• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

କିଟ୍‍ ବିଶ୍ୱବିଦ୍ୟାଳୟ ଓ ଭାରତୀୟ ବାୟୁସେନା ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ

FNN WEB by FNN WEB
August 29, 2025
in ଓଡ଼ିଶା, ମୁଖ୍ୟ ଖବର
0
କିଟ୍‍ ବିଶ୍ୱବିଦ୍ୟାଳୟ ଓ ଭାରତୀୟ ବାୟୁସେନା ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ
0
SHARES
4
VIEWS

ଭୁବନେଶ୍ୱର: କିଟ୍‍ ବିଶ୍ୱବିଦ୍ୟାଳୟ ଓ ଭାରତୀୟ ବାୟୁସେନା ମଧ୍ୟରେ ଶୁକ୍ରବାର ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। କିଟ୍‍ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କିଟ୍‍ ବିଶ୍ୱବିଦ୍ୟାଳୟ ପକ୍ଷରୁ କୁଳପତି ପ୍ରଫେସର ଶରଣଜିତ୍‍ ସିଂହ ଏବଂ ଭାରତୀୟ ବାୟୁସେନା ପକ୍ଷରୁ ଏୟାର ଷ୍ଟାଫ୍‍ ସହକାରୀ ମୁଖ୍ୟ(ଶିକ୍ଷା) ଏୟାର ଭାଇସ୍‍ ମାର୍ଶାଲ୍‍ ହରଜିତ୍‍ ଏସ୍‍ ସିଦାନା ଏହି ବୁଝାମଣାପତ୍ରରେ ସ୍ୱାକ୍ଷର କରିଥିଲେ। ଏହି ବୁଝାମଣାପତ୍ର ଅନୁଯାୟୀ କିଟ୍‍ ବିଶ୍ୱବିଦ୍ୟାଳୟ ପକ୍ଷରୁ ଭାରତୀୟ ବାୟୁସେନାରେ କାର୍ଯ୍ୟରତ କର୍ମଚାରୀ ଓ ସେମାନଙ୍କର ସନ୍ତାନ ସନ୍ତତି, ବାୟୁସେନାର ଭେଟରାନ୍‍ କର୍ମଚାରୀ ଓ ସେମାନଙ୍କ ସନ୍ତାନ ସନ୍ତତିଙ୍କ ପାଇଁ କିଟ୍‍ ବିଶ୍ୱବିଦ୍ୟାଳୟରେ ସମସ୍ତ ପ୍ରକାର ବୈଷୟିକ ଓ ବୃତ୍ତିଗତ ପାଠ୍ୟକ୍ରମରେ ଫି ରିହାତି ପ୍ରଦାନ କରାଯିବ। ସେହିପରି ବାୟୁସେନାର କୌଣସି କର୍ମଚାରୀ କାର୍ଯ୍ୟରତ ସମୟରେ ମୃତ୍ୟୁବରଣ କଲେ ସେମାନଙ୍କ ପିଲାମାନଙ୍କ ପାଇଁ ସମସ୍ତ ପାଠ୍ୟକ୍ରମରେ କିଟ୍‍ ବିଶ୍ୱବିଦ୍ୟାଳୟ ପକ୍ଷରୁ ମଧ୍ୟ ଫି ଛାଡ଼ କରାଯିବ। ଏଥିରେ କିଟ୍‍ ବିଶ୍ୱବିଦ୍ୟାଳୟର ସମସ୍ତ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ଡ଼ିପ୍ଲୋମା ଓ ଡ଼ିଗ୍ରୀ, ଡ଼ାକ୍ତରୀ, ଡ଼େଣ୍ଟାଲ୍‍ ଓ ନର୍ସିଂ ପାଠ୍ୟକ୍ରମ ଅନ୍ତର୍ଭୁକ୍ତ। ଡାକ୍ତରୀ ଓ ଡେଣ୍ଟାଲ୍‍ ପାଠ୍ୟକ୍ରମ ନିମନ୍ତେ ସେମାନଙ୍କୁ ନିଟ୍‍ର ସମସ୍ତ ମାନଦଣ୍ଡକୁ ପୂରଣ କରିବାକୁ ପଡ଼ିବ। ସେହିପରି କିଟ୍‍ ବିଶ୍ୱବିଦ୍ୟାଳୟର ସମସ୍ତ ପ୍ରକାର ପାଠ୍ୟକ୍ରମ ପାଇଁ କିଟ୍‍ ପ୍ରବେଶିକା ପରୀକ୍ଷାରେ ଯୋଗ୍ୟତା ହାସଲ କରିବାକୁ ପଡ଼ିବ। ଏହାଛଡ଼ା କିଟ୍‍ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଓ ଛାତ୍ରଛାତ୍ରୀ ଓ ଭାରତୀୟ ବାୟୁସେନାର ଶିକ୍ଷା ବିଭାଗ ମିଳିତ ଭାବେ ଗବେଷଣା ଓ ବିକାଶ କ୍ଷେତ୍ରରେ କାର୍ଯ୍ୟ କରିବେ। କିଟ୍‍ ବିଶ୍ୱବିଦ୍ୟାଳୟ ଓ ବାୟୁସେନା ଶିକ୍ଷା ବିଭାଗ ମିଳିତ ଭାବେ ବିଭିନ୍ନ ଗବେଷଣା ପ୍ରକଳ୍ପରେ କାର୍ଯ୍ୟ କରିବା ସହ ବିଭିନ୍ନ ପ୍ରକାର ସ୍ୱଳ୍ପ ଅବଧି ପାଠ୍ୟକ୍ରମ ପ୍ରସ୍ତୁତି, ସାର୍ଟିଫିକେଟ ପାଠ୍ୟକ୍ରମ ପ୍ରଦାନ ଓ କର୍ମଶାଳା ଆଦି ଆୟୋଜନ ଦିଗରେ କାର୍ଯ୍ୟ କରିବେ। ଏହି ବୁଝାମଣାପତ୍ରର କାର୍ଯ୍ୟକାରିତା ତଦାରଖ ପାଇଁ ଏକ ଯୁଗ୍ମ ସଂଯୋଜନା କମିଟିର ବ୍ୟବସ୍ଥା ରହିଛି। ଭାରତୀୟ ବାୟୁସେନା କର୍ମଚାରୀଙ୍କ ପିଲାମାନଙ୍କୁ କିଟ୍‍ ବିଶ୍ୱବିଦ୍ୟାଳୟ ପକ୍ଷରୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ସହ ଆର୍ଥିକ ସହଯୋଗ ଏହି ବୁଝାମଣାପତ୍ରର ମୁଖ୍ୟ ଉଦ୍ଦେଶ୍ୟ ବୋଲି ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସିଂହ କହିଛନ୍ତି। ଏହି ଅବସରରେ ଭାରତୀୟ ବାୟୁସେନାର ଅଧିକାରୀମାନେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ସହ ସୌଜନ୍ୟମୂଳକ ସାକ୍ଷତ କରିଥିଲେ। ସେମାନେ ଅନ୍ତର୍ଭୁକ୍ତି ଶିକ୍ଷା ଓ ରାଷ୍ଟ୍ର ଗଠନ କ୍ଷେତ୍ରରେ ଶ୍ରୀ ସାମନ୍ତଙ୍କ ଦୂରଦର୍ଶିତାର ଭୂୟସୀ ପ୍ରଶଂସା କରିଥିଲେ।

Previous Post

ଜାତୀୟ କ୍ରୀଡା ଦିବସ ପାଳିତ: ବିଜୁ ପଟ୍ଟନାୟକ କ୍ରୀଡା ଓ ସାହସିକତା ପୁରସ୍କାର ପ୍ରଦାନ

Next Post

ଆଇସିସି ଓ ଲଘୁ ଉଦ୍ୟୋଗ ଭାରତୀ  ପକ୍ଷରୁ “ବିକଶିତ ଓଡିଶା ସମ୍ମିଳନୀ”ରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

FNN WEB

FNN WEB

Next Post
ଆଇସିସି ଓ ଲଘୁ ଉଦ୍ୟୋଗ ଭାରତୀ  ପକ୍ଷରୁ “ବିକଶିତ ଓଡିଶା ସମ୍ମିଳନୀ”ରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

ଆଇସିସି ଓ ଲଘୁ ଉଦ୍ୟୋଗ ଭାରତୀ  ପକ୍ଷରୁ "ବିକଶିତ ଓଡିଶା ସମ୍ମିଳନୀ"ରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ଧଉଳି ପାହାଡ଼ ପାଦେଶରେ ବନ ମହୋତ୍ସବରେ ବୃକ୍ଷରୋପଣ ; ବିଭିନ୍ନ ଫଳ ଓ ଫୁଲଗଛ ଲଗେଇଲେ ଶିଳ୍ପୀ ଓ ଛାତ୍ରଛାତ୍ରୀ

ଧଉଳି ପାହାଡ଼ ପାଦେଶରେ ବନ ମହୋତ୍ସବରେ ବୃକ୍ଷରୋପଣ ; ବିଭିନ୍ନ ଫଳ ଓ ଫୁଲଗଛ ଲଗେଇଲେ ଶିଳ୍ପୀ ଓ ଛାତ୍ରଛାତ୍ରୀ

July 7, 2026
ଭୁବନେଶ୍ୱର ବିମାନବନ୍ଦରରେ ୫ କୋଟିର ମାରିଜୁଆନା ଜବତ, ଜଣେ ଅଟକ

ଭୁବନେଶ୍ୱର ବିମାନବନ୍ଦରରେ ୫ କୋଟିର ମାରିଜୁଆନା ଜବତ, ଜଣେ ଅଟକ

July 7, 2026
ମାଟ୍ରିକ୍ ସପ୍ଲିମେଣ୍ଟାରୀ ମୂଲ୍ୟାୟନରେ ବଡ଼ ପରିବର୍ତ୍ତନ,ଅନ୍-ସ୍କ୍ରିନରେ ହେବ ଖାତାଦେଖା

ମାଟ୍ରିକ୍ ସପ୍ଲିମେଣ୍ଟାରୀ ମୂଲ୍ୟାୟନରେ ବଡ଼ ପରିବର୍ତ୍ତନ,ଅନ୍-ସ୍କ୍ରିନରେ ହେବ ଖାତାଦେଖା

July 7, 2026
DVF-CRPFର ମିଳିତ ସର୍ଚ୍ଚ ଅପରେସନ, ପାଟଧରା ଜଙ୍ଗଲରେ ଠାବ ହେଲା ମାଓ ଡମ୍ପ୍

DVF-CRPFର ମିଳିତ ସର୍ଚ୍ଚ ଅପରେସନ, ପାଟଧରା ଜଙ୍ଗଲରେ ଠାବ ହେଲା ମାଓ ଡମ୍ପ୍

July 7, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ପାଣିପାଗ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ଧଉଳି ପାହାଡ଼ ପାଦେଶରେ ବନ ମହୋତ୍ସବରେ ବୃକ୍ଷରୋପଣ ; ବିଭିନ୍ନ ଫଳ ଓ ଫୁଲଗଛ ଲଗେଇଲେ ଶିଳ୍ପୀ ଓ ଛାତ୍ରଛାତ୍ରୀ

ଧଉଳି ପାହାଡ଼ ପାଦେଶରେ ବନ ମହୋତ୍ସବରେ ବୃକ୍ଷରୋପଣ ; ବିଭିନ୍ନ ଫଳ ଓ ଫୁଲଗଛ ଲଗେଇଲେ ଶିଳ୍ପୀ ଓ ଛାତ୍ରଛାତ୍ରୀ

July 7, 2026
ଭୁବନେଶ୍ୱର ବିମାନବନ୍ଦରରେ ୫ କୋଟିର ମାରିଜୁଆନା ଜବତ, ଜଣେ ଅଟକ

ଭୁବନେଶ୍ୱର ବିମାନବନ୍ଦରରେ ୫ କୋଟିର ମାରିଜୁଆନା ଜବତ, ଜଣେ ଅଟକ

July 7, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.