• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ଅଟଳ ପ୍ରତିଭା ସମ୍ମାନ ୨୦୨୫ରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

FNN WEB by FNN WEB
July 26, 2025
in ଓଡ଼ିଶା, ମୁଖ୍ୟ ଖବର
0
ଅଟଳ ପ୍ରତିଭା ସମ୍ମାନ ୨୦୨୫ରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ
0
SHARES
1
VIEWS

ବିଶିଷ୍ଟ ସାରସ୍ୱତ ସାଧିକା ପ୍ରତିଭା ରାୟଙ୍କୁ ଅଟଳ ଶ୍ରେଷ୍ଠ ଓଡ଼ିଆ ରତ୍ନ ସମ୍ମାନ

ଅଟଳ ଜୀ ଗୋଟିଏ ଦଳର ପ୍ରତିନିଧି ଥିଲେ ସତ କିନ୍ତୁ ଜନତାଙ୍କ ମନର ନେତା ଥିଲେ – ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଯେତେବେଳେ ବି ଅଟଳ ବିହାରୀ ବାଜପେୟୀଙ୍କ କଥା ଆଲୋଚନା ହେବ, ‘ପୋଖରାନ ପରମାଣୁ ପରୀକ୍ଷଣ’ ଏବଂ ‘କାର୍ଗିଲ ବିଜୟ’ କଥା ସର୍ବାଗ୍ରେ ଆସିବ। ଅଟଳଜୀ କେବଳ ଏକ ରାଜନେତା ନୁହଁ, ସେ ଜନମାନସର ହୃଦୟରେ ଥିବା ଏକ ଅଭିନ୍ନ ଅନୁଭୂତି । ଅଟଳ ଯୁବଶକ୍ତି ଅନୁଷ୍ଠାନ, ଯୁଗ ପୁରୁଷ ପୂଜ୍ୟ ବାଜପେୟୀଜୀଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ଏକ ସ୍ଵତନ୍ତ୍ର ସମାରୋହ ତଥା ଓଡିଶାର ପ୍ରତ୍ୟେକ କ୍ଷେତ୍ରରେ ପ୍ରତିଭା ମାନଙ୍କୁ ସମ୍ମାନିତ କରିବା ଏକ ଅନନ୍ୟ ବିଷୟ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ସ୍ଥାନୀୟ ଜୟଦେବ ଭବନ ଠାରେ ଅଟଳ ଯୁବଶକ୍ତି, ଓଡ଼ିଶା ପକ୍ଷରୁ ଆୟୋଜିତ ଅଟଳ ପ୍ରତିଭା ସମ୍ମାନ-୨୦୨୫ ଉତ୍ସବ ଅବସରରେ କହିଥିଲେ ।

ନିଜ ଅଭିଭାଷଣରେ ମୁଖ୍ୟମନ୍ତ୍ରୀ କହିଥିଲେଯେ, ଅଟଳଜୀଙ୍କ ଓଡ଼ିଶାପ୍ରତି ପ୍ରଗାଢ ଭଲପାଇବା ଥିଲା। ସେ ଅନେକ ସମୟରେ ଓଡ଼ିଶା ପାଇଁ ରାସ୍ତା, ରେଳପଥ, ଶିକ୍ଷା, ଔଦ୍ୟୋଗିକ ରୂପାନ୍ତରଣ ଆଦି ରେ ଏକ ନୂଆ ଯୁଗର ଆରମ୍ଭ କରିଥିଲେ। ତାଙ୍କ ଯୁଗ ହେଉଛି ସୁଜଳାମ୍ ସୁଫଳାମ୍ ଭାରତର ପ୍ରତୀକ। ସେହି ଯୁଗପୁରୁଷଙ୍କ ସ୍ମରଣରେ ଏହି ସ୍ମରଣିକା ‘ଯୁଗଜନ୍ମା ଅଟଳ’ ଦ୍ୱାରା ଅଟଳଜୀଙ୍କ ଜୀବନ, ଚିନ୍ତାଧାରା, ସଂସ୍କୃତି, ଦୃଷ୍ଟିକୋଣ, ତାଙ୍କ ଦୃଢ଼ ପଦକ୍ଷେପ ଓ ଦେଶପ୍ରେମ ଉପରେ ଆଧାରିତ ଗୁରୁତ୍ୱପୂର୍ଣ୍ଣ ଲେଖାମାନେ ସଂପ୍ରେକ୍ଷଣ କରିବାକୁ ଚେଷ୍ଟା କରାଯାଇଛି। ଏହା କେବଳ ସ୍ମୃତି ନୁହଁ, ଏହା ଏକ ଦିଗଦର୍ଶନ – ଏକ ଅଟଳ ମାର୍ଗ ଯାହା ଆସନ୍ତା ପିଢିଙ୍କୁ ଅନୁପ୍ରେରଣା ଦେବ।

ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ତାଙ୍କ ଜୀବନର ଗାଥା ଭାରତ ରାଜନୈତିକ ଇତିହାସରେ ଅଦ୍ୱିତୀୟ। ସେ ଏକ ଦଳର ପ୍ରତିନିଧି ଥିଲେ, କିନ୍ତୁ ଜନତାଙ୍କ ମନର ନେତା ଥିଲେ। ତାଙ୍କର ଶାସନକାଳ ହେଉ ବା ବିପକ୍ଷ ଜୀବନ – ସେ ସଦା ସତ୍ୟ, ନ୍ୟାୟ ଓ ରାଷ୍ଟ୍ରପ୍ରେମର ମୂର୍ତ୍ତିମାନ ଉଦାହରଣ ଥିଲେ। ସେ ଥିଲେ ଅଜାତଶତ୍ରୁ। ଦଳମତ ନିର୍ବିଶେଷରେ ସମସ୍ତେ ତାଙ୍କୁ ସମ୍ମାନ ଦେଉଥିଲେ। ଏମିତିକି ତାଙ୍କର ଘୋର ବିରୋଧୀ ବି କହୁଥିଲେ, ‘He is the right man in the wrong party’।

ସେ ପୁଣି କହିଥିଲେ ଅଟଳଜୀଙ୍କ ସଦା ସର୍ବଦା ଯୁବ ଶକ୍ତି ଉପରେ ଅଗାଧ ଆଶା ଓ ବିଶ୍ବାସ ଥିଲା। ଅଟଳଜୀ ମାନୁଥିଲେ – ଯୁବ ପିଢି କେବଳ ଆଗାମୀ ନୁହେଁ, ବରଂ ବର୍ତ୍ତମାନର ନୈତିକ ଶକ୍ତି ଓ ପରିବର୍ତ୍ତନର ନାୟକ। ଆମେ ଯଦି ଅଟଳଜୀଙ୍କ ପଥ ଅନୁସରଣ କରିବାକୁ ଚାହୁଁଛୁ, ତେବେ ଆମେ ଯୁବପିଢି ଭାବେ ନିଜ ଜୀବନକୁ ନୀତି, ସଂଗଠନ, ଶିକ୍ଷା ଓ ଦେଶପ୍ରେମରେ ଗଠିତ କରିବାକୁ ପଡିବ। ଆଜିର ଓଡ଼ିଶା ଓ ଭାରତ ତାଙ୍କ ପଦଚିହ୍ନକୁ ଅନୁସରଣ କରି ଅଟଳ ଭାବନା ଓ ଅଟଳ ନିଷ୍ଠାରେ ଏକ ନୂଆ ଯୁଗ ଗଢ଼ିପାରିବ। ଆମର ସୌଭାଗ୍ୟ ଯେ ତାଙ୍କର ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ଦେଶର ଯଶସ୍ଵୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀ ବି ଦେଶର ସୁରକ୍ଷା ସହିତ ଦେଶର ବିକାଶକୁ ଗୁରୁତ୍ଵ ଦେଇ ଭାରତକୁ ଏକ ‘ନୂଆ ଭାରତ’ର ସଜ୍ଞା ଦେଇଛନ୍ତି। ‘ଅପରେସନ ସିନ୍ଦୁର’ ଏହାର ଜୀବନ୍ତ ଉଦାହରଣ।

ସ୍ୱାସ୍ଥ୍ୟ ମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗ, ଅଟଳ ବିହାରୀ ବାଜପାୟୀଙ୍କ ଚିନ୍ତାଧାରାକୁ ଏକ ସମ୍ପୂର୍ଣ୍ଣ ଅନୁଷ୍ଠାନ ବୋଲି କହିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଶିଳ୍ପ, ଦକ୍ଷତା ବିକାଶ ମନ୍ତ୍ରୀ ଶ୍ରୀଯୁକ୍ତ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଥିଲେ ଯେ, ଅଟଳ ବିହାରୀ ବାଜପାୟୀ ଜୀ କେବଳ ଏକ ନାମ ନୁହେଁ ସେ ହେଉଛନ୍ତି ଏକ ବିଚାରଧାରା।

ଏହି ଅବସରରେ ଓଡ଼ିଶାର ଅନେକ କ୍ଷେତ୍ରରେ ନିଜ ପ୍ରତିଭା ଦ୍ୱାରା ଦେଶ ଓ ରାଜ୍ୟକୁ ଗର୍ବିତ କରୁଥିବା ବ୍ୟକ୍ତିମାନଙ୍କୁ ‘ଅଟଳ ସମ୍ମାନ ୨୦୨୫’ ମୁଖ୍ୟମନ୍ତ୍ରୀ ପ୍ରଦାନ କରିଥିଲେ। ବିଶିଷ୍ଟ ସାରସ୍ୱତ ସାଧିକା ଡକ୍ଟର ପ୍ରତିଭା ରାୟଙ୍କୁ ଅଟଳ ଶ୍ରେଷ୍ଠ ଓଡ଼ିଆ ରତ୍ନ ସମ୍ମାନ, ସମାଜସେବୀ ତଥା ରାଜନେତା ସମୀର ମହାନ୍ତିଙ୍କୁ ଅଟଳ ମିତ୍ର ରତ୍ନ, ବରିଷ୍ଠ ପ୍ରଶାସକ ତଥା ସାହିତ୍ୟିକ ଦେବପ୍ରସାଦ ଦାଶଙ୍କୁ ଅଟଳ ସାହିତ୍ୟ ରତ୍ନ, ଆନ୍ତର୍ଜାତିକ କ୍ରିକେଟର ଦେବାଶିଷ ମହାନ୍ତିଙ୍କୁ ଅଟଳ ଖେଳ ରତ୍ନ ସମ୍ମାନ ସମେତ ଅନ୍ୟାନ୍ୟ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ପ୍ରତିଭା ମାନଙ୍କୁ ଅଟଳ ସମ୍ମାନରେ ସମ୍ମାନିତ କରାଯାଇଥିଲା । କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ଶ୍ରୀ ବିକାଶ କୁମାର ପାଢ଼ୀ ସ୍ୱାଗତ ଭାଷଣ ଦେଇଥିବା ବେଳେ, ବାଲେଶ୍ୱର ବିଧାୟକ ଶ୍ରୀ ମାନସ କୁମାର ଦତ୍ତ ଧନ୍ୟବାଦ ଅର୍ପଣ କରିଥିଲେ।

Previous Post

ଭୁବନେଶ୍ୱରରେ ଓଡିଶାର ପ୍ରଥମ ଓଡିଶା ଟେକ୍ସଟାଇଲ କନ୍‌କ୍ଲେଭ୍‌

Next Post

ବୈତରଣୀ ନଦୀରେ ଆସୁଛି ବଡ ବନ୍ୟା

FNN WEB

FNN WEB

Next Post
ବୈତରଣୀ ନଦୀରେ ଆସୁଛି ବଡ ବନ୍ୟା

ବୈତରଣୀ ନଦୀରେ ଆସୁଛି ବଡ ବନ୍ୟା

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

June 17, 2026
ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

June 17, 2026
ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

June 17, 2026
ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

June 17, 2026

Recent News

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

June 17, 2026
ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

June 17, 2026
ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

June 17, 2026
ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

June 17, 2026
Fast News Network

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

June 17, 2026
ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

June 17, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.