗଦେଇଥିଲେ। ଅନୁଷ୍ଠାନର ଜାତୀୟ ଆବାହକ ଡ. କାଳୀଚରଣ ସିଂ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ।














