• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ପଞ୍ଚାୟତ ସମିତିର କ୍ଷମତାକୁ ସଙ୍କୁଚିତ କରିବା ନିଷ୍ପତ୍ତି ଅଗଣତାନ୍ତ୍ରିକ: ବିଜେଡି

FNN WEB by FNN WEB
September 11, 2025
in ଓଡ଼ିଶା, ମୁଖ୍ୟ ଖବର
0
ପଞ୍ଚାୟତ ସମିତିର କ୍ଷମତାକୁ ସଙ୍କୁଚିତ କରିବା ନିଷ୍ପତ୍ତି ଅଗଣତାନ୍ତ୍ରିକ: ବିଜେଡି
0
SHARES
7
VIEWS

ବିଡିଓଙ୍କୁ ଚାପରେ ରଖି ବିଜେପି ନେତାଙ୍କ ପାଇଁ ପିସି ସଂଗ୍ରହ ଲକ୍ଷ୍ୟ

ଭୁବନେଶ୍ୱର: ପଞ୍ଚାୟତ ସମିତି କାର୍ଯ୍ୟର ବିଲ୍‌ ପାସ କରିବା କ୍ଷେତ୍ରରେ, ବିଡିଓ ମାନଙ୍କ କ୍ଷମତା କୌଣସି ପ୍ରତି ସ୍ୱାକ୍ଷର ବିନା ପୂର୍ବରୁ ୨ ଲକ୍ଷ ଥିବାବେଳେ, ଏହାକୁ ୧୦ ଲକ୍ଷକୁ ବୃଦ୍ଧି କରିବା ପାଇଁ ରାଜ୍ୟ ସରକାର ଗତକାଲି କ୍ୟାବିନେଟ୍‌ରେ ମଞ୍ଜୁରୀ ଦେଇଥିବା ବେଳେ ଆଜି ବିଜୁ ଜନତା ଦଳ ଏହାକୁ ଦୃଢ଼ ସମାଲୋଚନା କରି ଜନଆନ୍ଦୋଳନର ଚେତାବନୀ ଦେଇଛି। ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ, ଦଳର ବରିଷ୍ଠ ବିଧାୟକ ଡ଼ ଅରୁଣ କୁମାର ସାହୁ, ଦଳର ଉପସଭାପତି ତଥା ରାଜ୍ୟ ବରିଷ୍ଠ ଗଣମାଧ୍ୟମ ସଂଯୋଜକ ଶ୍ରୀ ପ୍ରତାପ ଜେନା ଏହି ନିଷ୍ପତ୍ତିକୁ ଅଗଣତାନ୍ତ୍ରିକ ଓ ଅସମ୍ୱିଧାନିକ ବୋଲି କହିଛନ୍ତି।

ଡ଼ ସାହୁ କହିଥିଲେ, ନବୀନ ସରକାରଙ୍କ ସମୟରେ ପଞ୍ଚାୟତ ସମିତିକୁ ପ୍ରଭୂତ କ୍ଷମତା ପ୍ରଦାନ କରାଯାଉଥିବା ବେଳେ ବର୍ତ୍ତମାନର ବିଜେପି ସରକାର ପଞ୍ଚାୟତ ସମିତିର କ୍ଷମତା ପ୍ରତ୍ୟାହାର କରିବା ପାଇଁ ଅପଚେଷ୍ଟା କରୁଛି। ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥା ଉପରେ କୁଠାରଘାତ ସଦୃଶ୍ୟ। ପୂର୍ବରୁ ୨ ଲକ୍ଷରୁ ଊର୍ଦ୍ଧ୍ବ ପରିମାଣର ବିଲ୍‌ ଆସିଲେ, ସେଥିରେ ପଞ୍ଚାୟତ ସମିତି ଅଧ୍ୟକ୍ଷଙ୍କ ପ୍ରତି ସ୍ୱାକ୍ଷର ଆବଶ୍ୟକ ଥିଲା। ପରିବର୍ତ୍ତିତ ନିୟମ ଅନୁଯାୟୀ, ବିଲ୍‌ ମୂଲ୍ୟ ୧୦ ଲକ୍ଷ ପର୍ଯ୍ୟନ୍ତ ଥିଲେ କେବଳ ବିଡିଓଙ୍କ ସ୍ୱାକ୍ଷର ପର୍ଯ୍ୟାପ୍ତ ହେବ। ପଞ୍ଚାୟତ ସମିତି ମାଧ୍ୟମରେ ହେଉଥିବା ବିଭିନ୍ନ କାର୍ଯ୍ୟ ଗୁଡିକର ବିଲ୍‌ ମୂଲ୍ୟ ପ୍ରାୟତଃ ୧୦ ଲକ୍ଷରୁ ତଳେ ରହିଥାଏ। କାଁ ଭାଁ ଗୋଟିଏ ଅଧେ ବିଲ୍‌ ୧୦ ଲକ୍ଷରୁ ଅଧିକ ମୂଲ୍ୟର ଥାଏ। ତେଣୁ, ସରକାରଙ୍କ ଏହି ନିଷ୍ପତ୍ତି କେବଳ ପଞ୍ଚାୟତ ସମିତି ଅଧ୍ୟକ୍ଷଙ୍କ କ୍ଷମତାକୁ ସଙ୍କୁଚିତ କରିବା ପାଇଁ ଉର୍ଦ୍ଦିଷ୍ଟ ବୋଲି ସ୍ପଷ୍ଟ।

ସରକାରଙ୍କ ଏହି ନିଷ୍ପତ୍ତି ଗଣତାନ୍ତ୍ରିକ ବ୍ୟବସ୍ଥାରେ ନିର୍ବାଚିତ ପ୍ରତିନିଧିଙ୍କ କ୍ଷମତାକୁ ସଙ୍କୁଚିତ କରିଥିବାରୁ, ଏହା ଗଣତାନ୍ତ୍ରିକ ବ୍ୟବସ୍ଥା ପ୍ରତି କୁଠାରଘାତ। ସମ୍ୱିଧାନର ବ୍ୟବସ୍ଥା ଅନୁଯାୟୀ ପଞ୍ଚାୟତ ସମିତିରେ ନିର୍ବାଚିତ ପ୍ରତିନିଧି ମାଧ୍ୟମରେ କାର୍ଯ୍ୟ ହେଉଥିବାରୁ, ଏହି ନିଷ୍ପତ୍ତି ସମ୍ୱିଧାନ ବିରୋଧୀ।

ଡ଼ ସାହୁ ଆହୁରି କହିଥିଲେ, ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ। ରାଜ୍ୟର ଅଧିକାଂଶ ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦ ବିଜେଡି ଦଖଲରେ ଥିବାରୁ, ସେମାନଙ୍କ କ୍ଷମତାକୁ ସଙ୍କୁଚିତ କରିବା ପାଇଁ ଏପରି ନିଷ୍ପତ୍ତି ନିଆଯାଇଛି। ଅପରପକ୍ଷରେ, ଏହା କେବଳ ବାବୁରାଜକୁ ପ୍ରୋତ୍ସାହନ ଯୋଗାଉଛି। ଉଲ୍ଲେଖଯୋଗ୍ୟ, ବିରୋଧୀ ଦଳ ଭାବେ ବାବୁରାଜ ବିରୋଧରେ ସ୍ୱର ଉତ୍ତୋଳନ କରିଆସୁଥିବା ବିଜେପି କ୍ଷମତାକୁ ଆସିବା ପରେ ବାବୁରାଜକୁ ପ୍ରୋତ୍ସାହନ ଦେଉଥିବା ଏହି ନିଷ୍ପତ୍ତିରୁ ସ୍ପଷ୍ଟ ହେଉଛି। ଏହା ପୂର୍ବରୁ ବିକଶିତ ଗାଁ ବିକଶିତ ଓଡିଶା ଯୋଜନାରେ ପଞ୍ଚାୟତରୁ ଆସୁଥିବା ପ୍ରସ୍ତାବକୁ ପ୍ରତ୍ୟାଖାନ କରିବାକୁ ଜିଲ୍ଲାପାଳଙ୍କୁ କ୍ଷମତା ପ୍ରଦାନ କରାଯାଇଥିଲା। ଏହାଛଡ଼ା, ବିଧାୟକ ମାନେ ମଧ୍ୟ ଏହି ଯୋଜନାର ୪୦ ପ୍ରତିଶତ ପ୍ରସ୍ତାବ ଦେଇପାରିବେ ବୋଲି ସରକାର ନିୟମ କରିଛନ୍ତି। ଏଥିରୁ ସ୍ପଷ୍ଟ ହୋଇଛି ଯେ, ରାଜ୍ୟ ବିଜେପି ସରକାର ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାରେ ନିର୍ବାଚିତ ପ୍ରତିନିଧି ମାନଙ୍କ ଠାରୁ କ୍ଷମତା କାଢିନେଇ ନିଜେ ଉପଭୋଗ କରିବାକୁ ଉଦ୍ୟମ କରୁଛନ୍ତି। ଏହି ନିଷ୍ପତ୍ତି ବିରୋଧରେ, ବିଜୁ ଜନତା ଦଳ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ୱନ କରିବ।

ପ୍ରତାପ ଜେନା କହିଥିଲେ, ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ତୃଣମୂଳ ସ୍ତରରେ କ୍ଷମତାର ବିକେନ୍ଦ୍ରିକରଣ। ରାଜ୍ୟ ସରକାର ନିଜ କ୍ଷମତାର ଅପବ୍ୟବହାର କରି ଏପରି ନିଷ୍ପତ୍ତି ନେଇଛନ୍ତି। ବିଡିଓ ମାନଙ୍କୁ ହାତବାରିସୀ କରି ଓ ତାଙ୍କ ଉପରେ ଚାପ ପକାଇ ପଞ୍ଚାୟତରେ ହେଉଥିବା କାର୍ଯ୍ୟ ଗୁଡ଼ିକରୁ ବିଜେପି ନେତାମାନେ କିପରି ପିସି ଆଦାୟ କରିପାରିବେ, ସେଥିପାଇଁ ରାଜ୍ୟ ସରକାର ଏହି ବ୍ୟବସ୍ଥା କରିଛନ୍ତି। ବିଜୁ ଜନତା ଦଳ ସରକାରଙ୍କ ଏହି ନିଷ୍ପତ୍ତିର ଦୃଢ଼ ନିନ୍ଦା କରୁଛି ଓ ଏହାକୁ ତୁରନ୍ତ ପ୍ରତ୍ୟାହାର ପାଇଁ ଦାବି କରୁଛି। ଯଦି ଏହି ନିଷ୍ପତ୍ତି ପ୍ରତ୍ୟାହାର ନହୁଏ, ତାହେଲେ ରାଜ୍ୟର ସମସ୍ତ ବ୍ଲକର ଅଧ୍ୟକ୍ଷ, ପଞ୍ଚାୟତ ସମିତି ସଦସ୍ୟ ଓ ସରପଞ୍ଚ ମାନଙ୍କୁ ନେଇ ବିଜେଡି ରାଜରାସ୍ତାକୁ ଓହ୍ଲାଇବ।

Previous Post

ସାର ଯୋଗାଣର ସଠିକ୍‍ ତଦାରଖ କର : ମୁଖ୍ୟମନ୍ତ୍ରୀ

Next Post

ନାଲକୋ ଫାଉଣ୍ଡେସନ ଏବଂ ଏସଡିଆଇ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ

FNN WEB

FNN WEB

Next Post
ନାଲକୋ ଫାଉଣ୍ଡେସନ ଏବଂ ଏସଡିଆଇ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ

ନାଲକୋ ଫାଉଣ୍ଡେସନ ଏବଂ ଏସଡିଆଇ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ମହିଳା ସରପଞ୍ଚ ଚାମେଲିଙ୍କୁ ବିଜେଡିର ସମର୍ଥନ, ବିଜେପିକୁ କଟାକ୍ଷ

ମହିଳା ସରପଞ୍ଚ ଚାମେଲିଙ୍କୁ ବିଜେଡିର ସମର୍ଥନ, ବିଜେପିକୁ କଟାକ୍ଷ

June 12, 2026
ମିସନ ମୋଡରେ ଆମ ସରକାର ମୌଳିକ ସୁବିଧା ପୂରଣ କରୁଛନ୍ତି: ମୁଖ୍ୟମନ୍ତ୍ରୀ

ମିସନ ମୋଡରେ ଆମ ସରକାର ମୌଳିକ ସୁବିଧା ପୂରଣ କରୁଛନ୍ତି: ମୁଖ୍ୟମନ୍ତ୍ରୀ

June 12, 2026
ଓଡ଼ିଶା ଛୁଇଁଲା ମୌସୁମୀ, ରଜରେ ତୁହାକୁ ତୁହା ବର୍ଷା

ଓଡ଼ିଶା ଛୁଇଁଲା ମୌସୁମୀ, ରଜରେ ତୁହାକୁ ତୁହା ବର୍ଷା

June 12, 2026
ଦେବାଶିଷ ସାମନ୍ତରାୟ ନିର୍ଦ୍ବନ୍ଦ୍ବରେ ରାଜ୍ୟସଭାକୁ ନିର୍ବାଚିତ

ଦେବାଶିଷ ସାମନ୍ତରାୟ ନିର୍ଦ୍ବନ୍ଦ୍ବରେ ରାଜ୍ୟସଭାକୁ ନିର୍ବାଚିତ

June 11, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ମହିଳା ସରପଞ୍ଚ ଚାମେଲିଙ୍କୁ ବିଜେଡିର ସମର୍ଥନ, ବିଜେପିକୁ କଟାକ୍ଷ

ମହିଳା ସରପଞ୍ଚ ଚାମେଲିଙ୍କୁ ବିଜେଡିର ସମର୍ଥନ, ବିଜେପିକୁ କଟାକ୍ଷ

June 12, 2026
ମିସନ ମୋଡରେ ଆମ ସରକାର ମୌଳିକ ସୁବିଧା ପୂରଣ କରୁଛନ୍ତି: ମୁଖ୍ୟମନ୍ତ୍ରୀ

ମିସନ ମୋଡରେ ଆମ ସରକାର ମୌଳିକ ସୁବିଧା ପୂରଣ କରୁଛନ୍ତି: ମୁଖ୍ୟମନ୍ତ୍ରୀ

June 12, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.