• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ଓରାଓଁ ସାଂସ୍କୃତିକ ସମାଜର କରମା-ପୂର୍ବ-ସନ୍ଧ୍ୟା କାର୍ଯ୍ୟକ୍ରମରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

FNN WEB by FNN WEB
August 30, 2025
in ଓଡ଼ିଶା, ମୁଖ୍ୟ ଖବର
0
ଓରାଓଁ ସାଂସ୍କୃତିକ ସମାଜର କରମା-ପୂର୍ବ-ସନ୍ଧ୍ୟା କାର୍ଯ୍ୟକ୍ରମରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ
0
SHARES
4
VIEWS

ଜନଜାତିଙ୍କ ଆର୍ଥିକ, ସାମାଜିକ ବିକାଶ ଆମର ପ୍ରାଥମିକତା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସ୍ଥାନୀୟ ଚନ୍ଦ୍ରଶେଖରପୁର ଠାରେ ଓରାଓଁ ସାଂସ୍କୃତିକ ସମାଜ ପକ୍ଷରୁ ଆୟୋଜିତ କରମା ପୂର୍ବ ସନ୍ଧ୍ୟା କାର୍ଯ୍ୟକ୍ରମରେ ଯୋଗଦାନ କରି କହିଛନ୍ତି ଯେ, ପରିବେଶୀୟ ସଙ୍କଟ ଯେତେବେଳେ ବିଶ୍ୱକୁ ଆକ୍ରାନ୍ତ କରୁଛି, ସେତେବେଳେ କରମା ପୂଜାର ଏହି ପ୍ରକୃତି ପ୍ରେମର ସନ୍ଦେଶ ଅତ୍ୟନ୍ତ ସାମୟିକ ଏବଂ ଓରାମ ଜନଜାତି ସମାଜ ଆଜି ସେହି ଏକତାର ପ୍ରତୀକକୁ ଦର୍ଶାଉଛି । ଖୁବ ଶୀଘ୍ର ରାଜ୍ୟ ସରକାରଙ୍କ ତରଫରୁ ଓରାଓଁ ସାଂସ୍କୃତିକ ସମାଜ ନିମନ୍ତେ ସ୍ଥାୟୀ ଜମି ପ୍ରଦାନ କରାଯିବ ଏବଂ ଓରାମ ଜନଜାତିର ସାଂସ୍କୃତିକ ଉନ୍ନତି ନିମନ୍ତେ ପ୍ରୋତ୍ସାହନ ରାଶି ମଧ୍ଯ ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ ଘୋଷଣା କରିଛନ୍ତି।

କାର୍ଯ୍ୟକ୍ରମରେ ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ କହିଥିଲେଯେ, କରମା ପୂଜା ଆମକୁ ଶିଖାଏ ଯେ, ପ୍ରକୃତି ବିନା ଆମେ ଶୂନ୍ୟ। କରମା ପୂଜାରେ ଆମେ ଶିଖୁ ଯେ, ପରିଶ୍ରମରେ ମାନ ଆଉ ପରିଶ୍ରମରେ ହିଁ ସମ୍ମାନ ମିଳିଥାଏ। କରମା ପୂଜା ଆମକୁ ଏହା ହିଁ ସ୍ମରଣ କରାଏ ଯେ କୃଷକମାନେ, ଶ୍ରମିକମାନେ, ଜନଜାତିୟ ଅଞ୍ଚଳର ସାଧାରଣ ଲୋକମାନେ ସମସ୍ତଙ୍କ ପରିଶ୍ରମରେ ରାଜ୍ୟର ଅର୍ଥନୀତିର ଭିତ୍ତି ଦଣ୍ଡାୟମାନ। ଏହି ପର୍ବର ଆଉ ଗୋଟିଏ ବଡ଼ ବିଶେଷତ୍ୱ ହେଉଛି ସମ୍ମିଳନ।ଏହି ସାମୁହିକ ଆନନ୍ଦ ଆମକୁ ଶିଖାଏ, ଏକତାରେ ହିଁ ଶକ୍ତି ଅଛି। ଆଉ ଓରାଓଁ ସମାଜ ଆଜି ସେହି ଏକତାର ପ୍ରତୀକ।

ଯେତେ ପର୍ଯ୍ୟନ୍ତ ରାଜ୍ୟର ପ୍ରାୟ ୨୩ ପ୍ରତିଶତ ଆଦିବାସୀ ଲୋକଙ୍କ ବିକାଶ ହେବ ନାହିଁ, ରାଜ୍ୟର ପ୍ରଗତି ଅସମ୍ଭବ। ତେଣୁ, ଆମ ସରକାରଙ୍କ ପ୍ରଥମ ପ୍ରଥମିକତା ହେଉଛି ଜନଜାତିଙ୍କ ଆର୍ଥିକ, ସାମାଜିକ ବିକାଶ ଓ ରାଜନୈତିକ ଉତଥାନ କରିବା। ଜନଜାତି ସଂସ୍କୃତି ଓ ପରମ୍ପରାକୁ ସୁରକ୍ଷା ତଥା ପ୍ରଚାର ପ୍ରସାର କରିବା ପାଇଁ ଆଦିବାସୀ ସଂସ୍କୃତି ଭବନ ନିର୍ମାଣ, ଆଦିବାସୀ ଲିପିକୁ ପ୍ରୋତ୍ସାହନ ଦେବା ପରି ଅନେକ ପଦକ୍ଷେପ ନିଆ ଯାଉଛି। ପିଏମ୍‌ ଜନମନ୍ ଅଧୀନରେ ପିଭିଟିଜି ବର୍ଗଙ୍କ ପାଇଁ ୪୩ଟି ଜନ ଧନ ବିକାଶ କେନ୍ଦ୍ର, ୭୪ଟି ବହୁମୁଖୀ କେନ୍ଦ୍ର ନିର୍ମାଣ କରାଯାଉଛି। କିଛି ଦିନ ତଳେ ରାଜ୍ୟ DFO ସମ୍ମିଳନୀରେ ମୋର ନିର୍ଦ୍ଦେଶ ଥିଲା, ଜଙ୍ଗଲ ଅଧିକାର ଆଇନ (Forest Rights Act) ଅନୁସାରେ ଜଙ୍ଗଲ ଏବଂ ଏହାର ଆଖପାଖ ଅଞ୍ଚଳରେ ବସବାସ କାରୁଥିବା ଜନଜାତି ସମ୍ପ୍ରଦାୟର ଲୋକଙ୍କ ଅଧିକାର ଯେମିତି ସୁରକ୍ଷିତ ରହିବ, ସେଥିପାଇଁ ସମସ୍ତ ଅଧିକାରୀ ଯତ୍ନବାନ ରହିବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ସେ କହିଥିଲେ ଯେ, ଓଡିଶାର ଜନଜାତି ବର୍ଗଙ୍କୁ ଉନ୍ନତ ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ପାଇଁ ଗୁରୁତ୍ୱ ଦେଉଛୁ। ରାଜ୍ୟର ୫ ଲକ୍ଷରୁ ଉର୍ଦ୍ଧ୍ୱ ଜନଜାତି ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ଆବାସିକ ଶିକ୍ଷା ପ୍ରଦାନର ବ୍ୟବସ୍ଥା କରିଛୁ। ଏଥିରୁ ୬୦ପ୍ରତିଶତ ହେଉଛନ୍ତି ବାଳିକା। ଜନଜାତି ବର୍ଗର ପିଲାମାନଙ୍କ ଶିକ୍ଷା ଲାଭ ବ୍ୟବସ୍ଥାକୁ ଆହୁରି ବ୍ୟାପକ କରିବା ପାଇଁ ଚଳିତ ବର୍ଷ ଆମେ ୧୫ଟି ଏକଲବ୍ୟ ମଡେଲ ସ୍କୁଲ ଖୋଲିଛୁ । ଜନଜାତି ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ସ୍କଲାର୍‍ସିପ୍ ଏବଂ ଭୋକେସନାଲ୍ ଟ୍ରେନିଙ୍ଗ୍ ବ୍ୟବସ୍ଥା କରିଛୁ। ଜନଜାତି ବର୍ଗର ପିଲାମାନଙ୍କ ମଧ୍ୟରେ ସ୍କୁଲ ଡ୍ରପ୍ ଆଉଟ୍ ହାର କମାଇବା ପାଇଁ ଶହିଦ୍ ମାଧୋ ସିଂ ହାତ ଖର୍ଚ୍ଚ ଯୋଜନା ଆରମ୍ଭ କରିଛୁ। ଏହି ଯୋଜନାରେ ୩ ଲକ୍ଷ ପିଲାଙ୍କ ପାଠପଢା ପାଇଁ ପ୍ରତ୍ୟେକଙ୍କୁ ୫ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରୁଛୁ।

ଆହୁରି ମଧ୍ୟ ସେ କହିଥିଲେଯେ, ଆଉ ୧୧ ବର୍ଷରେ ଆମେ ଓଡିଶା ପ୍ରଦେଶ ଗଠନର ଏକ ଶହ ବର୍ଷ ପୂର୍ତ୍ତି ପାଳନ କରିବା। ତେଣୁ, ୨୦୩୬ ସୁଦ୍ଧା ଓଡିଶାକୁ ଏକ ସମୃଦ୍ଧ ଓଡିଶା ଗଠନ କରିବା ପାଇଁ ଆଜିଠାରୁ କାର୍ଯ୍ୟକ୍ରମ ଆରମ୍ଭ ହୋଇ ଯାଇଛି। ଯଦି ଜନଜାତିଙ୍କ ବିକାଶ ହୋଇ ପାରିବ ନାହିଁ , ଯଦି ସେମାନେ ଏହି ବିକାଶ ଯାତ୍ରାରେ ସାମିଲ ହୋଇ ପାରିବେ ନାହିଁ, ଯଦି ସେମାନଙ୍କ ସାମାଜିକ ଓ ଆର୍ଥିକ ବିକାଶ ସମାଜର ମୁଖ୍ୟ ସ୍ରୋତରେ ଥିବା ଲୋକଙ୍କ ସମତୁଲ ହୋଇ ପାରିବ ନାହିଁ , ତେବେ ସମୃଦ୍ଧ ଓଡିଶା ଗଠନ ଅସମ୍ଭବ। ତେଣୁ, ଆମ ସରକାର ଏଥିପାଇଁ ବିଶେଷ ଗୁରୁତ୍ଵ ଦେଉଛନ୍ତି।

ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଜୁଏଲ ଓରାମ, କରମା ପର୍ବକୁ ଅର୍ଥନୀତି, କୃଷି, ପ୍ରକୃତି ସୁରକ୍ଷା ଓ ସାଂସ୍କୃତିକ ଐତିହ୍ୟର ମୂଳ ଭିତ୍ତି ବୋଲି କହିଥିଲେ ଓ କହିଥିଲେ ଯେ ପ୍ରଧାନମନ୍ତ୍ରୀ ମୋଦୀ ଜୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ଆଦିବାସୀ ସମ୍ପ୍ରଦାୟଙ୍କ ପାଇଁ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ପରିବେଶ ସୁରକ୍ଷା ଓ ସାଶକ୍ତିକରଣ ମାର୍ଗରେ ବିଶେଷ ପଦକ୍ଷେପ ନେଇଛି। କରମା ପର୍ବ ଆମର ଜନଜାତୀୟ ସାଂସ୍କୃତି, ଆସ୍ଥା ଓ ଏକତାର ପ୍ରତୀକ । ଏଣୁ ଆମର ସାମୁହିକ ଉଦ୍ୟମ, ପରିଶ୍ରମ ଓ ସମର୍ପଣରେ ଆମର ସମ୍ପ୍ରଦାୟ ଆଗକୁ ବଢ଼ିବ।

ଉକ୍ତ କାର୍ଯ୍ୟକ୍ରମରେ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ମଂଚାସୀନ ଥିଲେ, ଓରାମ ସାଂସ୍କୃତିକ ସମାଜର ସଭାପତି ସୁଶ୍ରୀ ସୁକେଶୀ ଓରାମ ସ୍ୱାଗତ ଭାଷଣ ଦେଇଥିବା ବେଳେ ସଂପାଦକ ଶ୍ରୀ ପ୍ରେମସାଗର ଓରାମ ଧନ୍ୟବାଦ ଦେଇଥିଲେ।

Previous Post

ଭୁବନେଶ୍ୱରରୁ ଆରମ୍ଭ ହେବ ଅନୁସୂଚିତ ଜାତି ଅନୁସୂଚିତ ଜନଜାତିଙ୍କ ବିକାଶର ରୋଡ଼ମ୍ୟାପ

Next Post

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ନବଗଠିତ ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟ

FNN WEB

FNN WEB

Next Post
ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ନବଗଠିତ ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟ

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ନବଗଠିତ ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ଧଉଳି ପାହାଡ଼ ପାଦେଶରେ ବନ ମହୋତ୍ସବରେ ବୃକ୍ଷରୋପଣ ; ବିଭିନ୍ନ ଫଳ ଓ ଫୁଲଗଛ ଲଗେଇଲେ ଶିଳ୍ପୀ ଓ ଛାତ୍ରଛାତ୍ରୀ

ଧଉଳି ପାହାଡ଼ ପାଦେଶରେ ବନ ମହୋତ୍ସବରେ ବୃକ୍ଷରୋପଣ ; ବିଭିନ୍ନ ଫଳ ଓ ଫୁଲଗଛ ଲଗେଇଲେ ଶିଳ୍ପୀ ଓ ଛାତ୍ରଛାତ୍ରୀ

July 7, 2026
ଭୁବନେଶ୍ୱର ବିମାନବନ୍ଦରରେ ୫ କୋଟିର ମାରିଜୁଆନା ଜବତ, ଜଣେ ଅଟକ

ଭୁବନେଶ୍ୱର ବିମାନବନ୍ଦରରେ ୫ କୋଟିର ମାରିଜୁଆନା ଜବତ, ଜଣେ ଅଟକ

July 7, 2026
ମାଟ୍ରିକ୍ ସପ୍ଲିମେଣ୍ଟାରୀ ମୂଲ୍ୟାୟନରେ ବଡ଼ ପରିବର୍ତ୍ତନ,ଅନ୍-ସ୍କ୍ରିନରେ ହେବ ଖାତାଦେଖା

ମାଟ୍ରିକ୍ ସପ୍ଲିମେଣ୍ଟାରୀ ମୂଲ୍ୟାୟନରେ ବଡ଼ ପରିବର୍ତ୍ତନ,ଅନ୍-ସ୍କ୍ରିନରେ ହେବ ଖାତାଦେଖା

July 7, 2026
DVF-CRPFର ମିଳିତ ସର୍ଚ୍ଚ ଅପରେସନ, ପାଟଧରା ଜଙ୍ଗଲରେ ଠାବ ହେଲା ମାଓ ଡମ୍ପ୍

DVF-CRPFର ମିଳିତ ସର୍ଚ୍ଚ ଅପରେସନ, ପାଟଧରା ଜଙ୍ଗଲରେ ଠାବ ହେଲା ମାଓ ଡମ୍ପ୍

July 7, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ପାଣିପାଗ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ଧଉଳି ପାହାଡ଼ ପାଦେଶରେ ବନ ମହୋତ୍ସବରେ ବୃକ୍ଷରୋପଣ ; ବିଭିନ୍ନ ଫଳ ଓ ଫୁଲଗଛ ଲଗେଇଲେ ଶିଳ୍ପୀ ଓ ଛାତ୍ରଛାତ୍ରୀ

ଧଉଳି ପାହାଡ଼ ପାଦେଶରେ ବନ ମହୋତ୍ସବରେ ବୃକ୍ଷରୋପଣ ; ବିଭିନ୍ନ ଫଳ ଓ ଫୁଲଗଛ ଲଗେଇଲେ ଶିଳ୍ପୀ ଓ ଛାତ୍ରଛାତ୍ରୀ

July 7, 2026
ଭୁବନେଶ୍ୱର ବିମାନବନ୍ଦରରେ ୫ କୋଟିର ମାରିଜୁଆନା ଜବତ, ଜଣେ ଅଟକ

ଭୁବନେଶ୍ୱର ବିମାନବନ୍ଦରରେ ୫ କୋଟିର ମାରିଜୁଆନା ଜବତ, ଜଣେ ଅଟକ

July 7, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.