• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ଗର୍ବ କରିବା ଶିଖାଉଛି ଭାରତୀୟମ୍‌: ମୁଖ୍ୟମନ୍ତ୍ରୀ

FNN WEB by FNN WEB
August 16, 2025
in ଓଡ଼ିଶା, ମୁଖ୍ୟ ଖବର
0
ଗର୍ବ କରିବା ଶିଖାଉଛି ଭାରତୀୟମ୍‌: ମୁଖ୍ୟମନ୍ତ୍ରୀ
0
SHARES
2
VIEWS

ଭୁବନେଶ୍ୱର : ଯେତେବେଳେ ସମାଜରେ ପରିବର୍ତ୍ତନର ସମୟ ଆସିଥାଏ, ତାର ପ୍ରଥମ ଆଭାସ ଆସିଥାଏ ଲେଖକ, ଗୀତିକାର ଓ କଳାକାରଙ୍କ ଠାରୁ । ସ୍ୱାଧିନତା ଆନ୍ଦୋଳନ ସମୟରେ ମହାନ୍‌ ଦେଶଭକ୍ତମାନଙ୍କ ଦେଶାତ୍ମବୋଧ କବିତା ଓ ସଙ୍ଗୀତ ପ୍ରତ୍ୟେକ ଭାରତୀୟଙ୍କ ମନରେ ଜାତୀୟତାବାଦର ଚେତନା ଜଗାଇଥିଲା । ଦେଶପ୍ରେମର ବହ୍ନି ପ୍ରଜ୍ଜ୍ୱଳିତ କରିଥିଲା ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଦେଶାତ୍ମବୋଧକ ସଙ୍ଗୀତ ଉତ୍ସବ ଭାରତୀୟମ୍‌ରେ ଉଦ୍‌ବୋଧନ ଦେଇ କହିଛନ୍ତି । ସ୍ୱାଧିନତା ଦିବସ ଅବସରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ସନ୍ଧ୍ୟାରେ ଭୁବନେଶ୍ୱରର ରବୀନ୍ଦ୍ର ମଣ୍ଡପ ଠାରେ ଦେଶାତ୍ମବୋଧକ ସଂଗୀତ ଉତ୍ସବ ଭାରତୀୟମ୍‌ ଆୟୋଜନ କରାଯାଇଥିଲା ।

ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଉପସ୍ଥିତ ଦର୍ଶକଙ୍କୁ ସ୍ୱାଧିନତା ଦିବସର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇ କହିଥିଲେ ଯେ, ଗୀତ ସଙ୍ଗୀତ, ଅନନ୍ୟ, ଶାଶ୍ୱତ ଓ ଚିରନ୍ତନ । କାହିଁ କେଉଁ ପୁରାତନ କାଳରୁ ମାନବ ସମାଜ ଗୀତ ସଙ୍ଗୀତରେ ନିପୁଣତା ହାସଲ କରିଛି । ମାତ୍ର କେଇ ପଦ ଗୀତ ମାଧ୍ୟମରେ ଏକ ଲମ୍ୱା କାହାଣୀ କହିଦେବାର କ୍ଷମତା ଅଛି, ସଙ୍ଗୀତର । ସଙ୍ଗୀତର କୌଣସି ଭାଷା ନାହିଁ । ସଙ୍ଗୀତକୁ ଉପଭୋଗ କରିବା ପାଇଁ ସଙ୍ଗୀତ ବିଷାରଦ ହେବା ମଧ୍ୟ ଆବଶ୍ୟକତା ନାହିଁ, ତଥାପି ସମସ୍ତେ ସଙ୍ଗୀତକୁ ପ୍ରାଣଭରି ଉପଭୋଗ କରିଥାନ୍ତି ।

ସେ ଆହୁରି କହିଥିଲେ, ସ୍ୱାଧିନତା ଆନ୍ଦୋଳନ ସମୟରେ ସଂଗ୍ରାମୀ କବିମାନଙ୍କର କାଳଜୟୀ ରଚନା, ପରାଧିନ ଭାରତରେ ଦେଶବାସୀଙ୍କୁ ଜାତୀୟତା ଭାବରେ ଉଦ୍‍ବୁଦ୍ଧ କରିଥିଲା। ସ୍ୱାଧିନତା ସଂଗ୍ରାମୀମାନେ ଯେତେବେଳେ ‘ବନ୍ଦେ ମାତରଂ’ ଗୀତ ଗାଇ ବ୍ରିଟିଶ ଶାସନକୁ ବିରୋଧ କରୁଥିଲେ, ସେହି ସମୟରେ ବ୍ରିଟିଶ ସରକାରଙ୍କ ଦୃଢ଼ ପ୍ରାଚୀରମାନ କମ୍ପି ଉଠୁଥିଲା । ପରାଧିନ ଭାରତରେ ଲେଖକ ଓ କବିଙ୍କ କଲମର ସଙ୍ଗୀତ ସାରାଦେଶବାସୀଙ୍କୁ ଏକତାର ସୂତ୍ରରେ ବାନ୍ଧି ରଖୁଥିଲା । ମୁଖ୍ୟମନ୍ତ୍ରୀ, ନୂତନ ପିଢ଼ିର କଳାକାର ଓ ସଙ୍ଗୀତଜ୍ଞ ମାନଙ୍କୁ ଅନୁରୋଧ କରି କହିଥିଲେ ଯେ, ଆଜି ସଙ୍ଗୀତ ଓ କଳା କ୍ଷେତ୍ରରେ ଅସୀମିତ ସୁଯୋଗ ଅଛି । କଳାକାରଙ୍କୁ ପର୍ଯ୍ୟାପ୍ତ ସୁଯୋଗ ଓ ସମ୍ମାନ ମିଳୁଛି । ସଙ୍ଗୀତକାରମାନେ ଧର୍ମୀୟ ଭାବନା କିମ୍ୱା କୌଣସି ଜାତି କି ସମ୍ପ୍ରଦାୟକୁ ଆଘାତ ଦେଲା ପରି ସୃଜନରୁ ନିବୃତ ରୁହନ୍ତୁ ।

ଶେଷରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟକ୍ରମ ବିଷୟରେ ଆଲୋକପାତ କରି କହିଥିଲେ ଯେ, ଆଜିର ଏହି କାର୍ଯ୍ୟକ୍ରମରେ ବିବିଧ ଦେଶଭକ୍ତି ସଙ୍ଗୀତ ଗାନ କରାଯିବ । କିନ୍ତୁ ଏହି ବିବିଧତା ସତ୍ତ୍ୱେ ଆଜିର କେବଳ ମାତ୍ର ରାଗ ହେଉଛି ଭାରତୀୟମ୍‌ ଏବଂ ଗୋଟିଏ ମାତ୍ର ତାଳ ହେଉଛି ଭାରତୀୟତା । ଭାରତୀୟମ୍‌ ଆମକୁ ଶିଖାଏ ନିଜ ସଂସ୍କୃତି, ନିଜ ପରମ୍ପରା, ନିଜ ଗୀତ ସଙ୍ଗୀତ ପାଇଁ ଗର୍ବ କର । ସମାଜ ଓ ଦେଶ ପାଇଁ ଦାୟିତ୍ୱବୋଧ ଧାରଣ କର । ମୁଖ୍ୟମନ୍ତ୍ରୀ ପ୍ରଥମେ ରବୀନ୍ଦ୍ର ମଣ୍ଡପ ପରିସରରେ ବିଭାଗ ପକ୍ଷରୁ ଆୟୋଜିତ ଘରେ ଘରେ ତ୍ରିରଙ୍ଗା ଅଭିଯାନର ଫଟୋ ଓ ଚିତ୍ରକଳା ପ୍ରଦର୍ଶନୀକୁ ଉଦ୍‌ଘାଟନ କରି ବୁଲି ଦେଖିଥିଲେ ।

କାର୍ଯ୍ୟକ୍ରମରେ ସୁନାମଧନ୍ୟ କଣ୍ଠଶିଳ୍ପୀ କୈଳାସ ସାହୁ, ନାଜିଆ ଆଲମ୍‍, ସୁବାଷ ରାମ, ପଙ୍କଜ ଜାଲ୍‍, ସୁଶ୍ରୀ ନେହା ନିହାରିକା, ସର୍ବେଶ୍ୱର ଭୋଇ, ବିଷ୍ଣୁମୋହନ କବି, ଅର୍ଚ୍ଚନା ପାଢ଼ୀ ଓ ରୁକୁ ସୁନାଙ୍କ ଭଳି ୧୫ରୁ ଉର୍ଦ୍ଧ୍ୱ କଣ୍ଠଶିଳ୍ପୀ ଦେଶାତ୍ମବୋଧ ସଙ୍ଗୀତ ଗାନ କରି ଦର୍ଶକମାନଙ୍କୁ ଦେଶପ୍ରେମରେ ଉଦ୍‍ବୁଦ୍ଧ କରିଥିଲେ । ଏହି କାର୍ଯ୍ୟକ୍ରମରେ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ଭୁବନେଶ୍ୱର ଏକାମ୍ର ବିଧାୟକ ଶ୍ରୀ ବାବୁ ସିଂ, ମୁଖ୍ୟମନ୍ତ୍ରୀଙ୍କ ସହଧର୍ମିଣୀ ଡ. ପ୍ରିୟଙ୍କା ମାର୍ଣ୍ଡି, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ଶାସନ ସଚିବ ଡ. ବିଜୟ କେତନ ଉପାଧ୍ୟାୟ, ସଙ୍ଗୀତ ନାଟକ ଏକାଡେମୀର ସଚିବ ଡ. ଚନ୍ଦ୍ରଶେଖର ହୋତା ପ୍ରମୁଖ ଉପସ୍ଥିତ ଥିଲେ ।

Previous Post

ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ଉତ୍ସବ: ୨୦୩୬ ପାଇଁ ପ୍ରସ୍ତୁତ ହୋଇଛି ୩୬ ସ୍ୱତନ୍ତ୍ର ଯୋଜନା: ମୁଖ୍ୟମନ୍ତ୍ରୀ

Next Post

ଘୋଷଣା ହେଲା ୧୨ ନୂଆ ଏନ୍‌ଏସି

FNN WEB

FNN WEB

Next Post
ବନ୍ୟା ନିୟନ୍ତ୍ରଣ ପାଇଁ ଆଗୁଆ ସଜାଗ ରହିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଘୋଷଣା ହେଲା ୧୨ ନୂଆ ଏନ୍‌ଏସି

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ମହିଳା ସରପଞ୍ଚ ଚାମେଲିଙ୍କୁ ବିଜେଡିର ସମର୍ଥନ, ବିଜେପିକୁ କଟାକ୍ଷ

ମହିଳା ସରପଞ୍ଚ ଚାମେଲିଙ୍କୁ ବିଜେଡିର ସମର୍ଥନ, ବିଜେପିକୁ କଟାକ୍ଷ

June 12, 2026
ମିସନ ମୋଡରେ ଆମ ସରକାର ମୌଳିକ ସୁବିଧା ପୂରଣ କରୁଛନ୍ତି: ମୁଖ୍ୟମନ୍ତ୍ରୀ

ମିସନ ମୋଡରେ ଆମ ସରକାର ମୌଳିକ ସୁବିଧା ପୂରଣ କରୁଛନ୍ତି: ମୁଖ୍ୟମନ୍ତ୍ରୀ

June 12, 2026
ଓଡ଼ିଶା ଛୁଇଁଲା ମୌସୁମୀ, ରଜରେ ତୁହାକୁ ତୁହା ବର୍ଷା

ଓଡ଼ିଶା ଛୁଇଁଲା ମୌସୁମୀ, ରଜରେ ତୁହାକୁ ତୁହା ବର୍ଷା

June 12, 2026
ଦେବାଶିଷ ସାମନ୍ତରାୟ ନିର୍ଦ୍ବନ୍ଦ୍ବରେ ରାଜ୍ୟସଭାକୁ ନିର୍ବାଚିତ

ଦେବାଶିଷ ସାମନ୍ତରାୟ ନିର୍ଦ୍ବନ୍ଦ୍ବରେ ରାଜ୍ୟସଭାକୁ ନିର୍ବାଚିତ

June 11, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ମହିଳା ସରପଞ୍ଚ ଚାମେଲିଙ୍କୁ ବିଜେଡିର ସମର୍ଥନ, ବିଜେପିକୁ କଟାକ୍ଷ

ମହିଳା ସରପଞ୍ଚ ଚାମେଲିଙ୍କୁ ବିଜେଡିର ସମର୍ଥନ, ବିଜେପିକୁ କଟାକ୍ଷ

June 12, 2026
ମିସନ ମୋଡରେ ଆମ ସରକାର ମୌଳିକ ସୁବିଧା ପୂରଣ କରୁଛନ୍ତି: ମୁଖ୍ୟମନ୍ତ୍ରୀ

ମିସନ ମୋଡରେ ଆମ ସରକାର ମୌଳିକ ସୁବିଧା ପୂରଣ କରୁଛନ୍ତି: ମୁଖ୍ୟମନ୍ତ୍ରୀ

June 12, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.