• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ସବୁ ଜିଲ୍ଲାରେ ହେବ “ଜୀବନ ଜିନ୍ଦାବାଦ” କାର୍ଯ୍ୟକ୍ରମ

FNN WEB by FNN WEB
September 3, 2025
in ଓଡ଼ିଶା, ମୁଖ୍ୟ ଖବର
0
ସବୁ ଜିଲ୍ଲାରେ ହେବ “ଜୀବନ ଜିନ୍ଦାବାଦ” କାର୍ଯ୍ୟକ୍ରମ
0
SHARES
3
VIEWS

ଆତ୍ମହତ୍ୟା ପ୍ରବୃତ୍ତିରୁ ନିବୃତ୍ତ ରହିବାକୁ ଆୟୋଜିତ ହେବ ସଚେତନତା ମୂଳକ ପଦକ୍ଷେପ

ଭୁବନେଶ୍ୱର : ବାଲେଶ୍ୱରରେ କଲେଜ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା ପରେ ଗତ ଅଗଷ୍ଟ ୧୧ ତାରିଖରେ ଭୁବନେଶ୍ୱର ସ୍ଥିତ ରେଳ ଅଡିଟୋରିଅମଠାରେ ପୋଲିସ ବିଭାଗ ସହଯୋଗରେ ‘ନମନ ଫାଉଣ୍ଡେସନ’ ଦ୍ୱାରା ‘ଜୀବନ ଜିନ୍ଦାବାଦ’ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଜୀବନ ମୂଲ୍ୟବାନ ଏବଂ କୌଣସି ପରିସ୍ଥିତିରେ ଆତ୍ମହତ୍ୟା କରିବା ମାନସିକତା ନଆଣିବା, ସକରାତ୍ମକ ଚିନ୍ତାଧାରା ରଖିବା ଉଦ୍ଦେଶ୍ୟକୁ ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରାଯାଇଥିଲା । ଏଥିରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝି ଯୋଗ ଦେଇ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହିତ ଏଭଳି କାର୍ଯ୍ୟକ୍ରମ ଅଧିକରୁ ଅଧିକ ଆୟୋଜନ ପାଇଁ ପରାମର୍ଶ ଦେଇଥିଲେ ।

ଏହି ପରିପ୍ରେକ୍ଷୀରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଏପରି କାର୍ଯ୍ୟକ୍ରମକୁ ବ୍ୟାପକଭାବେ ଆୟୋଜନ କରିବାକୁ ଆଜି ଲୋକସେବା ଭବନରେ ରାଜ୍ୟ କ୍ରୀଡା , ଯୁବ ସେବା, ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା, ଡିଜିପି ଓ୍ୱାଇ.ବି ଖୁରାନିଆ, କ୍ରୀଡା ଓ ଯୁବସେବା ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀ ସଚିନ ରାମଚନ୍ଦ୍ର ଯାଦବ, ସଂସ୍କୃତି ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀ ବିଜୟକେତନ ଉପାଧ୍ୟାୟ,ସିନେ ଅଭିନେତା ଶ୍ରୀ ସବ୍ୟସାଚୀ ମିଶ୍ର, ସଂଗୀତ ନିର୍ଦ୍ଦେଶକ ଶ୍ରୀ ପ୍ରେମାନନ୍ଦଙ୍କ ସମେତ ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ ।

ବୈଠକରେ ଯୋଗଦେଇ ଅଭିଜ୍ଞ ସିନେ ଅଭିନେତା ଶ୍ରୀ ମିଶ୍ର କହିଥିଲେ ଯେ, ଆତ୍ମହତ୍ୟା ପ୍ରବଣତା କଥା ଆସିବାବେଳେ ଆମେ ଯୁବବର୍ଗଙ୍କ କଥା ଭାବିଥାଉ । ଆତ୍ମହତ୍ୟା ପ୍ରବଣତାରୁ ଯୁବବର୍ଗଙ୍କୁ ନିବୃତ୍ତ ରଖିବା ପାଇଁ ସଚେତନତା ସୃଷ୍ଟି ପାଇଁ “ଜୀବନ ଜୀନ୍ଦାବାଦ”ର ପରିକଳ୍ପନା କରାଯାଇଥିଲା । ଯାହାକି ରାଜ୍ୟବ୍ୟାପୀ କରାଯିବା ପାଇଁ ରାଜ୍ୟ ସରକାର ସହଯୋଗ ଦେଉଛନ୍ତି । ଏହି କାର୍ଯ୍ୟକ୍ରମରେ ୭୦ ରୁ ଊର୍ଦ୍ଧ୍ୱ କଳାକାର, କଣ୍ଠଶିଳ୍ପୀ, ହାସ୍ୟ ଅଭିନେତା, ମନୋ ଆକ୍ଟିଂ କଳାକାର ଆଦି ଯୋଗ ଦେବେ । ଆତ୍ମହତ୍ୟା ପାଇଁ ନିଷ୍ପତ୍ତି ନେଇଥିବା ବ୍ୟକ୍ତି କିପରି ସେଥିରୁ ନିବୃତ୍ତ ରହି ପରବର୍ତ୍ତୀ ସମୟରେ ସଫଳତା ପାଇଛନ୍ତି, ସେମାନଙ୍କର କାହାଣୀ ଉପସ୍ଥାପନ କରିବେ । ଜିଲ୍ଲାସ୍ତରରେ ସ୍ଥାନୀୟ କଳାକାରଙ୍କୁ ଏହି ବିଷୟଭିତ୍ତିକ କାହାଣୀ ଦିଆଯିବ, ଯାହାକି ସେମାନେ କାର୍ଯ୍ୟକ୍ରମରେ ମଧ୍ୟ ଉପସ୍ଥାପନ କରି ସଚେତନତା ବାର୍ତ୍ତା ଦେଇପାରିବେ । କାର୍ଯ୍ୟକ୍ରମ ପ୍ରାୟ ୩ ଘଣ୍ଟା ବିଶିଷ୍ଟ ହେବ ।

ବୈଠକରେ ଯୋଗ ଦେଇ ମନ୍ତ୍ରୀ ଶ୍ରୀ ସୂରଜ କହିଛନ୍ତି ଯେ, ପୁଲିସ ବିଭାଗ, କ୍ରୀଡା ଓ ଯୁବସେବା ବିଭାଗର ମିଳିତ ଉଦ୍ୟମରେ ନମନ ଫାଉଣ୍ଡେସନ ତରଫରୁ ଏହି ସଚେତନତା କାର୍ଯ୍ୟକ୍ରମ , ଆତ୍ମହତ୍ୟା ପ୍ରବଣତା ରୋକିବା ଦିଗରେ ଗୋଷ୍ଠୀ ସହଯୋଗିତା ଓ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହା ଏକ ବଳିଷ୍ଠ ପଦକ୍ଷେପ ହେବ । ଏଥିରେ ଅନ୍ୟ ବିଭାଗ ମଧ୍ୟରେ ଉଚ୍ଚଶିକ୍ଷା ବିଭାଗ, ସଂସ୍କୃତି ବିଭାଗ, ମହିଳା ଓ ଶିଶୁ ବିଭାଗ ଆଦିର ସହଯୋଗ ନିଆଯିବ । ପ୍ରତି ଜିଲ୍ଲାରେ ଆୟୋଜନ କିପରି ସୁଚାରୁରୂପେ ହୋଇପାରିବ, ସେଥିପ୍ରତି ଜିଲ୍ଲା ପ୍ରଶାସନର ସହଯୋଗ ନିଆଯିବା ସଂପର୍କରେ ମୁଖ୍ୟ ଶାସନ ସଚିବ ଗୁରୁତ୍ୱ ଦେଇଛନ୍ତି । ଏଥି ସଙ୍ଗେ ସଙ୍ଗେ ପ୍ରତି ସ୍କୁଲ, କଲେଜମାନଙ୍କରେ ଆତ୍ମହତ୍ୟା ପ୍ରବଣତା ରୋକିବା ପାର୍ଇ ବକୃତା, ରଚନା ଆଦି ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ପାଇଁ ପରାମର୍ଶ ଦେଇଛନ୍ତି । ଜିଳ୍ଲା ସଦରମହକୁମାରେ ଥିବା ସବୁଠାରୁ ବଡ ପ୍ରେକ୍ଷାଳୟମାନଙ୍କରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଭୁବନେଶ୍ୱରରେ ସେପ୍ଟେମ୍ବର ୧୦ ତାରିଖରୁ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱ ବିଦ୍ୟାଳୟ ଅଡିଟୋରିୟମରେ ପ୍ରଥମେ କାର୍ଯ୍ୟକ୍ରମ ହେବ । ଶେଷ କାର୍ଯ୍ୟକ୍ରମ କଟକରେ ହେବାକୁ ଆଲୋଚନା କରାଯାଇଥିଲା । ଶେଷ ଦିବସ କାର୍ଯ୍ୟକ୍ରମରେ ବିଭିନ୍ନ ପୁରସ୍କାର ବିତରଣ କରାଯିବ । ଜିଲ୍ଲାରେ ଯେଉଁଠି କାର୍ଯ୍ୟକ୍ରମ ହେବ, ସେଦିନ ସଚେତନତା ପଦଯାତ୍ରା ଅନୁଷ୍ଠିତ ହେବ । କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ଯୋଗଦେବା ସହିତ ସ୍ୱେଚ୍ଛାସେବୀଙ୍କ ସମେତ ଏନସିସି, ସ୍କାଉଟ୍ ଗାଇଡ୍ ସ୍ୱେଚ୍ଛାସେବୀ ସହଯୋଗ କରିବେ ।

Previous Post

ସେମିକନ୍ ଇଣ୍ଡିଆ ସମ୍ମିଳନୀ: ‘ଓଡ଼ିଶା ପାଭିଲିୟନ’କୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

Next Post

ଶିଳ୍ପ ମନ୍ତ୍ରୀଙ୍କୁ ଭେଟିଲେ ଭାରତୀୟ ବୈଦେଶିକ ସେବା ଅଧିକାରୀ

FNN WEB

FNN WEB

Next Post
ଶିଳ୍ପ ମନ୍ତ୍ରୀଙ୍କୁ ଭେଟିଲେ ଭାରତୀୟ ବୈଦେଶିକ ସେବା ଅଧିକାରୀ

ଶିଳ୍ପ ମନ୍ତ୍ରୀଙ୍କୁ ଭେଟିଲେ ଭାରତୀୟ ବୈଦେଶିକ ସେବା ଅଧିକାରୀ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

June 17, 2026
ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

June 17, 2026
ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

June 17, 2026
ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

June 17, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

June 17, 2026
ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

June 17, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.